Lumina
Psalms

On God Alone

Psalms 62·Oriya Bible

1ହଁ, ମାରେ ହୃଦଯ ଶାନ୍ତ ଭାବରେ ପରମେଶ୍ବରଙ୍କ ଅପେକ୍ଷା କରେ। ମାରେ ପରିତ୍ରାଣ ତାଙ୍କଠାରୁ ଅଲଗା।

2ହଁ, ପରମେଶ୍ବର ମାରେ ଶୈଳ ୟିଏ ମାେତେ ନିରାପଦ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।

3କେତକୋଳ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ଆକ୍ରମଣ କରିବ ଓ ହତ୍ଯା କରିବାକୁ ଚେଷ୍ଟା କରିବ ? ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ଯ। ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛନ୍ତି।

4ମାରେ ପ୍ରଭାବଶାଳୀ ପଦବୀ ସଂପନ୍ନ ବ୍ଯକ୍ତିମାନେ ମାେତେ ତଳକୁ ଆଣିବା ପାଇଁ ଯୋଜନା କରନ୍ତି। ସମାନେେ ମାେ ବିଷଯରେ ମିଥ୍ଯା କଥା କହି ଆନନ୍ଦିତ ହୁଅନ୍ତି। ସମାନେେ ସର୍ବସାଧାରଣରେ ମାରେ ବିଷଯରେ ଭଲ କହନ୍ତି, କିନ୍ତୁ ଅନ୍ତରରେ ଅଭିଶାପ ଦିଅନ୍ତି।

5ହେ ମାରେ ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ବରଙ୍କୁ ଅପେକ୍ଷା କର। କାରଣ ତାଙ୍କଠାରୁ ମାରେ ଆଶା ଆସେ।

Psalms 62 illustration - Psalms Chapter 62

6ହଁ, ସତରେ ପରମେଶ୍ବର ହେଉଛନ୍ତି ମାରେ ଶୈଳ, ୟିଏକି ମାେତେ ସୁରକ୍ଷିତ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।

7ମାରେ ଗୌରବ ଓ ବିଜଯ ପରମେଶ୍ବରଙ୍କଠାରୁ ଆସେ। ସେ ମାରେ ଦୃଢ଼ ଦୁର୍ଗ। ପରମେଶ୍ବର ହିଁ ମାରେ ନିରାପଦ ସ୍ଥାନ।

8ହେ ଲୋକମାନେ! ସବୁକାଳେ ପରମେଶ୍ବରଙ୍କଠାରେ ନିର୍ଭର କର। ପରମେଶ୍ବରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ। ପରମେଶ୍ବର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରଯସ୍ଥଳ।

9ପ୍ରକୃତରେ, ଲୋକମାନେ ସାହାୟ୍ଯ କରିପାରିବେ ନାହିଁ। ତୁମ୍ଭେ ସମାନଙ୍କେ ଉପରେ ଭରସା କରିପାରିବ ନାହିଁ। ଯେତବେେଳେ ସମାନେେ ନିକିତିରେ ଓଜନ ହୁଅନ୍ତି, ସମାନଙ୍କେ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।

10ଦୌରତ୍ମ୍ଯରେ ଭରସା କର ନାହିଁ। ଚୋରି କରି ଲାଭ କରିବାର ଚିନ୍ତା କର ନାହିଁ, ଏବଂ ୟଦି ତୁମ୍ଭେ ଧନୀ ହେଲ ତୁମ୍ଭର ଧନ ତୁମ୍ଭକୁ ସାହାୟ୍ଯ କରିବ ବୋଲି ଆଶା କର ନାହିଁ।

Psalms 62 illustration - Psalms Chapter 62

11ପରମେଶ୍ବର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି : ପରମେଶ୍ବର ବଳବାନ୍ ଅଟନ୍ତି।

12ହେ ମାରେ ପ୍ରଭୁ, ତୁମ୍ଭର ପ୍ରମେ ହିଁ ପ୍ରକୃତ। ତୁମ୍ଭେ ପ୍ରେତ୍ୟକକ ମନୁଷ୍ଯକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।

Chapter Complete

You have read Psalms 62

12 verses