Lumina
Psalms

Plea Against the Treacherous

Psalms 12·Oriya Bible

1ହେ ସଦାପ୍ରଭୁ, ମାେତେ ଉଦ୍ଧାର କର, କାରଣ ଧାର୍ମିକ ଲୋକମାନେ ଲୋପ ପାଉଅଛନ୍ତି। ଏ ପୃଥିବୀରେ ତୁମ୍ଭର ପରମ ଅନୁରକ୍ତ ବିଶ୍ବାସୀ ଲୋକର ହ୍ରାସ ହେଉଛି।

2ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ଯା କହନ୍ତି। ପ୍ରେତ୍ୟକକ ମଣିଷ ଆଜି ଚାଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ଯା କଥାରେ ଭୁଲାଇ କହନ୍ତି।

3ସଦାପ୍ରଭୁ ସମାନଙ୍କେର ଓଷ୍ଠ ବନ୍ଦ କରିବେ, ୟିଏ ମିଥ୍ଯା ବାକ୍ଯ ଉଚ୍ଚାରଣ କରେ। ସଦାପ୍ରଭୁ ସମାନଙ୍କେର ଜିହ୍ବା ବନ୍ଦ କରିବେ, ୟିଏ ଗର୍ବର କାହାଣୀ ପ୍ରକାଶ କରେ।

4ସହେି ଲୋକମାନେ କହନ୍ତି, ଆମ୍ଭମାନେେ ଏହିପରି ମିଥ୍ଯା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ଯ ବିସ୍ତାର କରିବୁ। ଆମ୍ଭେ ଜାଣୁ ଆମ୍ଭକୁ କ'ଣ କହିବାକୁ ପଡ଼ିବ। ୟାହାଫଳରେ କହେି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।

5କିନ୍ତୁ ସଦାପ୍ରଭୁ କହନ୍ତି, ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଚୋରାଇ ନିଅନ୍ତି। ସମାନେେ ଅସହାୟ ଲୋକଙ୍କଠାରୁ ଜିନିଷ ନଇୟୋଆନ୍ତି। କିନ୍ତୁ ମୁଁ ସମାନଙ୍କେ ଉଦ୍ଦେଶ୍ଯ ସଫଳ ହବୋକୁ ଦବେି ନାହିଁ ଓ ମୁଁ ସହେି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।

Psalms 12 illustration - Psalms Chapter 12

6ସଦାପ୍ରଭୁଙ୍କର ବାକ୍ଯସବୁ ସତ୍ଯ ଓ ନିର୍ମଳ। ୟାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସଗେୁଡିକୁ ସାତଥର ତରଳା ୟାଇଥିବା ରୂପା ପରି ଶୁଦ୍ଧ।

7ହେ ସଦାପ୍ରଭୁ, ସହେି ଅସହାୟ ଲୋକମାନଙ୍କର ଯତ୍ନ ନିଅ। ସମାନଙ୍କେୁ ବର୍ତ୍ତମାନ ଓ ସବୁଦିନ ପାଇଁ ରକ୍ଷା କର।

8ସହେି ଦୁଷ୍ଟ ଲୋକମାନେ ୟଦିଓ ପ୍ରାଧାନ୍ଯ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସମାନେେ ଦେଖିବାକୁ ସୁନ୍ଦର ଗହଣା ପରି। ଏହା ବହୁମୂଲ୍ଯ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ।

Chapter Complete

You have read Psalms 12

8 verses