Lumina
Nehemiah

Final Reforms

Nehemiah 13·Oriya Bible

1ସହେିଦିନ ସମାନେେ ଲୋକମାନଙ୍କୁ ଜଣାଇବାକୁ ମାଶାଙ୍କେ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧିଅରେ ଲିଖିତ ଏହି କଥା ମିଳିଲା, ଯେ ଅେମ୍ମାନୀୟ ଓ ମାୟୋବୀଯ ଲୋକ କବେେ ପରମେଶ୍ବରଙ୍କ ସଭା ରେ ପ୍ରବେଶ କରିବେ ନାହିଁ।

2କାରଣ ସମାନେେ ଅନ୍ନଜଳ ନଇେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଭଟେିଲେ ନାହିଁ। କିନ୍ତୁ ଇଶ୍ରାୟେଲୀୟମାନଙ୍କୁ ଅଭିଶାପ ଦବୋ ପାଇଁ ସମାନେେ ବିଲିଯମକୁ ପାଉଣା ଦେଲେ। ତଥାପି ଆମ୍ଭମାନଙ୍କ ପରମେଶ୍ବର ସହେି ଅଭିଶାପକୁ ଆଶୀର୍ବାଦ ରେ ପରିଣତ କଲେ।

3ସେତବେେଳେ ସମାନେେ ଏହି ବ୍ଯବସ୍ଥା ଶୁଣି ଇଶ୍ରାୟେଲ ମଧ୍ଯରୁ ସମଗ୍ର ମିଶ୍ରିତ ଜନତାକୁ ପୃଥକ କଲେ।

4ଏଥି ପୂର୍ବରୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିରସ୍ଥିତ କଠାେରୀ ସବୁର ଦାଯିତ୍ବ, ଇଲିଯାଶୀବ୍କୁ ଦିଆଗଲା। ଇଲିଯାଶୀବ୍ ଯାଜକ ଟୋବିୟର କୁଟୁମ୍ବ ଥିଲା।

5ତେଣୁ ସେ ତାକୁ ଏକ ବଡ କଠାେରୀ ଦଲୋ। ସହେି କଠାେରୀକୁ ପୂର୍ବେ ଲୋକମାନେ ସହେି ସ୍ଥାନ ରେ ଶସ୍ଯ ନବୈେଦ୍ଯ, ସୁଗନ୍ଧ ଏବଂ ଅନ୍ଯାନ୍ଯ ସାମଗ୍ରୀ, ଲବେୀୟ ଓ ଗାଯକ ଓ ଦ୍ବାରପାଳମାନଙ୍କ ନିମନ୍ତେ ଶସ୍ଯ, ଦ୍ରାକ୍ଷାରସ ଓ ତୈଲର ଦଶମାଂଶ, ଆଉ ଯାଜକମାନଙ୍କ ନିମନ୍ତେ ଉପହାର ରଖିବା ରେ ବ୍ଯବହୃତ ହେଉଥିଲା।

Nehemiah 13 illustration - Nehemiah Chapter 13

6ମୁଁ ଏସବୁ ସମୟରେ ୟିରୁଶାଲମ ରେ ନଥିଲି, କାରଣ ବାବିଲର ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର ବତିଶ ବର୍ଷ ରେ ମୁଁ ରାଜାଙ୍କ ନିକଟକୁ ଗଲି ଓ କେତକେ ଦିନ ପରେ ରାଜାଙ୍କୁ ବିଦାଯ ମାଗିଲି।

7ଏହାପରେ ମୁଁ ୟିରୁଶାଲମକୁ ଫରେି ଆସିଲି ଏବଂ ଇଲିଯାଶୀବ୍, ଟୋବିୟ ନିମନ୍ତେ ପରମେଶ୍ବରଙ୍କ ମନ୍ଦିରର ପ୍ରାଙ୍ଗଣ ରେ ଏକ କଠାେରୀ ପ୍ରସ୍ତୁତ କରି ଯେଉଁ ମନ୍ଦକର୍ମ କରିଥିଲା ତାହା ବିଷଯ ରେ ଶୁଣିଲି।

8ଏହା ମାେତେ ବ୍ଯତିବ୍ଯସ୍ତ କଲା, ଏଣୁ ମୁଁ ସହେି କଠାେରୀରୁ ଟୋବିୟର ସମସ୍ତ ଗୃହ ସାମଗ୍ରୀ ବାହାର କରି ପକାଇ ଦଲେି।

9ଏହାପରେ ମୁଁ ଆଜ୍ଞା କରିବାରୁ, ସମାନେେ କଠାେରୀସବୁକୁ ଶୁଚିକଲେ। ତବେେ ମୁଁ ସଠାେକୁ ପୁନର୍ବାର ପରମେଶ୍ବରଙ୍କ ଗୃହର ପାତ୍ରାଦି ଓ ଶସ୍ଯ ନବୈେଦ୍ଯ ଓ କୁନ୍ଦୁରୁ ଆଣିଲି।

10ମୁଁ ଜାଣିବାକୁ ପାଇଲି ଯେ, ଲବେୀୟମାନଙ୍କ ଅଂଶ ତାଙ୍କୁ ଦିଆୟାଇ ନଥିଲା। ତେଣୁ ଲବେୀୟମାନେ ଓ ଗାଯକମାନେ ଯେଉଁମାନେ ମନ୍ଦିର ରେ କାର୍ୟ୍ଯ କରୁଥିଲେ ପ୍ରେତ୍ୟକକ ନିଜ ନିଜ ଭୂମିକୁ ଫରେି ୟାଇଥିଲେ।

Nehemiah 13 illustration - Nehemiah Chapter 13

11ତେଣୁ ମୁଁ ଅଧିକାରୀମାନଙ୍କୁ ପଗ୍ଭରିଲି, କାହିଁକି ତୁମ୍ଭେ ପରମେଶ୍ବରଙ୍କ ମନ୍ଦିରର ଅବ ହଳୋ କଲ? ଏ ବିଷଯ ରେ ମୁଁ ସମାନଙ୍କେ ସହିତ ୟୁକ୍ତିତର୍କ କଲି। ତାପରେ ମୁଁ ଲବେୀୟମାନଙ୍କୁ ଏକତ୍ର କଲି ଏବଂ ସମାନଙ୍କେୁ ସମାନଙ୍କେର ନିଜ କ୍ଷେତ୍ର ରେ ନିୟୁକ୍ତି କଲି।

12ତେଣୁ ସମଗ୍ର ଯିହୁଦା ଶସ୍ଯର ଓ ନୂତନ ଦ୍ରାକ୍ଷାରସର ଓ ତୈଳର ଏକ ଦଶମାଂଶ ଭଣ୍ତାରକୁ ଆଣିଲେ।

13ତହିଁରେ ମୁଁ ଶଲେିମିଯ ଯାଜକକୁ ଓ ଲେଖକ ସାଦୋକ ଓ ଲବେୀୟମାନଙ୍କ ମଧ୍ଯରୁ ପଦାଯକୁ ଭଣ୍ତାର ସମୂହର ଅଧ୍ଯକ୍ଷ କଲି। ଏବଂ ସକ୍କୂରର ପୁତ୍ର ହନାନ୍, ମତ୍ତନିଯର ପୁତ୍ର ସକ୍କୂର ସମାନଙ୍କେର ଅଧିନ ରେ କାର୍ୟ୍ଯ କଲେ। କାରଣ ସମାନେେ ବିଶ୍ବସ୍ତ ଥିଲେ। ଏଣୁ ଆପଣା ଭାତୃଗଣକୁ ବିତରଣ କରିବାର କାର୍ୟ୍ଯ ସମାନଙ୍କେର ହେଲା।

14ହେ ମାରେ ପରମେଶ୍ବର, ଏ ବିଷଯ ରେ ମାେତେ ସ୍ମରଣ କର। ଆଉ ମୁଁ ମାହେର ପରମଶ୍ବରଙ୍କ ଗୃହ ଓ ତହିଁର ବିଷଯ ପାଳନୀଯ ବିଷଯ ନିମନ୍ତେ ଯାହା କରିଅଛି ମାରେ କୃତ ସହେି ସୁକର୍ମ ସବୁ ଲିଭାଇ ଦିଅ।

15ସହେି ସମୟରେ ମୁଁ ଯିହୁଦା ମଧିଅରେ କେତକେ ଲୋକଙ୍କୁ ବିଶ୍ରାମ ଦିନ ରେ ଦ୍ରାକ୍ଷାୟନ୍ତ୍ର ଦଳିବାର ଓ ବିଡା ଭିତରକୁ ଆଣିବାର ଓ ଗଧର୍ଭ ଉପରେ ବୋଝଇେ କରିବାର ମଧ୍ଯ ବିଶ୍ରାମ ଦିନ ରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରିଫଳ ଓ ସର୍ବପ୍ରକାର ବୋଝ ୟିରୁଶାଲମକୁ ଆଣିବାର ଦେଖିଲି। ତେଣୁ ବିଶ୍ରାମ ଦିନ ରେ କୌଣସି ଖାଦ୍ୟ ବିକ୍ରଯ ନ କରିବାକୁ ମୁଁ ସମାନଙ୍କେୁ ସତର୍କ କଲି।

Nehemiah 13 illustration - Nehemiah Chapter 13

16ସହେି ନଗର ରେ ସୋରୀଯ ଲୋକେ ବାସ କରୁଥିଲେ। ସମାନେେ ମତ୍ସ୍ଯ ଓ ଅନ୍ୟ ବହୁତ ଦ୍ରବ୍ଯ ବିଶ୍ରାମ ଦିନ ରେ ୟିହୁଦୀଯମାନଙ୍କୁ ଓ ୟିରୁଶାଲମ ରେ ବିକ୍ରଯ କଲେ।

17ଏଥିପାଇଁ ମୁଁ ଯିହୁଦାର କୁଳୀନ ନାଗରିକମାନଙ୍କ ସଙ୍ଗେ ୟୁକ୍ତି କରି କରି ସମାନଙ୍କେୁ କହିଲି, ତୁମ୍ଭମାନେେ ବିଶ୍ରାମ ଦିନ ଅପବିତ୍ର କରିବା ପାଇଁ ବହୁତ କୁକର୍ମ କରୁଅଛ?

18ତୁମ୍ଭମାନଙ୍କ ପିତୃପୁରୁଷମାନେ କ'ଣ ଏପରି ବ୍ଯବହାର କରି ନଥିଲେ। ଆଉ ତହିଁ ସକାଶୁ ଆମ୍ଭମାନଙ୍କ ପରମେଶ୍ବର କି ଆମ୍ଭମାନଙ୍କ ଉପରେ ଓ ଏହି ନଗର ଉପରେ ଏହି ସବୁ ଅମଙ୍ଗଳ ଘଟାଇ ନାହାଁନ୍ତି? ତଥାପି ତୁମ୍ଭମାନେେ ବିଶ୍ରାମଦିନ ଅପବିତ୍ର କରି ଇଶ୍ରାୟେଲ ଉପରକୁ କୋପ ଆଣୁଅଛ।

19ଏହାପରେ ବିଶ୍ରାମବାର ପୂର୍ବରୁ ୟିରୁଶାଲମ ରେ ଯେତବେେଳେ ଅନ୍ଧାର ହବୋକୁ ଲାଗିଲା। ମୁଁ କବାଟସବୁ ବନ୍ଦ କରିବାକୁ ପ୍ରହରୀକୁ ଆଜ୍ଞା ଦଲେି ଆହୁରି ବିଶ୍ରାମବାର ଶଷେ ହବୋ ପର୍ୟ୍ଯନ୍ତ ନଖାଲିବୋକୁ ଆଜ୍ଞା ଦଲେି। ପୁଣି ବିଶ୍ରାମଦିନ ଲୋକମାନଙ୍କୁ ବୋଝ ବୋହିବାରୁ ବିରତ କରିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ଯରୁ କେତକଙ୍କେୁ ଦ୍ବାରମାନଙ୍କ ରେ ନିୟୁକ୍ତି କଲି।

20ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ଯ ବିକ୍ରଯକାରୀମାନେ ଥରେ ବା ଦୁଇଥର ୟିରୁଶାଲମ ବାହା ରେ ରାତ୍ରି କ୍ଷପେଣ କଲେ।

Nehemiah 13 illustration - Nehemiah Chapter 13

21ତାପରେ ମୁଁ ସମାନଙ୍କେୁ ସତର୍କ କଲି ଏବଂ କହିଲି, ତୁମ୍ଭମାନେେ କାହିଁକି ପ୍ରାଚୀର ନିକଟରେ ରାତ୍ରି ୟାପନ କରୁଅଛ? ତୁମ୍ଭମାନେେ ଆଉ ଥରେ ଏପରି କଲେ ମୁଁ ତୁମ୍ଭମାନଙ୍କୁ ଧରିବି। ସହେି ସମଯାବଧି ସମାନେେ ଆଉ ବିଶ୍ରାମବାର ରେ ଆସିଲେ ନାହିଁ।

22ଏହାପରେ ମୁଁ ଲବେୀୟମାନଙ୍କୁ ବିଶ୍ରାମଦିନ ପବିତ୍ର କରିବା ନିମନ୍ତେ ନିଜ ନିଜକୁ ଶୁଚି କରିବାକୁ ଓ ଆସି ଦ୍ବାରସବୁ ଜଗିବାକୁ ଆଜ୍ଞା କଲି।

23ସହେି ସମୟରେ ଯେଉଁ ୟିହୁଦୀଯମାନେ ଅସଦୋଦ୍, ଅମ୍ମାନେ ଓ ମାୟୋବ ଦେଶୀଯ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସମାନଙ୍କେୁ ମୁଁ ଦେଖିଲି।

24ସମାନଙ୍କେ ବାଳକମାନେ ଅଧେ ଅସ୍ଦୋଦୀଯ ଭାଷା ରେ କଥାବାର୍ତ୍ତା କଲେ। ସମାନେେ ୟିହୁଦୀଯ ଭାଷା ରେ କଥାବାର୍ତ୍ତା କରିପାରିଲେ ନାହିଁ। ମାତ୍ର ପ୍ରେତ୍ୟକକ ଗୋଷ୍ଠୀର ଭାଷା ଅନୁସାରେ କଥା କହିଲେ।

25ତେଣୁ ମୁଁ ସମାନଙ୍କେ ସହିତ ବାଦାନୁବାଦ କଲି ଓ ସମାନଙ୍କେୁ ଅଭିଶାପ ଦଲେି। ସମାନଙ୍କେ ମଧ୍ଯରୁ କେତକଙ୍କେୁ ପ୍ରହାର କଲି। ମୁଁ ସମାନଙ୍କେ ଦାଢି ମଧ୍ଯ ଉତ୍ପାଟନ କଲି ଏବଂ ପରମେଶ୍ବରଙ୍କ ନାମ ରେ ସମାନଙ୍କେୁ ପ୍ରତିଜ୍ଞା କରାଇଲି, ତୁମ୍ଭମାନେେ ସମାନଙ୍କେ ପୁତ୍ରମାନଙ୍କୁ ଆପଣାର କନ୍ଯା ଦିଅନାହିଁ ଏବଂ କିମ୍ବା ଆପଣା ପୁତ୍ର ନିମନ୍ତେ ସମାନଙ୍କେ କନ୍ଯା ଗ୍ରହଣ କର ନାହିଁ।

Nehemiah 13 illustration - Nehemiah Chapter 13

26ଇଶ୍ରାୟେଲର ରାଜା ଶଲୋମନ କ'ଣ ଏପରି କାର୍ୟ୍ଯ କରି ପାପ କରି ନ ଥିଲେ? ଅନକେ ରାଷ୍ଟ୍ର ବା ଜାତି ମଧିଅରେ ତାଙ୍କପରି ରାଜା କହେି ନ ଥିଲେ ଓ ସେ ଆପଣା ପରମେଶ୍ବରଙ୍କ ପ୍ରିଯପାତ୍ର ଥିଲେ। ପରମେଶ୍ବର ତାହାଙ୍କୁ ସମଗ୍ର ଇଶ୍ରାୟେଲ ଉପରେ ରାଜା କଲେ। ତଥାପି ବିଦେଶୀଯ ସ୍ତ୍ରୀମାନେ ତାହାଙ୍କୁ ହିଁ ପାପ କରାଇଲେ।

27ତେଣୁ କଣ ଆମ୍ଭେ କଥା ଶୁଣି ପରମେଶ୍ବରଙ୍କ ବିରୁଦ୍ଧ ରେ ୟିବୁ? ବିଦେଶୀଯା ସ୍ତ୍ରୀମାନଙ୍କୁ ବିବାହ କରି ମହାପାପ କରିବୁ?

28ମହାୟାଜକ ଇଲିଯାଶୀବ୍ର ପୁତ୍ର ଯିହାୟୋଦାରଦାର ପୁତ୍ରମାନଙ୍କ ମଧ୍ଯରୁ ଜଣେ ପୁତ୍ର ହାରୋଣୀଯ ସନ୍ବଲ୍ଲଟର ଜ୍ବାଇଁ ଥିଲା। ମୁଁ ସହେି ଲୋକଙ୍କୁ ମାଠାରୁେ ଗ୍ଭଲିୟିବା ପାଇଁ ବାଧ୍ଯ କରିଥିଲି।

29ହେ ମାରେ ପରମେଶ୍ବର, ସମାନଙ୍କେୁ ସ୍ମରଣ କର। ଯେ ହତେୁ ସମାନେେ ଯାଜକପଦକୁ ଆଉ ଯାଜକ ପଦ ରେ ଓ ଲବେୀୟମାନଙ୍କର ନିଯମକୁ କଳଙ୍କିତ କରିଛନ୍ତି।

30ଏହିରୂପେ ମୁଁ ସମାନଙ୍କେୁ ବିଦେଶୀଯ ସମସ୍ତଙ୍କଠାରୁ ପରିସ୍କାର କଲି ଓ ପ୍ରେତ୍ୟକକର କାର୍ୟ୍ଯ ଅନୁସାରେ ଯାଜକମାନଙ୍କର ଓ ଲବେୀୟମାନଙ୍କର କାର୍ୟ୍ଯ ନିରୂପଣ କଲି।

Nehemiah 13 illustration - Nehemiah Chapter 13

31ନିରୂପିତ ସମୟରେ କାଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିୟୁକ୍ତ କଲି।

Chapter Complete

You have read Nehemiah 13

31 verses