Lumina
Proverbs

A Soft Answer

Proverbs 15·Oriya Bible

1କୋମଳ ପୂର୍ଣ୍ଣ ଉତ୍ତର କୋରଧକୁ ଦମନ କରେ। ମାତ୍ର କଟୁବାକ୍ଯ କୋପ ଜନ୍ମାଏ।

2ଜଣେ ଜ୍ଞାନୀ ଲୋକ ତା'ର ଚିନ୍ତାଧାରା ଭଲ ଭାବରେ କହିପା ରେ। କିନ୍ତୁ ନିର୍ ବୋଧ ନିର୍ ବୋଧତାକୁ ବଖାଣେ।

3ସଦାପ୍ରଭୁ ସର୍ବଦା ସବୁଠା ରେ ଘଟୁଥିବା ଘଟଣାକୁ ଦେଖନ୍ତି। ସେ ଅଧମ ଓ ଉତ୍ତମ ଲୋକମାନଙ୍କୁ ମଧ୍ଯ ନୀରିକ୍ଷଣ କରନ୍ତି।

4ଶାନ୍ତିର ବାକ୍ଯ ଜୀବନର ବୃକ୍ଷ ସ୍ବରୂପ। ମାତ୍ର କୁଟିଳ ବାକ୍ଯ ଆତ୍ମା ନଷ୍ଟ କରେ।

5ଅଜ୍ଞାନ ଆପଣା ପିତାର ଶାସନକୁ ଅବ ହଳୋ କରେ, ମାତ୍ର ବିଜ୍ଞୋଚିତ ବ୍ଯକ୍ତି ଭର୍ତ୍ସନାକୁ ଆଦର ସହ ଗ୍ରହଣ କରନ୍ତି।

Proverbs 15 illustration - Proverbs Chapter 15

6ଧାର୍ମିକର ଗୃହ ରେ ବହୁ ସମ୍ପତ୍ତି ଥାଏ। ମାତ୍ର ଦୁଷ୍ଟର ଆଯ ରେ ସବୁବେଳେ କଷ୍ଟ ଥାଏ।

7ଜ୍ଞାନୀମାନଙ୍କର ବାକ୍ଯ ଜ୍ଞାନ ପ୍ରସାରଣ କରେ। ମାତ୍ର ମୂର୍ଖର ମନ ସପରେି କରେ ନାହିଁ।

8ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠା ରେ ଘୃଣାର ବିଷଯ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।

9ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣା ବିଷଯ। ମାତ୍ର ଧାର୍ମିକତାର ଅନୁଗାମୀକି ସେ ପ୍ ରମେ କରନ୍ତି।

10ଜଣେ ୟିଏ ଜ୍ଞାନର ପଥ ତ୍ଯାଗ କରେ, ପୁଣି ଯେଉଁଲୋକ ଅନୁୟୋଗ ଘୃଣା କରେ ସେ ମରିବ।

Proverbs 15 illustration - Proverbs Chapter 15

11ମୃତ୍ଯୁ ଓ ବିନାଶ ସଦାପ୍ରଭୁଙ୍କ ଆଗ ରେ ଖାେଲା ପଡ଼ିଥାଏ। ଲୋକମାନଙ୍କର ହୃଦଯର ଅଭିପ୍ରାଯ ତା ଅପେକ୍ଷା ତାହାଠାରୁ ଅଧିକ ସ୍ପଷ୍ଟା

12ଜଣେ ନିନ୍ଦୁକ ଅନୁୟୋଗ ପାଇବାକୁ ଭଲ ପାଆନ୍ତି ନାହିଁ। ସମାନେେ କଦାପି ଜ୍ଞାନୀ ଲୋକମାନଙ୍କ ନିକଟକୁ ୟାଆନ୍ତି ନାହିଁ।

13ଗୋଟିଏ ଆନନ୍ଦିତ ହୃଦଯ ମୁଖକୁ ପ୍ରଫୁଲ୍ଲ କରେ। କିନ୍ତୁ ହୃଦଯର ଦୁଃଖ ସହିତ, ଆତ୍ମା ଦୁଃଖୀ ହବେ ଏବଂ ଭାଙ୍ଗି ୟାଏ।

14ବୁଦ୍ଧିମାନର ମନ ଜ୍ଞାନ ଲୋଡ଼େ। ମାତ୍ର ମୂର୍ଖମାନଙ୍କର ମୁଖ ଅଜ୍ଞାନତା ଆହାର କରେ।

15ଗୋଟିଏ ମାତ୍ର ଜଣେ ହୃଷ୍ଟଚିତ୍ତ ପାଇଁ ପ୍ରେତ୍ୟକକ ଦିନ ଗୋଟିଏ ଭୋଜି ଅଟେ।

Proverbs 15 illustration - Proverbs Chapter 15

16ଅଶାନ୍ତି ୟୁକ୍ତି ବହୁ ସମ୍ପତ୍ତି ଅପେକ୍ଷା ସଦାପ୍ରଭୁଙ୍କ ଭୟୟୁକ୍ତ ଅଳ୍ପ ସମ୍ପତ୍ତି ଭଲ।

17ହିଂସା ସହିତ ହୃଷ୍ଟପୃଷ୍ଟ ଗୋମାଂସ ଭୋଜନ ଅପେକ୍ଷା ପ୍ ରମେଥିବା ସ୍ଥାନ ରେ ଶାକାନ୍ନ ଭଲ।

18କ୍ରୋଧୀ ଲୋକ ବିବାଦ ଆରମ୍ଭ କରେ କିନ୍ତୁ ଜଣେ ର୍ଧୈୟ୍ଯ ମଣିଷ ଯାହାର ଗୋଟିଏ ବିବାଦକୁ ସମାଧାନ କରେ।

19ଅଳସର ବାଟ କଣ୍ଟାବାଡ଼ ପରି, ମାତ୍ର ଗୋଟିଏ ସାଧୁ ଲୋକର ପଥ ଗୋଟିଏ ରାଜପଥ ପରି ଅଟେ।

20ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ, ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ।

Proverbs 15 illustration - Proverbs Chapter 15

21ନିର୍ ବୋଧ ପ୍ରତି, ଅଜ୍ଞାନତା କୌତୁହଳପୂର୍ଣ୍ଣ, ମାତ୍ର ବୁଦ୍ଧିମାନ୍ ଲୋକ ଆପଣା ଗତି ୟଥୋଚିତ୍ କରନ୍ତି।

22ମନ୍ତ୍ରଣା ଅଭାବରେ ସଙ୍କଳ୍ପ ବିଫଳ ହୁଏ। ମାତ୍ର ବହୁତ ମନ୍ତ୍ରଣାଦ୍ବାରା ତାହା ସ୍ଥିରୀକୃତ ହୁଏ।

23ଉତ୍ତମ ଉତ୍ତର ଦଇେ ଜଣେ ଆନନ୍ଦ ପାଏ, କିନ୍ତୁ କେତେ ଭଲ ୟଥୋଚିତ କଥା ୟଥୋଚିତ ସମୟରେ ଅଟେ।

24ନୀଚସ୍ଥିତ ପାତାଳକୁ ତ୍ଯାଗ କରିବା ପାଇଁ ବୁଦ୍ଧିମାନ୍ ଲୋକଙ୍କ ନିମନ୍ତେ ଜୀବନର ପଥ ଉର୍ଦ୍ଧ୍ବଗାମୀ।

25ଗର୍ବୀ ଲୋକର ଗୃହକୁ ସଦାପ୍ରଭୁ ବିନାଶ କରିବେ। ମାତ୍ର ବିଧବାର ସୀମା ସଦାପ୍ରଭୁ ସ୍ଥିର କରିବେ।

Proverbs 15 illustration - Proverbs Chapter 15

26ଦୁଷ୍ଟ ଲୋକର ଚିନ୍ତାଧାରାଗୁଡ଼ିକ ସଦାପ୍ରଭୁଙ୍କର ନିକଟରେ ଘୃଣ୍ଯ ଅଟେ। ମାତ୍ର ସ୍ବଳ୍ପ କଥା ଆନନ୍ଦ ଦାୟକ।

27ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ। ମାତ୍ର ଯେଉଁ ଲୋକ ଲାଞ୍ଚକୁ ଘୃଣା କରେ, ସେ ବଞ୍ଚିବ।

28ଧାର୍ମିକର ମନ ବିବଚେନା କରି ଉତ୍ତର ଦିଏ। ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦକଥା ସର୍ବଦା କ ହେ।

29ସଦାପ୍ରଭୁ ଦୁଷ୍ଟମାନଙ୍କଠାରୁ ଦୂର ରେ ଥାନ୍ତି। ପୁଣି ଧାର୍ମିକମାନଙ୍କର ପ୍ରାର୍ଥନା ସେ ଶୁଣନ୍ତି।

30ଚକ୍ଷୁର ଦୀପ୍ତି ମନକୁ ଆନନ୍ଦିତ କରେ। ଉତ୍ତମ ସମାଚାର ଅସ୍ଥିଗୁଡ଼ିକୁ ପୃଷ୍ଟି ଯୋଗଏ।

Proverbs 15 illustration - Proverbs Chapter 15

31ଯେଉଁ କର୍ଣ୍ଣ ଜୀବନ ଦାୟକ ଅନୁୟୋଗ ଶୁଣେ, ତାହା ଜ୍ଞାନୀମାନଙ୍କ ମଧିଅରେ ବାସ କରେ।

32ଯେଉଁ ଲୋକ ଶାସନ ଅଗ୍ରାହ୍ଯ କରେ, ସେ ଆପଣା ପ୍ରାଣ କାଳକୁ ହ୍ରାସ କରେ। ମାତ୍ର ଅନୁ ଯୋଗ ଯେ ଶୁଣେ, ସେ ବୁଦ୍ଧି ପାଏ।

33ସଦାପ୍ରଭୁଙ୍କର ସମ୍ମାନ ଜ୍ଞାନପ୍ରଦ ଉପଦେଶ ଅଟେ। ଏବଂ ନମ୍ରତା ସମ୍ଭ୍ରମର ସମ୍ମୁଖ ରେ ଥାଏ।

Chapter Complete

You have read Proverbs 15

33 verses