Lumina
Proverbs

A Friend Loveth

Proverbs 17·Oriya Bible

1ବିବାଦୟୁକ୍ତ ଭୋଜି ରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ ଖଣ୍ଡିଏ ଶୁଷ୍କ ଅନ୍ନ ଭଲ।

2ଯେଉଁ ଦାସ ବୁଦ୍ଧି ପୂର୍ବକ ଚଳେ ସେ ଲଜ୍ଜ୍ଯାଜନକ ପୁତ୍ର ଉପ ରେ କତ୍ତୃର୍ତ୍ବ କରେ। ପୁଣି ଭାଇମାନଙ୍କ ସଙ୍ଗ ରେ ସମ୍ପତ୍ତି ବାଣ୍ଟ ପାଏ।

3ନିଆଁ ରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାୟାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।

4କୁକ୍ରିଯାକାରୀ ଲୋକ ଦୁଷ୍ଟ କଥା ଶୁଣେ। ପୁଣି ମିଥ୍ଯାବାଦୀ ଅନ୍ୟ ଲୋକର ମିଥ୍ଯା ରେ କର୍ଣ୍ଣପାତ କରେ।

5ଯେଉଁ ଲୋକ ଦରିଦ୍ରକୁ ଉପହାସ କରେ, ସେ ଆପଣାର ସୃଷ୍ଟିକର୍ତ୍ତାଙ୍କୁ ଅପମାନ କରେ। ପୁଣି ଯେ କହେି ଅନ୍ୟ ଲୋକର ବିପଦ ରେ ଆନନ୍ଦ କରେ, ସେ ଦଣ୍ଡ ପାଇବ।

Proverbs 17 illustration - Proverbs Chapter 17

6ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ ସଦୃଶ। ପୁଣି ସନ୍ତାନମାନଙ୍କର ଗୌରବ ସମାନଙ୍କେ ପିତୃଗଣ।

7ଜଣେ ନିର୍ବୋଧ ବେଶୀ କଥା କହିବା ଉଚିତ୍ ନୁହେଁ। ସହେିପରି ଜଣେ ଶାସକ ମିଛଗୁଡ଼ିକ କହିବା ଉଚିତ୍ ନୁହେଁ।

8ଗୋଟିଏ ଉତ୍କୋଚ ଗୋଟିଏ ୟାଦୁ ପଥର ପରି, ଏହା ଜଣେ ଦଇେଥିବାର ଆଖି ରେ ଅଟେ, ସେ ଯେଉଁ ଦିଗ ରେ ଘୂ ରେ, ସେ କୃପାଲାଭ କରେ।

9ଯଦି ତୁମ୍ଭେ ଦୋଷୀକୁ କ୍ଷମା କର, ତବେେ ସେ ତୁମ୍ଭର ବନ୍ଧୁ ହବେ। ମାତ୍ର ତା'ର ଦୋଷକୁ ଯବେେ ତୁମ୍ଭେ ମନେ ପକାଇବ, ତବେେ ତୁମ୍ଭର ବନ୍ଧୁତ୍ବ ନଷ୍ଟ ହବେ।

10ମୂର୍ଖକୁ ଶ ହେ ମାଡ଼ ଅପେକ୍ଷା ବୁଦ୍ଧିମାନକୁ ପଦେ ଅନୁୟୋଗ ଅଧିକ କାଟେ।

Proverbs 17 illustration - Proverbs Chapter 17

11ଦୁର୍ଜନ କବଳେ ବିଦ୍ରୋହ ଲୋଡ଼େ, ଏଣୁ ତାକୁ ଶାସ୍ତି ଦବୋ ପାଇଁ ଜଣେ କଠାେର ହୃଦଯ ଦୂତକୁ ପଠାୟିବ।

12ଛୁଆ ହରାଇଥିବା ଭଲ୍ଲୁକୀ ମନୁଷ୍ଯକୁ ପେଛ ଭଟେୁ ମାତ୍ର ନିଜ ଅଜ୍ଞାନନା ରେ ମଗ୍ନ ମୂର୍ଖ ନ ଭଟେୁ।

13ଯେଉଁ ଲୋକ ଭଲ ବଦଳ ରେ ମନ୍ଦ କରେ, ତାହାର ଗୃହକୁ ମନ୍ଦ କବେେ ଛାଡ଼ିବ ନାହିଁ।

14ଗୋଟିଏ ୟୁକ୍ତିର ଆରମ୍ଭ ଗୋଟିଏ ବନ୍ଧ ରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହବୋପୂର୍ବରୁ ୟୁକ୍ତ ବନ୍ଦ କର। ତବେେ ଅକ୍ତିଆର ବାହାର ହାଇୟୋଏ।

15ଯେ ଦୁଷ୍ଟକୁ ନିର୍ ଦୋଷ କରେ ଓ ଯେ ଧାର୍ମିକକୁ ଦୋଷୀ କରେ, ସେ ଦୃଢ଼ ହିଁ ସଦାପ୍ରଭୁଙ୍କଠା ରେ ସମାନ ଭାବେ ଘୃଣିତ।

Proverbs 17 illustration - Proverbs Chapter 17

16ଜ୍ଞାନ କ୍ରଯ କରିବା ନିମନ୍ତେ ମୂର୍ଖ ହାତ ରେ ଧନ ଥିଲେ ତାହା ମୂଲ୍ଯହୀନ ଅଟେ। କାରଣ ମୂର୍ଖ ଲୋକ ଧନ ବଦଳ ରେ ଜ୍ଞାନ କ୍ରଯ କରିପା ରେ ନାହିଁ।

17ବନ୍ଧୁ ସର୍ବଦା ପ୍ ରମେ କରେ। ଏବଂ ଭାଇ ଦୁର୍ଦ୍ଦଶା ସମୟରେ ସର୍ବଦା ଥାଏ।

18ନିର୍ ବୋଧ ଲୋକ ହାତ ଦଇେ ଆପଣା ପ୍ରତିବେଶୀ ସାକ୍ଷାତ ରେ ଲଗା ହୁଏ।

19ଯେ ବିବାଦ ଭଲପାଏ, ସେ ଅପରାଧ ହିଁ ଭଲପାଏ। ପୁଣି ଯେ କହେି ଆପଣା ଦ୍ବାର ଉଚ୍ଚ କରେ, ସେ ବିନାଶ ଖୋଜେ।

20ଯାହାର ହୃଦଯ କୁଟିଳ, ସେ ମଙ୍ଗଳ ପାଏ ନାହିଁ। ଯାହାର ବାକ୍ଯ ଖରାପ ସେ ବିପଦ ରେ ପଡ଼େ।

Proverbs 17 illustration - Proverbs Chapter 17

21ମୂର୍ଖର ଜନ୍ମଦାତା ଆପଣାର ଶାେକ ସଞ୍ଚଯ କରେ, ଏବଂ ମୃଢର ପିତା ଆନନ୍ଦ ପାଇବ ନାହିଁ।

22ଆନନ୍ଦିତ ହୃଦଯ ଉତ୍ତମ ଔଷଧ। ମାତ୍ର ଭଗ୍ନ ଆତ୍ମା ଅଗ୍ନି ସବୁକୁ ଶୁଷ୍କ କରେ।

23ଦୁଷ୍ଟ ଲୋକ ନ୍ଯାଯରୁ ବଞ୍ଚିବାକୁ ଲୁଚଇେ କରି ଉତ୍କୋଚ ନିଏ।

24ବୁଦ୍ଧିମାନର ସମ୍ମୁଖ ରେ ଜ୍ଞାନ ଥାଏ। ମାତ୍ର ମୂର୍ଖର ଦୃଷ୍ଟି ପୃଥିବୀର ପ୍ରାନ୍ତ ରେ ଥାଏ।

25ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ସେ ଆପଣା ଜନନୀକୁ ଦୁଃଖ ଆଣିବାର କାରଣ ହୁଏ।

Proverbs 17 illustration - Proverbs Chapter 17

26ଜଣେ ସାଧାରଣ ଲୋକଙ୍କୁ ଶାସ୍ତି ଦବୋ କିମ୍ବା କୌଣସି ପଥ ପ୍ରଦର୍ଶକୀକୁ ତାଙ୍କ ସଚ୍ଚୋଟତା ପାଇଁ ଦଣ୍ଡଦବୋ ଯଥାର୍ଥ ନୁହେଁ।

27ଯେ ଅଳ୍ପ କଥା କ ହେ, ତାହାର ଜ୍ଞାନ ଥାଏ। ଯାହାର ଶାନ୍ତ ଆତ୍ମା ସେ ବୁଦ୍ଧିମାନ।

28ଅଜ୍ଞାନମାନେ ଚୁପ୍ ରହିଲେ ଜ୍ଞାନବାନ ଗଣିତ ହୁଏ। ପୁଣି ସେ ଆପଣା କଥା ବନ୍ଦ କଲେ ବୁଦ୍ଧିମାନ ଗଣିତ ହୁଏ।

Chapter Complete

You have read Proverbs 17

28 verses