Lumina
Matthew

Woes to the Scribes and Pharisees

Matthew 23·Oriya Bible

1ତା'ପରେ ଯୀଶୁ ଜନସମୂହ ଓ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ,

2ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ ମାଶାଙ୍କେ ବ୍ଯବସ୍ଥାର ବ୍ଯାଖ୍ଯା କରିବାର ଅଧିକାର ପାଇଛନ୍ତି।

3ତେଣୁ ସମାନେେ ଯାହାସବୁ କହୁଛନ୍ତି, ତାହା ତୁମ୍ଭେ ମାନିବା ଉଚ଼ିତ। ତୁମ୍ଭକୁ ସମାନେେ ଯାହାସବୁ କରିବାକୁ କହୁଛନ୍ତି, ତୁମ୍ଭେ ତାହା କରିବା ଉଚ଼ିତ। କିନ୍ତୁ ସମାନେେ ଯାହାସବୁ କରୁଛନ୍ତି, ତୁମ୍ଭେ ତାହା କରନାହିଁ। କାରଣ ସମାନେେ ଯାହାସବୁ କହନ୍ତି, ନିଜେ ତାକୁ କାର୍ୟ୍ଯ ରେ କବେେ କରନ୍ତି ନାହିଁ।

4ମାନିବା ପାଇଁ କଠିନ ହେଲେ ମଧ୍ଯ ସମାନେେ ଲୋକମାନଙ୍କ ପାଇଁ କଡ଼ାକଡ଼ି ନିୟମ ତିଆରି କରନ୍ତି। ସହେି ନିୟମଗୁଡ଼ିକ ମାନିବା ପାଇଁ ସମାନେେ ଲୋକଙ୍କୁ ବାଧ୍ଯ କରନ୍ତି। କିନ୍ତୁ ସମାନେେ ନିଜେ କବେେ ହେଲେ ସହେି ନିୟମମାନଙ୍କ ମଧ୍ଯରୁ ଗୋଟିଏ ହେଲେ ଅନୁସରଣ କରିବାକୁ ଚେ଼ଷ୍ଟା କରନ୍ତି ନାହିଁ।

5 କବେଳେ ଅନ୍ୟ ଲୋକଙ୍କୁ ଦେଖଇେ ହବୋ ପାଇଁ ଯାହା କିଛି ଭଲ କାମ, ତାହା ସମାନେେ କରନ୍ତି। ନିଜକୁ ଧାର୍ମିକ ଦେଖଇେ ହବୋ ପାଇଁ ପ୍ରକୃତ ରେ ସମାନେେ ବଡ଼ବଡ଼ କବଚ଼ ପିନ୍ଧିଥାନ୍ତି ଓ ନିଜର ସ୍ବତନ୍ତ୍ର ପ୍ରାର୍ଥନା ପୋଷାକକୁ ବହୁତ ଲମ୍ବା କରିଥାନ୍ତି।

Matthew 23 illustration - Matthew Chapter 23

6ଭୋଜିମାନଙ୍କ ରେ ମହତ୍ତ୍ବପୂର୍ଣ୍ଣ ଆସନମାନ ଓ ଧର୍ମସଭାମାନଙ୍କ ରେ ମହତ୍ତ୍ବପୂର୍ଣ୍ଣ ଆସନ ମାନ ପାଇବାକୁ ସମାନେେ ଭଲ ପାଆନ୍ତି।

7ସମାନେେ ବଜାର ସ୍ଥାନମାନଙ୍କ ରେ ଲୋକମାନଙ୍କର ନମସ୍କାର ପ୍ରତିଦାନ କରିବାକୁ ଭଲ ପାଆନ୍ତି। ସମାନେେ ଚ଼ାହାଁନ୍ତି ଯେ ଲୋକେ ତାହାଙ୍କୁ 'ରାବ୍ବୀ' ବୋଲି ଡ଼ାକନ୍ତୁ।

8କିନ୍ତୁ ତୁମ୍ଭ ଭିତରୁ କହେି ନିଜକୁ ରାବ୍ବୀ ବୋଲଇବେ ନାହିଁ। ତୁମ୍ଭେ ସମସ୍ତେ ଭାଇଭଉଣୀ। ତୁମ୍ଭ ସମସ୍ତଙ୍କର ଜଣେ ମାତ୍ର ଗୁରୁ ଅଛନ୍ତି।

9ଏ ସଂସାର ରେ କାହାରିକୁ 'ପରମପିତା' ବୋଲି ସମ୍ ବୋଧନ କରନାହିଁ। ତୁମ୍ଭର ଜଣେ ମାତ୍ର ପରମପିତା ଯେ କି ସ୍ବର୍ଗ ରେ ରହୁଛନ୍ତି।

10ତୁମ୍ଭେ ନିଜକୁ ମାଲିକ ବୋଲାଇବ ନାହିଁ। କାରଣ ତୁମ୍ଭର କବଳେ ଜଣେ ମାତ୍ର ମାଲିକ। ସେ ହେଉଛନ୍ତି ଯୀଶୁ।

Matthew 23 illustration - Matthew Chapter 23

11ଯେଉଁ ଲୋକ ଚ଼ାକର ଭଳ ତୁମ୍ଭର ସବୋ କରିବ, ସେ ଲୋକ ତୁମ୍ଭମାନଙ୍କ ମଧିଅରେ ସବୁଠାରୁ ବଡ଼ ହବେ।

12ଯେଉଁ ଲୋକ ନିଜକୁ ଅନ୍ୟ ଲୋକଙ୍କ ଅପେକ୍ଷା ଉଚ୍ଚ କରିବ, ତାକୁ ନତ କରାୟିବ। ଯେଉଁ ଲୋକ ନିଜକୁ ନତ କରିବ, ତାକୁ ମହାନ କରାୟିବ।

13 ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭମାନେେ ଲୋକମାନଙ୍କ ପାଇଁ ସ୍ବର୍ଗରାଜ୍ଯର ଦ୍ବାର ବନ୍ଦ କରି ଦେଉଛ।

14ତୁମ୍ଭମାନେେ ନିଜେ ତ ପ୍ରବେଶକରି ପାରୁନାହଁ, ତା' ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେ଼ଷ୍ଟା କରୁଛନ୍ତି, ସମାନଙ୍କେୁ ମଧ୍ଯ ତୁମ୍ଭମାନେେ ଅଟକଇେ ଦେଉଥି।

15 ରେ କପଟୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ! ହାୟ! ତୁମ୍ଭର ମାର୍ଗ ଅନୁସରଣ କରିବା ପାଇଁ ଲୋକ ଖାଜେି ପାଇବା ପାଇଁ ତୁମ୍ଭେ ବିଭିନ୍ନ ଦେଶ ଓ ସମୁଦ୍ର ପାରି ହାଇେ ଚ଼ାଲିଯାଉଛ। ଯେତବେେଳେ ସଭେଳି ଲୋକଟିଏ ପାଇ ଯାଉଛ ସେତବେେଳେ ତାକୁ ତୁମ୍ଭେ ତୁମ୍ଭଠାରୁ ଅଧିକ ଖରାପ କରିପକାଉଛ। ତୁମ୍ଭେ ସବୁ ଏତେ ଖରାପ ଯେ ତୁମ୍ଭେ କବଳେ ନର୍କର ଅଧିକାରୀ ହବେ।

Matthew 23 illustration - Matthew Chapter 23

16 ରେ ଅନ୍ଧ ମାର୍ଗଦର୍ଶକଗଣ! ତୁମ୍ଭକୁ ଧିକ୍! ତୁମ୍ଭେ କହିଥାଅ, ଯଦି କହେି ଲୋକ ଉପାସନା ମନ୍ଦିର ନାମ ରେ ରାଣ ପକାଇ ଶପଥ କରିଥାଏ ତବେେ ତାକୁ ସହେି ଶପଥ ରଖିବା ଦରକାର ନାହିଁ। କିନ୍ତୁ ଯେଉଁ ଲୋକ ଉପାସନା ମନ୍ଦିରର ସୁନା ନାମ ରେ ରାଣ ପକାଇ ଶପଥ କରେ, ତବେେ ସେ ନିଶ୍ଚୟ ସହେି ଶପଥ ରକ୍ଷା କରିବ।

17ତୁମ୍ଭମାନେେ ଅନ୍ଧ ଓ ମୂର୍ଖ। ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସହେି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼।

18ତୁମ୍ଭମାନେେ କହିଥାଅ, 'ଯଦି କହେି ବଦେୀନାମ ରେ ଶପଥ ନିଏ, ତବେେ ତାର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବଦେୀ ଉପରେ ରଖାଯାଇଥିବା ଉପହାର ନାମ ରେ ଶପଥ ନିଏ, ତବେେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ।

19ତୁମ୍ଭମାନେେ ଅନ୍ଧ। ତୁମ୍ଭେ କିଛି ବୁଝିନାହଁ। ବଡ଼ କିଏ? ବଦେୀ ନା ଉପହାର? ବଦେୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବଦେୀ ବଡ଼।

20ଏଣୁ ଯଦି କହେି ବଦେୀ ନାମ ରେ ଶପଥ କରେ, ତବେେ ସେ ବଦେୀ ସହିତ ବଦେୀ ଉପରେ ଯାହା ରଖା ଯାଇଥାଏ, ସେ ସମସ୍ତଙ୍କ ନାମ ରେ ଶପଥ କରିଥାଏ।

Matthew 23 illustration - Matthew Chapter 23

21ଯେଉଁ ଲୋକ ମନ୍ଦିର ନାମ ରେ ଶପଥ କରେ, ସେ ମନ୍ଦିର ଭିତ ରେ ଜଣେ ୟିଏ ଅଛନ୍ତି, ତାହାଙ୍କ ନ୍ମ ରେ ଶପଥ ନଇେଥାଏ।

22ଏବଂ ଯେଉଁ ଲୋକ ସ୍ବର୍ଗ ନାମ ରେ ଶପଥ ନଇେଥାଏ, ସେ ପରମେଶ୍ବରଙ୍କ ସିଂହାସନ ସହିତ ସହେି ସିଂହାସନ ଉପରେ ୟିଏ ବିରାଜମାନ, ତାହାଙ୍କ ନାମ ରେ ମଧ୍ଯ ଶପଥ ନଇେଥାଏ।

23 ରେ କପଟୀ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭ ପାଖ ରେ ଯାହା ଅଛି, ତାର ଦଶ ଭାଗରୁ ଏକ ଭାଗ, ଏପରିକି ନିଜର ପୋଦିନା, ପାନମଧୁରୀ ଓ ଜୀରାର ମଧ୍ଯ ଦଶ ଭାବରୁ ଏକ ଭାଗ ତୁମ୍ଭେ ପରମେଶ୍ବରଙ୍କୁ ଦେଉଛ, କିନ୍ତୁ ତୁମ୍ଭମାନେେ ନିୟମର ଅଧିକ ନ୍ଯାୟ, ଦୟା ଓ ବିଶ୍ବାସ ଭଳି ମହତ୍ତ୍ବପୂର୍ଣ୍ଣ ଉପଦେଶ ଗୁଡ଼ିକୁ ପାଳନ କରୁନାହଁ। ମାତ୍ର ଏଗୁଡ଼ିକ ତୁମ୍ଭର ପାଳନ କରିବା ଉଚ଼ିତ। ଅନ୍ୟ ଉପଦେଶଗୁଡ଼ିକୁ ମଧ୍ଯ ନିୟମିତ ରୂପରେ ତୁମ୍ଭର ପାଳନ କରିବା ଉଚ଼ିତ।

24ତୁମ୍ଭମାନେେ ଲୋକଙ୍କୁ ମାର୍ଗ ବତାଉଛ। କିନ୍ତୁ ତୁମ୍ଭମାନେେ ନିଜେ ଅନ୍ଧ। ତୁମ୍ଭମାନେେ ଏହି ପ୍ରକାରର ଅଟ। ତୁମ୍ଭମାନଙ୍କ ପାନୀୟ ଭିତରୁ ମାଛିକୁ ଛାଣ ଓ ଓଟକୁ ଗିଳି ପକାଅ।

25 ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭମାନେେ ଧିକ! ତୁମ୍ଭମାନେେ ତୁମ୍ଭର ଥାଳିଗିନାର ବାହାର ପଟ ଭଲ ଭାବରେ ଧୋଉଛ। କିନ୍ତୁ ତୁମ୍ଭମାନଙ୍କର ଅନ୍ତର ଅନ୍ୟକୁ ଠକି ନିଜକୁ ତୋଷିବା ପଦାର୍ଥ ରେ ପୂର୍ଣ୍ଣ କରୁଛ।

Matthew 23 illustration - Matthew Chapter 23

26ରେ ଅନ୍ଧ ଫାରୂଶୀମାନେ! ପ୍ରଥମେ ଗିନାର ଭିତର ପଟ ମାଜି ସଫା କର। କିନ୍ତୁ ବାସ୍ତବ ରେ ଗିନାର ଭିତର ପଟ ସଫା ରହିଲେ ବାହାର ପଟ ମଧ୍ଯ ସଫା ହାଇେ ପାରିବ।

27 ରେ କପଟୀ ଧର୍ମଶାସ୍ତ୍ରୀମାନେ! ରେ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭେ ସବୁ ଧଳା ରଙ୍ଗ ବୋଳା ହାଇେଥିବା ସମାଧି ଭଳି। ଏହି ସମାଧିମାନଙ୍କର ବାହାର ପଟ ସୁନ୍ଦର ଦଖାଯାେଏ। କିନ୍ତୁ ସମାଧି ଭତର ମାଲା ଲୋକର କବଳେ କଙ୍କାଳ ଥାଏ। ସବୁ ପ୍ରକାର ଅପରିଷ୍କାର ଜିନିଷ ତା ଭିତ ରେ ଥାଏ।

28ଠିକ୍ ସହେିଭଳି ତୁମ୍ଭେ ବାହାରୁ ତ ଅନ୍ୟମାନଙ୍କୁ ସୁନ୍ଦର ଦଖାେ ଯାଉଛ, କିନ୍ତୁ ଭିତ ରେ ତୁମ୍ଭେ ଛନ୍ଦ କପଟ ଓ ଖରାପ ଗୁଣ ରେ ପରିପୂର୍ଣ୍ଣ।

29 ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭମାନେେ ତାହାଙ୍କ ସମାଧି ସୁଶାେଭିତ କରୁଛ।

30ଏବଂ ତୁମ୍ଭମାନେେ କହୁଛ ଯେ 'ଆମ୍ଭେ ଯଦି ଆମ୍ଭ ପୂର୍ବପୁରୁଷଙ୍କ ସମକାଳୀନ ହାଇେଥାଆନ୍ତୁ, ତବେେ ଏହି ଭବିଷ୍ଯଦ୍ବକ୍ତାମାନଙ୍କୁ ମାରି ଦବୋ ପାଇଁ ଆମ୍ଭେ କବେେ ହେଲେ ସାହାୟ୍ଯ କରି ନଥାନ୍ତୁ।'

Matthew 23 illustration - Matthew Chapter 23

31ତୁମ୍ଭେ ପ୍ରଣିତ କରି ଦେଉଛ ଯେ ତୁମ୍ଭମାନେେ ସହେି ଲୋକମାନଙ୍କର ବଂଶଧର ଯେଉଁମାନେ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କଲେ।

32ତୁମ୍ଭର ପୂର୍ବପୁରୁଷ ଯେଉଁ ପାପ ଆରମ୍ଭ କରି ଦଇେଥିଲେ, ତୁମ୍ଭେ ତାହାକୁ ଶଷେ କରିବ।

33ତୁମ୍ଭମାନେେ ସର୍ପ ଭଳି। ତୁମ୍ଭେ ବିଷଧର ସର୍ପ କୁଳ ରେ ଜନ୍ମ ହାଇେଛ। ତୁମ୍ଭେ ପରମେଶ୍ବରଙ୍କଠାରୁ ରକ୍ଷା ପାଇବ ନାହିଁ। ତୁମ୍ଭ ସମସ୍ତଙ୍କୁ ଦୋଷୀ ବୋଲି ବିଚ଼ାର କରାୟିବ ଓ ତୁମ୍ଭମାନେେ ନର୍କକୁ ୟିବ।

34ତେଣୁ ମୁଁ ତୁମ୍ଭକୁ ଏହା କରୁଛି: ମୁଁ ତୁମ୍ଭକୁ ଭବିଷ୍ଯଦ୍ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସମାନଙ୍କେ ମଧ୍ଯରୁ କେତକଙ୍କେୁ ମାରିବ, କୃଶ ରେ ଚ଼ଢ଼ାଇ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜ ଗୃହ ରେ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜଗୃହ ରେ ତୁମ୍ଭେ କେତକଙ୍କେୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭମାନେେ ସମାନଙ୍କେର ପେଛ ପେଛ ଯାଇ କେତକଙ୍କେୁ ତାଡ଼ନା କରିବ।

35ତେଣୁ ଧାର୍ମିକ ଲୋକ ହବେଲଙ୍କଠାରୁ ଆରମ୍ଭ କରି ବରେିଖିୟଙ୍କ ପୁତ୍ର ୟିଖରିୟଙ୍କ ପର୍ୟ୍ଯନ୍ତ ଏ ପୃଥିବୀ ରେ ଯେତେ ଭଲ ଲୋକଙ୍କୁ ମାରି ଦିଆ ଯାଇଛି, ସେଥିପାଇଁ ତୁମ୍ଭମାନେେ ଦୋଷୀ ସାବ୍ଯସ୍ତ ହବେ। ବରେିଖିୟଙ୍କ ପୁତ୍ରୟିଖରିୟଙ୍କୁ ମନ୍ଦିର ଓ ବଦେୀ ମଧ୍ଯ ସ୍ଥଳ ରେ ତୁମ୍ଭମାନେେ ହତ୍ଯା କରିଥିଲ।

Matthew 23 illustration - Matthew Chapter 23

36ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, ବର୍ତ୍ତମାନ ତୁମ୍ଭ ସହ ଜୀବିତ ଥିବା ଲୋକମାନଙ୍କ ପାଇଁ ଏହି ସମସ୍ତ କଥା ଘଟିବ।

37ୟିରୁଶାଲମ! ରେ ୟିରୁଶାଲମ! ତୁ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରିଛୁ। ପରମେଶ୍ବର ଯେଉଁମାନଙ୍କୁ ତୋ ପାଖକୁ ପଠାଇଥିଲେ, ତୁ ସମାନଙ୍କେୁ ପଥର ଫୋପାଡ଼ି ହତ୍ଯା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାୟ୍ଯ କରିବାକୁ ଇଚ୍ଛା କରିଥିଲା। ଯଭେଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସହେିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନକେ ଥର ଚ଼ାହିଁଥିଲି। କିନ୍ତୁ ତୁ ମାେତେ ତାହା କରଇେ ଦଲେୁନାହିଁ।

38ପର୍ତ୍ତମାନ ତୋର ଘର ପୁରାପୁରି ଉଜୁଡ଼ି ୟିବ।

39ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, ଯେଉଁ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ନ କହିଛ: 'ୟିଏ ପ୍ରଭୁଙ୍କ ନାମ ରେ ଆସୁଛନ୍ତି, ସେ ଧନ୍ଯ, ସେ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ଆଉ ଦେଖି ପାରିବ ନାହିଁ। '

Chapter Complete

You have read Matthew 23

39 verses