Lumina
Psalms

Praise the Name of the LORD

Psalms 135·Oriya Bible

1ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ନାମର ପ୍ରଶଂସା କର। ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।

2ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହାଇେଅଛ। ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହାଇେଅଛ, ତାଙ୍କର ଧନ୍ଯବାଦ କର।

3ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି। ତାଙ୍କ ନାମର ପ୍ରଶଂସାଗାନ କର, କାରଣ ଏହା ଆନନ୍ଦ ଆଣେ।

4ସଦାପ୍ରଭୁ ଆପଣା ନିମନ୍ତେ ୟାକୁବକୁ ମନୋନୀତ କଲେ। ସେ ନିଜର ଅତି ଆପଣା ଲୋକ ହବୋ ପାଇଁ ସେ ଇଶ୍ରାୟେଲକୁ ମନୋନୀତ କଲେ।

5ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି। ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦବେତାମାନଙ୍କ ଅପେକ୍ଷା ଶ୍ରେଷ୍ଠ।

Psalms 135 illustration - Psalms Chapter 135

6ସ୍ବର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ୟାହା ଇଚ୍ଛା କରନ୍ତି, ତାହା କରନ୍ତି।

7ପରମେଶ୍ବର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଛନ୍ତି। ସେ ବର୍ଷା ସହିତ ବିଜୁଳି କରାନ୍ତି। ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହିତ କରାନ୍ତି।

8ପରମେଶ୍ବର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ଯ ଓ ପଶୁଗଣଙ୍କୁ ହତ୍ଯା କଲେ।

9ପରମେଶ୍ବର ମିଶରରେ ବହୁତ ଆଶ୍ଚର୍ୟ୍ଯ ଓ ଅଦଦ୍ଭୂତ କାର୍ୟ୍ଯମାନ କଲେ। ସେ ସଗେୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ଯବହାର କଲେ।

10ପରମେଶ୍ବର ଅନକେ ଗୋଷ୍ଠୀକୁ ପରାସ୍ତ କଲେ। ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ଯା କଲେ।

Psalms 135 illustration - Psalms Chapter 135

11ପରମେଶ୍ବର ଇ ମାରେୀଯମାନଙ୍କ ରାଜା ସୀହାନକେୁ ଓ ବାଶନର ରାଜା ଓଗକୁ ଏବଂ କିଣାନର ସକଳ ରାଜ୍ଯକୁ ପରାସ୍ତ କଲେ।

12ଆଉ ସଦାପ୍ରଭୁ ସମାନଙ୍କେର ଦେଶ ଇଶ୍ରାୟେଲକୁ ଦେଲେ। ସଦାପ୍ରଭୁ ସହେି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ।

13ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହବେ। ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।

14ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି। ସେ ତାଙ୍କର ସବେକମାନଙ୍କ ପ୍ରତି ଦୟା ଦଖାେନ୍ତି।

15ଅନ୍ୟ ଦେଶୀଯମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା। ସଗେୁଡ଼ିକ ମନୁଷ୍ଯର ହସ୍ତ ଦ୍ବାରା ନିର୍ମିତ ହେଉଥିଲା।

Psalms 135 illustration - Psalms Chapter 135

16ସହେି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସମାନେେ କଥା କହିପାରିବେ ନାହିଁ। ସମାନଙ୍କେର ଆଖି ଅଛି, କିନ୍ତୁ ସମାନେେ ଦେଖିପାରିବେ ନାହିଁ।

17ସମାନଙ୍କେର କାନ ଅଛି ମାତ୍ର ସମାନେେ ଶୁଣି ପାରିବେ ନାହିଁ। ସମାନଙ୍କେର ନାକ ଅଛି, କିନ୍ତୁ ଶ୍ବାସ ପ୍ରଶ୍ବାସ ନାହିଁ।

18ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସମାନଙ୍କେଠାରେ ବିଶ୍ବାସ ରଖନ୍ତି, ସମାନେେ ସମାନଙ୍କେ ତୁଲ୍ଯ ହବେେ।

19ହେ ଇଶ୍ରାୟେଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।

20ହେ ଲବେୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। ତୁମ୍ଭେ ୟିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର।

Psalms 135 illustration - Psalms Chapter 135

21ୟିରୁଶାଲମବାସୀ, ସଦାପ୍ରଭୁ ସିୟୋନଠାରୁ ଧନ୍ଯ ହୁଅନ୍ତୁ। ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର।

Chapter Complete

You have read Psalms 135

21 verses