1ସଦାପ୍ରଭୁଙ୍କର ପ୍ରଶଂସା କର !ମୁଁ ନିଜକୁ କ ହେ, ସଦାପ୍ରଭୁଙ୍କର ପ୍ରଶଂସା କର।
2ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି। ମୁଁ ଜୀବନସାରା ମାରେ ପରମେଶ୍ବରଙ୍କର ପ୍ରଶଂସାର ଗୀତ ଗାଇବି।
3ସାହାୟ୍ଯ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ। ଲୋକମାନଙ୍କ ପ୍ରତି ଭରସା କର ନାହିଁ। କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରିପାରିବେ ନାହିଁ।
4ଲୋକମାନେ ମରନ୍ତି ଓ କବର ନିଅନ୍ତି। ଆଉ ସହେିଦିନ, ସମାନଙ୍କେର ଯୋଜନା ସବୁ ମଧ୍ଯ ମରିୟାଏ।
5କିନ୍ତୁ ସହେିମାନେ ଭାଗ୍ଯବାନ୍ ଯେଉଁମାନଙ୍କର ୟାକୁବର ପରମେଶ୍ବର ଅଛନ୍ତି, ସହେିମାନଙ୍କୁ ସାହାୟ୍ଯ କରିବା ପାଇଁ, ସହେିମାନେ ସମାନଙ୍କେର ପରମେଶ୍ବର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।

6ସଦାପ୍ରଭୁ ସ୍ବର୍ଗ, ପୃଥିବୀ, ସମୁଦ୍ର ଏବଂ ଏଥିରେ ଥିବା ପ୍ରେତ୍ୟକକ ବସ୍ତୁ ମଧ୍ଯ ତିଆରି କଲେ। ସେ ସର୍ବଦା ବିଶ୍ବସ୍ତ ଅଟନ୍ତି।
7ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ୟାହା ନ୍ଯାଯ ତାହା କରନ୍ତି। ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି। ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି। ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି। ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରମେ କରନ୍ତି।
9ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି। ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି, ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ବଂସ କରନ୍ତି।
10ସଦାପ୍ରଭୁ ଚିରକାଳ ରାଜ୍ଯ କରିବେ। ହେ ସିୟୋନ, ତୁମ୍ଭର ପରମେଶ୍ବର ସଦାସର୍ବଦା ରାଜ୍ଯ କରିବେ। ସଦାପ୍ରଭୁଙ୍କର ପ୍ରଶଂସା କର।
You have read Psalms 146
10 verses