Lumina
Psalms

Keep Not Silence

Psalms 83·Oriya Bible

1ହେ ପରମେଶ୍ବର, ତୁମ୍ଭେ ନୀରବ ରୁହ ନାହିଁ! ତୁମ୍ଭର କାନ ବନ୍ଦ କର ନାହିଁ ! ହେ ପରମେଶ୍ବର, ଦୟାକରି କିଛି କୁହ !

2ହେ ପରମେଶ୍ବର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି ଏବଂ ସମାନେେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।

3ସମାନେେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି। ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିଯ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।

4ସହେି ଶତ୍ରୁମାନେ କହନ୍ତି, ଆସ ଆମ୍ଭମାନେେ ସମାନଙ୍କେୁ ପୁରାପୁରି ଧ୍ବଂସ କରିଦବୋ, ତବେେ ସମାନେେ ଗୋଟିଏ ଜାତି ହାଇେ ରହିବେ ନାହିଁ। ତାହା ହେଲେ ଇଶ୍ରାୟେଲର ନାମକୁ କହେି ମନେପକାଇବେ ନାହିଁ।

5ହେ ପରମେଶ୍ବର, ସମାନେେ ସମାନଙ୍କେର ଯୋଜନାରେ ଏକତ୍ରୀତ ହାଇେଛନ୍ତି। ସମାନେେ ତୁମ୍ଭ ବିରୁଦ୍ଧରେ ୟୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।

Psalms 83 illustration - Psalms Chapter 83

6ଇଦୋମର ବଂଶଧର ଇଶ୍ରାୟେଲୀୟମାନେ, ମାୟୋବ ଓ ହାଗରୀଯମାନେ, ଗବାଲ୍, ଅମ୍ମାନେ,

7ଅମାଲେକ୍ ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ ତୁମ୍ଭ ବିରୁଦ୍ଧରେ ନିଯମ ସ୍ଥାପନ କରିଅଛନ୍ତି।

8ଏପରିକି ଅଶୂରୀଯ ମଧ୍ଯ ସମାନଙ୍କେ ସଙ୍ଗେ ୟୋଗ ଦଇେଛନ୍ତି। ସମାନେେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି।

9ହେ ପରମେଶ୍ବର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ୟପରେି ମିଦିଯନମାନଙ୍କୁ, ସୀଷରା ଓ ୟାବୀନମାନଙ୍କୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।

10ସମାନଙ୍କେୁ ଐନଦୋର ନିକଟରେ ପରାସ୍ତ କଲ ଏବଂ ସମାନଙ୍କେ ଶରୀର ସହେି ସ୍ଥାନରେ ସଢ଼ି ଗଲା।

Psalms 83 illustration - Psalms Chapter 83

11ତୁମ୍ଭେ ସମାନଙ୍କେ ପ୍ରଧାନବର୍ଗଙ୍କୁ ଓରେବ୍, ସବରେ, ସବହେ ଓ ସଲମୁନଙ୍କୁ ପରାସ୍ତ କଲା ପରି ପରାସ୍ତ କର।

12ସହେି ନେତାମାନେ କହିଲେ, ସମାନେେ ତୁମ୍ଭର ଭୂମି ଛାଡ଼ିବା ପାଇଁ ଆମ୍ଭକୁ ବାଧ୍ଯ କରିବେ।

13ମାରେ ପରମେଶ୍ବର ତୁମ୍ଭେ ସମାନଙ୍କେୁ ଘୂର୍ଣ୍ଣିବାଯୁ ଦ୍ବାରା ଗଛ ଉପୁଡ଼ିଲା ପରି ଏବଂ ବାଯୁ ସମ୍ମୁଖରେ କୁଟାପରି ଛୁନ୍ନଛତ୍ର କର।

14ଅଗ୍ନିରେ ପୋଡ଼ି, ଜଙ୍ଗଲ ଓ ପାହାଡ଼ ଧ୍ବଂସ ହେଲା ପରି ଶତ୍ରୁମାନଙ୍କୁ ଧ୍ବଂସ କର।

15ହେ ପରମେଶ୍ବର, ସହେି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରଇେ ଦିଅ। ଆପଣା ପ୍ରଚଣ୍ଡ ବତାସଦ୍ବାରା ସମାନଙ୍କେୁ ଭୟଭୀତ କର।

Psalms 83 illustration - Psalms Chapter 83

16ହେ ପରମେଶ୍ବର, ସମାନେେ ୟପରେି ତୁମ୍ଭର ନାମ ଅନ୍ବଷେଣ ନ କରିବା ପର୍ୟ୍ଯନ୍ତ ସମାନଙ୍କେୁ ଲଜ୍ଜାରେ ଆଚ୍ଛାଦନ କର।

17ହେ ପରମେଶ୍ବର ସମାନଙ୍କେୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର। ସମାନଙ୍କେୁ ଅପମାନିତ କର ଓ ବିନାଶ କର।

18ଏହାପରେ ସମାନେେ ଜାଣିବେ ୟେ ୟାହାର ନାମ ୟି ହାବୋ, ତୁମ୍ଭେ ପ୍ରକୃତରେ, ସମୁଦାଯ ଭୂମଣ୍ଡଳରେ ସର୍ବୋପରିସ୍ଥ ପରମେଶ୍ବର ଅଟ।

Chapter Complete

You have read Psalms 83

18 verses