Lumina
Psalms

I Cried Unto the LORD

Psalms 142·Oriya Bible

1ମୁଁ ସଦାପ୍ରଭୁଙ୍କୁ ସାହାୟ୍ଯ ପାଇଁ ଡ଼ାକିବି। ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।

2ମୁଁ ସଦାପ୍ରଭୁଙ୍କୁ ମାରେ ସମସ୍ଯା ବିଷଯରେ କହିବି। ମାରେ ଅସୁବିଧାସକଳ ବିଷଯରେ ସଦାପ୍ରଭୁଙ୍କୁ କହିବି।

3ଆଶା ଛାଡ଼ିଦବୋ ପାଇଁ ମୁଁ ପ୍ରସ୍ତୁତ ଅଟେ। କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି, ମାରେ ଶତ୍ରୁଗଣ ମାେ ପାଇଁ ଫାନ୍ଦ ବସାଇଅଛନ୍ତି।

4ମାରେ ଚତୁଃପାଶର୍‌ବରେ କୌଣସି ବନ୍ଧୁଙ୍କୁ ପାଉ ନାହିଁ। ମାେତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ୟିବାକୁ ସ୍ଥାନ ନାହିଁ। କୌଣସି ଲୋକ ମାେତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।

5ସଦାପ୍ରଭୁ, ମୁଁ ସାହାୟ୍ଯ ପାଇଁ ତୁମ୍ଭକୁ ଡାକେ : ସଦାପ୍ରଭୁ ତୁମ୍ଭେ ମାରେ ନିରାପଦର ସ୍ଥାନ। ତୁମ୍ଭେ ହେଉଛ ସବୁକିଛି ୟାହା ମୁଁ ଜୀବନରେ ଦରକାର କରେ।

Psalms 142 illustration - Psalms Chapter 142

6ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ। ମୁଁ ବହୁତ ଦୁର୍ବଳ ଅଟେ। ସହେି ଲୋକମାନଙ୍କଠାରୁ ମାେତେ ରକ୍ଷା କର ଯେଉଁମାନେ ମାେ ପଛରେ ଗୋଡ଼ାଇଛନ୍ତି। ସହେି ଲୋକମାନେ ମାେ ଠାରୁ ଅଧିକ ଶକ୍ତିଶାଳୀ।

7ଏହି ଫାନ୍ଦରୁ ମାେତେ ଉଦ୍ଧାର କରିବାରେ ସାହାୟ୍ଯ କର। ୟପରେିକି ମୁଁ ତୁମ୍ଭ ନାମକୁ ଧନ୍ଯବାଦ ଦଇପୋରିବି। ଧାର୍ମିକମାନେ ମାେ ସହିତ ପାଳନ କରିବେ, କାରଣ ତୁମ୍ଭେ ମାରେ ଯତ୍ନ ନଲେ।

Chapter Complete

You have read Psalms 142

7 verses