Lumina
Zechariah

Promise of Blessing for Jerusalem

Zechariah 8·Oriya Bible

1ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାର୍ତ୍ତା ପଠାଇଲେ।

2ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ଆମ୍ଭେ ସିୟୋନ ପାଇଁ ଅତ୍ଯାସକ୍ତ ଏବଂ ପ୍ରଗାଢ ଅନୁରାଗ ସହିତ ଆମ୍ଭେ ତା' ପାଇଁ କୋରଧାନ୍ବିତ।

3ସଦାପ୍ରଭୁ ପୁଣି କୁହନ୍ତି, ଆମ୍ଭେ ସିୟୋନକୁ ଫରେି ଆସିଛୁ ଏବଂ ୟିରୁଶାଲମ ମଧିଅରେ ବାସ କରିବା। ୟିରୁଶାଲମ 'ସତ୍ଯର ନଗରୀ' ବୋଲି କୁହାୟିବ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ପର୍ବତକୁ ପବିତ୍ର ବୋଲି କୁହାୟିବ।

4ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ବୃଦ୍ଧ ଓ ବୃଦ୍ଧାମାନେ ପୁନର୍ବାର ୟିରୁଶାଲମର ଖାେଲା ସ୍ଥାନ ରେ ବସ। ପ୍ରେତ୍ୟକକଙ୍କ ହାତ ରେ ଏକ ଆଶାବାଡି ରହିବ କାରଣ ସମାନଙ୍କେର ବୃଦ୍ଧାବସ୍ଥା ପାଇଁ।

5ଆଉ ମଧ୍ଯ ନଗରର ଖାେଲାସ୍ଥାନ କ୍ରୀଡାରତ ପୁଅ ଓ ଝିଅଙ୍କ ଦ୍ବାରା ପରିପୂର୍ଣ୍ଣ ହବେ।

Zechariah 8 illustration - Zechariah Chapter 8

6ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଯଦିଓ ଏହି ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ କଷ୍ଟ କର ଡଣାପଡେ, ଏହା ସମାନଙ୍କେ ପ୍ରତି ମଧ୍ଯ ବିସ୍ମଯଜନକ ହବେ।

7ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଦେଖ, ଆମ୍ଭେ ପୂର୍ବ ଓ ପଶ୍ଚିମ ଦେଶରୁ ଆମ୍ଭର ଲୋକମାନଙ୍କୁ ମୁକ୍ତ କରିବା।

8ଆମ୍ଭେ ସମାନଙ୍କେୁ ଏଠାକୁ ଫରୋଇ ଆଣିବା ଏବଂ ସମାନେେ ୟିରୁଶାଲମ ମଧିଅରେ ବାସ କରିବେ। ସମାନେେ ଆମ୍ଭର ଲୋକ ହବେେ ଏବଂ ଆମ୍ଭେ ସମାନଙ୍କେର ବିଶ୍ବସ୍ଥ ଏବଂ ନ୍ଯାଯବାନ୍ ପରମେଶ୍ବର ହବୋ।

9ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଶକ୍ତିଶାଳୀ ହୁଅ! ତୁମ୍ଭମାନଙ୍କୁ ମଧ୍ଯ ଏହି ଦିନଗୁଡିକରେ ସହେି ବାକ୍ଯଗୁଡିକ ଭବିଷ୍ଯତ୍ବକ୍ତାମାଙ୍କଠାରୁ ଶୁଣୁଅଛ। ଯେତବେେଳେ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ହାଇେଥିଲା, ୟାବାପାଇଁ ମନ୍ଦିର ନିର୍ମାଣ ହାଇେ ପାରିଥିଲା।

10ସହେିଦିନ ପୂର୍ବରୁ ମନୁଷ୍ଯ ପାଇଁ ବତନେ ନଥିଲା, ପଶୁ ପାଇଁ ଆଯ ନଥିଲା, ବାହାରକୁ ୟିବା ଓ ଭିତରକୁ ଆସିବା ଲୋକମାନଙ୍କ ପାଇଁ ଶତୃମାନଙ୍କଠାରୁ କୌଣସି ନିରାପତ୍ତା ନଥିଲା, କାରଣ ଆମ୍ଭେ ପ୍ରେତ୍ୟକକ ଲୋକଙ୍କୁ ତାଙ୍କ ପଡ଼ୋଶୀଙ୍କ ବିପକ୍ଷ କରାଇଥିଲୁ।

Zechariah 8 illustration - Zechariah Chapter 8

11ଆମ୍ଭେ ପୁର୍ବରୁ ଯେପରି କରୁଥିଲୁ ସହେି ଅବଶିଷ୍ଟାଂଶଙ୍କ ସହିତ ସପରେି ବ୍ଯବହାର କରିବା ନାହିଁ। ଏହା ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି।

12ଏହି ଲୋକମାନେ ଶାନ୍ତି ରେ ବୃକ୍ଷ ରୋପଣ କରିବେ। ଦ୍ରାକ୍ଷାଲତା ଫଳଧାରଣ କରିବ। ଭୂମି ଉତ୍ତମ ଶସ୍ଯ ପ୍ରଦାନ କରିବ ଓ ଆକାଶ ଶିଶିର ପ୍ରଦାନ କରିବ। ଏହି ସମସ୍ତ ବିଷଯ ଆମ୍ଭେ ଅବଶିଷ୍ଟ ଲୋକଙ୍କୁ ପ୍ରଦାନ କରିବା। ଯେପରି ତୁମ୍ଭମାନେେ ଦେଶସବୁ ସମ୍ମୁଖ ରେ ଅଭିଶପ୍ତ ଥିଲ।

13ହେ ଯିହୁଦା ଓ ଇଶ୍ରାୟେଲ, ଠିକ୍ ଯେପରି ତୁମ୍ଭମାନେେ ଦେଶ ମଧିଅରେ ଏକ ଅଭିଶାପ ଥିଲ ଆମ୍ଭେ ମଧ୍ଯ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା। ସେଥିପାଇଁ ଭୟଭୀତ ହୁଅ ନାହିଁ! ସବଳ ହୁଅ।

14ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର କୋରଧାନ୍ବିତ କରିଥିଲେ। ତେଣୁ କରି ଆମ୍ଭେ ସଂକଳ୍ପ ସହିତ ତୁମ୍ଭମାନଙ୍କୁ ଦଣ୍ତ ଦବୋକୁ ନିଷ୍ପତ୍ତି ନଇେଥିଲୁ। ଏହା ସର୍ବଶକ୍ତିମାନ ମଦାପ୍ରଭୁ କହିଲେ।

15କିନ୍ତୁ ଏହି ଦିନଗୁଡିକରେ, ଆମ୍ଭେ ଆପଣା ମନକୁ ପରିବର୍ତ୍ତନ କରିଅଛୁ। ଆମ୍ଭେ ସ୍ଥିର କରିଛୁ ୟିରୁଶାଲମ ଓ ୟିଦୁଦାର ଲୋକଙ୍କର ମଙ୍ଗଳ କରିବା। ସେଥିପାଇଁ ଭୟ କର ନାହିଁ।

Zechariah 8 illustration - Zechariah Chapter 8

16ତୁମ୍ଭମାନେେ ଏହିସବୁ ନିଶ୍ଚଯ କରିବ, ତୁମ୍ଭର ପଡ଼ୋଶୀମାନଙ୍କୁ ସତ୍ଯ କୁହ। ତୁମ୍ଭମାନେେ ତୁମ୍ଭମାନଙ୍କର ନଗରମାନଙ୍କ ରେ ସତ୍ଯତା ଏବଂ ନ୍ଯାଯପୂର୍ଣ୍ଣ ବିଗ୍ଭର କର।

17ତୁମ୍ଭର ପ୍ରତିବେଶୀର କ୍ଷତି କରିବାକୁ ତୁମ୍ଭ ହୃଦଯ ରେ କୌଣସି ମନ୍ତ୍ରଣା କର ନାହିଁ। ମିଥ୍ଯା ଶପଥ କରିବାକୁ ଭଲ ପାଅ ନାହିଁ। କାରଣ ଆମ୍ଭେ ସହେି ସବୁକୁ ଘୃଣା କରୁ। ସଦାପ୍ରଭୁ ଏହିସବୁ କହିଲେ।

18ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି ବାର୍ତ୍ତା ମାେ ନିକଟକୁ ପଠାଇଲେ।

19ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମଯ ଦିନ ହବେ। ତାହା ବିଜଯ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାରୋହ ହବେ। ସେଥିପାଇଁ ତୁମ୍ଭମାନେେ ନିଶ୍ଚଯ ସତ୍ଯ ଓ ଶାନ୍ତିକୁ ପ୍ ରମେ କରିବ।

20ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଭବିଷ୍ଯତ ରେ ଅନକେ ସହର ରେ ବାସ କରୁଥିବା ଲୋକମାନେ ଆସିବେ।

Zechariah 8 illustration - Zechariah Chapter 8

21ଗୋଟିଏ ନଗରର ଲୋକମାନେ ଆଉ ଗୋଟିଏ ନଗରକୁ ଯିବେ ଏବଂ କହିବେ, 'ଆସ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଇବା ପାଇଁ ପ୍ରାର୍ଥନା କରିବା।' ଆସ ୟିବା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଉପାସନା କରିବା। 'ମୁଁ ନିଜେ ମଧ୍ଯ ଯାଉଛି।'

22ବହୁଲୋକ ଓ ଶକ୍ତିଶାଳୀ ଗୋଷ୍ଠୀ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଅନୁସରଣ କରିବା ପାଇଁ ଏବଂ ତାଙ୍କ ଅନୁଗ୍ରହ ପାଇବା ପାଇଁ ୟିରୁଶାଲମକୁ ଆସିବେ।

23ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ସହେି ଦିନମାନଙ୍କ ରେ ଏପରି ଘଟିବ ଯେ ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ଯରୁ ଦଶଜଣ ଲୋକ, ଜଣେ ୟିହୁଦୀ ଲୋକର ବସ୍ତ୍ରାଞ୍ଚଳ ଧରି କହିବେ, 'ତୁମ୍ଭ ସହିତ ଆମ୍ଭେ ୟିବୁ। ଆମ୍ଭେ ଶୁଣିଲୁ ଯେ, ପରମେଶ୍ବର ତୁମ୍ଭ ମଧିଅରେ ଅଛନ୍ତି।'

Chapter Complete

You have read Zechariah 8

23 verses