Lumina
Psalms

Deliver My Soul

Psalms 120·Oriya Bible

1ମୁଁ ଆପଣା ବିପଦ ସମଯରେ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି ଏବଂ ସେ ମାେତେ ଉତ୍ତର ଦେଲେ।

2ହେ ସଦାପ୍ରଭୁ, ମାେ ବିଷଯରେ ମିଥ୍ଯା କହୁଥିବା ଲୋକମାନଙ୍କଠାରୁ ମାେତେ ଉଦ୍ଧାର କର। ସମାନେେ ଯେଉଁ କଥାସବୁ କହୁଥିଲେ, ତାହାସବୁ ସତ୍ଯ ନ ଥିଲା।

3ହେ ମିଥ୍ଯାବାଦୀମାନେ, ତୁମ୍ଭଙ୍କୁ କ'ଣ ଦିଆୟିବ, ତୁମ୍ଭେ କ'ଣ ପାଇବ ? କ'ଣ ତୁମ୍ଭେ ଜାଣ ?

4ତୁମ୍ଭକୁ ଦଣ୍ଡ ଦବୋ ପାଇଁ ସୈନିକର ତୀକ୍ଷ୍ମ ଶର ଓ ଗରମ କୋଇଲା ପରମେଶ୍ବର ଆଣିବେ।

5ମିଥ୍ଯାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି। ଏହା କଦୋରର ତମ୍ବୁରେ ବାସ କରିବା ସଦୃଶ।

Psalms 120 illustration - Psalms Chapter 120

6ଶାନ୍ତି ଘୃଣାକାରୀମାନଙ୍କ ସହିତ ମୁଁ ଦୀର୍ଘଦିନଧରି ବାସ କରିଅଛି।

7ମୁଁ କହିଲି, ମୁଁ ଶାନ୍ତି ଚା ହେଁ, କିନ୍ତୁ ସମାନେେ ୟୁଦ୍ଧ ଚାହାଁନ୍ତି।

Chapter Complete

You have read Psalms 120

7 verses