Lumina
Proverbs

Warning Against Folly

Proverbs 5·Oriya Bible

1ହେ ମାରେ ପୁତ୍ର, ମାେ' ଜ୍ଞାନ ରେ ମନ ଦିଅ। ମାରେ ବୁଦ୍ଧି ପାଇଁ କାନ ଡ଼ରେ।

2ତବେେ ତୁମ୍ଭେ ଚତୁର ହବେ ଓ ତୁମ୍ଭ ଓଷ୍ଠାଧର ଜ୍ଞାନ କଥା କହିବ।

3ପର ସ୍ତ୍ରୀ ସୁନ୍ଦର ହାଇପୋ ରେ, ତା'ର ମୁଖରୁ ମଧୁର ବାକ୍ଯ ଶୁଣାୟାଏ।

4କିନ୍ତୁ ଶଷେ ରେ ସେ ତିକ୍ତତା ଓ ୟନ୍ତ୍ରଣା ଆଣିବ। ୟନ୍ତ୍ରଣା ଯାହା ବିଷତୁଲ୍ଯ ଓ ତୀକ୍ଷ୍ମ ଖଣ୍ଡାତୁଲ୍ଯ ଆଘାତ କରେ।

5ସେ ହେଉଛି ମୃତ୍ଯୁର ପଥ, ସେ ତୁମ୍ଭକୁ ସିଧା କବର ପାଖକୁ ନଇୟିବେ।

Proverbs 5 illustration - Proverbs Chapter 5

6ତା'ର ପଥ ଅନୁସରଣ କର ନାହିଁ। କାରଣ ସେ ଜାଣେ ନାହିଁ ଯେ ସେ ନିଜେ ପଥ ହରାଉଛି। ସାବଧାନ ! ତୁମ୍ଭେ ଜୀବନର ପଥକୁ ଅନୁସରଣ କର।

7ବର୍ତ୍ତମାନ ପୁତ୍ରମାନେ, ମାରେ ବାକ୍ଯ ଶ୍ରବଣ କର। ମାରେ ବାକ୍ଯ ପାଶୋର ନାହିଁ।

8ସହେି ସ୍ତ୍ରୀଠାରୁ ତୁମ୍ଭେ ଦୂ ରଇେ ରୁହ। ଏପରିକି ତା'ର ଗୃହର ଦ୍ବାର ନିକଟକୁ ମଧ୍ଯ ୟାଅ ନାହିଁ।

9ଯଦି ତୁମ୍ଭେ ତାହା କର, ତବେେ ତୁମ୍ଭେ ପାଇବା ସମ୍ମାନ ଅନ୍ୟମାନେ ପାଇବେ। ଏବଂ ନିର୍ଦ୍ଦଯ ଲୋକମାନେ ସବୁକିଛି ନଇେଯିବେ, ଯାହା ତୁମ୍ଭେ ବର୍ଷ ସାରା କାର୍ୟ୍ଯ କରି ସଂଗ୍ରହ କରିଥିବ।

10ଅପରିଚିତ ଲୋକମାନେ ତୁମ୍ଭ ବଳ ରେ ବଳୀଯାନ ହବେେ। ତୁମ୍ଭ ଶ୍ରମର ଫଳ ଅନ୍ୟମାନେ ଭୋଗ କରିବେ।

Proverbs 5 illustration - Proverbs Chapter 5

11ଜୀବନର ଶଷେ ଭାଗ ରେ ତୁମ୍ଭର ମାଂସ ଓ ଶରୀର କ୍ଷଯ ପାଇବ। ତୁମ୍ଭେ ସେତବେେଳେ ବିଳାପ କରିବ।

12ସେତବେେଳେ ତୁମ୍ଭେ କହିବ, କାହିଁକି ମୁଁ ମାରେପିତାଙ୍କ କଥା ଶୁଣିଲି ନାହିଁ।

13ମୁଁ କାହିଁକି ମାରେ ଶିକ୍ଷକମାନଙ୍କର କଥା ଶୁଣିଲି ନାହିଁ, ମୁଁ ଶାସନାଧୀନ ହବୋକୁ ମନା କଲି, ମୁଁ ନିଜକୁ ସଂଶୋଧିତ କରିବା ପାଇଁ ମନା କଲି।

14ଶୀଘ୍ର ମୁଁ ସବୁପ୍ରକାର ଅସୁବିଧା, ଅପମାନ, ୟନ୍ତ୍ରଣା ଜନସମାବେଶ ଆଗ ରେ ପଡ଼ିଲି।

15ତୁମ୍ଭ ନିଜ କୂଅରୁ ଜଳପାନ କର। ତୁମ୍ଭର ଶାରୀରିକ ସମ୍ପର୍କ ତୁମ୍ଭର ସ୍ତ୍ରୀ ସହିତ ରଖ।

Proverbs 5 illustration - Proverbs Chapter 5

16ଯଦି ନାହିଁ, ତୁମ୍ଭର ଝରଣା ରାସ୍ତା ବାହାରକୁ ବହିୟିବ। ଅନ୍ୟମାନେ ତୁମ୍ଭର ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବେ।

17ତୁମ୍ଭର ଝରଣା ତୁମ୍ଭର ହେଉ, ଏବଂ ଅନ୍ୟମାନଙ୍କ ସହ ଭାଗ କର ନାହିଁ।

18ତୁମ୍ଭର ନିର୍ଝର ଆଶୀର୍ବାଦ ରେ ପ୍ରାପ୍ତ ହେଉ। ତୁମ୍ଭେ ସହେି ସ୍ତ୍ରୀକୁ ଉପଭୋଗ କର ଯାହାକୁ ୟୌବନକାଳ ରେ ବିବାହ କରିଥିଲ।

19ସେ ପ୍ ରମେିକା ହରିଣୀ ଓ ରୂପବତୀ ବାଉଟି ପରି ତା'ର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ। ଆଉ ତା'ର ପ୍ ରମେ ରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ।

20ହେ ମାେ ପୁତ୍ର ପରକୀଯା ସ୍ତ୍ରୀ ଠା ରେ ପାଗଳ ହୁଅ ନାହିଁ। ବ୍ଯଭିଚାରିଣୀର ଘନିଷ୍ଠତାକୁ ଆଲିଙ୍ଗନ କର ନାହିଁ।

Proverbs 5 illustration - Proverbs Chapter 5

21ସଦାପ୍ରଭୁ ମନୁଷ୍ଯର ସମସ୍ତ ଗତି ଦେଖନ୍ତି। ସଦାପ୍ରଭୁ ତୁମ୍ଭର ପ୍ରେତ୍ୟକକ ପଥକୁ ସମାନ କରନ୍ତି।

22ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ। ସେ ତା'ର ନିଜ ପାପ ରୂପକ ଦୌଡ଼ି ରେ ବନ୍ଧା ହବେ।

23ସେ ତା'ର ନିର୍ବୋଧତା ଦ୍ବାରା ବିପଥଗାମୀ ହବେ। ସେ ଶୃଙ୍ଖଳାର ଅଭାବ ୟୋଗୁ ମୃତ୍ଯୁବରଣ କରିବ।

Chapter Complete

You have read Proverbs 5

23 verses