Lumina
Zechariah

Future Deliverance

Zechariah 12·Oriya Bible

1ଏକ ସ୍ବର୍ଗୀଯ ବାଣୀ, ଇଶ୍ରାୟେଲ ବିଷଯ ରେ ସଦାପ୍ରଭୁଙ୍କର ଏହି ବାର୍ତ୍ତା। ଏହା ହେଉଛି ସଦାପ୍ରଭୁଙ୍କର ବାର୍ତ୍ତା ୟିଏକି ସ୍ବର୍ଗକୁ ବିସ୍ତାର କରିଅଛନ୍ତି ଏବଂ ପୃଥିବୀକୁ ସ୍ଥାପନ କରିଅଛନ୍ତି। ସେ ହେଉଛନ୍ତି ଜଣେ ୟିଏକି ମନୁଷ୍ଯମାନଙ୍କ ମଧିଅରେ ନିଶ୍ବାସ ପ୍ରଶ୍ବାସ ସ୍ଥାପନ କରିଅଛନ୍ତି।

2 ଦେଖ, ଦେଶସମୂହ ପ୍ରତି ୟିରୁଶାଲମକୁ ଏକ ପାନପାତ୍ର ସଦୃଶ ଆମ୍ଭେ ନିର୍ମାଣ କରିବା। ଯିହୁଦା ଓ ୟିରୁଶାଲମ ଅବରୋଧ ହାଇେ ରହିବ।

3କିନ୍ତୁ ଆମ୍ଭେ ୟିରୁଶାଲମକୁ ସମସ୍ତ ଦେଶ ପାଇଁ ଏକ ଭାରି ପଥର କରିବା। ଯେଉଁମାନେ ତାକୁ ଉଠାଇବେ, ସମାନେେ ଆଘାତପ୍ରାପ୍ତ ହବେେ। ସହେି ଲୋକମାନେ ପ୍ରକୃତ ରେ କ୍ଷତବିକ୍ଷତ ହବେେ। କାରଣ ପୃଥିବୀର ସମଗ୍ର ଗୋଷ୍ଠୀ ୟିରୁଶାଲମ ବିରୁଦ୍ଧ ରେ ଏକତ୍ରୀତ ହବେେ।

4ସଦାପ୍ରଭୁ କୁହନ୍ତି, ସଦେିନ ଆମ୍ଭେ ପ୍ରେତ୍ୟକକ ଅଶ୍ବକୁ ଭୟଭୀତ କରାଇବା ଏବଂ ଅଶ୍ବାରୋହୀର ମତିଭ୍ରମ ହବେ। ଆମ୍ଭେ ଦେଶମାନଙ୍କର ସମସ୍ତ ଅଶ୍ବକୁ ଅନ୍ଧ କରିଦବୋ, ମାତ୍ର ମାରେ ଚକ୍ଷୁ ଖାେଲା ରହିବ ଏବଂ ଯିହୁଦା ଉପ ରେ ମାରେ ସତର୍କ ଦୃଷ୍ଟି ରହିବା

5ଯିହୁଦାର ପରିବାରର ନେତାଗଣ ଲୋକମାନଙ୍କୁ ଉତ୍ସାହିତ କରିବେ। ସମାନେେ କହିବେ, 'ୟିରୁଶାଲମର ଲୋକମାନେ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବରଙ୍କଠା ରେ ଆସ୍ଥା ରଖନ୍ତି।'

Zechariah 12 illustration - Zechariah Chapter 12

6ସହେିଦିନ ଯିହୁଦା ପରିବାରର ନେତାଗଣଙ୍କୁ ଆମ୍ଭେ ଗଛ ମଧିଅରେ ଜଳନ୍ତା ପାତ୍ର ପରି କରିବା ଏବଂ କଟା ହାଇେଥିବା ନୂତନ ଶସ୍ଯ ମଧିଅରେ ଏକ ଜଳନ୍ତା ମଶାଲ ସଦୃଶ କରିବା। ସମାନେେ ତାଙ୍କ ବାମ ଓ ଦକ୍ଷିଣ ରେ ଥିବା ଲୋକମାନଙ୍କୁ ଧ୍ବଂସ କରିବେ କିନ୍ତୁ ୟିରୁଶାଲମ ତା'ର ସ୍ଥାନ ରେ ଅକ୍ଷତ ରହିବ।

7ସଦାପ୍ରଭୁ ସର୍ବପ୍ରଥମେ ଯିହୁଦାର ତମ୍ବୁଗୁଡିକୁ ରକ୍ଷା କରିବେ। ସେ ଏପରି କରିବେ ୟଦ୍ବାରା ଦାଉଦଙ୍କ ଗୃହର ସମ୍ମାନ ଏବଂ ୟିରୁଶାଲମର ପରାକ୍ରମ ଯିହୁଦାର ଗୌରବଠାରୁ ଅଧିକ ହବେ ନାହିଁ।

8ସହେିଦିନ ସଦାପ୍ରଭୁ ପୁନର୍ବାର ୟିରୁଶାଲମର ଲୋକମାନଙ୍କୁ ସୁରକ୍ଷା ଦବେେ। ଏପରିକି ସବୁଠାରୁ ଦୁର୍ବଳ ବ୍ଯକ୍ତି ମଧ୍ଯ ସହେିଦିନ ଦାଉଦଙ୍କ ପରି ହବେ। ସହେିଦିନ ଆଉ ମଧ୍ଯ ଦାଉଦଙ୍କ ପରିବାର ଲୋକ ଦବେତାଗଣଙ୍କ ପରି ଓ ସଦାପ୍ରଭୁଙ୍କ ଦୂତପରି ତାଙ୍କ ସମ୍ମୁଖ ରେ ହବେେ।

9ସଦାପ୍ରଭୁ କୁହନ୍ତି, ସହେିଦିନ ଯେଉଁ ଦେଶ ୟିରୁଶାଲମ ବୁରୁଦ୍ଧ ରେ ଆସିବ ଆମ୍ଭେ ତାକୁ ଧ୍ବଂସ କରିବା।

10ଆମ୍ଭେ ଦାଉଦ ପରିବାର ଓ ୟିରୁଶାଲମ ନିବାସୀଙ୍କ ଉପ ରେ ଦୟା ଓ ବିନତୀର ଆତ୍ମା ବୃଷ୍ଟି କରିବା। ସମାନେେ ଆମ୍ଭକୁ ଦେଖିବେ, ଯାହାକୁ ସମାନେେ ବିନ୍ଧି କଲେ। ଏବଂ ସମାନେେ ଶାେକ କରିବେ। ସମାନେେ ଏପରି ଶାେକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ଯୁ ରେ ଜଣେ ଯେପରି ଶାେକ କରେ। ସମାନେେ ବ୍ଯାକୁଳ ହାଇେ କାନ୍ଦିବେ, ଯେପରି ଜଣେ ଜେଷ୍ଠପୁତ୍ରର ମୃତ୍ଯୁ ରେ କାନ୍ଦନ୍ତି।

Zechariah 12 illustration - Zechariah Chapter 12

11ସହେିଦିନ, ୟିରୁଶାଲମ ରେ ଶାେକ ହବେ, ଏପରି ମହାନ୍ ଶାେକ ଯେପରିକି ହଦଦ୍-ରିମ୍ମୋଶ ମଗିଦ୍ଦୋନର ଉପତ୍ୟକା ରେ ହାଇେଥିଲା।

12ସମଗ୍ର ଦେଶ ଶାେକ କରିବ, ପ୍ରେତ୍ୟକକ ପରିବାର ନିଜେ ନିଜେ ଶାେକ କରିବେ। ଦାଉଦ ପରିବାରର ଲୋକମାନେ ନିଜେ ନିଜେ, ଏବଂ ସମାନଙ୍କେର ସ୍ତ୍ରୀମାନେ ନିଜେ ନିଜେ, ନାଥନ୍ ବଂଶର ଲୋକମାନେ ନିଜେ ନିଜେ ଏବଂ ସମାନଙ୍କେର ସ୍ତ୍ରୀମାନେ ନିଜେ ନିଜେ ଶୋକ କରିବେ।

13ଲବେୀ ପରିବାରର ନିଜେ ନିଜେ ଏବଂ ସମାନଙ୍କେର ସ୍ତ୍ରୀଲୋକମାନେ ନିଜେ ନିଜେ, ଶିମିଯିର ପରିବାରମାନେ ନିଜେ ନିଜେ ଶାେକ କରିବେ ଏବଂ ତାଙ୍କର ସ୍ତ୍ରୀମାନେ ନିଜେ ନିଜେ ଶାେକ କରିବେ।

14ଏବଂ ଅନ୍ୟ ସମସ୍ତ ବଞ୍ଚିତ ପରିବାର ନିଜେ ନିଜେ, ପ୍ରେତ୍ୟକକ ପରିବାରବର୍ଗ ଏକା ଏବଂ ସମାନଙ୍କେର ସ୍ତ୍ରୀମାନେ ନିଜେ ନିଜେ ଶାେକ କରିବେ।

Chapter Complete

You have read Zechariah 12

14 verses