Lumina
Psalms

Why Hast Thou Cast Us Off?

Psalms 74·Oriya Bible

1ପରମେଶ୍ବର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ଯାଗ କଲ ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ୟେ ତୁମ୍ଭର ନିଜ ଦଳ?

2ପୂର୍ବରୁ ତୁମ୍ଭର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭର ନିଜର କଲ। ତୁମ୍ଭର ଖୁବ୍ ନିଜର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭେ ରକ୍ଷା କଲ ଏବଂ ସିଯୋନ୍ ପର୍ବତକୁ ସ୍ମରଣ କର ଯେଉଁଠାରେ ତୁମ୍ଭେ ବାସ କଲ।

3ପରମେଶ୍ବର, ସହେି ପ୍ରାଚୀନର ଭଗ୍ନାବଶଷେ ଉପରେ ଚାଲନ୍ତୁ। ଯେଉଁଠାରେ ଶତ୍ରୁମାନେ ମନ୍ଦିରର ସବୁକିଛି ନଷ୍ଟ କରିଥିଲେ।

4ତୁମ୍ଭର ଶତ୍ରୁଗଣ ବାହାର ମନ୍ଦିରରେ ୟୁଦ୍ଧ ଧ୍ବନି କଲେ। ସମାନେେ ତାଙ୍କର ବିଜଯଧ୍ବଜା ମନ୍ଦିର ଉପରେ ଉଡ଼ାଇଲେ।

5ଜଙ୍ଗଲରେ କୁରାଢ଼ୀ ବ୍ଯବହାର କରୁଥିବା ଲୋକମାନଙ୍କ ପରି ଶତ୍ରୁ ସୈନ୍ଯମାନେ ଦଖାଯାେଉଥିଲେ।

Psalms 74 illustration - Psalms Chapter 74

6ହେ ପରମେଶ୍ବର, ସମାନେେ କୁରାଢ଼ି ଓ ଟାଙ୍ଗିଆ ଦ୍ବାରା ତୁମ୍ଭ ମନ୍ଦିରର ଖାଦେିତ କାଠ ପଟାଗୁଡ଼ିକ ନଷ୍ଟ କଲେ।

7ସହେି ସୈନ୍ଯଗଣ ତୁମ୍ଭ ପବିତ୍ର ସ୍ଥାନକୁ ଜାଳି ଦେଲେ। ସହେି ମନ୍ଦିର ତୁମ୍ଭ ନାମର ସମ୍ମାନାର୍ଥେ ତିଆରି ହାଇେଥିଲା, କିନ୍ତୁ ସମାନେେ ତାକୁ ଅଶୁଚି କରି ଧୂଳିସାତ୍ କରି ଦେଲେ।

8ସମାନେେ ନିଷ୍ପତ୍ତି କଲେ, ଆମ୍ଭମାନଙ୍କୁ ପୂରାପୂରି ଧ୍ବଂସ କରିବାକୁ ସମାନେେ ଦେଶ ମଧ୍ୟରେ ପରମେଶ୍ବରଙ୍କର ସକଳ ପବିତ୍ରସ୍ଥାନ ଦଗ୍ଦ କରି ଦେଲେ।

9ଆମ୍ଭମାନେେ ନିଜ ଚିହ୍ନସବୁ ଦେଖୁ ନାହୁଁ। କୌଣସି ଭବିଷ୍ଯଦ୍ବକ୍ତା ଆଉ ନାହାନ୍ତି। କ'ଣ କରିବାକୁ ହବେ କହେି ଜାଣନ୍ତି ନାହିଁ।

10ହେ ପରମେଶ୍ବର, ଶତ୍ରୁମାନେ କେତକୋଳ ତୁମ୍ଭର ନିନ୍ଦା କରିବେ ? ତୁମ୍ଭେ ଚିରଦିନ କ'ଣ ତୁମ୍ଭର ଶତ୍ରୁମାନଙ୍କୁ ଅପମାନ କରିବା ପାଇଁ ସୁଯୋଗ ଦବେ ?

Psalms 74 illustration - Psalms Chapter 74

11ତୁମ୍ଭେ ଆମ୍ଭମାନଙ୍କୁ କାହିଁକି, ସାହାୟ୍ଯ କରିବ ନାହିଁ ? ତୁମ୍ଭେ ଆପଣା ମହାଶକ୍ତିକୁ ବ୍ଯବହାର କରି ଶତ୍ରୁମାନଙ୍କୁ ପରାଜଯ କର।

12ହେ ପରମେଶ୍ବର, ତୁମ୍ଭେ ଆମ୍ଭମାନଙ୍କର ପୂର୍ବାବଧି ରାଜା ହେଉଅଛ। ଏହି ଦେଶରେ ବହୁତ ୟୁଦ୍ଧରେ ଜିତିବାରେ ଆମ୍ଭକୁ ସାହାୟ୍ଯ କରିଛ।

13ହେ ପରମେଶ୍ବର, ତୁମ୍ଭେ ଆପଣା ମହାନ୍ ଶକ୍ତିକୁ ବ୍ଯବହାର କରି ଲୋହିତ ସମୁଦ୍ରକୁ ଦୁଇଭାଗ କର।

14ତୁମ୍ଭେ ସମୁଦ୍ରରେ ଥିବା ମହାନ୍ ରାକ୍ଷସକୁ ବଧ କଲ। ତୁମ୍ଭେ ଲିବିଯାଥନର ମସ୍ତକ ଖଣ୍ଡଖଣ୍ଡ କରି କାଟି ପକାଇଲ। ତୁମ୍ଭେ ମରୁଭୂମିର ପଶୁମାନଙ୍କ ଖାଦ୍ୟ ନିମନ୍ତେ ତାହାକୁ ଦଲେ।

15ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ।

Psalms 74 illustration - Psalms Chapter 74

16ହେ ପରମେଶ୍ବର, ଦିବସ ଓ ରାତ୍ରିର ଶାସକ, ତୁମ୍ଭେ ଚନ୍ଦ୍ର ଓ ସୂର୍ୟ୍ଯ ପ୍ରସ୍ତୁତ କରିଅଛ।

17ତୁମ୍ଭେ ପୃଥିବୀର ସମସ୍ତ ସୀମା ନିର୍ଦ୍ଧାରଣ କରିଅଛ। ତୁମ୍ଭେ ଗ୍ରୀଷ୍ମକାଳ ଓ ଶୀତକାଳ ସୃଷ୍ଟି କରିଅଛ।

18ଅନନ୍ତର ସଦାପ୍ରଭୁ, ଶତ୍ରୁମାନେ ତୁମ୍ଭର ନାମକୁ ଅପମାନିତ କରିଥିବା କଥାଗୁଡ଼ିକ ମନେ ପକାଅ ୟେ, କିପରି ସହେି ମୂର୍ଖ ଲୋକମାନେ ତୁମ୍ଭରି ନାମକୁ ଅପମାନିତ କଲେ।

19ତୁମ୍ଭ କପୋତକୁ ବନ୍ଯ ପଶୁକୁ ସମର୍ପଣ କରି ନାହିଁ। ଆପଣା ଦୁଃଖୀ ଲୋକକୁ ସବୁଦିନ ପାଇଁ ଭୁଲି ନାହିଁ।

20ଆମ୍ଭମାନଙ୍କ ଚୁକ୍ତି ପୂରଣ କର। ଏହି ଭୂମିର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ଯରେ ପରିପୂର୍ଣ୍ଣ ହେଲା।

Psalms 74 illustration - Psalms Chapter 74

21କଷ୍ଟ ପାଉଥିବା ଲୋକମାନଙ୍କୁ ଆଉ ଲଜ୍ଜିତ ହବୋକୁ ଦିଅ ନାହିଁ। ଗରିବ ଏବଂ ଅଭାବୟୁକ୍ତ ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।

22ପରମେଶ୍ବର, ଉଠ ଏବଂ ତୁମ୍ଭର ସମ୍ମାନ ରକ୍ଷା କର। ମୂର୍ଖ ଲୋକମାନେ କିପରି ଦିନୟାକ ତୁମ୍ଭକୁ ଅପମାନିତ କରୁଛନ୍ତି ସ୍ମରଣ କର!

23ତୁମ୍ଭର ଶତ୍ରୁମାନଙ୍କର ଉଦ୍ଘୋଷ କବେେ ଭୁଲିୟାଅ ନାହିଁ। ସମାନେେ ତୁମ୍ଭକୁ ବାରମ୍ବାର ଅପମାନିତ କରନ୍ତି।

Chapter Complete

You have read Psalms 74

23 verses