Lumina
Psalms

Sing Unto the LORD a New Song

Psalms 149·Oriya Bible

1ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଗାନ କର। ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।

2ଇଶ୍ରାୟେଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର। ସିୟୋନର ଲୋକମାନେ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।

3ସହେି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ, ଦାରା ଓ ବୀଣା ବାଦନ କରି।

4ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି। ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯାମାନ କରିଛନ୍ତି। ସେ ସମାନଙ୍କେୁ ରକ୍ଷା କଲେ।

5ପରମେଶ୍ବରଙ୍କ ଅନୁସରଣକାରୀ ତୁମ୍ଭମାନେେ ଗୌରବରେ ଆନନ୍ଦ କର !ଆପଣା ଶୟ୍ଯା ଉପରେ ମଧ୍ଯ ଆନନ୍ଦର ସହ ଗାନ କର।

Psalms 149 illustration - Psalms Chapter 149

6ସହେି ଲୋକମାନେ ପରମେଶ୍ବରଙ୍କ ପ୍ରଶଂସା ଉଚ୍ଚ ସ୍ବରରେ କରନ୍ତୁ ଏବଂ ସମାନଙ୍କେ ନିଜ ହସ୍ତରେ ନିଜର ଖଡ୍ଗମାନ ଧରନ୍ତୁ।

7ସମାନଙ୍କେୁ ଅନ୍ୟ ଗୋଷ୍ଠୀଯମାନଙ୍କୁ ଦଣ୍ଡିତ କରିବାକୁ ୟାଆନ୍ତୁ। ସମାନଙ୍କେୁ ୟିବାକୁ ଓ ଦଣ୍ଡ ଦବୋକୁ ଦିଅ।

8ପରମେଶ୍ବରଙ୍କର ଲୋକମାନେ ତାଙ୍କର ରାଜା ଓ ପ୍ରଧାନବର୍ଗମାନଙ୍କୁ ଲୌହ କଡ଼ିରେ ବାନ୍ଧନ୍ତୁ।

9ପରମେଶ୍ବରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସମାନଙ୍କେର ଶତ୍ରୁମାନଙ୍କୁ ଦଣ୍ଡ ଦବେେ। ଏହା ପରମେଶ୍ବରଙ୍କର ସମସ୍ତ ବିଶସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦବେ। ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର।

Chapter Complete

You have read Psalms 149

9 verses