Lumina
Revelation

Revelation 14

Revelation 14·Oriya Bible

1ତା'ପରେ ମୁଁ ମାେ ସମ୍ମୁଖ ରେ ମଷେଶାବକଙ୍କୁ ଦେଖିଲି। ସେ ସିୟୋନ ପର୍ବତ ଉପରେ ଠିଆ ହାଇେଥିଲେ। ତାହାଙ୍କ ସହିତ 1,44,000 ଲୋକ ଥିଲେ। ସମାନଙ୍କେ କପାଳ ରେ ମଷେଶାବକ ଓ ତାହାଙ୍କ ପରମପିତାଙ୍କ ନାମ ଲଖାେଥିଲା।

2ମୁଁ ସ୍ବର୍ଗରୁ ମହାଜଳପ୍ରପାତ ଓ ମହାବଜ୍ରନାଦ ଭଳି ଏକ ଏକ ସ୍ବର ଶୁଣିଲି। ଏହା ବୀଣାବାଦକମାନେ ସମାନଙ୍କେର ବୀଣାବାଦନ କରିବାପରି ମନେ ହେଲା।

3ଏହି ଲୋକମାନେ ସିଂହାସନ ସମ୍ମୁଖ ରେ ଚାରିଜଣ ଜୀବନ୍ତ ପଶୁଙ୍କ ସମ୍ମୁଖ ରେ ଓ ପ୍ରାଚୀନମାନଙ୍କ ସମ୍ମୁଖ ରେ ଗୋଟିଏ ନୂତନ ଗୀତ ଗାଇଲେ। ପୃଥିବୀରୁ କ୍ରୟ କରାଯାଇଥିବା କବଳେ 1,44,000 ଜଣ ଲୋକମାନଙ୍କ ଛଡ଼ା କହେି ହେଲେ ଏହି ଗୀତ ଶିଖି ପାରିଲେ ନାହିଁ।

4ଏହି 1,44,000 ଜଣ ଲୋକମାନେ ସ୍ତ୍ରୀମାନଙ୍କ ସହିତ କୌଣସି ବ୍ଯଭିଚାରପାପ କରିନାହାଁନ୍ତି। ସମାନେେ ନିଜକୁ କୁମାରୀକନ୍ଯା ତୁଲ୍ଯ ପବିତ୍ର କରି ରଖିଛନ୍ତି। ମଷେଶାବକ ଯେଉଁ ଯେଉଁ ସ୍ଥାନକୁ ଯାଆନ୍ତି, ସମାନେେ ତାହାଙ୍କର ଅନୁସରଣ କରନ୍ତି। ଏହି 1,44,000 ଜଣ ମନୁଷ୍ଯଜାତି ମଧ୍ଯରୁ ମୁକ୍ତି ପାଇଛନ୍ତି। ସମାନେେ ପରମେଶ୍ବର ଓ ମଷେଶାବକଙ୍କ ଉଦ୍ଦେଶ୍ଯ ରେ ପ୍ରଥମଫଳ ସ୍ବରୂପେ ଉତ୍ସର୍ଗରକୃତ ହାଇେଛନ୍ତି।

5ସମାନେେ କବେେ ମିଥ୍ଯା କହନ୍ତି ନାହିଁ। ସମାନେେ ସର୍ବଦା ନିର୍ଦ୍ ଦୋଷ।

Revelation 14 illustration - Revelation Chapter 14

6ତା'ପରେ ମୁଁ ଆଉ ଏକ ଦୂତଙ୍କୁ ଉଚ୍ଚ ଆକାଶ ରେ ଉଡ଼ୁଥିବାର ଦେଖିଲି। ପୃଥିବୀର ସକଳ ବାସିନ୍ଦାମାନଙ୍କୁ ସମସ୍ତଦେଶ, ଜାତି, ଭାଷା ଓ ପ୍ରଜାତିର ଲୋକମାନଙ୍କୁ ଉପଦେଶ ଦବୋପାଇଁ ସହେି ସ୍ବର୍ଗଦୂତଙ୍କ ପାଖ ରେ ଏକ ଅନନ୍ତକାଳୀନ ସୁସମାଚାର ଥିଲା।

7ସହେି ସ୍ବର୍ଗଦୂତ ଉଚ୍ଚ ସ୍ବର ରେ କହିଲେ, ପରମେଶ୍ବରଙ୍କୁ ଭୟ କର ଓ ତାହାଙ୍କୁ ମହିମା ପ୍ରଦାନ କର। ପରମେଶ୍ବରଙ୍କ ଦ୍ବାରା ଲୋକମାନଙ୍କୁ ବିଚାର କରିବା ସମୟ ଉପସ୍ଥିତ। ପରମେଶ୍ବରଙ୍କର ଉପାସନା କର। ସେ ସ୍ବର୍ଗ, ପୃଥିବୀ, ସମୁଦ୍ର ଓ ଜଳଉତ୍ସଗୁଡ଼ିକର ସୃଷ୍ଟିକର୍ତ୍ତା।

8ତା'ପରେ ଦ୍ବିତୀୟ ଦୂତ ଜଣକ, ପ୍ରଥମ ସ୍ବର୍ଗଦୂତଙ୍କୁ ଅନୁସରଣ କରି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦଖାଇେ ଭ୍ରଷ୍ଟାଚାର କାମ ଓ ପରମେଶ୍ବରଙ୍କ କୋର୍ଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହାଇଯୋଇଛି।

9ତା'ପରେ ତୃତୀୟଦୂତ ଜଣକ, ଅନ୍ୟ ଦୁଇଜଣ ଦୂତଙ୍କୁ ଉଚ୍ଚ ସ୍ବର ରେ ଅନୁସରଣ କରି କହିଲେ, ଯଦି କହେି ଲୋକ ସହେି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରେ ଓ ତା' ନିଜ କପାଳ ରେ ଓ ହାତ ରେ ତା'ର ଚିହ୍ନ ଧାରଣ କରେ,

10ସହେି ଲୋକ ପରମେଶ୍ବରଙ୍କ କୋର୍ଧର ସୁରା ପାନ କରିବ। ଏହି ସୁରା ପରମେଶ୍ବରଙ୍କ କୋର୍ଧର ପାତ୍ର ରେ ଅମିଶ୍ରିତ ଭାବେ ଢ଼ଳା ହାଇେଛି। ସେ ପବିତ୍ର ଦୂତଗଣ ଓ ମଷେଶାବକଙ୍କ ସମ୍ମୁଖ ରେ ଜ୍ବଳନ୍ତ ଗନ୍ଧକରେ ୟନ୍ତ୍ରଣା ପାଇବ।

Revelation 14 illustration - Revelation Chapter 14

11ସମାନଙ୍କେ ୟନ୍ତ୍ରଣାର ଧୂଆଁ ସବୁବଳେ ପାଇଁ ଉଠୁଥିବ। ସମାନଙ୍କେୁ ୟନ୍ତ୍ରଣାରୁ ଦିନରାତି କବେେ ହେଲେ ଆରାମ ମିଳିବ ନାହିଁ, କାରଣ ସମାନେେ ସହେି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରିଛନ୍ତି ଓ ତାହାର ନାମର ଚିହ୍ନ ଧାରଣ କରିଛନ୍ତି।

12ଏହାର ଅର୍ଥ ହେଉଛି ଯେ, ପରମେଶ୍ବରଙ୍କର ପବିତ୍ର ଲୋକମାନେ ର୍ଧୈୟ୍ଯବାନ୍ ହୁଅନ୍ତୁ। ସମାନେେ ପରମେଶ୍ବରଙ୍କର ଆଜ୍ଞା ମାନିବା ଓ ଯୀଶୁଙ୍କ ପାଖ ରେ ବିଶ୍ବାସ ରଖୁଥିବା ଉଚିତ୍।

13ତା'ପରେ ମୁଁ ଗୋଟିଏ ସ୍ବର ସ୍ବର୍ଗରୁ ଶୁଣିଲି। ସହେି ସ୍ବର କହିଲା, ଏହା ଲେଖିରଖ : ବର୍ତ୍ତମାନଠାରୁ ପ୍ରଭୁଙ୍କଠା ରେ ବିଶ୍ବାସ ରଖି ଯେଉଁମାନେ ମୃତ୍ଯୁବରଣ କରନ୍ତି, ସମାନେେ ଧନ୍ଯ।

14ତା'ପରେ ମୁଁ ଦେଖିଲି, ମାେ ସମ୍ମୁଖ ରେ ଗୋଟିଏ ଧଳା ମେଘ ଥିଲା। ସହେି ମେଘ ଉପରେ ମନୁଷ୍ଯପୁତ୍ରଙ୍କ ପରି ଜଣେ ବ୍ଯକ୍ତି ବସିଥିଲେ। ତାହାଙ୍କ ମୁଣ୍ଡ ରେ ଗୋଟିଏ ସୁନାର ମୁକୁଟ ଓ ହାତ ରେ ଗୋଟିଏ ମୁନିଆ ଦାଆ ଥିଲା।

15ତା'ପରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ। ସେ ମେଘ ଉପରେ ବସିଥିବା ବ୍ଯକ୍ତିଙ୍କୁ ଡ଼ାକି କହିଲେ, ଦାଆ ଲଗାଇ ଶସ୍ଯ ଅମଳ କର, କାରଣ ଶସ୍ଯ ଅମଳର ସମୟ ହାଇେ ଗଲାଣି। ପୃଥିବୀର ଫଳ ପାଚିଗଲାଣି।

Revelation 14 illustration - Revelation Chapter 14

16ତେଣୁ ମେଘ ଉପରେ ୟିଏ ବସିଥିଲେ, ସେ ପୃଥିବୀର ଶସ୍ଯ ରେ ଦାଆ ଲଗାଇଲେ। ଏହିପରି ପୃଥିବୀର ଶସ୍ଯ କଟାଗଲା।

17ତା'ପରେ ଆଉ ଜଣେ ସ୍ବର୍ଗ ଦୂତ ସ୍ବର୍ଗର ମନ୍ଦିର ଭିତରୁ ଆସିଲେ। ତାହାଙ୍କର ମଧ୍ଯ ଗୋଟିଏ ଧାରୁଆ ଦାଆ ଥିଲା।

18ତା'ପରେ ଆଉ ଜଣେ ସ୍ବର୍ଗଦୂତ ବଦେୀରୁ ଆସିଲେ। ସହେି ଦୂତଙ୍କର ଅଗ୍ନି ଉପରେ କ୍ଷମତା ଥିଲା। ସେ ଧାରୁଆ ଦାଆ ଧରିଥିବା ଦୂତଙ୍କୁ ଉଚ୍ଚସ୍ବର ରେ ଡ଼ାକି କହିଲେ, ପୃଥିବୀର ଅଙ୍ଗୁର ପନ୍େଥାଗୁଡ଼ିକ ଦାଆ ବ୍ଯବହାର କରି କାଟି ପକାଅ, କାରଣ ଦ୍ରାକ୍ଷା ପାଚିଗଲାଣି।

19ତା'ପରେ ସ୍ବର୍ଗଦୂତ ପୃଥିବୀ ଉପରେ ନିଜର ଦାଆ ବୁଲାଇଲେ ଓ ପୃଥିବୀରୁ ଦ୍ରାକ୍ଷାଗୁଡ଼ିକୁ ଏକାଠି କଲେ। ସେ ପରମେଶ୍ବରଙ୍କର କୋରଧ ରୂପ ଦ୍ରାକ୍ଷାପଷୋ କୁଣ୍ଡ ରେ ସଗେୁଡ଼ିକୁ ପକାଇ ଦେଲେ।

20ନଗର ବାହା ରେ ଦ୍ରାକ୍ଷା ଫଳ ସବୁ ସହେି ଦ୍ରାକ୍ଷାପଷୋ କୁଣ୍ଡ ରେ ଚିପୁଡ଼ା ହେଲା। ସହେି ଦ୍ରାକ୍ଷାକୁଣ୍ଡରୁ ରକ୍ତ ବୋହିଲା। ଏହା ଘୋଡ଼ାମାନଙ୍କ ଲଗାମ ପର୍ୟ୍ଯନ୍ତ ଉପରକୁ ଉଠି 300 କି ଲୋମିଟର ପର୍ୟ୍ଯନ୍ତ ରକ୍ତ ଷୋର୍ତ ହାଇେ ବହିବା ରେ ଲାଗିଲା।

Chapter Complete

You have read Revelation 14

20 verses