Lumina
Matthew

The Sermon on the Mount: Beatitudes

Matthew 5·Oriya Bible

1ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ଯା କ୍ରମଶଃ ବଢିବାକୁ ଲାଗିଲା। ଏହା ଦେଖି ଯୀଶୁ ଗୋଟିଏ ପାହାଡ ଉପରକୁ ଗଲେ ଏବଂ ସଠାେରେ ବସିଲେ। ତାହାଙ୍କର ଶିଷ୍ଯମାନେ ତାହାଙ୍କ ପାଖକୁ ଆସିଲେ।

2ଏଥର ଯୀଶୁ ସମାନଙ୍କେୁ ଉପଦେଶ ଦବୋ ଆରମ୍ଭ କଲେ,

3ଆତ୍ମି ରେ ଦିନହୀନ ଲୋକମାନେ ଧନ୍ଯ, କାରଣ ସ୍ବର୍ରାଜ୍ଯ ସହେିମାନଙ୍କର।

4ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ଯ; କାରଣ ପରମେଶ୍ବର ସମାନଙ୍କେୁ ସାନ୍ତ୍ବନା ଦବେେ।

5ନମ୍ର ଓ ସୁଶୀଳ ଲୋକମାନେ ଧନ୍ଯ; କାରଣ ଏ ପୃଥିବୀ ସହେିମାନଙ୍କର ହବେ।

Matthew 5 illustration - Matthew Chapter 5

6ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ଯ, କାରଣ ସମାନେେ ସଂମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।

7ଅନ୍ୟମାନଙ୍କୁ ଦୟା ଦଖାେଉଥିବା ଲୋକମାନେ ଧନ୍ଯ; କାରଣ ପରମେଶ୍ବର ସହେିମାନଙ୍କୁ ଦୟା କରିବେ।

8ନିର୍ମଳ ହୃଦୟ ଥିବା ଲୋକମାନେ ଧନ୍ଯ; କାରଣ ସମାନେେ ପରମେଶ୍ବରଙ୍କୁ ଦେଖିବେ।

9ଶାନ୍ତ ପାଇଁ କାମ କରୁଥିବା ଲୋକମାନେ ଧନ୍ଯ, କାରଣ ସମାନେେ ପରମେଶ୍ବରଙ୍କ ସନ୍ତାନ ଭାବେ ଡକାଯିବେ।

10ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ୟ୍ଯ କରି କଷ୍ଟ ସହୁଥିବା ଲୋକମାନେ ଧନ୍ଯ; କାରଣ ସ୍ବର୍ଗରାଜ୍ଯ ସହେିମାନଙ୍କର।

Matthew 5 illustration - Matthew Chapter 5

11ତୁମ୍ଭମାନେେ ମାରେ ଅନୁଗାମୀ ହାଇେଥିବା ୟୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦବେେ, ତୁମ୍ଭମାନଙ୍କୁ ଯାତନା ଦବେେ ଓ ତୁମ୍ଭମାନଙ୍କ ବିରୁଦ୍ଧ ରେ ମିଛ ରେ ନାନା କଥା କହିବେ। କିନ୍ତୁ ତୁମ୍ଭମାନେେ ଧନ୍ଯ।

12ତେଣୁ ଖୁସି ହାଇେ ଆନନ୍ଦ କର। କାରଣ ସ୍ବର୍ଗ ରେ ତୁମ୍ଭମାନେେ ଏକ ମହତ୍ ପୁରସ୍କାର ପାଇବ। ତାମ୍ଭର ପୂର୍ବବର୍ତ୍ତୀ ଭବିଷ୍ଯଦ୍ବକ୍ତାମାନଙ୍କୁ ମଧ୍ଯ ଲୋକମାନେ ଏହି ଭଳି ଯାତନା ଦଇେଥିଲେ।

13ତୁମ୍ଭମାନେେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଦେ ସ୍ବାଦହୀନ ହାଇଯୋଏ, ତବେେ ତାକୁ ଆଉଥରେ ଲୁଣିଆ କରା ଯାଇ ନପା ରେ। ଲୁଣ ଆପଣା ଲୁଣିଆ ସ୍ବାଦ ହରାଇଲେ ଆଉ କୌଣସି କାମ ରେ ଲାଗିପାରିବ ନାହିଁ। ତାକୁ ବାହା ରେ ଫିଙ୍ଗି ଦିଆୟିବ। ଲୋକେ ତାକୁ ପାଦ ରେ ଚକଟି ଗ୍ଭଲିଯିବେ।

14ତୁମ୍ଭେ ଜଗତର ଆଲୋକ। ପାହାଡ ଉପରେ ଅବସ୍ଥିତ କୌଣସି ନଗରକୁ କବେେ ହେଲେ ଲୁଚଇେ ରଖାଯାଇ ପାରିବ ନାହିଁ।

15ଲୋକେ ଦୀପଟିଏ ଜଳଇେ ତାକୁ ହାଣ୍ଡି ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ବାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ।

Matthew 5 illustration - Matthew Chapter 5

16ଲୋକଙ୍କ ଆଗ ରେ ତୁମ୍ଭମାନେେ ଆଲୋକ ଭଳି ପ୍ରକାଶିତ ହୁଅ। ସମାନେେ ତୁମ୍ଭର ଭଲ କାମଗୁଡିକ ଦେଖନ୍ତୁ ଓ ସ୍ବର୍ଗ ରେ ରହୁଥିବା ତୁମ୍ଭ ପରମ ପିତାଙ୍କ ପ୍ରଶଂସା ଗାନ କରନ୍ତୁ।

17ତୁମ୍ଭମାନେେ ଭାବନାହିଁ ଯେ ମୁଁ ମାଶାଙ୍କେ ବ୍ଯବସ୍ଥା କିଅବା ଭବିଷ୍ଯଦ୍ବକ୍ତାଙ୍କ ଶିକ୍ଷା ନଷ୍ଟ କରିବାକୁ ଆସିଛି। ମୁଁ ସମାନଙ୍କେ ଉପଦେଶ ନଷ୍ଟ କରିବାକୁ ଆସିନାହିଁ। ବରଂ ମୁଁ ସମାନଙ୍କେ ଉପଦେଶଗୁଡିକର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ କରିବାକୁ ଆସିଛି।

18ମୁଁ ତୁମ୍ଭକୁ ସତ୍ଯ କହୁଛି, ଏ ପୃଥିବୀ ଓ ଆକାଶ ସମାପ୍ତ ନ ହବୋ ପର୍ୟ୍ଯନ୍ତ ଓ ସବୁ କଥା ନ ଘଟିବା ପର୍ୟ୍ଯନ୍ତ ଏହି ନିୟମରୁ ଅକ୍ଷରଟିଏ କି ବନ୍ଦୁଟିଏ ହେଲେ ମଧ୍ଯ ଲୋପ ପାଇବନାହିଁ।

19ଏଣୁ ଲୋକେ ପ୍ରେତ୍ୟକକ ଆଦେଶ ମାନିବା ଉଚିତ, ଏପରିକି ମହତ୍ବପୂର୍ଣ୍ଣ ଦଖାେ ଯାଉ ନଥିବା େଛାଟ ଆଦେଶଟିଏ ମଧ୍ଯ ମାନିବା ଉଚିତ। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ବର୍ଗ ରାଜ୍ଯ ରେ ଅତି ନ୍ଯୁନ ବୋଲି ଗଣିତ ହବୋ କିନ୍ତୁ ଯେଉଁଲୋକ ସେ ବ୍ଯବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ବର୍ଗ ରାଜ୍ଯ ରେ ମହାନ୍ ହବେ।

20ମୁଁ ତୁମ୍ଭକୁ କହୁଛି ଯେ, ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ଆଚରଣ କରି ତୁମ୍ଭମାନେେ ଧର୍ମ ଶାସ୍ତ୍ରୀ ଓ ଫାରୂଶୀ ମାନଙ୍କଠାରୁ ଆଗଇେ ଯାଅ। ତା ନ ହେଲେ ତୁମ୍ଭେ ସ୍ବର୍ଗ ରାଜ୍ଯ ରେ ପ୍ରବେଶ କରିପାପିବ ନାହିଁ।

Matthew 5 illustration - Matthew Chapter 5

21ତୁମ୍ଭମାନେେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାୟାଇଥିଲା: 'ନରହତ୍ଯା କର ନାହିଁ। ଯେଉଁଲୋକ ନରହତ୍ଯା କରେ, ସେ ବିଗ୍ଭରସ୍ଥାନ ରେ ବିଗ୍ଭରିତ ହବେ।'

22କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନେେ ଅନ୍ୟ

23ଯେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କ ନିକଟକୁ ତୁମ୍ଭମାନଙ୍କର ନବୈେଦ୍ଯ ଦାନ ଆଣ, ସେତବେେଳେ ଅନ୍ୟ ଲୋକମାନଙ୍କ ବିଷୟ ଚିନ୍ତା କର। ଯଦି ବଦେୀ ଉପରେ ପରମେଶ୍ବରଙ୍କୁ ନବୈେଦ୍ଯ ଦାନ ଦବୋ ବେଳେ ତୁମ୍ଭର ମନେ ପଡିଯାଏ ଯେ, ତୁମ୍ଭ ବିରୁଦ୍ଧ ରେ କାହାର କିଛି କଥା ଅଛି,

24ତବେେ ତୁମ୍ଭର ନବୈେଦ୍ଯ ଦାନ ସହେିଠା ରେ ଛାଡି ଦଇେ ସହେି ଲୋକଟି ପାଖକୁ ଯାଅ ଏବଂ ତା ସହିତ ଶାନ୍ତି ସ୍ଥାପନ କିର, ତା'ପରେ ଆସି ତୁମ୍ଭର ନବୈେଦ୍ଯ ଦାନ ଅର୍ପଣ କର।

25ଯଦି ତୁମ୍ଭର ଶତୃ ତୁମ୍ଭକୁ ବିଗ୍ଭରାଳୟକୁ ନଇେ ଯାଉଅଛି ତବେେ ବିଗ୍ଭରାଳୟ ୟିବା ପୂର୍ବରୁ ତା' ସହିତ ଶୀଘ୍ର ବନ୍ଧୁତା ସ୍ଥାପନ କର। ନଚତେ ତୁମ୍ଭର ଶତୃ ବିଗ୍ଭରପତିଙ୍କ ହାତ ରେ ଦଇଦେବ ଓ ଶଷେ ରେ ବିଗ୍ଭରପତି ତୁମ୍ଭକୁ ସିପାହୀ ହାତ ରେ ଦବେେ, ତା'ପରେ ତୁମ୍ଭେ କାରାଗାର ରେ ବନ୍ଦୀ ହାଇେ ୟିବ।

Matthew 5 illustration - Matthew Chapter 5

26ମୁଁ ତୁମ୍ଭକୁ ସତ୍ଯ କହୁଛି, ଯେଉଁ ପର୍ୟ୍ଯନ୍ତ ତୁମ୍ଭେ ପାହୁଲା-ପାହୁଲା କରି ନ ଶୁଝିଛ, ସେ ପର୍ୟ୍ଯନ୍ତ କାରାଗାର ଭିତରୁ ବାହାରି ଆସି ପାରିବ ନାହିଁ ।

27ତୁମ୍ଭମାନେେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, 'ବ୍ଯଭିଗ୍ଭର କରନାହିଁ।'

28କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କହେି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା ସହିତ ବ୍ଯଭିଗ୍ଭର କରିବା ପାଇଁ ଗ୍ଭ ହେଁ, ତବେେ ସେ ନିଜ ମନ ଭତ ରେ ସହେି ସ୍ତ୍ରୀ ସହିତ ବ୍ଯଭିଗ୍ଭର କରି ସାରିଲାଣି।

29ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର

30ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗି ଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କ ରେ ପଡିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହାଇଯେିବା ଭଲ।

Matthew 5 illustration - Matthew Chapter 5

31ଏକଥା ମଧ୍ଯ କୁହାୟାଇଛି ଯେ, ' ଯେଉଁ ଲୋକ ତାର ପତ୍ନୀକୁ ଛାଡପତ୍ର ଦିଏ, ସେ ତା ପତ୍ନୀକୁ ଛାଡପତ୍ର ପାଇଁ ଲିଖିତ ରୁପରେ ଗୋଟିଏ ସୂଚନା ଦବେ।'

32କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କହେି ନିଜର ପତ୍ନୀକୁ ଛାଡପତ୍ର ଦିଏ, ସେ ତାହାକୁ ବ୍ଯଭିଗ୍ଭର ଦୋଷ ରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ଯକ୍ତି ସହିତ ୟୌନ ସଂପର୍କ ରଖିଥାଏ, ତବେେ କବଳେ ସେ ତାହାକୁ ଛାଡପତ୍ର ଦଇେ ପାରିବ। ଯଦି କୌଣସି ଲୋକ ଛାଡପତ୍ର ପାଇଥିବା ସହେି ପତ୍ନୀକୁ ବିବାହ କରେ ତବେେ ସେ ମଧ୍ଯ ବ୍ଯଭିଗ୍ଭର ପାପରେ ଦୋଷୀ ହୁଏ।

33ଏକଥା ତୁମ୍ଭେ ଶୁଣିଛ ଯେ ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାୟାଇ ଥିଲା: 'ତୁମ୍ଭମାନେେ କରିଥିବା ପ୍ରତିଜ୍ଞା କବେେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସହେି ସବୁ ପାଳନ କର।'

34କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କରନାହିଁ। ସ୍ବର୍ଗର ନାମ ରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ବରଙ୍କ ସିଂହାସନ।

35ପୃଥିବୀ ନାମ ରେ ପ୍ରତିଜ୍ଞା ନିଅନାହିଁ। କାରଣ ତାହା ପରମେଶ୍ବରଙ୍କର ପାଦ ପୀଠ। ୟିରୂଶାଲମ ନାମ ରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ବରଙ୍କ ନଗରୀ।

Matthew 5 illustration - Matthew Chapter 5

36ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା'ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବନାହିଁ।

37ଯଦି ତୁମ୍ଭେ ଠିକ୍ ମନେ କରୁଛ ତବେେ ହଁ କୁହ ଏବଂ ତୁମ୍ଭେ ଯଦି ଭୁଲ ବୋଲି ମନେ କରୁଛ ତବେେ ନା କୁହ। 'ହଁ' ବା 'ନାଁ' ଠାରୁ ଅଧିକା ବିଷୟ ପାପାତ୍ମା ଠାରୁ ଆସିଥାଏ।

38ତୁମ୍ଭେ ଶୁଣିଛ ଯେ ଏକଥା କୁହା ଯାଇଛି: 'ଆଖି ବଦଳ ରେ ଆଖି ଓ ଦାନ୍ତ ବଦଳ ରେ ଦାନ୍ତ।'

39କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ କୌଣସି ମନ୍ଦ ଲୋକର ବିରୁଦ୍ଧ ରେ ଠିଆ ହୁଅନାହିଁ। ବରଂ ଯଦି କହେି ତୁମ୍ଭର ଡାହାଣ ଗାଲ ରେ ଗ୍ଭପୁଡାଟିଏ ମା ରେ ତବେେ ତୁମ୍ଭେ ତା ଆଡକୁ ଆର ଗାଲଟି ମଧ୍ଯ ଦେଖଇେ ଦିଅ।

40ଯଦି କହେି ତୁମ୍ଭ ବିରୁଦ୍ଧ ରେ ବିଗ୍ଭରାଳୟ ରେ ମକଦ୍ଦମା କରି ତୁମ୍ଭର କୁର୍ତ୍ତାଟି ନବୋକୁ ଇଚ୍ଛା କରେ, ତବେେ ତୁମ୍ଭେ ତାକୁ ତୁମ୍ଭର ଗ୍ଭଦରଟି ମଧ୍ଯ ଦଇେ ଦିଅ।

Matthew 5 illustration - Matthew Chapter 5

41ଯଦି କହେି ତୁମ୍ଭକୁ ତା ସହିତ ଗୋଟିଏ କୋଶ ଗ୍ଭଲିବାକୁ ବାଧ୍ଯ କରେ ତବେେ ତୁମ୍ଭେ ତା ସହିତ ଦୁଇ କୋଶ ଗ୍ଭଲି ଯାଅ।

42ଯଦି କହେି ତୁମ୍ଭକୁ କିଛି ମାଗେ, ତବେେ ତାହା ତାହାକୁ ଦିଅ। କହେି ଯଦି ତୁମ୍ଭଠାରୁ ଧାର ନବୋକୁ ଇଚ୍ଛାକରେ, ତବେେ ତା ହକେୁ ମନା କରନାହିଁ।

43ତୁମ୍ଭେ ଶୁଣିଛ ଯେ ଏକଥା କୁହା ଯାଇଛି: 'ତୁମ୍ଭର ପଡ଼ୋଶୀଙ୍କୁ ପ୍ ରମେ କର ଓ ଶତୃମାନଙ୍କୁ ଘୃଣା କର।'

44କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତୃକୁ ମଧ୍ଯ ପ୍ ରମେ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପାର୍ଥନା କର।

45ତା ହେଲେ ତୁମ୍ଭେ ସ୍ବର୍ଗ ରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହାଇେ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ୟ୍ଯଙ୍କୁ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି।

Matthew 5 illustration - Matthew Chapter 5

46ଯେଉଁମାନେ ତୁମ୍ଭକୁ ପ୍ ରମେ କରୁଛନ୍ତି, ତୁମ୍ଭେ ଯଦି କବଳେ ସହେିମାନଙ୍କୁ ପ୍ ରମେ କରିବ ତବେେ ତୁମ୍ଭମାନେେ କୌଣସି ପୁରସ୍କାର ପାଇବନାହିଁ? ଏପରିକି କରଆଦାୟକାରୀ ମାନେ ମଧ୍ଯ ଏହା କରନ୍ତି?

47ଯଦି ତୁମ୍ଭେ କବଳେ ନିଜ ଭାଇ- ବନ୍ଧୁମାନଙ୍କୁ ନମସ୍କାର କର ତବେେ ତୁମ୍ଭେ ଅନ୍ୟମାନଙ୍କଠାରୁ କ'ଣ ଅଧିକ କଲ? ବିଧର୍ମୀମାନେ କ'ଣ ଏଭଳି କରନ୍ତି ନାହିଁ କି?

48ଏଣୁ ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ଯେପରି ସିଦ୍ଧ, ତୁମ୍ଭମାନେେ ମଧ୍ଯ ସହେିପରି ସିଦ୍ଧ ହୁଅ।

Chapter Complete

You have read Matthew 5

48 verses