Lumina
Numbers

The Red Heifer

Numbers 19·Oriya Bible

1ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,

2ସଦାପ୍ରଭୁ ଏହି ଆଜ୍ଞା ବିଧି ଦଇେ ଅଛନ୍ତି। ଇଶ୍ରାୟେଲର ଲୋକମାନଙ୍କୁ କୁହ, ଯାହାଠା ରେ ଖୁଣ ନାହିଁ ଓ ଯାହା ଉପରେ କବେେ ୟୁଆଳି ଦିଆୟାଇ ନାହିଁ, ଏପରି ଏକ ଲାଲ ଗାଈ ସମାନେେ ତୁମ୍ଭ ନିକଟକୁ ଆଣନ୍ତୁ।

3ତହୁଁ ତୁମ୍ଭମାନେେ ସହେି ଗାଈକୁ ଇଲିଯାସର ଯାଜକକୁ ଦବେ। ସେ ତାହାକୁ ଛାଉଣୀ ବାହାରକୁ ଆଣି ବଧ କରିବ।

4ଯାଜକ ଇଲିଯାସର ଆପଣା ଅଙ୍ଗୁଳି ଦ୍ବାରା ତାହାର ରକ୍ତରୁ ନଇେ ପବିତ୍ର ତମ୍ବୁ ସମ୍ମିଖ ରେ ସାତଥର ଛିଞ୍ଚିବେ।

5ଆଉ ଜଣେ ତାହାର ଦୃଷ୍ଟି ଗୋଚର ରେ ସହେି ଗାଈକି ଦଗ୍ଧ କରିବ, ସେ ତାହାର ଗୋମଯ ସହିତ ଚର୍ମ, ମାଂସ ଓ ରକ୍ତ ଦଗ୍ଧ କରିବ।

Numbers 19 illustration - Numbers Chapter 19

6ତହୁଁ ଯାଜକ ଏରସ କାଠ, ଏସୋବ୍ ଓ ଲାଲ ସୂତା ନଇେ ସହେି ଗାଈ ଦାହର ଅଗ୍ନି ମଧିଅରେ ପକାଇବ।

7ତା'ପରେ ସେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ତା'ପରେ ସେ ଛାଉଣୀକି ଆସିବ। ପୁଣି ଯାଜକ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

8ଯେଉଁ ଲୋକ ସହେି ଗାଈକି ଦଗ୍ଧ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ଆଉ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

9ଏହାପରେ କୌଣସି ଶୁଚିଲୋକ ସହେି ଗାଈର ଭସ୍ମ ସଂଗ୍ରହ କରି ଛାଉଣୀ ବାହା ରେ କୌଣସି ଶୁଚି ସ୍ଥାନ ରେ ରଖିବ। ସହେି ଭସ୍ମ ଇଶ୍ରାୟେଲ ଲୋକମାନଙ୍କର ପାଣିକୁ ଶୁଚି କରିବା ନିମନ୍ତେ ରଖାୟିବ। ତାହା ଶୁଚି କରଣାର୍େଥ ଉତ୍ସର୍ଗ ଅଟେ।

10ଆଉ ଯେଉଁ ଲୋକ ସେ ଗାଈର ଭସ୍ମ ସଂଗ୍ରହ କରେ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

Numbers 19 illustration - Numbers Chapter 19

11ଯଦି କହେି କୌଣସି ମନୁଷ୍ଯର ଶବ ଛୁଏଁ, ତବେେ ସାତଦିନ ପର୍ୟ୍ଯନ୍ତ ଅଶୁଚି ରହିବ।

12ସେ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ନିଜକୁ ଶୁଚି କରିବ। ଯଦି ସେ ତୃତୀୟ ଦିନ ରେ ନିଜକୁ ଶୁଚି ନକରେ ତବେେ ସେ ସପ୍ତମ ଦିନ ରେ ଶୁଚି ହବେ ନାହିଁ।

13ଯଦି କହେି ଶବ ଛୁଇଁ ନିଜକୁ ଶୁଚି ନ କରେ ତବେେ ସେ ସଦାପ୍ରଭୁଙ୍କ ପବିତ୍ର ତମ୍ବୁକୁ ଅଶୁଚି କରେ। ସହେି ମନୁଷ୍ଯ ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରୁ ବହିଷ୍କାର ରହିବ। ତାହା ଉପରେ ଶୁଚି ନିମନ୍ତେ ଜଳ ଛିଞ୍ଚା ୟାଇ ନ ଥିବାରୁ ସେ ଅଶୁଚି ହବେ। ତା'ର ଅଶୌଚ ତାହାଠା ରେ ରହିବ।

14କୌଣସି ମନୁଷ୍ଯ ତୁମ୍ବୁ ଭିତ ରେ ମଲେ ତହିଁର ବ୍ଯବସ୍ଥା ଏହି। ଯେ କହେି ସହେି ତମ୍ବୁ ରେ ଥାଏ ଓ ଯେ କହେି ସହେି ତମ୍ବୁକୁ ଆ ସେ ସେ ସାତଦିନ ପାଇଁ ଅଶୁଚି ହାଇେ ରହିବ।

15ଢାଙ୍କୁଣୀ ନ ଥିବା ପ୍ରେତ୍ୟକକ ମଲୋପାତ୍ର ଅଶୁଚି ହବେ।

Numbers 19 illustration - Numbers Chapter 19

16ପୁଣି କହେି ଯଦି ଖାେଲା କ୍ଷେତ୍ର ରେ ୟୁଦ୍ଧ ରେ ନିହତ ମୃତ ଦହେ ମନୁଷ୍ଯ ଅସ୍ଥି କିମ୍ବା କବର ଛୁଏଁ, ତବେେ ସେ ସାତଦିନ ୟାଏ ଅଶୁଚି ରହିବ।

17ପୁଣି ଲୋକମାନେ ସହେି ଅଶୁଚି ଲୋକକୁ ଶୁଚି କରିବା ପାଇଁ ପାପାର୍ଥକ ବଳିର ଦଗ୍ଧ ଭସ୍ମ ନବେେ ଓ ତାକୁ ଏକ ପାତ୍ର ରେ ରଖି ପ୍ରବାହଜଳ ସେଥି ରେ ଢାଳିବେ।

18ତା'ପରେ ଜଣେ ଶୁଚିମନ୍ତ ବ୍ଯକ୍ତି ଏକ ଏସୋବ୍ ଶାଖା ନଇେ ସହେି ଜଳ ରେ ବୁଡାଇବା ଉଚିତ୍। ସେ ସହେି ତମ୍ବୁ ଉପରେ, ସମସ୍ତ ପାତ୍ର ଉପରେ, ସଠାେରେ ଥିବା ସମସ୍ତ ଲୋକ ଉପରେ ଓ ଅସ୍ଥି, କି ହାତ କି ମୃତ କବର ଛୁଇଁଥିବା ଲୋକ ଉପରେ ତାହା ଛିଞ୍ଚିବ।

19ତତ୍ପରେ ସହେି ଶୁଚିମନ୍ତ ଲୋକ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ସହେି ଅଶୁଚି ଜଣକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନ ରେ ସହେି ବ୍ଯକ୍ତିକୁ ପରିଷ୍କାର କରିବା ଉଚିତ୍। ଆଉ ସେ ନିଜର ବସ୍ତ୍ର ଧୋଇ ଜଳ ରେ ସ୍ନାନ କରିବା ଉଚିତ୍ ଓ ସନ୍ଧ୍ଯା ସମୟରେ ସେ ଶୁଚି ହବେ।

20ମାତ୍ର ଯେଉଁ ଲୋକ ଅଶୁଚି ହାଇେ ନିଜକୁ ପରିଷ୍କାର ନ କରିବ ସହେି ପ୍ରାଣୀ ସମାଜ ମଧ୍ଯରୁ ପୃଥକ ରହିବ। କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା। ତାହା ଉପରେ ଅ େଶୗଚାର୍ଥକ ଜଳ ସଚେିତ ହେଲା ନାହିଁ। ତେଣୁ ସେ ଅଶୁଚି।

Numbers 19 illustration - Numbers Chapter 19

21ଏହା ସମାନଙ୍କେ ପାଳନୀଯ ଅନନ୍ତକାଳୀନ ବାଧି ହବେ। ଆଉ ଯେ କହେି ସହେି ଅ େଶୗଚାର୍ଥକ ଜଳ ସଚେନ କରେ, ସେ ଆପଣା ବସ୍ତ୍ର ଧୋଇବ। ପୁଣି ଯେ କହେି ସହେି ଅ େଶୗଚାର୍ଥକ ଜଳ ଛୁଏଁ, ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

22ଆଉ ସହେି ଅଶୁଚି ଲୋକ ଯଦି ଅନ୍ୟ କାହାରିକୁ ଛୁଏଁ, ତବେେ ସେ ମଧ୍ଯ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

Chapter Complete

You have read Numbers 19

22 verses