Lumina
Nehemiah

Nehemiah's Prayer

Nehemiah 1·Oriya Bible

1ଏଗୁଡିକ ନିହିମିଯାଙ୍କର ବାକ୍ଯ ଅଟେ। ନିହିମିଯା ଥିଲେ ହଖଲିଯର ପୁତ୍ର। ବିଂଶତିତମ ବର୍ଷର କିଶ୍ଲେବ୍ ମାସ ରେ ମୁଁ ଶୂଶନର ରାଜଧାନୀ ରେ ଥିଲି।

2ମୁଁ ଯେତବେେଳେ ଶୂଶନ ରେ ଥିଲି, ମାରେ ଭାଇମାନଙ୍କ ମଧ୍ଯରୁ ଜଣେ ତାଙ୍କର ନାମ ଥିଲା, ହନାନି ଓ ଯିହୁଦାରୁ କେତେ ଜଣ ଲୋକ ଆସିଥିଲେ। ତହୁଁ ମୁଁ ସମାନଙ୍କେୁ ବନ୍ଦୀତ୍ବରୁ ଫରେି ଆସିଥିବା ଅବଶିଷ୍ଟ ୟିହୁଦୀଯମାନଙ୍କ ବିଷଯ ରେ ଓ ୟିରୁଶାଲମ ବିଷଯ ରେ ପଗ୍ଭରିଲି।

3ସେତବେେଳେ ସମାନେେ ମାେତେ କହିଲେ, ଯେଉଁମାନେ ବନ୍ଦୀତ୍ବରୁ ଫରେି ଆସିଥିଲେ ସହେି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନ ରେ ଅଛନ୍ତି, କାରଣ ୟିରୁଶାଲମର ପ୍ରାଚୀର ଭାଙ୍ଗି ଅଛି ଏବଂ ଏହାର ଫାଟକକୁ ପୋଡି଼ ଦିଆୟାଇଛି।

4ଯେତବେେଳେ ମୁଁ ସମାନଙ୍କେଠାରୁ ଏହି ସମ୍ବାଦ ଶୁଣିଲି, ମୁଁ ଦୁଃଖିତ ହଲିେ। ମୁଁ ବସି କ୍ରନ୍ଦନ କଲି। ମୁଁ ଉପବାସ ରେ ସ୍ବର୍ଗସ୍ଥ ପରମେଶ୍ବରଙ୍କୁ ବହୁ ଦିନ ଧରି ପ୍ରାର୍ଥନା କଲି।

5ତା'ପରେ ମୁଁ ଏହିପରି ପ୍ରାର୍ଥନା କଲି:

Nehemiah 1 illustration - Nehemiah Chapter 1

6ତୁମ୍ଭର କର୍ଣ୍ଣ ଶୁଣୁ ଏବଂ ତୁମ୍ଭର ଆଖି ଖୋଲ ଏବଂ ମାରେ ପ୍ରାର୍ଥନା ପ୍ରତି ଧ୍ଯାନ ଦିଅ। ଯାହା ମୁଁ ଦିନ ଓ ରାତ୍ରି ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭ ଦାସ ଇଶ୍ରାୟେଲୀୟମାନଙ୍କ ପାଇଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭ ବିରୁଦ୍ଧ ରେ କରିଥିବା ପାପ ଆମ୍ଭେ ସ୍ବୀକାର କରିଛୁ। ଉତ୍ତଯ ମୁଁ ଓ ମାରେ ପରିବାର ପାପ କରିଛୁ।

7ଆମ୍ଭେ ଇଶ୍ରାୟେଲୀୟମାନେ ତୁମ୍ଭ ବିରୁଦ୍ଧ ରେ ଅତିଶଯ ଭାବରେ ପାପ କରିଅଛୁ। ଆମ୍ଭମାନେେ ତୁମ୍ଭର ଆଜ୍ଞା ବ୍ଯବସ୍ଥାଗୁଡିକ ଓ ବିଗ୍ଭର ପାଳନ କରୁନାହୁଁ, ତୁମ୍ଭର ଦାସ ମାଶାଙ୍କେ ମାଧ୍ଯମ ରେ ଆମ୍ଭକୁ ଦଇେଥିଲ।

8ତୁମ୍ଭେ ଯାହା ସବୁ କହିଛ ତାହା ମନେ ପକାଇବା ପାଇଁ ମୁଁ ତୁମ୍ଭକୁ ପଗ୍ଭରୁଛି, ତୁମ୍ଭେ ଆଦେଶ କରିଛ ଏବଂ ତୁମ୍ଭର ଦାସ ମାଶାଙ୍କେୁ କହିଥିଲ, ଯଦି ତୁମ୍ଭମାନେେ ପାପ କର ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧିଅରେ ଛିନ୍ନଭିନ୍ନ କରିବା।

9କିନ୍ତୁ ଯଦି ତୁମ୍ଭମାନେେ ଆମ୍ଭ ପାଖକୁ ଫରେି ଆସିବ ଓ ଆମ୍ଭେ ଆଜ୍ଞା ପାଳନକରି ଓ ଅଭ୍ଯାସ କରି ବାସ କରିବ, ତବେେ ଯଦିଓ ତୁମ୍ଭମାନେେ ଆକାଶର ପ୍ରାନ୍ତ ସୀମା ରେ ନିର୍ବାସିତ ଥିଲେ ହେଁ, ଆମ୍ଭେ ସଠାରୁେ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସହେି ସ୍ଥାନକୁ ସମାନଙ୍କେୁ ଆଣିବା।

10ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ ତୁମ୍ଭେ ଏମାନଙ୍କୁ ଆପଣାର ମହା ପରାକ୍ରମ ଓ ଆପଣାର ବଳବାନ ହସ୍ତଦ୍ବାରା ମୁକ୍ତ କରିଅଛ।

Nehemiah 1 illustration - Nehemiah Chapter 1

11ହେ ସଦାପ୍ରଭୁ, ବିନଯ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ସମ୍ମାନ କରିବା ରେ ଆନନ୍ଦ କରନ୍ତି, ଏମନ୍ତ ତୁମ୍ଭ ଦାସର ଓ ସମସ୍ତ ଦାସମାନଙ୍କର ପ୍ରାର୍ଥନା ପ୍ରତି ଟିକେ କର୍ଣ୍ଣପାତ କର। ଆଉ ପ୍ରାର୍ଥନା କରୁଅଛି ଆଜି ଆପଣା ଦାସକୁ ସଫଳ କରାଅ। ଏହି ବ୍ଯକ୍ତିର ଦୃଷ୍ଟି ରେ ତାହାକୁ ଦୟାପ୍ରାପ୍ତ ହବୋକୁ ଦିଅ। ଏ ସମୟରେ, ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।

Chapter Complete

You have read Nehemiah 1

11 verses