Lumina
Proverbs

The King's Heart

Proverbs 21·Oriya Bible

1କୃଷକ ତା'ର ଜମି ରେ ପାଣି ମଡ଼ାଇବା ପାଇଁ େଛାଟ ନାଳ କରେ। ସେ ତା'ର ଜଳ ୟୁଆଡ଼େ ନବୋକୁ ଚା ହେଁ ସେଆଡ଼େ ତା'ର ନାଳ ବଙ୍କଇେ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ୟୁଆଡ଼େ ଇଚ୍ଛା ସିଆଡ଼େ ନଇୟୋଏ।

2ମନୁଷ୍ଯ ଯାହା କର୍ମ କରେ ତାହା ତା'ର ଦୃଷ୍ଟି ରେ ଠିକ୍ ଅଟେ। ମାତ୍ର ସଦାପ୍ରଭୁ ହୃଦଯ ସବୁ ତୌଲନ୍ତି।

3ବଳିଦାନ ଅପେକ୍ଷା ନ୍ଯାଯ ଓ ସୁବିଚାର ସଦାପ୍ରଭୁଙ୍କ ପ୍ରିଯ ବିଷଯ।

4ଦୁଷ୍ଟ ଲୋକମାନଙ୍କର ଗର୍ବ ଚାହାଁଣି ଓ ଗର୍ବୀତ ଚିନ୍ତା ପାପପରି। ତାହା ଲୋକର ପ୍ରଦୀପ ପରି ଦଖାୟୋଏ, ତାହା ଦୁଷ୍ଟମାନଙ୍କୁ ଅନୁଶାସନ କରେ।

5ଚିନ୍ତାଧାରା ଯୋଜନା ଏବଂ କଠିନ କର୍ମ ପ୍ରଚୁରତା ଜନ୍ମାଏ। କିନ୍ତୁ ଦୃଢ଼ ଭାବରେ ଅଳ୍ପକୁ ଅତିଶୀଘ୍ର ଧ ରେ। କବଳେ ଦାରିଦ୍ର୍ଯ ଆଡ଼କୁ ପଥ ଦଖାେଏ।

Proverbs 21 illustration - Proverbs Chapter 21

6ଯଦି ତୁମ୍ଭେ ଠକିକରି ଧନ ଅର୍ଜନ କରିଥାଅ, ସହେି ଧନ ଶୀଘ୍ର ଚାଲିୟିବ, ଠିକ୍ ବାଷ୍ଫପରି। ସହେି ଧନ ମୃତ୍ଯୁ ଆଡ଼କୁ ପରିଚାଳିତ ହବେ।

7ଦୁଷ୍ଟମାନଙ୍କର ଦୌରାତ୍ମ୍ଯ ସମାନଙ୍କେୁ ବିନାଶ କରିବ। ଯେ ହତେୁ ସମାନେେ ନ୍ଯାଯ କର୍ମ କରିବାକୁ ନାସ୍ତି କରନ୍ତି।

8ଦୋଷ ରେ ଭାରାକ୍ରାନ୍ତ ଲୋକର ପଥ ଅତିଶଯ ବକ୍ର, ମାତ୍ର ଜଣେ ପବିତ୍ର ଲୋକର ପଥ ସଳଖ ଏବଂ ସାଧୁ।

9କଳିହୁଡ଼ି ସ୍ତ୍ରୀ ସଙ୍ଗ ରେ ପ୍ରଶସ୍ତ ଗୃହ ରେ ବାସ କରିବା ଅପେକ୍ଷା ଛାତର ଏକ କଣ ରେ ବାସ କରିବା ଭଲ।

10ଦୁଷ୍ଟ ଲୋକର ମନ ସର୍ବଦା ଅନଷ୍ଟ ପାଞ୍ଚେ। ପୁଣି ତା'ର ଦୃଷ୍ଟି ରେ ତା'ର ପ୍ରତିବେଶୀ କିଛି ଅନୁଗ୍ରହ ପାଏ ନାହିଁ।

Proverbs 21 illustration - Proverbs Chapter 21

11ନିନ୍ଦକମାନଙ୍କୁ ଦଣ୍ଡ ଦେଲେ, ନିର୍ବୋଧ ଲୋକ ବୁଦ୍ଧିମାନ୍ ହୁଏ। ମାତ୍ର ବୁଦ୍ଧିମାନ୍କୁ ବୁଝାଇ ଦେଲେ ସେ ଆହୁରି ଜ୍ଞାନବାନ୍ ହୁଏ।

12ଧାର୍ମିକ ଲୋକ ଦୁଷ୍ଟର ବଂଶ ବିଷଯ ରେ ବିବଚେନା କରେ। ସହେି ଦୁଷ୍ଟ ଲୋକମାନେ କିପରି ଉତ୍ପାଟିତ ହାଇେ କିପରି ସର୍ବନାଶ ହୁଅନ୍ତି। ଏହା ସୁବିବଚେନା କରେ।

13ଯେଉଁ ଲୋକ ଦୁଃଖୀ ଦରିଦ୍ରର ଡ଼ାକ ଶୁଣେ ନାହିଁ, ସେ ମଧ୍ଯ ଆପେ ଡ଼ାକିବ। କିନ୍ତୁ ଉତ୍ତର ପାଇବ ନାହିଁ।

14ଗୁପ୍ତ ରେ ଦାନ ଦେଲେ କୋରଧ ଶାନ୍ତ ହୁଏ। ପୁଣି ଅଣ୍ଟି ରେ ଲାଞ୍ଚ ପ୍ରଦାନ ପ୍ରଚଣ୍ଡ କୋପ ଶାନ୍ତ କରେ।

15ନ୍ଯାଯ ଆଚରଣ ଧାର୍ମିକ ପ୍ରତି ଆନନ୍ଦର ବିଷଯ। ମାତ୍ର ତାହା କୁକର୍ମକାରୀମାନଙ୍କ ପ୍ରତି ବିନାଶଜନକ।

Proverbs 21 illustration - Proverbs Chapter 21

16ଯେ ଜ୍ଞାନ ପଥ ଛାଡ଼ି ଭ୍ରମଣ କରେ, ସେ ମୃତ୍ଯୁ ଲୋକ ମଧିଅରେ ଶଷେ ହବେ।

17ଯେଉଁ ଲୋକ ଆମାଦେ ଭଲପାଏ, ସେ ଦରିଦ୍ର ହବେ। ପୁଣି ଯେ ଦ୍ରାକ୍ଷାରସ ଓ ତୈଳ ଭଲପାଏ, ସେ ଧନବାନ ହବେ ନାହିଁ।

18ଦୁଷ୍ଟଲୋକ ଧାର୍ମିକର ମୁକ୍ତିର ମୂଲ୍ଯ ସ୍ବରୂପ, ପୁଣି ବିଶ୍ବାସଘାତକ ସରଳ ଲୋକର ବଦଳି ସ୍ବରୂପ।

19କଳହକାରିଣୀ ଓ ଚିଡ଼ିଚିଡ଼ିଆ ସ୍ତ୍ରୀ ସଙ୍ଗ ରେ ବାସ କରିବା ଅପେକ୍ଷା ନିର୍ଜନ ଭୂମିରେ ବାସ କରିବା ଭଲ।

20ଜ୍ଞାନବାନର ଗୃହ ରେ ବହୁମୂଲ୍ଯ ସମ୍ପତ୍ତି ଥାଏ ଓ ତୈଳ ଥାଏ, ମାତ୍ର ଗୋଟିଏ ମୂର୍ଖ ଶୋଷି ଦିଏ ଏବଂ ଏହା ସମସ୍ତ ଶଷେ କରେ।

Proverbs 21 illustration - Proverbs Chapter 21

21ଯେଉଁ ଲୋକ ଧାର୍ମିକତା ଓ ଦୟାର ପଶ୍ଚାଦ୍ଗାମୀ, ସେ ଜୀବନ, ଧାର୍ମିକତା ଓ ସମ୍ମାନ ପାଏ।

22ଜ୍ଞାନୀ ଲୋକ ବଳବାନ୍ ଲୋକମାନଙ୍କର ଆକ୍ରମଣ କଲେ। ପୁଣି ଦୁର୍ଗସବୁ ଧ୍ବଂସ କଲେ ସମାନେେ ବିଶ୍ବାସ କରନ୍ତି।

23ଯେ ଆପଣା ମୁଖ ଓ ଜିହ୍ବା ରକ୍ଷା କରେ ସେ କ୍ଲେଶରୁ ଆପଣା ପ୍ରାଣକୁ ରକ୍ଷା କରେ।

24ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦୁକ ନାମ ରେ ବିଖ୍ଯାତ। ସେ ଆତ୍ମଗର୍ବ ଦଖାେଏ।

25ଅଳସୁଆର ବାଞ୍ଚିତ ବିଷଯ ତାହାର ମୃତ୍ଯୁ ଘଟାଏ। କାରଣ ତାହାର ହସ୍ତ କର୍ମ କରିବାକୁ ମନା କରେ।

Proverbs 21 illustration - Proverbs Chapter 21

26କିଛି ଲୋଭୀ ଲୋକ ଦିନୟାକ କାଟନ୍ତି ବହୁ ଜିନିଷ ଗୁଡ଼ିକ ପାଇଁ ବାସନା କରି, ମାତ୍ର ଧାର୍ମିକ ଲୋକ ଉଦାର ସହିତ ଦିଅନ୍ତି।

27ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷଯ, ମାତ୍ର ସେ କୁଅଭିପ୍ରାଯ ରେ ତାହା କଲେ ବହୁତ ଘୃଣିତ ହୁଏ।

28ମିଥ୍ଯାସାକ୍ଷୀ ବିନଷ୍ଟ ହବେ, କିନ୍ତୁ ପ୍ରକୃତ ସାକ୍ଷୀ ପୁନର୍ବାର ପରୀକ୍ଷା ହବେ।

29ଦୁଷ୍ଟ ଲୋକ ଆପଣା ମୁଖ କଠିନ କରେ। ମାତ୍ର ସରଳ ଲୋକ ଆପଣା ବାଟ ଜାଣିଥାଏ।

30ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।

Proverbs 21 illustration - Proverbs Chapter 21

31ୟୁଦ୍ଧ ଦିନ ପାଇଁ ଅଶ୍ବ ସୁସଜ୍ଜିତ ହୁଏ। ମାତ୍ର ଜଯ ସଦାପ୍ରଭୁଙ୍କଠାରୁ ସର୍ବଦାଆ ସେ।

Chapter Complete

You have read Proverbs 21

31 verses