Lumina
Matthew

The Twelve Apostles

Matthew 10·Oriya Bible

1ଯୀଶୁ ତାହାଙ୍କର ବାରଜଣ ଶିଷ୍ଯଙ୍କୁ ପାଖକୁ ଡକାଇଲେ। ସେ ଭୂତମାନଙ୍କୁ ତଡିଦବୋ ପାଇଁ ଓ ସବୁ ପ୍ରକାର ରୋଗ ଏବଂ ଅସୁସ୍ଥତା ଭଲ କରିଦବୋ ପାଇଁ ଶିଷ୍ଯମାନଙ୍କୁ ଶକ୍ତି ପ୍ରଦାନ କଲେ।

2ସହେି ବାରଜଣ ଶିଷ୍ଯଙ୍କ ନାମ ଏହିଭଳି: ଶିମାନେ(ଯାହାଙ୍କୁ ପିତର ବୋଲି କୁହାୟାଏ), ତାହାଙ୍କ ଭାଇ ଆନ୍ଦ୍ରିୟ, ଜବଦେିଙ୍କ ପୁଅ ଯାକୁବ ଓ ତାହାଙ୍କ ଭାଇ ଯୋହନ।

3ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୟ,

4ଉଦ୍ୟୋଗୀ ଶିମାନେ ଓ ଈଷ୍କରୀଯୋଥ ୟିହୂଦା। ଏହି ଈଷ୍କରିଯୋଥ ୟିହୂଦା ପରେ ଯୀଶୁଙ୍କ ପ୍ରତି ବିଶ୍ବାସଘାତକତା କରିଥିଲା।

5ଏହି ବାରଜଣ ଶିଷ୍ଯଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: କୌଣସି ଅଣଯିହୂଦୀ ଅଞ୍ଚଳକୁ ୟିବନାହିଁ କି ଶମିରୋଣର କୌଣସି ନଗର ରେ ପ୍ରବେଶ କରିବନାହିଁ।

Matthew 10 illustration - Matthew Chapter 10

6ବରଂ ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କ ପାଖକୁ ୟିବ। ସମାନେେ ହଜିଯାଇଥିବା ମଷେ ଭଳି।

7ତୁମ୍ଭମାନେେ ପ୍ରଚାର କର, 'ସ୍ବର୍ଗରାଜ୍ଯ ନିକଟ ହାଇେ ଗଲାଣି।'

8ତୁମ୍ଭେ ରୋଗୀକୁ ସୁସ୍ଥ କର। ମୃତକୁ ପୁର୍ନଜୀବିତ କର, କୁଷ୍ଠ ରୋଗ ସୁସ୍ଥ କର, ଭୂତମାନଙ୍କୁ ତଡିଦିଅ। ତୁମ୍ଭେ ବିନା ମୂଲ୍ଯ ରେ ଆଶୀର୍ବାଦ ଓ ଶକ୍ତି ପାଇଛ। ତେଣୁ ଅନ୍ୟକୁ ତାହା ବିନା ମୂଲ୍ଯ ରେ ଦାନ କର।

9ତୁମ୍ଭେ ତୁମ୍ଭମାନଙ୍କ ସାଙ୍ଗ ରେ ସୁନା, ରୂପା କିମ୍ବା ତମ୍ବା ନିଅନାହିଁ।

10ଯାତ୍ରା ବେଳେ ଝୁଲା ନିଅନାହିଁ। ପିନ୍ଧିଥିବା ପୋଷାକ ଓ ୟୋତା ଛଡା ଅଧିକା ପୋଷାକ ବା ୟୋତା କି ବାଡି ନିଅନାହିଁ। ଜଣେ ସବେକ କବଳେ ନିହାତି ଆବଶ୍ଯକୀୟ ପଦାର୍ଥ ନବୋ ଉଚିତ।

Matthew 10 illustration - Matthew Chapter 10

11କୌଣସି ନଗର ବା ଗାଁ ରେ ପ୍ରବେଶ କଲା ବେଳେ ସଠାେରେ ଯୋଗ୍ଯ ଲୋକଟିକୁ ବାଛି ବାହାର କର। ସହେି ନଗର ବା ଗାଁ ନ ଛାଡିବା ପର୍ୟ୍ଯନ୍ତ ସହେି ସ୍ଥାନ ରେ ରୁହ।

12କୌଣସି ଘ ରେ ପ୍ରବେଶ କଲାଭଳେେ ସହେି ପରିବାର ରେ ଲୋକଙ୍କୁ 'ତୁମ୍ଭ ପ୍ରତି ଶାନ୍ତ ହେଉ' ବୋଲି କହି ଆଶୀର୍ବାଦ କର। ଯଦି ସେ ପିବାରର ଲୋକେ ଯୋଗ୍ଯ, ତବେେ ସେ ପରିବାର ପ୍ରତି ତୁମ୍ଭର ଶାନ୍ତ ରହିବ।

13ଯଦି ସେ ପରିବାର ଲୋକେ ଅୟୋଗ୍ଯ ତବେେ ତୁମ୍ଭର ଶାନ୍ତି ତୁମ୍ଭ ନିକଟକୁ ଫରେିଆସିବ।

14ଯଦି କହେି ହେଲେ ତୁମ୍ଭର ସ୍ବାଗତ କରୁ ନାହାଁନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାଁନ୍ତି, ତବେେ ସେ ଘର ବା ନଗର ଛାଡିଦିଅ। ତୁମ୍ଭ ପାଦ ରେ ଲାଗିଥିବା ଧୂଳି ମଧ୍ଯ ସହେିଠା ରେ ଝାଡିଦିଅ।

15ମୁଁ ତୁମ୍ଭକୁ ସତ୍ଯ କହୁଛି, ଯେଉଁ ଦିନ ନ୍ଯାୟ ହବେ, ସେ ଦିନ ସହେି ନଗରର ଲୋକଙ୍କ ଅବସ୍ଥା ସଦୋମ ଓ ଗ ମାରୋ ନଗରର ଲୋକଙ୍କ ଅବସ୍ଥା ଅପାକ୍ଷା ଅଧିକ ଖରାପ ହବେ।

Matthew 10 illustration - Matthew Chapter 10

16ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।

17କିନ୍ତୁ ଲୋକଙ୍କ ପ୍ରତି ସାବଧାନ ରୁହ। ତୁମ୍ଭକୁ ସମାନେେ ବାନ୍ଧି କରି ତାହାଙ୍କର ସ୍ଥାନୀୟ ବିଚାରାଳୟ ହାତ ରେ ଦଇେ ଦବେେ ଓ ତାହାଙ୍କର ପ୍ରାର୍ଥନାଗୃହ ରେ ତୁମ୍ଭକୁ ଛାଟ ରେ ପିଟିବେ।

18ତୁମ୍ଭେ ମାରେ ଶିଷ୍ଯ ହାଇେଥିବା ଯୋଗୁଁ ତୁମ୍ଭକୁ ଶାସକ ଓ ରାଜାଙ୍କ ଆଗକୁ ନିଆୟିବ। ଅଣଯିହୂଦୀ ତଥା ସମାନଙ୍କେ ଆଗ ରେ ତୁମ୍ଭେ ମାେ ବିଷୟ ରେ ସାକ୍ଷୀ ହବେ।

19ସମାନେେ ତୁମ୍ଭକୁ ବାନ୍ଧି ନବୋ ବେଳେ କ'ଣ କହିବ ଓ କିପରି କହିବ, ସେ ବିଷୟ ରେ ଚିନ୍ତାକରି କିଛି ବ୍ଯସ୍ତ ହୁଅନାହିଁ। କାରଣ ତୁମ୍ଭକୁ ସେତବେେଳେ କ'ଣ କହିବାକୁ ହବେ ତାହା ଜଣଇେ ଦିଆୟିବ।

20ମନରେଖ କହିବା ଲୋକ କବେେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।

Matthew 10 illustration - Matthew Chapter 10

21ଭାଇ ତା ନିଜ ଭାଇକ,ୁ ବାପା-ମାଆ ନିଜ ପିଲାପିଲିଙ୍କୁ ମରଣ ମୁହଁକୁ ଠଲେି ଦବେେ। ପିଲାମାନେ ନିଜ ବାପା-ମାଆଙ୍କ ବରୁଦ୍ଧ ରେ ଠିଆ ହବେେ ଓ ତାହାଙ୍କୁ ମାରି ପକାଇବେ।

22ମାରେ ଅନୁଗାମୀ ହାଇେଥିବା ୟୋଗୁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁଲୋକ ଶଷେ ପର୍ୟ୍ଯନ୍ତ ଦୃଢଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ।

23ଗୋଟିଏ ନଗର ରେ ସମାନେେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ଯ କହୁଛି ଇଶ୍ରାୟେଲ ସମସ୍ତ ନଗରୀ ରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ଯ ପୁତ୍ର ପୁନର୍ବାର ଆସିବେ।

24ଶିଷ୍ଯ ନିଜ ଗୁରୁଠାରୁ ବଡ ନୁହେଁକି କୌଣସି ସବେକ ତା ମାଲିକଠାରୁ ବଡ ନୁହେଁ ା

25ଜଣେ ଶିଷ୍ଯ ତା' ଗୁରୁ ଭଳି ହବୋ ରେ ଓ ଜଣେ ସବେକ ତା' ମାଲିକ ଭଳି ହବୋ ରେ ସନ୍ତାଷେ ଲାଭ କରିବା ଦରକାର। ଘରର ମୁଖ୍ଯଙ୍କୁ ଯଦି ବାଆଲ୍ଜିବୂଲ କହି ଡକାଯାଏ ତବେେ ଘରର ଅନ୍ୟ ସଦସ୍ଯମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମ ରେ ଡକାୟିବ।

Matthew 10 illustration - Matthew Chapter 10

26 ତେଣୁ ସହେି ଲୋକମାନଙ୍କୁ ଭୟ କର ନାହିଁ। ଯାହା ଗୁପ୍ତ ରେ ଅଛି ତାହା ଦିନେ ନା ଦିନେ ପ୍ରକାଶ ପାଇବ, ଏବଂ ସବୁ ଗୋପନ କଥା ଜଣା ପଡିବ।

27ମୁଁ ଗୋପନ ରେ ତୁମ୍ଭକୁ ଯାହା ସବୁ କହୁଛି, ତୁମ୍ଭେ ତାହାକୁ ପ୍ରକାଶ୍ଯ ଦିବା ଲୋକରେ କୁହ। ମୁଁ ତୁମ୍ଭକୁ ଆସ୍ତେ ଆସ୍ତେ ଯାହା କହୁଛି, ତୁମ୍ଭେ ଘର ଛାତ ଉପରେ ଚିତ୍କାର କରି ତାହା କୁହ।

28ଲୋକଙ୍କୁ ଭୟ କର ନାହିଁ। ସମାନେେ କବଳେ ତୁମ୍ଭର ଶରୀରକୁ ମାରି ପାରିବେ। ମାତ୍ର ତୁମ୍ଭର ଆତ୍ମାକୁ ମାରି ପାରିବେ ନାହିଁ। ତୁମ୍ଭେ କବଳେ ପରମେଶ୍ବରଙ୍କୁ ଭୟ କର। ସେ କବଳେ ତୁମ୍ଭର ଶରୀର ଓ ଆତ୍ମା ଉଭୟକୁ ନଷ୍ଟ କରି ଦଇେ ପାରିବେ। ସେ ଶରୀର ଓ ଆତ୍ମା ଉଭୟକୁ ନର୍କକୁ ପଠଇେ ପାରିବେ।

29ଗୋଟିଏ ପଇସା ମୂଲ୍ଯ ରେ ଦୁଇଟି ଘରଚଟିଆ ବିକ୍ରି ହୁଅନ୍ତି। କିନ୍ତୁ ତୁମ୍ଭ ପରମ-ପିତାଙ୍କ ବିନା ଅନୁମତି ରେ ସେଥିରୁ ଗୋଟିଏ ହେଲେ ମଧ୍ଯ ତଳେ ପଡିବ ନାହିଁ।

30ତୁମ୍ଭ ମୁଣ୍ଡ ରେ କତେୋଟି ବାଳ ଅଛି, ସେ କଥା ମଧ୍ଯ ପରମେଶ୍ବର ଜାଣନ୍ତି।

Matthew 10 illustration - Matthew Chapter 10

31ତେଣୁ ଭୟଭୀତ ହୁଅନାହିଁ। ତୁମ୍ଭେ ଅନକେ ଘରଚଟିଆଙ୍କ ଅପେକ୍ଷା ଅଧିକ ମୂଲ୍ଯବାନ।

32ଯଦି କହେି ଲୋକ ସମସ୍ତଙ୍କ ଆଗ ରେ ଠିଆ ହାଇେ କୁ ହେ ଯେ, ସେ ମାେତେ ବିଶ୍ବାସ କରେ ତବେେ ମୁଁ ମଧ୍ଯ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଆଗ ରେ କହିବି ଯେ ସେ ମାରେ ନିଜ ଲୋକ।

33କିନ୍ତୁ ଯେଉଁ ଲୋକ ସମସ୍ତଙ୍କ ଆଗ ରେ ଠିଆ ହାଇେ କୁ ହେ ଯେ ସେ ମାେତେ ବିଶ୍ବାସ କରେ ନାହିଁ, ତବେେ ମୁଁ ମଧ୍ଯ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଆଗ ରେ କହିବି ଯେ ସେ ଲୋକ ମାେ ନିଜ ଲୋକ ନୁହେଁ।

34ତୁମ୍ଭେ ଭାବନାହିଁ ଯେ ମୁଁ ପୃଥିବୀ ରେ ଶାନ୍ତି ଆଣିବା ପାଇଁ ଆସିଛି। କିନ୍ତୁ ଖଡ୍ଗ ଆଣିବା ପାଇଁ ଆସିଛି।

35ଏପରି ଘଟଣା ଘଟେଇବା ପାଇଁ ମୁଁ ଆସିଛି: ‘ପୁଅ ତା’ ବାପା ବିରୁଦ୍ଧରେ, ଝିଅ ତା’ ମା ବିରୁଦ୍ଧରେ ଓ ବୋହୂ ତା ଶାଶୁ ବିରୁଦ୍ଧରେ ଠିଆ ହେବ।

Matthew 10 illustration - Matthew Chapter 10

36ନିଜ ଘରର ଲୋକେ ହିଁ ନିଜ ଲୋକଙ୍କ ଶତ୍ରୁ ହେବେ।’

37 ଯେଉଁ ଲୋକ ମାେ ଅପେକ୍ଷା ତା ବାପା ମାଆଙ୍କୁ ଅଧ୍କ ଭଲ ପାଏ, ତବେେ ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ। ଯେଉଁ ଲୋକ ମାେ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ।

38ଯେଉଁ ଲୋକ ତାକୁ ଦିଆଯାଇଥିବା ଦୁଃଖ, କଷ୍ଟରୂପକ କୃଶ ବୋହି ମାରେ ଅନୁସରଣ କରନୋହିଁ, ସେ ମାେତେ ପାଇବାକୁ ଯୋଗ୍ଯ ନୁହେଁ।

39ଯେଉଁ ଲୋକ ମାେ ଅପେକ୍ଷା ତା ନିଜ ଜୀବନକୁ ଅଧିକ ଭଲ ପାଏ ସେ ବାସ୍ତବଜୀବନ ହରାଇ ବସିବ। କିନ୍ତୁ ଯେଉଁ ଲୋକ ମାେ ସକାେଶ ଜୀବନ ହରାଏ, ସେ ବାସ୍ତବ ଜୀବନ ପାଇପାରିବ।

40 ଯେଉଁ ଲୋକ ତୁମ୍ଭକୁ ସ୍ବୀକାର କରେ, ସେ ମାେତେ ମଧ୍ଯ ସ୍ବୀକାର କରେ, ଯେଉଁ ଲୋକ ମାେତେ ସ୍ବୀକାର କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କକୁ ମଧ୍ଯ ସ୍ବୀକାର କରେ।

Matthew 10 illustration - Matthew Chapter 10

41ଯାଉଁ ଲୋକ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତାଙ୍କୁ ଭଟେି ତାହାଙ୍କୁ ସ୍ବାଗତ କରେ, ତବେେ ସେ ଭବିଷ୍ଯଦ୍ବକ୍ତାର ପୁରସ୍କାର ପାଇବ। ଯେଉଁ ଲୋକ ଜଣେ ଧାର୍ମିକ ଲୋକକୁ ଧାର୍ମିକ ଲୋକ ରୂପେ ସ୍ବୀକାର କରେ ତବେେ ସେ ଧାର୍ମିକ ଲୋକର ପୁରସ୍କାର ପାଇବ।

42ଯଦି କହେି ଲୋକ ମାରେ ଏହି େଛାଟ ଓ ସରଳ ଶିଷ୍ଯମାନଙ୍କ ମଧ୍ଯରୁ କାହାରିକୁ ମାରେ ଶିଷ୍ଯ ବୋଲି କହି ସାହାର୍ୟ୍ଯ କରେ, ତବେେ ସେ ନିଶ୍ଚୟ ତାର ପୁରସ୍କାର ପାଇବ। ସେ ଯଦି ମାେ ଶିଷ୍ଯମାନଙ୍କୁ କାହାକୁ କବଳେ ଗିନାଏ ଥଣ୍ଡା ପାଣି ଦଇେଥାଏ, ତଥାପି ସେ ତାର ପୁରସ୍କାର ପାଇବ।

Chapter Complete

You have read Matthew 10

42 verses