Lumina
Nahum

The Fall of Nineveh

Nahum 2·Oriya Bible

1କହେି ଜଣେ ତୁମ୍ଭମାନଙ୍କୁ ଛିନ୍ନଛତ୍ର କରିବାକୁ ଆସୁଛି। ତେଣୁ ତୁମ୍ଭ ସୁଦୃଢ ସ୍ଥାନଗୁଡିକୁ ଜଗ। ରାସ୍ତାଗୁଡିକ ଉପ ରେ ଦୃଷ୍ଟି ରଖ। ୟୁଦ୍ଧ ପାଇଁ ସଜ ହୁଅ ଏବଂ ନିଜର ପାରୁ ପର୍ୟ୍ଯନ୍ତ ନିଜକୁ ସଜାଗ ରଖ।

2ସଦାପ୍ରଭୁ ଯାକୁବର ଶାେଭା ପୂର୍ଣ୍ଣ ପ୍ରତିଷ୍ଠା କରିଛନ୍ତି, ଯାହାକି ଇଶ୍ରାୟେଲର ଶାେଭା ସଦୃଶ। ଶତୃ ସମାନଙ୍କେୁ ଧ୍ବଂସ କଲେ ଓ ସମାନଙ୍କେର ଦ୍ରାକ୍ଷାଲତା ସବୁ ନଷ୍ଟ କଲେ।

3ସହେି ସୈନ୍ଯମାନଙ୍କର ମାହେରଗୁଡିକ ଲାଲ। ସମାନଙ୍କେର ପୋଷାକ ଅତି ଲାଲ। ସମାନଙ୍କେର ରଥଗୁଡିକ ୟୁଦ୍ଧ ପାଇଁ ଧାଡି ରେ ପ୍ରସ୍ତୁତ ହାଇେ ରହିଛି, ସଗେୁଡିକ ଅଗ୍ନିଶିଖା ପରି ଉଜ୍ଜ୍ବଳ ଦଖାେ ଯାଉଛି। ସମାନଙ୍କେର ବର୍ଚ୍ଛାସବୁ ଉେତ୍ତାଳିତ।

4ଅଶ୍ବଗ୍ଭଳିତ ରଥଗୁଡିକ ରାସ୍ତା ରେ ଧାଉଁଛନ୍ତି। ସମାନେେ ଖାେଲାଛକରେ ଏଣତେଣେେ ଭିଡ କରୁଛନ୍ତି। ସଗେୁଡିକ ମଶାଲପରି ଓ ବିଜୁଳି ପରି ଦଖାଯାେଉଛି।

5ସେ ତାଙ୍କର ଅଧିକାରୀମାନଙ୍କୁ ଆଦେଶ ଦିଅନ୍ତି। ଯେତବେେଳେ ସମାନେେ ଆଗକୁ ଗତି କରନ୍ତି, ସମାନେେ ଝୁଣ୍ଟି ପଡନ୍ତି। ସମାନେେ କାନ୍ଥ ନିକଟକୁ ୟାଆନ୍ତି ଏବଂ ସମାନଙ୍କେର ଢାଲଗୁଡିକ ଠିକ୍ କରନ୍ତି।

Nahum 2 illustration - Nahum Chapter 2

6ନଦୀର ଫାଟକଗୁଡିକ ଖାେଲା ଅଛି ଏବଂ ରାଜପ୍ରାସାଦ ଭାସି ଯାଉଛି,

7ରାଣୀ ଶତୃମାନଙ୍କ ଦ୍ବାରା ଧରା ପଡିଛନ୍ତି ଓ ଦୂରକୁ ନିଆ ହାଇେଛନ୍ତି। ଏବଂ ତାଙ୍କର ଦାସୀମାନେ ଦୁଃଖ ରେ କପୋତ ପରି କ୍ରନ୍ଦନ କରୁଛନ୍ତି। ସମାନେେ ସମାନଙ୍କେର ଦୁଃଖ ଜଣାଇବାକୁ ଛାତିକୁ ପ୍ରହାର କରୁଛନ୍ତି।

8ନୀନିବୀ ଏକ ପୁଷ୍କରଣୀ ସଦୃଶ ଯାହାର ଜଳ ବାହାରି ଯାଉଛି। ଲୋକମାନେ, ଦୌଡୁଛନ୍ତି ଏବଂ ତାହା ବନ୍ଦ କରିବାକୁ ଚିତ୍କାର କରୁଛନ୍ତି! କିନ୍ତୁ କହେି ମଧ୍ଯ ସମାନଙ୍କେର କ୍ରନ୍ଦନକୁ ଧ୍ଯାନ ଦେଉ ନାହାନ୍ତି।

9ତାଙ୍କ ପାଖ ରେ ବହୁ ଧନସମ୍ପତ୍ତି ନବୋକୁ ଅଛି। ତାଙ୍କର ରୂପା ଓ ସୁନା ନିଅ।

10ବର୍ତ୍ତମାନ ନୀନିବୀ ଶୂନ୍ଯ ହାଇେ ଯାଉଛି। ସମସ୍ତ ଜିନିଷ ଲୁଣ୍ଠିତ ଓ ନଗରୀଟି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହାଇେଛି। ଲୋକମାନେ ସମାନଙ୍କେର ସାହସ ହରାଇଛନ୍ତି। ସମାନଙ୍କେର ହୃଦଯ ଭୟ ରେ ବିଚଳିତ। ସମାନଙ୍କେର ଆଣ୍ଠୁ ଓ ଶରୀର ଥରୁଛି। ସମାନଙ୍କେର ମୁଖମଣ୍ତଳ ଭୟ ରେ ମଳିନ ହାଇୟୋଇଛି।

Nahum 2 illustration - Nahum Chapter 2

11ସହେି ସିଂହଗୁମ୍ଫା ନୀନିବୀ କେଉଁଠି? ସିଂହ ଏବଂ ସିଂହୀ ସଠାେ ରେ ବାସ କରୁଥିଲେ। ସମାନଙ୍କେର ସିଂହ ଶାବକଗୁଡିକୁ ସଠାେ ରେ ଖାଉଥିଲେ ଏବଂ ଭୟଭୀତ ନଥିଲେ।

12ସିଂହ ନୀନିବୀର ରାଜା ତା'ର ଶାବକମାନଙ୍କୁ ଖୁଆଇବା ପାଇଁ ବହୁତ ଶିକାର କଲା ଏବଂ ସିଂହୀ ପାଇଁ ଶିକାର କଲା। ସେ ତା'ର ନୀନିବୀ ଗୁମ୍ଫାକୁ ଶିକାର ରେ ପରିପୂର୍ଣ୍ଣ କଲା! ସେ ତା'ର ଗୁମ୍ଫାକୁ ମାଂସ ରେ ପୂର୍ଣ୍ଣ କଲା।

13ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ବର କୁହନ୍ତି, ନୀନିବୀ ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ଅଛୁ। ଆମ୍ଭେ ତୁମ୍ଭର ରଥକୁ ଜାଳିଦବୋ ଓ ତୁମ୍ଭର 'ୟୁବକ ସିଂହମାନଙ୍କୁ' ଖଣ୍ତା ରେ ହତ୍ଯା କରିବା। ଆମ୍ଭେ ତୁମ୍ଭମାନଙ୍କର ଶିକାରକୁ ପୃଥିବୀରୁ ଲୋପ କରିଦବୋ। ଲୋକମାନେ ଆଉ କବେେ ମନ୍ଦ ଖବର ତୁମ୍ଭ ଦୂତଠାରୁ ଶୁଣିବେ ନାହିଁ।

Chapter Complete

You have read Nahum 2

13 verses