Lumina
Psalms

From the Rising of the Sun

Psalms 113·Oriya Bible

1ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ନାମର ପ୍ରଶଂସା କର।

2ଅଦ୍ଯାବଧି ଚିରକାଳ ସଦାପ୍ରଭୁଙ୍କର ନାମ ଧନ୍ଯ ହେଉ।

3ସୂର୍ୟ୍ଯର ଉଦଯ ସ୍ଥାନଠାରୁ ତା'ର ଅସ୍ତ ସ୍ଥାନ ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ନାମ ପ୍ରଶଂସନୀଯ।

4ସଦାପ୍ରଭୁ ସମୁଦାଯ ବହୁ ଜାତିଗଣ ଉପରେ ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।

5କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ତୁଲ୍ଯ ନୁହେଁ। ପରମେଶ୍ବର ଆକାଶର ଉର୍ଦ୍ଧ୍ବରେ ବିଦ୍ଯମାନ।

Psalms 113 illustration - Psalms Chapter 113

6ତଣେୁ ପରମେଶ୍ବର ଆକାଶ ଓ ପୃଥିବୀକୁ ଦେଖିବାକୁ ଦେଖିବାକୁ ତଳକୁ ଚାହିଁଲେ।

7ପରମେଶ୍ବର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।

8ଏବଂ ପରମେଶ୍ବର ସହେି ଲୋକମାନଙ୍କୁ ଗୁରୁତ୍ବ ଦିଅନ୍ତି। ପରମେଶ୍ବର ସହେି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।

9ଜଣେ ସ୍ତ୍ରୀ ବନ୍ଧ୍ଯା ହାଇପୋରେ । କିନ୍ତୁ ପରମେଶ୍ବର ତା' କୋଳରେ ସନ୍ତାନ ଦଇେ ତାକୁ ଖୁସି କରାନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର !

Chapter Complete

You have read Psalms 113

9 verses