Lumina
Psalms

Prayer for the King

Psalms 20·Oriya Bible

1ତୁମ୍ଭେ ଯେତବେେଳେ ବିପଦରେ ପଡ଼ିଥାଅ, ସହେି ସଦାପଭ୍ରୁ ତୁମ୍ଭର ଡ଼ାକ ଶୁଣି ତୁମ୍ଭକୁ ସାହାୟ୍ଯ କରିବାକୁ ଆଗଇେ ଆସନ୍ତୁ। ୟାକୁବଙ୍କର ପରମେଶ୍ବର ତୁମ୍ଭକୁ ରକ୍ଷା କରନ୍ତୁ।

2ପରମେଶ୍ବର ତାଙ୍କର ପବିତ୍ରସ୍ଥାନରୁ ତୁମ୍ଭକୁ ସାହାୟ୍ଯ ପଠାନ୍ତୁ। ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାୟ୍ଯ କରନ୍ତୁ।

3ତୁମ୍ଭର ଉପହାର ସବୁ ୟାହା ତାଙ୍କ ଉଦ୍ଦେଶ୍ଯରେ ଅର୍ପିତ, ପରମେଶ୍ବର ତାକୁ ଗ୍ରହଣ କରନ୍ତୁ। ତୁମ୍ଭର ହାମବେଳୀକୁ ସେ ଗ୍ରହଣ କରନ୍ତୁ।

4ତୁମ୍ଭେ ୟାହା ଚାହୁଁଛ, ପରମେଶ୍ବର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ। ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।

5ଆମ୍ଭେ ସମସ୍ତେ ଖୁସି ହବେୁ ଯେତବେେଳେ ପରମେଶ୍ବର ତୁମ୍ଭକୁ ସାହାୟ୍ଯ କରିବେ। ଆସ ସମସ୍ତେ ପରମେଶ୍ବରଙ୍କ ନାମର ଜଯଗାନ କରିବା। ୟାହା ତୁମ୍ଭେ ଚାହୁଁଛ, ସଦାପ୍ରଭୁ ତୁମ୍ଭର ସହେି ସକଳ କାମନା ପୂରଣ କରନ୍ତୁ।

Psalms 20 illustration - Psalms Chapter 20

6ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାୟ୍ଯ କରନ୍ତି। ପରମେଶ୍ବର ତାଙ୍କର ପବିତ୍ର ସ୍ବର୍ଗ ରାଜ୍ଯରେ ଥାଆନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି। ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି।

7କେତକେ ଲୋକ ସମାନଙ୍କେ ରଥ ଉପରେ ବିଶ୍ବାସ ରଖନ୍ତି। ଅନ୍ୟ ଲୋକମାନେ ସମାନଙ୍କେ ସୈନିକଙ୍କ ଉପରେ ରଖନ୍ତି କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ବରଙ୍କର ନାମକୁ ଉଚ୍ଚସ୍ବରରେ ଡ଼ାକୁ।

8ସହେି ଅନ୍ୟ ଲୋକମାନେ ପରାସ୍ତ ହାଇେ ୟୁଦ୍ଧ କ୍ଷେତ୍ରରେ ମୃତ୍ଯୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ। ଆମ୍ଭେ ବିଜଯୀ ଦଳ।

9ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ। କାରଣ ପରମେଶ୍ବରଙ୍କ ମନୋନୀତ ରାଜା ତାଙ୍କୁ ସାହାୟ୍ଯ ପାଇଁ ନିବଦେିନ କଲେ ଓ ପରମେଶ୍ବର ତାକୁ ଉଦ୍ଧାର ଦେଲେ।

Chapter Complete

You have read Psalms 20

9 verses