Lumina
Psalms

A Prayer for Righteous Judgment

Psalms 7·Oriya Bible

1ହେ ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ତୁମ୍ଭଠାରେ ଶରଣ ନେଉଛି। ମାେ ପଛରେ ଗୋଡ଼ାଇଥିବା ଲୋକମାନଙ୍କଠାରୁ ମାେତେ ରକ୍ଷା କର ଓ ଉଦ୍ଧାର କର।

2ତୁମ୍ଭେ ୟଦି ମାେତେ ସାହାୟ୍ଯ ନ କର ଶଷେରେ ସିଂହ ଦ୍ବାରା ଧରା ପଡ଼ିଥିବା ପଶୁଟି ପରି ମାରେ ଅବସ୍ଥା ହବେ। ମାେତେ ସମାନେେ ବୋହି ନଇେଯିବେ। ସେତବେେଳେ କହେି ମାେତେ ରକ୍ଷା କରିବାକୁ ନ ଥିବେ।

3ହେ ସଦାପ୍ରଭୁ ମାରେ ପରମେଶ୍ବର, ୟଦି ମୁଁ କିଛି ଭଲ କରି ନାହିଁ। ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ।

4ୟବେେ ମାରେ ବନ୍ଧୁମାନଙ୍କ ପ୍ରତି ମୁଁ ଭୁଲ୍ କରିଥାଏ ଓ ମାତ୍ର ବିନା କାରଣରେ ୟେ ମାରେ ବିପକ୍ଷ ମୁଁ ତାଙ୍କୁ ରକ୍ଷା କରିବି।

5ଏହା ୟଦି ସତ୍ଯ ନୁହେଁ ତାହା ହେଲେ ମାେତେ ଶାସ୍ତି ଦିଅ। ମାରେ ଶତ୍ରୁ ମାେ ପଛରେ ଗୋଡ଼ାଇ ମାେତେ ଧରି ମାରି ଦେଉ। ମାରେ ଜୀବନକୁ ଭୂମିରେ ଦଳି ପକାଉ। ମାରେ ଆତ୍ମାକୁ ତଥା ଗୌରବକୁ ଧୂଳିସାତ୍ କରୁ।

Psalms 7 illustration - Psalms Chapter 7

6ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କୋର୍ଧ ପ୍ରକାଶ କର। ମାରେ ଶତ୍ରୁମାନେ କୋର୍ଧିତ ତଣେୁ ସମାନଙ୍କେ ସମ୍ମୁଖରେ ରହି ସମାନଙ୍କେ ବିରୁଦ୍ଧରେ ସଂଗ୍ରାମ କର। ହେ ସଦାପ୍ରଭୁ, ମାେ ପକ୍ଷରେ ଜାଗ୍ରତ ହୁଅ ଓ ନ୍ଯାଯ ବିଚାର କର।

7ହେ ସଦାପ୍ରଭୁ, ଲୋକମାନଙ୍କର ବିଚାର କର। ଯେଉଁମାନେ କି ତୁମ୍ଭ ରାଜ୍ଯର ଚତୁର୍ଦ୍ଦିଗରେ ଏକତ୍ରୀତ ହାଇେଛନ୍ତି।

8ହେ ସଦାପ୍ରଭୁ ଲୋକମାନଙ୍କର ବିଚାର କର। ମାରେ ମଧ୍ଯ ବିଚାର କର। ପ୍ରମାଣ କର ମୁଁ ୟାହା କହୁଛି ତାହା ଠିକ୍। ପ୍ରମାଣ କର ୟେ ମୁଁ ନିରପରାଧ।

9ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ। ସାଧୁ ସନ୍ଥ ଲୋକଙ୍କୁ ସାହାୟ୍ଯ କର। ହେ ପରମେଶ୍ବର ତୁମ୍ଭେ ଅତ୍ଯନ୍ତ ମହାନ୍ ଏବଂ ଲୋକଙ୍କ ହୃଦଯକୁ ସହଜରେ ଚିହ୍ନିପାର।

10ପରମେଶ୍ବର ସବୁବେଳେ ୟଥାର୍ଥ ହୃଦଯ ବ୍ଯକ୍ତିମାନଙ୍କୁ ସାହାୟ୍ଯ କରନ୍ତି, ତଣେୁ ପରମେଶ୍ବର ମାେତେ ନିଶ୍ଚଯ ରକ୍ଷା କରିବେ।

Psalms 7 illustration - Psalms Chapter 7

11ପରମେଶ୍ବର ହେଉଛନ୍ତି ଧର୍ମମଯ ବିଚାରକର୍ତ୍ତା। ସେ ସବୁବେଳେ ଦୁଷ୍ଟମାନଙ୍କର କାର୍ୟ୍ଯ ପାଇଁ କୋର୍ଧ କରନ୍ତି।

12ୟଦି ପରମେଶ୍ବର କୌଣସି ନିଷ୍ପତ୍ତି ନିଅନ୍ତି ସେ ସହଜରେ ତାଙ୍କ ମନ ପରିବର୍ତ୍ତନ କରନ୍ତି ନାହିଁ।

13ପରମେଶ୍ବର ସବୁବେଳେ ଦୁଷ୍ଟମାନଙ୍କୁ ଦଣ୍ଡ ଦବୋକୁ ପ୍ରସ୍ତୁତ ଥାଆନ୍ତି।

14କିଛି ଲୋକ ସବୁବେଳେ ମନ୍ଦ ଯୋଜନାରେ ବ୍ଯସ୍ତ ଥାଆନ୍ତି। ସମାନେେ ଗୋପନ ଯୋଜନା କରନ୍ତି ଓ ମିଥ୍ଯା ମଧ୍ଯ କହନ୍ତି।

15ସେମାନେ ସବୁବେଳେ ଅନ୍ୟକୁ ଆଘାତ ଦେଇ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଶେଷରେ ସେମାନେ ନିଜ ଯନ୍ତାରେ ପଡ଼ି ଆଘାତ ପାଇବେ।

Psalms 7 illustration - Psalms Chapter 7

16ସେମାନେ ନିଶ୍ଚୟ ଦଣ୍ଡ ପାଇବେ। ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରନ୍ତି। କିନ୍ତୁ ସେମାନେ ନିଜର ଦୌରାତ୍ମ୍ୟ ପାଇଁ ନିଜେ ହିଁ ଦଣ୍ଡ ପାଇବେ।

17ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି କାରଣ ସେ ମହାନ। ମୁଁ ସର୍ବୋପରିସ୍ଥ ସଦାପ୍ରଭୁଙ୍କର ନାମରେ ପ୍ରଶଂସା ଗାନ କରିବି।

Chapter Complete

You have read Psalms 7

17 verses