Lumina
Leviticus

The Consecration of Aaron

Leviticus 8·Oriya Bible

1ସଦାପ୍ରଭୁ ମାଶାଙ୍କେୁ କହିଲେ,

2ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷକୋର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମଷେଛୁଆ ଓ ତାଡିଶୂନ୍ଯ ରୋଟୀର ଡାଲା ଏକତ୍ରୀତ କର।

3ପୁଣି ସମାଗମ ତମ୍ବୁ ଦ୍ବାରା ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର।

4ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ସବୁ କଲେ, ସମାଗମ ତମ୍ବୁ ନିକଟରେ ସମଗ୍ର ମଣ୍ଡଳୀ ଏକତ୍ରୀତ ହେଲେ।

5ପୁଣି ମାଶାେ ମଣ୍ଡଳୀକୁ କହିଲେ, ଯାହାସବୁ କରିବାକୁ ସଦାପ୍ରଭୁ ଆଦେଶ ଦଇେଛନ୍ତି, ସଗେୁଡିକ ହେଉଛି ଏହି।

Leviticus 8 illustration - Leviticus Chapter 8

6ତା'ପରେ ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳ ରେ ସ୍ନାନ କରାଇଲେ।

7ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟୀ ରେ ତାଙ୍କର ବେଲ୍ଟ ବାନ୍ଧିଲେ, ତାଙ୍କୁ ଚୋଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା'ପରେ ଏଫୋଦକୁ ସିନ୍ଦୁର ବେଲ୍ଟ ରେ ବାନ୍ଧିଲେ।

8ସେ ହାରୋଣଙ୍କୁ ବୁକପଟା ଦେଲେ, ଆଉ ବୁକପଟା ରେ ଊରୀମ୍ ଓ ତୁମ୍ମୀମ୍ ରଖିଲେ।

9ପୁଣି ତାଙ୍କ ମସ୍ତକରେ ପଗଡି ରଖିଲେ, ପଗଡି ସମ୍ମୁଖ ରେ ସ୍ବର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ, ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଆନୁସା ରେ ଏହା କଲେ।

10ଅନନ୍ତର ମାଶାେ ଅଭିଷକୋର୍ଥକ ତୈଳ ନଇେ ପବିତ୍ର ତମ୍ବୁ ଓ ତହିଁ ମଧିଅରେ ଥିବା ସମସ୍ତ ବସ୍ତୁ ଉପରେ ସିଞ୍ଚନ କରି ସେସବୁକୁ ପବିତ୍ର କଲେ।

Leviticus 8 illustration - Leviticus Chapter 8

11ତା'ପରେ ସେ ଅଭିଷକୋର୍ଥକ ତୈଳ ପାଇଁ ରଖାୟିଇଥିବା ତୈଳ ନେଲେ ଏବଂ ଏହା ୟଜ୍ଞବଦେୀ ଉପରେ ସାତଥର ଛିଞ୍ଚିଲେ। ସେ ୟଜ୍ଞବଦେୀ, ତା'ର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ରୂଖା ଅନ୍ଯାନ୍ଯ ବସ୍ତୁକୁ ପବିତ୍ର କରିବାକୁ ଅଭିଷକେ କଲେ।

12ଏହାପରେ ସେ ହାରୋଣଙ୍କ ମସ୍ତକରେ କିଛି ଅଭିଷକୋର୍ଥକ ତୈଳ ଢାଳି ତାଙ୍କୁ ମଧ୍ଯ ପବିତ୍ର କଲେ।

13ତା'ପରେ ମାଶାେ ହାରୋଣଙ୍କ ପୁତ୍ରଗଣଙ୍କୁ ଆଣି ସମାନଙ୍କେୁ ଜାମା ପିନ୍ଧାଇଲେ, କଟୀ ରେ ସମାନଙ୍କେର କଟୀବନ୍ଧନୀ ବାନ୍ଧିଲେ ଓ ସମାନଙ୍କେୁ ଶିରୋଭୂଷଣ ରେ ଭୂଷିତ କଲେ। ମାଶାେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।

14ତା'ପରେ ମାଶାେ ପାପାର୍ଥକ ବଳିର ଗୋବତ୍ସ ଆଣିଲେ। ତା'ପରେ ହାରୋଣ ଓ ତାଙ୍କର ପୁତ୍ରଗଣ ସହେି ପାପାର୍ଥକ ବଳିର ଗୋବତ୍ସ ମସ୍ତକ ଉପରେ ହସ୍ତ ରଖିଲେ।

15ତତ୍ପରେ ମାଶାେ ତାକୁ ବଧ କଲେ ଓ ସହେି ରକ୍ତ ନଇେ ଅଙ୍ଗୁଳି ଦ୍ବାରା ୟଜ୍ଞବଦେୀର ଚାରିଆଡେ ଶିଙ୍ଗ ଉପରେ ଦଇେ ୟଜ୍ଞବଦେୀକି ପାପ ମୁକ୍ତ କଲେ। ଆଉ ୟଜ୍ଞବଦେୀ ମୂଳ ରେ ସହେି ରକ୍ତକୁ ଢାଳି ଦେଲେ। ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ପାଇଁ ସେ ଏହାକୁ ପବିତ୍ର କଲେ।

Leviticus 8 illustration - Leviticus Chapter 8

16ଅନନ୍ତର ମାଶାେ ଅନ୍ତ ଚତୁଃପାଶର୍‌ବସ୍ଥ ସମସ୍ତ ମଦେ, ୟକୃତ ଉପରିସ୍ଥ ଅନ୍ତପ୍ଲାବକ, ଦୁଇ ଗୁରୁଦା ଓ ତାହାର ମଦେ ନଇେ ୟଜ୍ଞବଦେୀ ଉପରେ ଦଗ୍ଧ କଲେ।

17ମାନ୍ତ ସେ ଚର୍ମ, ମାଂସ ଓ ଗୋମଯ ନଇେ ଛାଉଣୀର ବାହା ରେ ଦଗ୍ଧ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଏହା କଲେ।

18ତା'ପରେ ସେ ହାମବେଳି ପାଇଁ ମଷେ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମଷେର ମସ୍ତକରେ ହସ୍ତ ରଖିଲେ।

19ତା'ପରେ ମାଶାେ ମଷେଟିକୁ ବଧ କଲେ ଓ ତା'ର ରକ୍ତ ନଇେ ୟଜ୍ଞବଦେୀର ଚାରିଆଡେ ଛିଞ୍ଚିଲେ।

20ଆଉ ସେ ମଷେକୁ ଖଣ୍ଡ ଖଣ୍ଡ କରି କାଟିଲେ, ମାଶାେ ତାହାର ମସ୍ତକ, ସମସ୍ତ ମାଂସ ଖଣ୍ଡ ଓ ମଦେ ଦଗ୍ଧ କଲେ। ସେ ତାହାର ଅନ୍ତ ଓ ନଳି ଗୋଡ ଜଳ ରେ ଧୌତ କଲେ। ତା'ପରେ ୟଜ୍ଞବଦେୀ ଉପରେ ମାଶାେ ସମସ୍ତ ମଷେକୁ ଦଗ୍ଧ କଲେ।

Leviticus 8 illustration - Leviticus Chapter 8

21ଏହାଥିଲା ସଦାପ୍ରଭୁଙ୍କ ପାଇଁ ହାମବେଳି ଓ ସଦାପ୍ରଭୁଙ୍କର ଏକ ସୁବାସିତ ନବୈେଦ୍ଯ। ମାଶାେ ଠିକ୍ ତାହା କଲେ, ଯାହା ସଦାପ୍ରଭୁ ତାଙ୍କୁ ଆଜ୍ଞା ଦଇେଥିଲେ।

22ଅନନ୍ତର ସେ ଅନ୍ୟ ମଷେ ଅର୍ଥାତ୍ ପଦ ନି ଯୋଗାର୍ଥକ ମଷେ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମଷେର ମସ୍ତକ ଉପରେ ହସ୍ତ ରଖିଲେ।

23ତା'ପରେ ମାଶାେ ମଷେକୁ ବଧ କଲେ ଓ ତାହାର କିଛି ରକ୍ତ ନଇେ ହାରୋଣର ଦକ୍ଷିଣ କର୍ଣ୍ଣ ଗହ୍ବର ରେ ଓ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ହାରୋଣର ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ।

24ଏହାପରେ ସେ ହାରୋଣର ପୁତ୍ରଗଣଙ୍କୁ ଆଣିଲେ। ତହୁଁ ମାଶାେ ସହେି ରକ୍ତରୁ କିଛି ନଇେ ସମାନଙ୍କେ ଦକ୍ଷିଣ କର୍ଣ୍ଣ ପ୍ରାନ୍ତ ରେ ଓ ସମାନଙ୍କେ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ସମାନଙ୍କେ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ, ଆଉ ମାଶାେ ୟଜ୍ଞବଦେୀର ଉପରେ ଚାରିଆଡେ ରକ୍ତ ସିଞ୍ଚନ କଲେ।

25ପୁଣି ସେ ମଦେ ଓ ମଦମେଯ ଲାଙ୍ଗୁଳ, ଅନ୍ତ ଉପରିସ୍ଥିତ ସକଳ ମଦେ, ୟକୃତର ଉପରିସ୍ଥିତ ଚଟୁଆ ନେଲେ।

Leviticus 8 illustration - Leviticus Chapter 8

26ଆଉ ସେ ତାଡିଶୁନ୍ଯ ରୋଟୀ, ଯାହା ସଦାପ୍ରଭୁଙ୍କ ସମ୍ମୁଖ ରେ ନିତ୍ଯ ରଖାଯାଉଥିଲା ତାହା ନେଲେ ଓ ତୈଳ ପକ୍ବ ରୋଟୀର ଗୋଟିଏ ପିଠା ଓ ଗୋଟିଏ ତାଡିଶୂନ୍ଯ ରୋଟୀ ଓ ଡାହାଣ ଚଟୁଆ ଓ ମଦେ ଉପରେ ଥୋଇଲେ।

27ତହୁଁ ସେ ହାରୋଣଙ୍କର ଓ ତାଙ୍କର ପୁତ୍ରଗଣଙ୍କର ହସ୍ତ ରେ ସହେିସବୁ ଦଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯାର୍ଥେ ଦୋଳାଇଲେ।

28ଏହାପରେ ମାଶାେ ସମାନଙ୍କେ ହସ୍ତରୁ ସେସବୁ ନଇେ ୟଜ୍ଞବଦେୀସ୍ଥିତ ହାମବେଳି ଉପରେ ଦଗ୍ଧ କଲେ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଯାଜକ ରୂପେ ନିୟୁକ୍ତି ଉପଲକ୍ଷେ ଏହା ଏକ ନବୈେଦ୍ଯ ଥିଲା, ଏହା ସଦାପ୍ରଭୁଙ୍କ ପାଇ ଏକ ସୁବାସିତ ନବୈେଦ୍ଯ।

29ଆଉ ମାଶାେ ବକ୍ଷ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯାର୍ଥେ ଦୋଳାଇଲେ। ପଦ ନି ଯୋଗର୍ଥକ ମଷେର ଏହି ଅଂଶ ମାଶାଙ୍କେର ହେଲା। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଏହା କଲେ।

30ଅନନ୍ତର ମାଶାେ ଅଭିଷକୋର୍ଥକ ତୈଳରୁ ଓ ୟଜ୍ଞବଦେୀ ଉପରିସ୍ଥ ରକ୍ତରୁ କିଛି ନଇେ ହାରୋଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ। ପୁଣି ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ସମାନଙ୍କେ ବସ୍ତ୍ର ଉପରେ ତାହା ସିଞ୍ଚନ କଲେ। ଆଉ ହାରୋଣଙ୍କୁ ଓ ତାଙ୍କର ସମସ୍ତ ବସ୍ତ୍ରକୁ ପବିତ୍ର କଲେ।

Leviticus 8 illustration - Leviticus Chapter 8

31ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, ସମାଗମ ତମ୍ବୁ ସମ୍ମୁଖ ରେ ମାଂସ ରାନ୍ଧ। ତୁମ୍ଭମାନେେ ମଧ୍ଯ ତାହା ସଠାେରେ ଭୋଜନ କରିବ।' ନି ଯୋଗର୍ଥକ ଡାଲା ରେ ଥିବା ରୋଟୀ ନଇେ ଏକାଠି ଭୋଜନ କର।

32ଯାହା ମାଂସ ଓ ରୋଟୀ ଅବଶିଷ୍ଟ ରହିବ ତାକୁ ଅଗ୍ନି ରେ ଦଗ୍ଧ କରିବ।

33ଆଉ ପଦ ଅଭିଷକେ ଉତ୍ସବ ସାଦଦିନ ଧରି ଚାଲିବ। ତୁମ୍ଭମାନେେ ଏହି ସାତଦିନ ୟାଏ ସମାଗମ ତମ୍ବୁ ଦ୍ବାରରୁ ବାହାରକୁ ୟିବ ନାହିଁ। କାରଣ ପୌରହିତ୍ଯ ନିଶ୍ଚଯ ସାତଦିନ ୟାଏଁ ଚାଲିବ।

34ଆଜି ଯାହାସବୁ କରାଗଲା, ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାଯଶ୍ଚିତ କରିବାକୁ ସେସବୁ ଆଜ୍ଞା ଦଇେଛନ୍ତି।

35ତୁମ୍ଭମାନେେ ସାତଦିନ ଧରି ଦିବାରାତ୍ର ସମାଗମ ତମ୍ବୁ ଦ୍ବାର ରେ ରହିବ। ତାହା ହେଲେ ତୁମ୍ଭମାନେେ ସଦାପ୍ରଭୁଙ୍କ ଦ୍ବାରା ରକ୍ଷା ପାଇବ। ଏହା ପାଳନ ନକଲେ ତୁମ୍ଭମାନେେ ମୃତ୍ଯୁବରଣ କରିବ କାରଣ ସଦାପ୍ରଭୁ ମାେତେ ଏହି ଆଜ୍ଞା ଦଇେଛନ୍ତି।

Leviticus 8 illustration - Leviticus Chapter 8

36ତେଣୁ ସଦାପ୍ରଭୁ ମାଶାଙ୍କେୁ ଯେଉଁ ଆଜ୍ଞା ଦଇେଥିଲେ, ହାରୋଣ ଓ ତାଙ୍କର ପୁତ୍ରଗଣ ସେସବୁ କଥା ପାଳନ କଲେ।

Chapter Complete

You have read Leviticus 8

36 verses