Lumina
Psalms

Joy Comes in the Morning

Psalms 30·Oriya Bible

1ହେ ସଦାପ୍ରଭୁ, ତୁମ୍ଭେ ମାେତେ ମାରେ ସମସ୍ତ ବିପଦରୁ ଉଦ୍ଧାର କରିଛ। ତୁମ୍ଭେ ମାରେ ଶତ୍ରୁଙ୍କୁ ମାେତେ ପରାଜିତ କରିବାକୁ ସୁଯୋଗ ଦଲେ ନାହିଁ କି ସମାନେେ ମାେତେ ପରିହାସ କରିବାକୁ ଦଲେ ନାହିଁ। ତଣେୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।

2ହେ ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ପ୍ରାର୍ଥନା କଲି ଓ ତହିଁରେ ତୁମ୍ଭେ ମାେତେ ସୁସ୍ଥ କରିଅଛ।

3ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁ ଗୁମ୍ଫାରୁ ମାରେ ପ୍ରାଣ ବଞ୍ଚାଇ ରଖିଛ। ମାେତେ ସହେି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦଇେ ନାହଁ।

4ହେ ପରମେଶ୍ବରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର। ତାଙ୍କର ସହେି ପବିତ୍ର ନାମର ପ୍ରଶଂସା କର।

5ପରମେଶ୍ବର କୋର୍ଧିତ ହୁଅନ୍ତି। ତଣେୁ ତାଙ୍କର ନିଷ୍ପତ୍ତି ହିଁ ମୃତ୍ଯୁ। କିନ୍ତୁ ସେ ମାେ ପ୍ରତି କରୁଣା ପ୍ରଦର୍ଶନ କରି ମାେତେ ଜୀବନଦାନ ଦଇେଛନ୍ତି। ସାରା ରାତି ମୁଁ କାନ୍ଦୁଥିଲି। ତା'ପରଦିନ ସକାଳୁ ଦେଖିଲି, ମୁଁ ଖୁସିରେ ଗୀତ ବୋଲୁଛି।

Psalms 30 illustration - Psalms Chapter 30

6ମୁଁ ସେତବେେଳେ ନିରାପଦରେ ନିଶ୍ଚିତ ଥିଲି, ମୁଁ ଭାବୁଥିଲି ମାରେ କିଛି କ୍ଷତି ହବେ ନାହିଁ।

7ହଁ ସଦାପ୍ରଭୁ, ଯେ ତବେଳେ ତୁମ୍ଭେ ମାେ ପ୍ରତି ଦୟା କଲେ, ମୁଁ ସେତବେେଳେ ଭାବିଲି, କହେି ମାେତେ ପରାସ୍ତ କରିପାରିବେ ନାହିଁ। କିନ୍ତୁ ତୁମ୍ଭେ ଯେତବେେଳେ ମାେ ପାଖରୁ ଦୂରଇେ ଗଲ, ମୁଁ ସେତବେେଳେ ବ୍ଯାକୁଳ ହାଇେ ଭୟରେ ଥରି ଉଠିଲି।

8ତଣେୁ ହେ ପରମେଶ୍ବର, ମୁଁ ତୁମ୍ଭକୁ ମାେ ପ୍ରତି ସଦଯ ହବୋକୁ ନିବଦନେ କଲି।

9ମୁଁ କହିଲି, ହେ ପ୍ରଭୁ କ'ଣ ଭଲ ହବେ ୟଦି ମୁଁ ମରିୟାଏ। ମୁଁ କବର ଭିତରକୁ ଗଲେ କ'ଣ ଲାଭ। ମୃତ ଲୋକମାନେ ସହେି ମାଟିର କବରରେ ଶୋଇ ରହନ୍ତି। ସମାନେେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସମାନେେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭମାନେେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।

10ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ ଓ ମାେ ପ୍ରତି କରୁଣା ପ୍ରଦର୍ଶନ କର। ହେ ସଦାପ୍ରଭୁ ମାରେ ସହାୟ ହୁଅ।

Psalms 30 illustration - Psalms Chapter 30

11ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ତୁମ୍ଭେ ମାେତେ ସାହାୟ୍ଯ କଲ। ତୁମ୍ଭେ ମାରେ କ୍ରନ୍ଦନକୁ ନୃତ୍ଯରେ ପରିଣତ କଲ। ତୁମ୍ଭେ ମାରେ ଦୁଃଖର ପୋଷାକ ସବୁକୁ କାଢ଼ି ନଲେ ଓ ମାେତେ ସୁଖରେ ଆଚ୍ଛାଦିତ କରିଲ।

12ହେ ସଦାପ୍ରଭୁ, ମାରେ ପରମେଶ୍ବର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କବେେ ନୀରବରେ ବସି ରହିବି ନାହିଁ। ତଣେୁ ସବୁବେଳେ କହେି ନା କହେି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।

Chapter Complete

You have read Psalms 30

12 verses