Lumina
Psalms

Taste and See

Psalms 34·Oriya Bible

1ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି। ତାଙ୍କର ପ୍ରଶଂସା ମାରେ ଓଠରେ ସବୁବେଳେ ଲାଗିରହିବ।

2ବିନଯୀ ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ। ମାରେ ଆତ୍ମା ସଦାପ୍ରଭୁଙ୍କ ଧ୍ଯାନରେ ବ୍ଯାକୁଳ ହେଉଅଛି।

3ମାେ ସହିତ ପରମେଶ୍ବରଙ୍କ ମାହାତ୍ମ୍ଯ ପ୍ରକାଶ କର। ତାଙ୍କ ନାମର ମହିମା କୀର୍ତ୍ତନ କର।

4ମୁଁ ପରମେଶ୍ବରଙ୍କୁ ପ୍ରାର୍ଥନା କଲି। ସେ ମାେତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।

5ପରମେଶ୍ବରଙ୍କ ନିକଟରେ ସାହାୟ୍ଯ ପ୍ରାର୍ଥନା କର। ତୁମ୍ଭର ପ୍ରାର୍ଥନା ସ୍ବୀକାର କରାୟିବ। ଏଥିରେ ଲଜ୍ଜିତ ହବୋର କିଛି ନାହିଁ।

Psalms 34 illustration - Psalms Chapter 34

6ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କଲା ଓ ସଦାପ୍ରଭୁ ତାହା ଶୁଣିଲେ ସେ ମାେତେ ମାରେ ସମସ୍ତ ବିପଦରୁ ଉଦ୍ଧାର କଲେ।

7ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସମାନଙ୍କେ ପାଖରେ ଥାଆନ୍ତି, ସେ ସମାନଙ୍କେୁ ଉଦ୍ଧାର କରନ୍ତି।

8ସଦାପ୍ରଭୁ ୟେ ମଙ୍ଗଳମଯ ଏହା ପରୀକ୍ଷା କରି ଦେଖ। ଯେଉଁ ବ୍ଯକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହବେ।

9ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ବରଙ୍କ ଉପାସନା କର। ଯେଉଁ ଲୋକମାନେ ପରମେଶ୍ବରଙ୍କ ଉପାସନା କରନ୍ତି, ସମାନେେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥାନ୍ତି।

10ଶକ୍ତିଶାଳୀ ଲୋକମାନେ ମଧ୍ଯ ଦୁର୍ବଳ ଓ ଭୋକିଲା ହବେେ। କିନ୍ତୁ ଯେଉଁ ଲୋକମାନେ ପରମେଶ୍ବରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସମାନଙ୍କେର ସବୁକିଛି ମଙ୍ଗଳ ଘଟିବ।

Psalms 34 illustration - Psalms Chapter 34

11ହେ ପିଲାମାନେ, ଆସ ମାେ କଥା ଶୁଣ। ଓ ମୁଁ ତୁମ୍ଭକୁ କିପରି ସଦାପ୍ରଭୁଙ୍କୁ ସମ୍ମାନ କରାୟାଏ ଶିକ୍ଷା ଦବେି।

12ୟଦି ଜଣେ ବ୍ଯକ୍ତି ଜୀବନକୁ ଭଲ ପାଏ ଏବଂ ସେ ଦୀର୍ଘ ନିରାମଯ ଜୀବନୟାପନ କରିବାକୁ ଇଚ୍ଛା କରେ।

13ସହେି ବ୍ଯକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର ଓ ସେ ମିଥ୍ଯା କହିବା ଉଚିତ୍ ନୁହେଁ।

14ମନ୍ଦ କାର୍ୟ୍ଯ କରିବା ବନ୍ଦ କର। କବଳେ ଉତ୍ତମ କାର୍ୟ୍ଯ କର। ଶାନ୍ତି ପାଇଁ କାର୍ୟ୍ଯ କର। ଶାନ୍ତି ପାଇଲା ପର୍ୟ୍ଯନ୍ତ ଶାନ୍ତି ପଛରେ ଦୌଡ଼।

15ସଦାପ୍ରଭୁ ଉତ୍ତମ ବ୍ଯକ୍ତିମାନଙ୍କୁ ରକ୍ଷା କରନ୍ତି। ସେ ସମାନଙ୍କେର ପ୍ରାର୍ଥନା ଶୁଣନ୍ତି।

Psalms 34 illustration - Psalms Chapter 34

16କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦ କାର୍ୟ୍ଯ କରନ୍ତି ସମାନଙ୍କେ ବିରୁଦ୍ଧରେ ୟାଆନ୍ତି। ସେ ସମାନଙ୍କେୁ ସଂପୂର୍ଣ୍ଣ ଭାବେ ଧ୍ବଂସ କରନ୍ତି।

17ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡ଼ାକ ଶୁଣିବେ। ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।

18ଯେତବେେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା'ପରେ ସମାନେେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି। ସଦାପ୍ରଭୁ ସହେି ଶାଚେନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି। ସେ ସମାନଙ୍କେୁ ଉଦ୍ଧାର କରନ୍ତି।

19ଧାର୍ମିକ ବ୍ଯକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ କିନ୍ତୁ ସଦାପ୍ରଭୁ ସମାନଙ୍କେୁ ସମାନଙ୍କେର ପ୍ରେତ୍ୟକକ ବିପଦରୁ ଉଦ୍ଧାର କରିବେ।

20ସଦାପ୍ରଭୁ ସମାନଙ୍କେ ଶରୀରର ଅସ୍ଥିକୁ ରକ୍ଷା କରିବେ ୟପରେିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦବେେ ନାହିଁ।

Psalms 34 illustration - Psalms Chapter 34

21କିନ୍ତୁ ବିପଦ ସହେି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚଯ ବିନଷ୍ଟ କରିବ। ଉତ୍ତମ ବ୍ଯକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦବେେ।

22ସଦାପ୍ରଭୁ, ସହେି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି। ଯେଉଁ ବ୍ଯକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କବେେ ହେଲେ ସମାନଙ୍କେୁ ଧ୍ବଂସ ହବୋକୁ ଦବେେ ନାହିଁ।

Chapter Complete

You have read Psalms 34

22 verses