Lumina
Luke

Luke 18

Luke 18·Oriya Bible

1ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ଉପଦେଶ ଦେଉଥିଲେ ଯେ, ସମାନେେ ସଦାବାଳେ ପ୍ରାର୍ଥନା କରିବା ଉଚିତ। ଏବଂ କବେେ ହେଲେ ଭରସା ହ ରଇବୋ ଉଚିତ ନୁହେଁ। ଯୀଶୁ ସମାନଙ୍କେୁ ଉପଦେଶ ଦବୋପାଇଁ ଏହି ଦୃଷ୍ଟାନ୍ତ କହିଲେ,

2ଥରେ ଗୋଟିଏ ନଗର ରେ ଜଣେ ବିଚାରପତି ଥିଲା। ପରମେଶ୍ବରଙ୍କୁ ତାହାଙ୍କର ଡର ନଥିଲା କି ଲୋକମାନେ ତାହାଙ୍କ ବିଷୟ ରେ କ'ଣ ଭାବୁଛନ୍ତି, ସେଥିପ୍ରତି ଖାତିର କରୁ ନଥିଲେ।

3ସହେି ନଗର ରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା'ର ସ୍ବାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଚାରପତିଙ୍କୁ କହୁଥିଲା, ' ଗୋଟିଏ ଲୋକ ମାେ ପ୍ରତି ଅନ୍ଯାୟ କରୁଛି। ତୁମ୍ଭେ ମାେତେ ମାେ ନ୍ଯାୟ ଅଧିକାର ଦିଅ।'

4କିନ୍ତୁ ବିଚାରପତି ସ୍ତ୍ରୀଲୋକଟିକୁ ସାହାୟ୍ଯ କରିବାକୁ ଇଚ୍ଛା କରି ନଥିଲେ। କେତେ ସମୟ ପରେ ବିଚାରପତି ଜଣକ ମନେ ମନେ ଭାବିଲେ, 'ମୁଁ ପରମେଶ୍ବରଙ୍କୁ ଡରୁନାହିଁ କି ଲୋକମାନେ ମାେ ବିଷୟ ରେ କ'ଣ ଭାବୁଛନ୍ତି, ସେଥିପ୍ରତି ଖାତିର ବି କରୁନାହିଁ।

5କିନ୍ତୁ ଏହି ସ୍ତ୍ରୀଲୋକଟି ମାେତେ ସବୁବେଳେ ବ୍ଯସ୍ତ କରି ପକାଉଛି। ମୁଁ ତାକୁ ନ୍ଯାୟ ଅଧିକାର ଦଇେ ଦେଲେ ସେ ମାେ ପିଛା ଛାଡିଦବେ। ନଚତେ ସେ ମାେତେ ହଇକାଣ କରୁଥିବ।'

Luke 18 illustration - Luke Chapter 18

6ପ୍ରଭୁ! କହିଲେ, ଶୁଣ, ସହେି ଦୁଷ୍ଟ ବିଚାରପତି ଜଣକ ଯାହା କହିଲେ, ସେ କଥାର ଗୋଟିଏ ଅର୍ଥ ଅଛି।

7ପରମେଶ୍ବରଙ୍କ ଦ୍ବାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥାନ୍ତି। ଯାହା ଠିକ୍, ତାହା ପରମେଶ୍ବର ତାହାଙ୍କ ଲୋକଙ୍କୁ ସ ଦବେଳେେ ଦଇେଥାନ୍ତି। ନିଜ ଲୋକଙ୍କୁ ଉତ୍ତର ଦବୋ ରେ ପରମେଶ୍ବର ଆଦୌ ବିଳମ୍ବ କରିବେ ନାହିଁ।

8ମୁଁ ତୁମ୍ଭକୁ କହୁଛି। ଅତି ଶୀଘ୍ର ପରମେଶ୍ବର ତାହାଙ୍କ ଲୋକଙ୍କୁ ସାହାୟ୍ଯ କରିବେ। କିନ୍ତୁ ମନୁଷ୍ଯପୁତ୍ର ପୁଣିଥରେ ଫରେି ଆସିବା ପରେ ସେ ଏ ପୃଥିବୀ ରେ ତାହାଙ୍କର ବିଶ୍ବାସୀମାନଙ୍କୁ ପାଇ ପାରିବେ କି?

9କେତକେ ଲୋକ ଭାବୁଥିଲେ ଯେ ସମାନେେ ବହୁତ ଭଲ ଅଟନ୍ତି। ସମାନେେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହାଇେଥିବା ଭଳି ବ୍ଯବହାର କରୁଥିଲେ। ଯୀଶୁ ସମାନଙ୍କେୁ ଉପଦେଶ ଦବୋପାଇଁ ଏହି ଦୃଷ୍ଟାନ୍ତ କହିଲେ:

10ଜଣେ ଫାରୂଶୀ ଓ ଜଣେ କରଆଦାୟକାରୀ ଥିଲେ। ଦିନେ ସହେି ଦୁଇଜଣ ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ।

Luke 18 illustration - Luke Chapter 18

11ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂର ରେ ଅଲଗା ଠିଆ ହାଇେଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବାଳେ କହିଲେ, ' ହେ ପରମେଶ୍ବର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହାଇନେଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଚୋରି, ଠକାମି, ବ୍ଯଭିଚାର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ।ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହାଇେଥିବାରୁ ତୁମ୍ଭ ପାଖ ରେ କୃତଜ୍ଞତା ଜଣାଉଛି।

12ମୁଁ ଜଣେ ଭଲ ଲୋକ। ମୁଁ ସପ୍ତାହ ରେ ଦୁଇ ଥର ଉପବାସ କରେ। ମୁଁ ମାରେସମସ୍ତ ରୋଜଗାରର ଦଶ ଭାଗରୁ ଏକ ଭାଗ ଦାନ କରେ।'

13କରଆଦାୟକାରୀ ମଧ୍ଯ ଅଲଗା ଏକାକୀ ଠିଆ ହାଇେଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ବର୍ଗ ଆଡକୁ ମଧ୍ଯ ଚାହିଁଲନୋହିଁ। କରଆଦାୟକାରୀ ପରମେଶ୍ବରଙ୍କ ପାଖ ରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, ହେ ପରମେଶ୍ବର, ମାେ ଉପରେ ଦୟା କର। ମୁଁ ଜଣେ ପାପୀ।

14ମୁଁ ତୁମ୍ଭମାନଙ୍କୁ କହୁଛି, 'ଏହି ଲୋକଟି ଯେତବେେଳେ ତା'ର ପ୍ରାର୍ଥନା ଶଷେ କରି ତା' ଘରକୁ ଫରେିଗଲା, ସେ ପରମେଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ , ସେ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ନଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ ବୋଲି ଭାବେ, ତାକୁ ହୀନ କରି ଦିଆୟିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ କରାୟିବ।'

15କେତକେ ଲୋକ ସମାନଙ୍କେର େଛାଟ େଛାଟ ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ, ଯେପରି ଯୀଶୁ ସହେି ପିଲାମାନଙ୍କୁ କବଳେ ଛୁଇଁବେ। ଯୀଶୁଙ୍କ ଶିଷ୍ଯମାନେ ଏହା ଦେଖି ଲୋକମାନଙ୍କୁ ଏହା ନକରିବାକୁ କହିଲେ।

Luke 18 illustration - Luke Chapter 18

16କିନ୍ତୁ ଯୀଶୁ ସହେି େଛାଟ ପିଲାମାନଙ୍କୁ ପାଖକୁ ଡାକିଲେ। ସେ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, େଛାଟ ପିଲାମାନେ ମାେ ପାଖକୁ ଆସନ୍ତୁ। ସମାନଙ୍କେୁ ଅଟକାଅ ନାହିଁ। କାରଣ ଯେଉଁ ଲୋକମାନେ ଏହି େଛାଟ ପିଲାମାନଙ୍କ ଭଳ ହାଇେଥିବେ, କବଳେ ସହେିମାନେ ପରମେଶ୍ବରଙ୍କ ରାଜ୍ଯର ଅଧିକାରୀ ହବେେ।

17ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ଗୋଟିଏ େଛାଟ ପିଲା କିଛି ଗ୍ରହଣ କଲାଭଳି ତୁମ୍ଭମାନେେ ପରମେଶ୍ବରଙ୍କ ରାଜ୍ଯ ଗ୍ରହଣ ନକଲେ ତା' ମଧିଅରେ ପ୍ରବେଶ କରି ପାରିବନାହିଁ।

18ଜଣେ ଯିହୂଦୀ ନେତା ଯୀଶୁଙ୍କୁ ପଚାରିଲେ, ହେ ଉତ୍ତମ ଗୁରୁ! ଅନନ୍ତଜୀବନ ଲାଭ କରିବା ପାଇଁ ମୁଁ କ'ଣ କରିବା ଉଚିତ?

19ଯୀଶୁ ତାହାଙ୍କୁ କହିଲେ, ତୁମ୍ଭେ ମାେତେ ଉତ୍ତମ ବୋଲି କାହିଁକି କହିଲ? କବଳେ ପରମେଶ୍ବର ହିଁ ଉତ୍ତମ।

20ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦବେି। ତୁମ୍ଭେ ପରମେଶ୍ବରଙ୍କ ଆଜ୍ଞାମାନ ଜାଣିଛ: 'ତୁମ୍ଭେ ବ୍ଯଭିଚାର କରିବ ନାହିଁ, ତୁମ୍ଭେ କାହାରିକି ହତ୍ଯା କରିବ ନାହିଁ, କୌଣସି ଜିନିଷ ଚୋରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟ ରେ କବେେ ହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପାମାଆଙ୍କୁ ନିଶ୍ଚୟ ସମ୍ମାନ ଦବେ...'

Luke 18 illustration - Luke Chapter 18

21କିନ୍ତୁ ଯିହୂଦୀ ନେତା ଜଣକ କହିଲେ, ମୁଁ ମାେ ପିଲା ଦିନୁ ଏସବୁ ଆଜ୍ଞା ମାନିଆସିଛି।

22ଏକଥା ଶୁଣି ଯୀଶୁ ସହେି ନେତାଙ୍କୁ କହିଲେ, ତଥାପି ଏ ପର୍ୟ୍ଯନ୍ତ ଆଉ ଗୋଟିଏ କଥା ତୁମ୍ଭର କରିବାକୁ ବାକିଅଛି। ତୁମ୍ଭର ଯାହା ଅଛି ସବୁ ବିକି ଦଇେ ଗରିବଙ୍କୁ ବାଣ୍ଟିଦିଅ। ତୁମ୍ଭକୁ ସ୍ବର୍ଗ ରେ ପୁରସ୍କାର ମିଳିବ। ତା'ପରେ ତୁମ୍ଭେ ଆସ ଓ ମାରେ ଅନୁସରଣ କର।

23ନେତା ଜଣକ ଏହା ଶୁଣି ବହୁତ ମନ ଦୁଃଖ କଲେ। ସେ ବହୁତ ଧନୀ ଥିଲେ ଓ ନିଜ ଧନତକ ରଖିବାକୁ ଚାହୁଁଥିଲେ।

24ସହେି ଯିହୂଦୀ ନେତାଙ୍କୁ ଦୁଃଖିତ ହବୋର ଦେଖି ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯ ରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ।

25ଜଣେ ଧନୀଲୋକ ପକ୍ଷ ରେ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ଠାରୁ ଗୋଟିଏ ଛୁଞ୍ଚି କଣାଦଇେ ଓଟଟିଏ ଗଳିୟିବା ଅଧିକ ସହଜ।

Luke 18 illustration - Luke Chapter 18

26ଲୋକମାନେ ଏକଥା ଶୁଣିବା ପରେ କହିଲେ, ତବେେ କେଉଁମାନେ ପରିତ୍ରାଣ ପାଇ ପାରିବେ?

27ଯୀଶୁ କହିଲେ, ଯେଉଁ କାମ ମନୁଷ୍ଯ ପକ୍ଷ ରେ ସମ୍ଭବ ନୁହେଁ, ତାହା ପରମେଶ୍ବର କରି ପାରିବେ।

28ପିତର କହିଲେ, ଦେଖନ୍ତୁ, ଆମ୍ଭେ ଆମ୍ଭର ସର୍ବସ୍ବ ଛାଡିଦଇେ ଆପଣଙ୍କ ଅନୁସରଣ କରିଛୁ।

29ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ଯେଉଁ ଲୋକ ପରମେଶ୍ବରଙ୍କ ରାଜ୍ଯ ପାଇଁ ତାର ଘର, ପତ୍ନୀ, ଭାଇ, ବାପାମାଆ କିମ୍ବା ପିଲାମାନଙ୍କୁ ଛାଡିଥିବ,

30ସେ ଛାଡିଥିବା ବସ୍ତୁ ଅପେକ୍ଷେ ଅଧିକ ପାଇବ। ସେ ଲୋକ ଏହି ଜୀବନକାଳ ମଧିଅରେ ତ ଅନକେ ଗୁଣ ଅଧିକ ପାଇବ ଏବଂ ମରିଗଲା ପରେ ମଧ୍ଯ ସେ ପରମେଶ୍ବରଙ୍କ ସହିତ ଚିରକାଳ ବାସ କରିବ।

Luke 18 illustration - Luke Chapter 18

31ତା'ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ଯଙ୍କୁ କହିଲେ, ଶୁଣ, ଆମ୍ଭମାନେେ ୟିରୂଶାଲମକୁ ଯାଉଛୁ। ପରମେଶ୍ବର ଭବିଷ୍ଯଦ୍ବକ୍ତାମାନଙ୍କୁ ମନୁଷ୍ଯପୁତ୍ରଙ୍କ ବିଷୟ ରେ ଯାହା ସବୁ ଲେଖି ବାକୁ କହିଥିଲେ, ସେ ସବୁ ଘଟିବ।

32ତାହାଙ୍କ ଲୋକମାନେ ତାହାଙ୍କୁ ବିଧର୍ମୀମାନଙ୍କ ହାତ ରେ ଦଇେ ଦବେେ। ତାହାଙ୍କୁ ଉପହାସ କରାୟିବ। ଲୋକେ ତାହାଙ୍କୁ ଅପମାନ ଦବେେ ଓ ତାହାଙ୍କୁ ଉପରକୁ ଛପେ ପକାଇବେ।

33ସମାନେେ ତାହାଙ୍କୁ ଚାବୁକରେ ପିଟିବେ ଓ ଶଷେ ରେ ମାରି ଦବେେ। କିନ୍ତୁ ମୃତ୍ଯୁର ତୃତୀୟଦିବସ ରେ ସେ ପୁଣି ଜୀବିତ ହାଇେ ଉଠିବେ।

34ପ୍ ରରେିତମାନେ ଏକଥା ବୁଝିବାକୁ ଚେଷ୍ଟା କଲେ। ମାତ୍ର ସମାନେେ ବୁଝି ପାରିଲେ ନାହିଁ। ଏକଥାର ଅର୍ଥ ସମାନଙ୍କେ ପାଖ ରେ ଗୁପ୍ତ ରହିଲା।

35ଯୀଶୁ ଯିରୀହାେ ନଗର ପାଖାପାଖି ହାଇେ ଆସିଲେ। ସେତବେେଳେ ରାସ୍ତା କଡ ରେ ଗୋଟିଏ ଅନ୍ଧ ବସିଥିଲା। ସହେି ଅନ୍ଧଟି ଭିକ ମାଗୁଥିଲା।

Luke 18 illustration - Luke Chapter 18

36ସେ ରାସ୍ତା ରେ ଯାଉଥିବା ଲୋକମାନଙ୍କ କୋଳାହଳ ଶୁଣିପାରି ପଚାରିଲା, ଘଟଣା କ'ଣ?

37ଲୋକମାନେ କହିଲେ, ନାଜରିତୀୟ ଯୀଶୁ ଏହି ବାଟ ଦଇେ ଯାଉଛନ୍ତି।

38ଅନ୍ଧଟି ଉତ୍ତଜେିତ ହାଇେ ପଡିଲା ଓ କହିଲା, ଦାଉଦଙ୍କପୁତ୍ର ଯୀଶୁ ଦୟାକରି ମାେତେ ସାହାୟ୍ଯ କର।

39ଆଗ ରେ ଯାଉଥିବା ଲୋକମାନେ ଅନ୍ଧକୁ ଧମକ ଦେଲେ। ସମାନେେ ଅନ୍ଧକୁ ଚୁପ୍ ରହିବାକୁ କହିଲେ। କିନ୍ତୁ ସେ ଆହୁରି ଜାରେ ରେ ପାଟିକରି କହିଲା, ହେ ଦାଉଦଙ୍କ ପୁତ୍ର, ଦୟାକରି ମାେତେ ସାହାୟ୍ଯ କରନ୍ତୁ।

40ଯୀଶୁ ସଠାେରେ ଅଟକି ଗଲେ, ସେ ଆଜ୍ଞା ଦେଲେ, ତାହାକୁ ମାେ ପାଖକୁ ଆଣ। ସେ ପାଖକୁ ଆସିବା ପରେ ଯୀଶୁ ତାକୁ ପଚାରିଲେ,

Luke 18 illustration - Luke Chapter 18

41ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମ୍ଭେ ଚାହୁଁଛ?

42ଯୀଶୁ ତାହାକୁ କହିଲେ, ତୁମ୍ଭେ ଦୃଷ୍ଟି ଶକ୍ତି ଲାଭ କର। ତୁମ୍ଭର ବିଶ୍ବାସ ହିଁ ତୁମ୍ଭକୁ ଉଦ୍ଧାର କଲା।

43ତତ୍ ସଙ୍ଗେ ସଙ୍ଗେ ଅନ୍ଧଟି ଦୃଷ୍ଟି ଶକ୍ତି ଫରେିପାଇଲା। ସେ ପରମେଶ୍ବରଙ୍କୁ ପ୍ରଶଂସା କରି ଯୀଶୁଙ୍କୁ ଅନୁସରଣ କଲା। ଏହି ଘଟଣା ଦେଖି ଥିବା ଲୋକେ ପରମେଶ୍ବରଙ୍କୁ ସ୍ତୃତିଗାନ କଲେ।

Chapter Complete

You have read Luke 18

43 verses