Lumina
Psalms

His Mercy Endureth For Ever

Psalms 118·Oriya Bible

1ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମଯ ପରମେଶ୍ବର ଅଟନ୍ତି। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

2ଇଶ୍ରାୟେଲ ଏବେ କହନ୍ତୁ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

3ହାରୋଣର ପରିବାରବର୍ଗ ବର୍ତ୍ତମାନ ଏବେ ଏହା କୁହନ୍ତୁ ୟେ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

4ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ, ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

5ମୁଁ ସଙ୍କଟରେ ଥିଲି, ତଣେୁ ସଦାପ୍ରଭୁଙ୍କର ସାହାୟ୍ଯ ପାଇଁ ଡ଼ାକିଲି। ସଦାପ୍ରଭୁ ଉତ୍ତର ଦେଲେ ଏବଂ ମାେତେ ସେଥିରୁ ମୁକ୍ତ କଲେ।

Psalms 118 illustration - Psalms Chapter 118

6ସଦାପ୍ରଭୁ ମାେ ସହିତ ଅଛନ୍ତି। ତଣେୁ ମୁଁ ଭୟ କରିବି ନାହିଁ। ଲୋକମାନେ, ମାେତେ କ'ଣ କରିପାରିବେ,

7ସଦାପ୍ରଭୁ ମାରେ ସାହାୟ୍ଯକାରୀ। ମୁଁ ମାରେ ଶତ୍ରୁମାନଙ୍କର ପରାସ୍ତ ଦେଖିବି।

8ଲୋକମାନଙ୍କଠାରେ ବିଶ୍ବାସ ରଖିବା ଅପେକ୍ଷା ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।

9ଅଧିପତିମାନଙ୍କ ଉପରେ ବିଶ୍ବାସ ରଖିବା ଅପେକ୍ଷା ପରମେଶ୍ବରଙ୍କଠାରେ ଶରଣାଗତ ହବୋ ଉତ୍ତମ।

10ଶତ୍ରୁମାନେ ମାେତେ ଘରେି ୟାଇଥିଲେ, କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସମାନଙ୍କେୁ ପରାସ୍ତ କଲି।

Psalms 118 illustration - Psalms Chapter 118

11ଶତ୍ରୁଗଣ ବାରମ୍ବାର ମାେତେ ଘରେି ରହୁଛନ୍ତି। ମୁଁ ସମାନଙ୍କେୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି।

12ଶତ୍ରୁମାନେ ମହୁମାଛି ଦଳ ପରି ମାରେ ଚତୁଃପାଶର୍‌ବରେ ବାରମ୍ବାର ଘରେିଗଲେ। କିନ୍ତୁ ସମାନେେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ। ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସମାନଙ୍କେୁ ପରାସ୍ତ କଲି।

13ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରି ପ୍ରାଯ ଧ୍ବଂସ କରିବା ଉପରେ ଥିଲେ, କିନ୍ତୁ ସଦାପ୍ରଭୁ ମାେତେ ସାହାୟ୍ଯ କଲେ।

14ୟାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମାରେ ଶକ୍ତି ଓ ସୁରକ୍ଷା। ସଦାପ୍ରଭୁ ମାେତେ ରକ୍ଷା କଲେ।

15ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜଯ ଧ୍ବନି ତୁମ୍ଭେ ଶୁଣିପାରିବ। ସଦାପ୍ରଭୁ ପୁନରାଯ ତାଙ୍କର ମହାନ୍ ଶକ୍ତି ପ୍ରଦର୍ଶନ କଲେ।

Psalms 118 illustration - Psalms Chapter 118

16ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜଯ ପାଇଁ ଉତ୍ଥିତ ହେଲା। ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦଖାଇେଲେ।

17ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।

18ସଦାପ୍ରଭୁ ମାେତେ ବୃହତ୍ ଶାସ୍ତି ଦଇେଅଛନ୍ତି। ମାତ୍ର ସେ ମାେତେ ମରିବାକୁ ଦେଲେ ନାହିଁ।

19ହେ ପରମେଶ୍ବର ମାେ ପାଇଁ ସତ୍ଯତାର ଫାଟ ସବୁ ଫିଟାଅ। ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।

20ଏହିସବୁ ସଦାପ୍ରଭୁଙ୍କର ଦ୍ବାର ସମୂହ। କବଳେ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିପାରିବେ।

Psalms 118 illustration - Psalms Chapter 118

21ହେ ସଦାପ୍ରଭୁ, ତୁମ୍ଭେ ମାରେ ପ୍ରାର୍ଥନାର ଉତ୍ତର ଦଇେଥିବାରୁ ମୁଁ ତୁମ୍ଭକୁ ଧନ୍ଯବାଦ ଦେଉଛି। ମାେତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ଯବାଦ।

22ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ଯ କଲେ। ତାହା କୋଣର ପ୍ରଧାନ ପଥର ହାଇେଅଛି।

23ଏହାସବୁ ସଦାପ୍ରଭୁଙ୍କ କର୍ମ। କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ୟ୍ଯ।

24ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି। ଆସ ଆମ୍ଭମାନେେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।

25ଲୋକମାନେ କହନ୍ତି, ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର। ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।

Psalms 118 illustration - Psalms Chapter 118

26ୟାଜକମାନେ କହନ୍ତି, ୟିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ବର ଆଶୀର୍ବାଦ କରନ୍ତୁ। ଆମ୍ଭମାନେେ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।

27ସଦାପ୍ରଭୁ ପରମେଶ୍ବର ଅଟନ୍ତି। ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି। ୟଜ୍ଞବଦେୀର ଶିଙ୍ଗରେ ରଜ୍ଜୁଦ୍ବାରା ମଷେକୁ ବାନ୍ଧ।

28ହେ ସଦାପ୍ରଭୁ, ତୁମ୍ଭେ ମାରେ ପରମେଶ୍ବର, ମୁଁ ତୁମ୍ଭ ନାମର ଧନ୍ଯବାଦ କରୁଛି। ମୁଁ ତୁମ୍ଭକୁ ପ୍ରଶଂସା କରୁଛି।

29ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମଯ। ହଁ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

Chapter Complete

You have read Psalms 118

29 verses