Lumina
Proverbs

Iron Sharpeneth Iron

Proverbs 27·Oriya Bible

1କାଲି ଯାହା ଘଟିବ, ସେଥିପ୍ରତି ତୁମ୍ଭେ ଦର୍ପ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କାଲି କ'ଣ ଘଟିବାକୁ ଯାଉଛି।

2ନିଜକୁ ପ୍ରଶଂସା କର ନାହିଁ, ଅନ୍ୟମାନେ ତୁମ୍ଭକୁ ପ୍ରଶଂସା କରନ୍ତୁ।

3ପଥର ଭାରୀ ଅଟେ ମାତ୍ର ବାଲି ପ୍ରବଳ ଅଟେ। ଅଜ୍ଞାନୀ ଦ୍ବାରା ଯେଉଁ ସମସ୍ଯା ଆ ସେ ତାହା ଅନ୍ୟ ଅପେକ୍ଷା ବହୁତ ଶକ୍ତିଶାଳୀ ଅଟେ।

4କଠାେର ହୃଦଯ ଓ କୋର୍ଧ ପ୍ରଳଯଙ୍କାରୀ, କହେି ଅନ୍ତଜ୍ଜ୍ବାଳା ଆଗ ରେ ଠିଆ ହାଇେ ପାରିବ ନାହିଁ।

5ଗୁପ୍ତ ପ୍ ରମଠାରୁେ ପ୍ରକାଶିତ ଅନୁ ଯୋଗ ଭଲ।

Proverbs 27 illustration - Proverbs Chapter 27

6ଗୋଟିଏ ସାଙ୍ଗଠାରୁ କର୍କଷ ଶବ୍ଦସବୁ ତା'ର ବିଶ୍ବସନୀଯତାଠାରୁ ଅଙ୍କୁରୀତ ହୁଏ। କିନ୍ତୁ ଶତ୍ରୁମାନଙ୍କର ଚୁମ୍ବନକୁ ଭରସା କରାୟାଇ ପାରିବ ନାହିଁ।

7ତୃପ୍ତ ପ୍ରାଣୀ ମହୁକୁ ଘୃଣା କରେ। ମାତ୍ର କ୍ଷୁଧାର୍ତ୍ତ ମନୁଷ୍ଯକୁ କୌଣସି ତିକ୍ତ ଦ୍ରବ୍ଯସବୁ ମିଷ୍ଟ ଲାଗେ।

8ଯେଉଁଲୋକ ଆପଣା ସ୍ଥାନ ଛାଡ଼ି ଭ୍ରମଣ କରେ, ସେ ବସାହରା ଭ୍ରମଣକାରୀ ପକ୍ଷୀର ତୁଲ୍ଯ ଅଟେ।

9ତୈଳ ଓ ସୁଗନ୍ଧିତ ଧୂପ ମନକୁ ଆହ୍ଲାଦିତ କରେ। ମନର ମନ୍ତ୍ରଣାରୁ ଜାତ ମନ୍ତ୍ରର ମିଷ୍ଟତା ତଦ୍ରୁପ କରେ।

10ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ଯାଗ କର ନାହିଁ। ତୁମ୍ଭର ବିପଦ ଦିନ ରେ ଆପଣା ଭାଇର ଗୃହକୁ ୟାଅ ନାହିଁ। ଦୂରସ୍ଥ ଭାଇଠାରୁ ନିକଟସ୍ଥ ପଡ଼ୋଶୀ ଭଲ।

Proverbs 27 illustration - Proverbs Chapter 27

11ହେ ମାରେ ପୁତ୍ର, ଜ୍ଞାନବାନ୍ ହୁଅ, ମାରେମନକୁ ଆହ୍ଲାଦିତ କର, ତହିଁରେ ମୁଁ ଆପଣା ନିନ୍ଦୁକକୁ ଉତ୍ତର ଦଇପୋରିବି।

12ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ। ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ।

13ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ, ତାହାର ବସ୍ତ୍ର ନିଅ। ପୁଣି ପରସ୍ତ୍ରୀ ପାଇଁ ଯେ ଜାମିନ ହୁଏ, ତାହାକୁ ବନ୍ଧକ ରଖ।

14ଜଣେ ୟିଏ ଅତି ପ୍ରଭାତରୁ ଆପଣାର ପଡ଼ୋଶୀକୁ ଆଶୀର୍ବାଦ କରେ, ତାର ପଡ଼ୋଶୀ ଏହାକୁ ଆଶୀର୍ବାଦ ବଦଳ ରେ ଅଭିଶାପ ଭାବେ ଗ୍ରହଣ କରେ।

15ଭାରୀ ବୃଷ୍ଟି ଦିନ ରେ ଅବିରତ ବିନ୍ଦୁପାତ ଓ କଳିହୁଡ଼ୀ ସ୍ତ୍ରୀ ଏହି ଦୁଇଜଣ ଏକ ପ୍ରକାର ଅଟନ୍ତି।

Proverbs 27 illustration - Proverbs Chapter 27

16ତାକୁ କଳି କରିବାରୁ କ୍ଷାନ୍ତ କରିବା ଅର୍ଥ ବାଯୁକୁ ବନ୍ଦ କରିବା ପାଇଁ ଚେଷ୍ଟା କରିବା ପରି ଅଟେ କିମ୍ବା କାହାରି ହାତ ରେ ତୈଳ ଧାରଣ କରିବା ପାଇଁ ଚେଷ୍ଟା କରିବା ପରି ଅଟେ।

17ଯେପରି ଲୁହା ଲୁହାକୁ ଧାର କରେ, ସପରେି ବନ୍ଧୁ ତା'ର ବନ୍ଧୁତ୍ବର ମନକୁ ତୀକ୍ଷ୍ମ କରେ।

18ୟିଏକି ଡ଼ିମ୍ବିରି ବୃକ୍ଷ ରକ୍ଷା କରେ, ସେ ତହିଁର ଫଳ ଖାଏ। ପୁଣି ଯେ ଆପଣା ପ୍ରଭୁ ପ୍ରତି ଅନୁୟୋଗୀ ଥାଏ, ସେ ସମ୍ମାନ ପାଏ।

19ପାଣି ଭିତରକୁ ଦେଖ ଏବଂ ତୁମ୍ଭେ ତୁମ୍ଭର ନିଜର ମୁହଁ ଦେଖିବ। ତୁମ୍ଭର ହୃଦଯକୁ ଦେଖ ଏବଂ ତୁମ୍ଭେ ପ୍ରକୃତ ନିଜକୁ ଦେଖିବ।

20ଯେପରି କବର ଓ ବିନାଶସ୍ଥାନ କବେେ ହେଁ ତୃପ୍ତ ନୁହେଁ, ସହେିପରି ମଧ୍ଯ ମନୁଷ୍ଯର ଚକ୍ଷୁ କେତବେେଳେ ତୃପ୍ତ ନୁହେଁ।

Proverbs 27 illustration - Proverbs Chapter 27

21କୌଯି ରେ ରୂପା, ଉହ୍ନଇେ ରେ ସୁନା, ପ୍ରଶଂସା ରେ ମନୁଷ୍ଯ ପରୀକ୍ଷିତ ହୁଏ।

22ତୁମ୍ଭେ ଗହମ ସହିତ ଅଜ୍ଞାନକୁ ଢ଼ିଙ୍କି ରେ କୁଟିଲେ ହେଁ ତା'ର ଅଜ୍ଞାନତା ଛାଡ଼ିବ ନାହିଁ।

23ତୁମ୍ଭେ ଆପଣା ମଷେପଲର ଅବସ୍ଥା ଜାଣିବା ପାଇଁ ଯତ୍ନବାନ୍ ହୁଅ। ପୁଣି ଆପଣା ପଶୁପଲ ବିଷଯ ରେ ଉତ୍ତମରୂପେ ମନୋୟୋଗ କର।

24ସମ୍ପତ୍ତି ସର୍ବଦା ସ୍ଥାଯୀ ନୁହେଁ। ମୁକୁଟ ମଧ୍ଯ ପୁରୁଷାନୁକ୍ରମେ ରହେ ନାହିଁ।

25ଘାସ କଟା ହେଲେ କଅଁଳ ଘାସ ଜନ୍ମେ। ଆଉ ପର୍ବତମାନରୁ ତୃଣ ସଂଗୃହିତ ହୁଏ।

Proverbs 27 illustration - Proverbs Chapter 27

26ମଷେ ଛୁଆମାନେ ତୁମ୍ଭର ବସ୍ତ୍ର ଦବେେ। ମାତ୍ର ଛଳେି ତୁମ୍ଭ କ୍ଷେତ୍ରର ମୂଲ୍ଯ ସ୍ବରୂପ ଅଟେ।

27ଛଳେି ଦୁଧ ତୁମ୍ଭ ପାଇଁ ଓ ତୁମ୍ଭ ପରିବାର ପାଇଁ ୟଥେଷ୍ଟ ହବେ ଏବଂ ତୁମ୍ଭ ଦାସୀମାନଙ୍କ ଭକ୍ଷ୍ଯ ଉପଜୀବିକା ହବେ।

Chapter Complete

You have read Proverbs 27

27 verses