Lumina
Zechariah

Coming of Zion's King

Zechariah 9·Oriya Bible

1ଏକ ସ୍ବର୍ଗୀଯବାଣୀ, ସଦାପ୍ରଭୁଙ୍କର ବାର୍ତ୍ତା, ହଦ୍ରକ ଦେଶ ଏବଂ ଏହାର ରାଜଧାନୀ ଦମ୍ମେଶକ ବିଷଯ ରେ। ସମସ୍ତ ଲୋକ ପରମେଶ୍ବରଙ୍କୁ ଅନାଉଅଛନ୍ତି, ଯେପରି ଇଶ୍ରାୟେଲ ଗୋଟିଏ ପରିବାରବର୍ଗ।

2ଏହା ମଧ୍ଯ ସତ୍ଯ ଯେ, ହମାତ୍, ସୋର ଓ ସୀଦୋନ ସୀମା ରେ ଅବସ୍ଥିତ ଅଟେ। କାରଣ ସମାନେେ ଅତି ବୁଦ୍ଧିମାନ। ସୋର ନିଜ ପାଇଁ ଦୂର୍ଗ ନିର୍ମାଣ କଲା।

3ସୋର ନିଜ ପାଇଁ ଗମ୍ବୁଜ ନିର୍ମାଣ କଲା। ସେ ରୂପାକୁ ଧୀଳିପରି ଓ ସୁନାକୁ କାଦୁଅପରି ରାସ୍ତା ରେ ଗଦା କଲା।

4ମାତ୍ର ସଦାପ୍ରଭୁ ଏହାକୁ ନଇେଯିବେ। ସେ ତା'ର ଧନ ସମୁଦ୍ର ରେ ଫୋପାଡି ଦବେେ ଏବଂ ନଗରଟି ନିଆଁ ରେ ଜଳିୟିବ।

5ଅସ୍କିଲୋନ ତାହା ଦେଖି ଭୟଭୀତ ହବେ ଓ ଘାସର ଲୋକମାନେ ଭୟ ରେ ଥରିବେ। ଇକୋର୍ଣ ଲୋକମାନେ ସମସ୍ତ ଭରସା ହରାଇବେ। ଘସା ରେ ଆଉ ରାଜା ରହିବେ ନାହିଁ। ଆଉ ମଧ୍ଯ ଅସ୍କିଲୋନ ଜନଶୂନ୍ଯ ହବେ।

Zechariah 9 illustration - Zechariah Chapter 9

6ପୁଣି ଅସ୍ଦୋଦକୁ ଏକ ଜାରଜ ଶାସନ କରିବ। ମୁଁ ସମ୍ପୂର୍ଣ୍ଣ ଭାବରେ ପଲେଷ୍ଟୀୟମାନଙ୍କର ଦର୍ପ ଚୂର୍ଣ୍ଣ କରିବି।

7ସମାନେେ ଆଉ ରକ୍ତ ସହିତ ମାଂସ ଭୋଜନ କରିବେ ନାହିଁ ଅଥବା ଅନ୍ୟ ଘୃଣ୍ଯ ଖାଦ୍ୟ ଖାଇବେ ନାହିଁ। ଯେଉଁ ପଲେଷ୍ଟୀୟମାନେ ବଞ୍ଚିବେ ସମାନେେ ମଧ୍ଯ ମାେ ଲୋକମାନଙ୍କର ଅଂଶ ହବେେ, ଏହା ଯିହୁଦାର ଏକ ବଂଶ ହବେ। ଇକ୍ରୋଣର ଲୋକମାନେ ମାେ ଲୋକମାନଙ୍କର ଅଂଶୀଦାର ହବେେ, ଯେପରି ୟିବୁଷିଯମାନେ କରିଥିଲେ।

8ଆମ୍ଭେ ନିଜ ଦେଶ ରେ ଛାଉଣୀ ସ୍ଥାପନ କରିବା, ପ୍ରହରୀ ହବୋ ଶତୃମାନଙ୍କ ବିରୁଦ୍ଧ ରେ। କୌଣସି ଅତ୍ଯାଗ୍ଭର ପୂନର୍ବାର ତାଙ୍କୁ ଦଳିତ କରିବ ନାହିଁ, କାରଣ ବର୍ତ୍ତମାନ ମୁଁ ମାରେ ସ୍ବଚକ୍ଷୁ ରେ ଦେଖୁଛି। ମାେ ସ୍ବଚକ୍ଷୁ ରେ ମାରେ ଲୋକମାନଙ୍କର ୟନ୍ତ୍ରଣା ଦେଖୁଅଛି।

9ହେ ସିୟୋନର କନ୍ଯା ଆନନ୍ଦ କର! ହେ ୟିରୁଶାଲମର କନ୍ଯା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜଯଲାଭ କରିଛନ୍ତି। ସେ ଅତ୍ଯନ୍ତ ନମ୍ର। ସେ ଏକ ୟୁବ ଗଧ ଉପ ରେ ବସି ଆସୁଛନ୍ତି।

10ଆମ୍ଭେ ଇଫ୍ରଯିମଠାରୁ ରଥକୁ କାଢି ନବୋ, ୟିରୁଶାଲମଠାରୁ ଅଶ୍ବ ୟୁଦ୍ଧ ରେ ବ୍ଯବହୃତ ଧନୁ କାଢି ନିଆୟିବ। ସହେି ରାଜା ଗୋଷ୍ଠୀଗଣଙ୍କ ନିକଟକୁ ଶାନ୍ତିର ସନ୍ଦେଶ ଆଣିବେ। ତାଙ୍କର ରାଜ୍ଯ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ୟ୍ଯନ୍ତ ଓ ଫରାତ୍ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ବିସ୍ତୁତ ହବେ।

Zechariah 9 illustration - Zechariah Chapter 9

11ହେ ୟିରୁଶାଲମ, କାରଣ ରକ୍ତ ଦ୍ବାରା ତୁମ୍ଭର ଚୁକ୍ତି ଆମ୍ଭ ସହିତ ମାହେରାଙ୍କିତ ହାଇେଛି। ଆମ୍ଭେ ତୁମ୍ଭର ବନ୍ଦୀମାନଙ୍କୁ ପାଣି ନଥିବା ପାଣି କୁଣ୍ତରୁ ମୁକ୍ତି କରିଛୁ।

12ହେ ବନ୍ଦୀଗଣ, ତୁମ୍ଭମାନଙ୍କର ଦୁର୍ଗକୁ ଫରେିୟାଅ। ବର୍ତ୍ତମାନ ତୁମ୍ଭର ଭରସା ଅଛି। ଆଜି ଆମ୍ଭେ ଘାଷେଣା କରୁଛୁ ଯେ, ଆମ୍ଭେ ତୁମ୍ଭଙ୍କୁ ଦ୍ବିଗୁଣ ଫରୋଇ ଦବୋ।

13ଆମ୍ଭେ ଯିହୁଦାକୁ ଆପଣା ଧନୂରୂପେ ବ୍ଯବହାର କରିବା। ଇଫ୍ରଯିମକୁ ଆମ୍ଭର ଶର ରୂପେ ବ୍ଯବହାର କରିବା। ଆଉ ହେ ସିୟୋନ, ଆମ୍ଭେ ତୁମ୍ଭର ପୁତ୍ରମାନଙ୍କୁ ଜାଗରିତ କରିବା, ହେ ଗ୍ରୀସ, ତୁମ୍ଭ ପୁତ୍ରମାନଙ୍କ ବିରୁଦ୍ଧ ରେ ଉତ୍ତଜେିତ କରିବା ଓ ଆମ୍ଭେ ତୁମ୍ଭଙ୍କୁ ଏକ ଶକ୍ତିଶାଳୀ ଖଣ୍ତା ପରି କରିଦବୋ।

14ସଦାପ୍ରଭୁ ତାଙ୍କ ସମ୍ମୁଖ ରେ ଉପସ୍ଥିତ ହବେେ। ବିଦ୍ଯୁତ ସଦୃଶ ତାଙ୍କର ଶର ୟିବ। ସଦାପ୍ରଭୁ ପରମେଶ୍ବର ତୂରୀ ବଜାଇବେ ଏବଂ ସେ ଦକ୍ଷିଣ ଆଡୁ ଝଡପରି ଅଗ୍ରସର ହବେେ।

15ସର୍ବଶକ୍ତିମାନ୍ ସଦାପ୍ରଭୁ ସମାନଙ୍କେୁ ସୁରକ୍ଷା ଦବେେ। ସମାନେେ ଧ୍ବଂସ ହବେେ, ସମାନେେ ସମାନଙ୍କେର ଶତୃମାନଙ୍କୁ ବାଟୁଳି ଦ୍ବାରା ପରାସ୍ତ କରିବେ। ସମାନେେ ଦ୍ରାକ୍ଷାରସ ପାନ କରିବେ ଓ ଦୁର୍ଦ୍ଦାନ୍ତ ହବେେ, ସମାନେେ ୟଜ୍ଞବଦେୀର କଣ ରେ ଥିବା ପାତ୍ର ଯେପରି ସହେିପରି ପୂର୍ଣ୍ଣ ହବେେ।

Zechariah 9 illustration - Zechariah Chapter 9

16ସଦାପ୍ରଭୁ ସମାନଙ୍କେର ପରମେଶ୍ବର ସମାନଙ୍କେୁ ରକ୍ଷା କରିବେ, ସହେିଦିନ ତାଙ୍କର ଲୋକମାନେ ମଷେପରି ହବେେ। ସମାନେେ ତାଙ୍କ ଦେଶ ରେ ମୁକୁଟର ରତ୍ନ ସ୍ବରୂପ ଝକ୍ମକ କରିବେ।

17ପ୍ରେତ୍ୟକକ ଜିନିଷ ଉତ୍ତମ ଓ ସୁନ୍ଦର ହବେ। ଶସ୍ଯ ଏବଂ ନୂତନ ଦ୍ରାକ୍ଷାରସ ୟୁବକ ୟୁବତୀଙ୍କର ବଳ ବଢାଇବ।

Chapter Complete

You have read Zechariah 9

17 verses