Lumina
SongofSolomon

Praise of the Beloved

SongofSolomon 7·Oriya Bible

1ଆଗୋ ରାଜକନ୍ଯ, ପାଦୁକା ରେ ତୁମ୍ଭ ଚରଣ କେତେ ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୂଣ ଶିଳ୍ପକର ହସ୍ତ ରେ ନିର୍ମିତ ରତ୍ନହାର ସ୍ବରୂପ।

2ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା ବତ୍ତୁର୍ଳ ପାତ୍ର ତୁଲ୍ଯ। ତୁମ୍ଭର ଉଦର ଶାେଶନ୍ ପୁଷ୍ପ ମଣ୍ଡିତ ଗହମ ରାଶି ତୁଲ୍ଯ।

3ତୁମ୍ଭର ସ୍ତନ ୟୁଗଳ ହରିଣର ୟାଆଁଳା ଛୁଆପରି।

4ତୁମ୍ଭର ଗଳଦେଶ ଗଳଦନ୍ତମଯ ଦୁର୍ଗ ସଦୃଶ। ତୁମ୍ଭ ନେତ୍ର ୟୁଗଳ ବେଥି-ଗଦ୍ଦୀମ ନଗର ଦ୍ବାର ନିକଟସ୍ଥ ହିଶ୍ବୋନ୍ ସରୋବର ସଦୃଶ। ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ଯ।

5ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ଯ। ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ଯ। ତହିଁର ବଣେୀ ପାଶ ରେ ରାଜା ବନ୍ଦୀରୂପେ ଧୃତ ଅଟନ୍ତି।

SongofSolomon 7 illustration - SongofSolomon Chapter 7

6ଆଗୋ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କମେନ୍ତ ସୁନ୍ଦରୀ ଓ ମ ନୋହାରିଣୀ।

7ତୁମ୍ଭ ଶରୀରର ଦୀର୍ଘ୍ଯତା ଖଜୁରୀ ବୃକ୍ଷ ତୁଲ୍ଯ ଓ ତୁମ୍ଭ ସ୍ତନ ମେଞ୍ଚାଏ ଫଳ ତୁଲ୍ଯ।

8ମୁଁ କହିଲି, ମୁଁ ଖଜୁରି ଗଛ ଚଢ଼ିବି। ମୁଁ ତହିଁର ବାହୁଙ୍ଗା ଧରିବି। ତୁମ୍ଭର ସ୍ତନ ତୁଲ୍ଯ ହେଉ। ପୁଣି ତୁମ୍ଭ ନିଶ୍ବାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ଯ ହେଉ।

9ତୁମ୍ଭର ଚୁମ୍ବନ ସର୍ବୋତ୍ତମ, ଦ୍ରାକ୍ଷାରସ ତୁଲ୍ଯ, ସହେି ଦ୍ରାକ୍ଷାରସ ମାେ ପ୍ରିଯତମାଙ୍କ ଗଳ ଦେଶ ରେ ଧୀର ଭାବରେ ଗଳିୟାଏ ଏବଂ ମାରେ ଓଷ୍ଠ ଓ ଦାନ୍ତ ଦଇେ ଧୀ ରେ ଧୀ ରେ ବହିୟାଏ।

10ମୁଁ ଆପଣା ପ୍ରିଯତମଙ୍କର ଓ ତାଙ୍କର ବାସନା ମାେ ପ୍ରତି ଅଛି।

SongofSolomon 7 illustration - SongofSolomon Chapter 7

11ଆସ, ମାରେ ପ୍ରିଯତମ, ଆମ୍ଭମାନେେ କ୍ଷେତ୍ରକୁ ୟିବା। ଆସ ହନୋ ଚାରାଗଛ ଗହଣ ରେ ରାତିଟି କଟଇଦେବୋ।

12ଆମ୍ଭମାନେେ ଅତି ପ୍ରଭାତ ରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ। ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ଫୁଟିତ ଓ ଡ଼ାଳିମ୍ବ ପୁଷ୍ପିତ ହାଇେଅଛି କି ନାହିଁ, ତାହା ଆମ୍ଭମାନେେ ଦେଖିବା। ସଠାେ ରେ ମୁଁ ତୁମ୍ଭଙ୍କୁ ଆପଣା ପ୍ ରମେ ପ୍ରଦାନ କରିବି।

13ଦୂଦା ଫୁଲ ସୁବାସ ହେଉଅଛି। ଆମ୍ଭମାନଙ୍କ ଦ୍ବାର ନିକଟରେ ସର୍ବପ୍ରକାର ବହୁମୂଲ୍ଯ ତଟକା ଫଳ ଓ ଶୁଖିଲା ଫଳ ଅଛି। ହେ ମାରେ ପ୍ରିଯତମ, ଏସବୁ ମୁଁ ତୁମ୍ଭ ପାଇଁ ରଖିଅଛି।

Chapter Complete

You have read SongofSolomon 7

13 verses