Lumina
Matthew

Jesus and John the Baptist

Matthew 11·Oriya Bible

1ଯୀଶୁ ତାହାଙ୍କର ବାର ଜଣ ଯାକ ଶିଷ୍ଯଙ୍କୁ ନିର୍ଦ୍ଦେଶ ଦଇେ ସାରିବା ପରେ ସେ ସ୍ଥାନ ଛାଡି ଗ୍ଭଲିଗଲେ। ସେ ଗାଲିଲୀ ପ୍ରଦେଶର ସହରମାନଙ୍କ ରେ ତାହାଙ୍କର ଉପଦେଶ ଓ ବାର୍ତ୍ତା ପ୍ରଚାର କରିବା ନିମନ୍ତେ ଗଲେ।

2ପ୍ତିଜକ ଯୋହନ କାରାଗାର ରେ ଥିଲେ। ସେ ଯୀଶୁ ଖ୍ରୀଷ୍ଟଙ୍କ କାର୍ୟ୍ଯକଳାପ ବିଷୟ ରେ ଶୁଣିଲେ। ସେ ନିଜର କେତକେ ଶିଷ୍ଯଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ।

3ଯୋହନଙ୍କ ଶିଷ୍ଯମାନେ ଯୀଶୁଙ୍କୁ ପଚାରିଲେ, ଯେଉଁ ବ୍ଯକ୍ତି ଆସିବେ ବୋଲି ଯୋହନ କହୁଥିଲେ, ଆପଣ ସହେି ବ୍ଯକ୍ତି ନା ଆମ୍ଭେ ଆଉ କାହାର ଆସିବା ପାଇଁ ଅପେକ୍ଷା କରିବୁ?

4ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ ଯାହା ଦେଖୁଛ ଓ ଶୁଣୁଛ, ତାହା ଯୋହନଙ୍କୁ ଯାଇ କୁହ।

5ଅନ୍ଧ ତାର ଦୃଷ୍ଟିଶକ୍ତି ଫରେି ପାଆନ୍ତି । େଛାଟାମାନେ ଗ୍ଭଲି ପାରନ୍ତି। କୁଷ୍ଠ ରୋଗୀ ସୁସ୍ଥ ହାଇେ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲା ଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଚାର ପ୍ରଚାର କରାଯାଉଛି।

Matthew 11 illustration - Matthew Chapter 11

6ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ଧନ୍ଯ।

7ଏ କଥା ଶୁଣି ଯୋହନଙ୍କ ଶିଷ୍ଯମାନେ ଫରେି ଯାଉଥିବା ସମୟରେ ଯୀଶୁ ସଠାେରେ ଜମା ହାଇେଥିବା ଲୋକମାନଙ୍କୁ ଯୋହନଙ୍କ ବିଷୟ ରେ କହିଲେ, ଏ ମରୁଭୂମିକୁ କ'ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ'ଣ ପବନ ରେ ଦୋହଲୁ ଥିବା କୌଣସି ନଳଗଛକୁ ?

8ତବେେ କ'ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ'ଣ ଉତ୍ତମ ପୋଷାକ ପିନ୍ଧିଥିବା କୌଣସି ବ୍ଯକ୍ତିଙ୍କୁ? ତା' ନୁହେଁ! ଉତ୍ତମ ପୋଷାକ ପିନ୍ଧୁଥିବା ଲୋକଙ୍କୁ ତୁମ୍ଭେ ରାଜଭବନ ରେ ପାଇ ପାରିବ।

9ତବେେ କ'ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ'ଣ କୌଣସି ଭବିଷ୍ଯଦ୍ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି ଯେ ଯାହାକୁ ତୁମ୍ଭେ ଦେଖିଛ ସେ ଭବିଷ୍ଯଦ୍ବକ୍ତାଙ୍କ ଠାରୁ ମଧ୍ଯ ଆହୁରି ବଡ।

10ଯୋହନଙ୍କ ବିଷୟ ରେ ଶାସ୍ତ୍ର ରେ ଲଖାେଅଛି:

Matthew 11 illustration - Matthew Chapter 11

11ମୁଁ ତୁମ୍ଭକୁ ସତ୍ଯ କହୁଛି। ବାପ୍ତିସ୍ମ ଦେଉଥିବା ୟୋହଲଙ୍କଠାରୁ ମହାନ୍ ବ୍ଯକ୍ତି ଆଉ କହେି ହେଲେ ଜନ୍ମ ହାଇେ ନାହାଁନ୍ତି। କିନ୍ତୁ ସ୍ବର୍ଗ ରାଜ୍ଯ ରେ ଯେ ସବୁଠାରୁ େଛାଟ. ସେ ଯୋହନଙ୍କ ଠାରୁ ମଧ୍ଯ ଶ୍ ରେଷ୍ଠ।

12ବାପ୍ତିଜକ ଯୋହନଙ୍କ ସମୟରୁ ଆଜି ପର୍ୟ୍ଯନ୍ତ ସ୍ବର୍ଗ ରାଜ୍ଯ ଶକ୍ତି ବୃଦ୍ଧି ପାଉଅଛି। ଏହାକୁ ବଳ ପ୍ରଯୋଗ କରି ଅଧିକାର କରି ନବୋପାଇଁ ହିଂସ୍ର ପ୍ରକୃତିର ଲୋକମାନେ ଚେଷ୍ଟା କରୁଛନ୍ତି।

13ଯୋହନଙ୍କ ସମୟ ପୂର୍ବରୁ ସମସ୍ତ ଭବିଷ୍ଯଦ୍ବକ୍ତା ଓ ମାଶାଙ୍କେ ନିୟମ ଭବିଷ୍ଯଦ୍ବାଣୀ କହିଥିଲେ।

14ଯଦି ତୁମ୍ଭେ ସମାନଙ୍କେ ଭବିଷ୍ଯଦ୍ବାଣୀ ବିଶ୍ବାସ କରିବାକୁ ଇଚ୍ଛା କରୁଛ ତବେେ ଶୁଣ: ଯେଉଁ ଏଲିୟ ଆସିବେ ବୋଲି ସମାନେେ ଭବିଷ୍ଯଦ୍ବାଣୀ କରିଥିଲେ, ସେ ହେଉଛନ୍ତି ଏହି ଯୋହନ।

15ଯେଉଁମାନେ ମାେ କଥା ଶୁଣୁଛ, ଶୁଣ।

Matthew 11 illustration - Matthew Chapter 11

16ଏହି ଲୋକମାନଙ୍କ ବିଷୟ ରେ ମୁଁ କ'ଣ କହିବି। ସମାନେେ କେଉଁ ପ୍ରକାରର? ସମାନେେ ବଜାର ରେ ବସିଥିବା ପାଲାମାନଙ୍କ ଭଳି। ସେ ପିଲାମାନେ ଅନ୍ୟ ପିଲାମାନଙ୍କୁ ଡାକି କୁହନ୍ତି:

17'ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ। କିନ୍ତୁ ତୁମ୍ଭେ ନାଚିଲ ନାହିଁ। ଆମ୍ଭେ ଶୋକ ଗୀତ ଗାଇଲୁ, କିନ୍ତୁ ତୁମ୍ଭେ ବିଳାପ କଲ ନାହିଁ।'

18ବର୍ତ୍ତମାନର ଲୋକମାନେ ସପରେି। ଯୋହନ ଆସିଲେ। କିନ୍ତୁ ଅନ୍ୟମାନଙ୍କ ଭଳି ସେ ଖାଉନଥିଲେ କି ପିଉ ନଥିଲେ। ଲୋକେ କହିଲେ, 'ତାହାଙ୍କ ଦହେ ରେ ଭୂତ ପଶି ଯାଇଛି।'

19ତା'ପରେ ମନୁଷ୍ଯପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ' ଦେଖ, ଏ ଲୋକ ପଟେୁଆ ଓ ମଦୁଆ। ସେ ପାପୀ ଓ କର ଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।' କିନ୍ତୁ କାର୍ୟ୍ଯ ଦ୍ବାରା ଜ୍ଞାନ ସତ୍ଯ ବୋଲି ପ୍ରମାଣିତ ହାଇେଥାଏ।

20ସେତବେେଳେ ଯୀଶୁ ଯେଉଁ ନଗରମାନଙ୍କ ରେ ଅଧିକାଂଶ ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡିକ କରିଥିଲେ, ସହେି ନଗରଗୁଡିକୁ ତିରସ୍କାର କଲେ। କାରଣ ସଠାେକାର ଲୋକେ ନିଜ ପାପ ପାଇଁ ଅନୁତାପ କରି ହୃଦୟ ପରିବର୍ତ୍ତନ କରି ନଥିଲେ, କି ପାପ କରିବା ଛାଡି ନଥିଲେ,

Matthew 11 illustration - Matthew Chapter 11

21ସେ କହିଲେ, 'ହାୟ କୋରାଜୀନ୍! ହାୟ ବେଥ୍ସାଇଦା! ତୁମ୍ଭ ଅଞ୍ଚଳ ରେ ଯେଉଁ ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡିକ କରାଗଲା, ସଗେୁଡିକ ଯଦି ସୋର ଓ ସୀଦୋନ ରେ କରିଥାଆନ୍ତୁ, ତବେେ ବହୁ ପୂର୍ବରୁ ସେ ଲୋକମାନେ ହୃଦୟ ଓ ଜୀବନ ପରିବର୍ତ୍ତନ କରି ସାରି ଥାଆନ୍ତେ। ସମାନେେ ଅଖା ପିନ୍ଧି ଓ ଦହେ ରେ ପାଉଁଶ ବୋଳି ହାଇେ ତାହାଙ୍କ ପାପ ପାଇଁ ଦୁଃଖ ପ୍ରକାଶ କରି ସାରି ଥାଆନ୍ତେ।

22କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ବିଚାର ଦିନ ରେ ସୋର ଓ ସୀଦୋନର ଅପେକ୍ଷା ତୁମ୍ଭ ଦଶା ଅଧିକ ଖରାପ ହବେ।

23ହେ କଫର୍ନାହୂମ! ତୁ କ'ଣ ଭାବୁଛୁ ତୋତେ ସ୍ବର୍ଗୀୟ ଗୌରବ ଦବୋ ପାଇଁ ସ୍ବର୍ଗକୁ ଉଠାଇ ନିଆୟିବ? ନା, ତୁମ୍ଭକୁ ପାତାଳ ରେ ନିକ୍ଷପେ କରାୟିବ। ଯେଉଁ ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡିକ ତୋର ଅଞ୍ଚଳ ରେ କରାଯାଇଛି, ସଗେୁଡିକ ଯଦି ସଦୋମ ରେ କରାଯାଇ ଥାଆନ୍ତା।, ତବେେ ସଠାେକାର ବାସିନ୍ଦା ପାପ କରିବା ବନ୍ଦ କରି ଦଇେଥାଆନ୍ତେ ଓ ସେ ନଗର ଏ ପର୍ୟ୍ଯନ୍ତ ତିଷ୍ଠି ରହି ପାରି ଥାଆନ୍ତା।

24କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ନ୍ଯାୟ ହବୋ ଦିନ ତୋର ଦଶା ସଦୋମର ଦଶା ଅପେକ୍ଷା ଅଧିକ ଖରାପ ହବେ।

25ସେତବେେଳେ ଯୀଶୁ କହିଲେ, ହେ ପରମପିତା, ତୁମ୍ଭେ ସ୍ବର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚାଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନକଟ ରେ ସଗେୁଡିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।

Matthew 11 illustration - Matthew Chapter 11

26ହଁ ପରମପିତା, ତୁମ୍ଭେ ପ୍ରକୃତ ରେ ଯାହା ଗ୍ଭହୁଁଥିଲ, ଚାହା ଘଟିଲା।

27 ମାରେ ପରମ ପିତା ମାେତେ ସବୁକିଛ ଦଇେଛନ୍ତି। ପରମପିତାଙ୍କ ଛଡା ପୁତ୍ରଙ୍କୁ ଅନ୍ଯକହେି ଜାଣିନାହାଁନ୍ତି। ପୁତ୍ରଙ୍କ ଛଡା କହେି ପରମପିତାଙ୍କୁ ପ୍ରକୃତ ରେ ଜାଣିନାହାଁନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନନେୀତ କରିବେ, ସହେିମାନେ କବଳେ ପରମପିତାଙ୍କ ନିକଟରେ ପ୍ରକାଶିତ ହବେେ।

28 ହେ କ୍ଲାନ୍ତ ଶ୍ରାନ୍ତ ଓ ଚିନ୍ତା ରେ ଭାରଗ୍ରସ୍ତ ଥିବା ଲୋକମାନେ! ମାେ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦବେି।

29ମାରେ କାର୍ୟ୍ଯଭାର ତୁମ୍ଭେ ଗ୍ରହଣ କର। ମାଠାରୁେ ଶିଖ। କାରଣ ମୁଁ ଆତ୍ମା ରେ ସରଳ ଓ ନମ୍ର ତାଣୁ ତୁମ୍ଭେ ନିଜ ଅତ୍ମା ରେ ବିଶ୍ରାମ ପାଇବ।

30ଯେଉଁ କାର୍ୟ୍ଯ ମୁଁ ତୁମ୍ଭକୁ ଗ୍ରହଣ କରିବାକୁ କହୁଛି, ତାହା ସହଜ। ଏବଂ ଯେଉଁ ବୋଝ ତୁମ୍ଭ ଉପରେ ରଖୁଛି, ତାହା ହାଲୁକା।

Chapter Complete

You have read Matthew 11

30 verses