1ପରମେଶ୍ବର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ଯାଖ୍ଯାନ କରି ପରାଜିତ କରିଅଛ। ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ। କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
2ତୁମ୍ଭେ ଧରଣୀକୁ କମ୍ପିତ କରିଅଛ ଏବଂ ତାକୁ ଦୁଇ ଭାଗରେ ବିଦୀର୍ଣ୍ଣ କରିଛ। ଏହାର ଫାଟକକୁ ମରାମତି କର, କାରଣ ଏହାର ପତନ ହେଉଅଛି।
3ତୁମ୍ଭେ ଆପଣା ଲୋକମାନଙ୍କୁ ବହୁତ ସମସ୍ଯା ଦଇେଛ। ଆମ୍ଭେ ମଦ୍ଯପ ପରି ଟଳମଳ ହେଉଛୁ ଓ ପଡ଼ୁଛୁ।
4ତୁମ୍ଭକୁ ଉପାସନା କରୁଥିବା ଲୋକଙ୍କୁ ତୁମ୍ଭେ ସତର୍କ କରିବା ପାଇଁ ପତାକା ଉଠାଇଲ। ୟାହାଫଳରେ ସମାନେେ ନିଜକୁ ତାଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କରିପାରିବେ।
5ୟପରେି ତୁମ୍ଭର ମହାଶକ୍ତି ବଳରେ ଆମ୍ଭକୁ ଉଦ୍ଧାର କର! ମାରେ ପ୍ରାର୍ଥନାର ଉତ୍ତର ଦିଅ। ତୁମ୍ଭେ ଶ୍ରଦ୍ଧା କରୁଥିବା ଆପଣାର ଲୋକଙ୍କୁ ରକ୍ଷାକର।

6ପରମେଶ୍ବର ତାଙ୍କ ମନ୍ଦିରରେ କହିଲେ, ମୁଁ ୟୁଦ୍ଧରେ ଜିତିବି ଏବଂ ଜଯଲାଭ ବିଷଯରେ ବହୁତ ଖୁସି ହବେି। ତା'ପରେ ମୁଁ ଏହି ଭୂମିକୁ ମାରେ ଲୋକମାନଙ୍କ ମଧ୍ୟରେ ବାଣ୍ଟିଦବେି। ମୁଁ ଶିଖିମ ଓ ସୁକ୍କୋଥ ଉପତ୍ୟକାକୁ ସମାନଙ୍କେୁ ଦଇଦେବେି।
7ଗିଲିଯଦ ଓ ମନଃଶି ମାରେ ହବେେ। ଇଫ୍ରଯିମ ମାରେ ଶିରସ୍ତ୍ରାଣ ହବେ। ଯିହୁଦା ମାରେ ରାଜଦଣ୍ଡ ହବେ।
8ମାୟୋବ ମାରେ ପାଦ ଧୋଇବା ପାଇଁ ପ୍ରକ୍ଷାଳନ ପାତ୍ର। ଇଦୋମ ମାରେ ପାଦୁକା ବହନ କରିବ। ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି। ତୁମ୍ଭେ ବିଜଯ ସକାଶେ ଜଯଧ୍ବନି କର।
9କିଏ ମାେତେ ସହେି ଦୃଢ଼ ନଗର ଭିତରକୁ ଆଣିବ ? କିଏ ମାେତେ ଇଦୋମ ବିରୁଦ୍ଧରେ ୟୁଦ୍ଧ କରିବା ପାଇଁ ଆଗଇେ ନବେ ? ପରମେଶ୍ବର, ତୁମ୍ଭେ ନୁହଁ କି ?
10କିନ୍ତୁ ତୁମ୍ଭେ ଆମ୍ଭକୁ ପ୍ରତ୍ଯାଖ୍ଯାନ କରିଛ। ପରମେଶ୍ବର, ତୁମ୍ଭେ ଆଉ ଦିନ ତମାମ ଆମ୍ଭର ଶତ୍ରୁମାନଙ୍କ ସହିତ ୟାଅ ନାହିଁ।

11ହେ ପରମେଶ୍ବର, ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସହାୟ ହୁଅ। ଲୋକମାନେ ଆମ୍ଭମାନଙ୍କୁ ସାହାୟ୍ଯ କରିପାରିବେ ନାହିଁ।
12ପରମେଶ୍ବର ହିଁ ଆମ୍ଭକୁ ଶକ୍ତିଶାଳୀ କରିପାରିବେ। କବଳେ ସେ ଆମ୍ଭର ଶତ୍ରୁମାନଙ୍କୁ ପଦଦଳନ କରିପାରିବେ।
You have read Psalms 60
12 verses