Lumina
Leviticus

The Holiness of Priests

Leviticus 21·Oriya Bible

1ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ହାରୋଣଙ୍କ ପୁତ୍ର ଯାଜକଗଣଙ୍କୁ କୁହ, ଜଣେ ଯାଜକ ଏକ ମୃତ୍ଯୁବ୍ଯକ୍ତିକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ।

2କବଳେ ନିଜର ନିକଟ ଜ୍ଞାତି ଅର୍ଥାତ୍ ନିଜର ପିତା, ମାତା, ପୁତ୍ର, କନ୍ଯା ଓ ଭ୍ରାତା ନିମନ୍ତେ ସେ ଅଶୁଚି ହବେ।

3ପୁଣି ନିଜର ଅବିବାହିତା ଭଗିନୀର ମୃତ୍ଯୁ ହେଲେ ସେ ତା' ପାଇଁ ଅଶୁଚି ହବେ।

4ମାତ୍ର ସେ ଯାଜକ ନିଜର କ୍ରୀତଦାସର ମୃତ୍ଯୁ ରେ ନିଜକୁ ଅଶୁଚି କରିବ ନାହିଁ।

5ଆଉ ଯାଜକଗଣ ସମାନଙ୍କେର ମସ୍ତକ ମୁଣ୍ଡନ କରିବେ ନାହିଁ। ଆପଣା ଦାଢିର କୋଣ କ୍ଷୌର କରିବେ ନାହିଁ, କିମ୍ବା ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରିବେ ନାହିଁ।

Leviticus 21 illustration - Leviticus Chapter 21

6ସମାନେେ ନିଶ୍ଚଯ ସମାନଙ୍କେର ପରମେଶ୍ବରଙ୍କ ପାଇଁ ପବିତ୍ର ହବେେ। ସମାନେେ ସମାନଙ୍କେର ପରମେଶ୍ବରଙ୍କ ନାମକୁ ଅପବିତ୍ର କରିବା ଉଚିତ୍ ନୁହେଁ। କାରଣ ସମାନେେ ସଦାପ୍ରଭୁଙ୍କୁ ଉପହାର ଦିଅନ୍ତି। ଅର୍ଥାତ୍ ପରମେଶ୍ବରଙ୍କ ଖାଦ୍ୟ ସମାନେେ ଦିଅନ୍ତି। ତେଣୁ ସମାନେେ ନିଶ୍ଚଯ ପବିତ୍ର ହବୋ ଉଚିତ୍।

7ଜଣେ ଯାଜକ ତା'ର ପରମେଶ୍ବରଙ୍କର ପବିତ୍ର ସବେକ। ତେଣୁ ସେ କୌଣସି ବେଶ୍ଯାକୁ, କଳିଙ୍କିନୀକୁ କିମ୍ବା ସ୍ବାମୀ ପରିତ୍ଯକ୍ତା ନାରୀକୁ ବିବାହ କରିବା ଉଚିତ୍ ନୁହଁ।

8ତୁମ୍ଭେ ନିଶ୍ଚିତ ହୁଅ ଯେ, ଯାଜକ ପବିତ୍ର ଅଟେ। କାରଣ ସେ ତୁମ୍ଭର ପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କରିଥାଏ। ତୁମ୍ଭେ ତାକୁ ପବିତ୍ର ବୋଲି ବିବଚେନା କରିବା ଉଚିତ୍। କାରଣ ମୁଁ ସଦାପ୍ରଭୁ ୟିଏ ତୁମ୍ଭମାନଙ୍କୁ ପବିତ୍ର କରେ। ମୁଁ ନିଜେ ପବିତ୍ର।

9ଆଉ କୌଣସି ଯାଜକର କନ୍ଯା ବ୍ଯଭିଚାରିଣୀ ହେଲେ ସେ ନିଜକୁ ଅପବିତ୍ର କରେ ଓ ନିଜ ପିତାକୁ ମଧ୍ଯ ଅପବିତ୍ର କରେ। ତେଣୁ ସେ ଅଗ୍ନି ରେ ଦଗ୍ଧ ହବେ।

10ଆଉ ନିଜ ଭ୍ରାତାମାନଙ୍କ ଉପରେ ଯେଉଁ ଲୋକ ମହାୟାଜକ ହାଇେଅଛି, ଯାହାର ମସ୍ତକରେ ଅଭିଷକୋର୍ଥକ ତୈଳ ଢଳା ୟାଇଅଛି, ଆଉ ୟିଏ ପବିତ୍ର ବସ୍ତ୍ର ପରିଧାନ କରିବାକୁ ପଦବୀ ରେ ନିୟୁକ୍ତ ହାଇେଅଛି, ସେ ନିଜ ମସ୍ତକର କେଶ ମୁକୁଳା କରିବା ଉଚିତ୍ ନୁହେଁ ଓ ନିଜ ବସ୍ତ୍ର ଚିରିବା ଉଚିତ୍ ନୁହେଁ।

Leviticus 21 illustration - Leviticus Chapter 21

11ସେ ଗୃହ ଭିତ ରେ ଶବକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। ସେ ନିଜର ପିତାମାତାଙ୍କ ଶବ ନିକଟକୁ ମଧ୍ଯ ୟିବ ନାହିଁ।

12ଆଉ ଜଣେ ମହାୟାଜକ ପରମେଶ୍ବରଙ୍କ ପବିତ୍ରସ୍ଥାନରୁ ବାହାରିବ ନାହିଁ। କିମ୍ବା ଆପଣା ପରମେଶ୍ବରଙ୍କ ପବିତ୍ରସ୍ଥାନକୁ ଅପବିତ୍ର କରିବ ନାହିଁ। କାରଣ ପରମେଶ୍ବରଙ୍କ ଅଭିଷକୋର୍ଥକ ତୈଳ ତାହା ମସ୍ତକରେ ଢଳାୟାଇ ତାଙ୍କୁ ମହାୟାଜକ ପଦ ରେ ଅଭିଷିକ୍ତ କରାୟାଇଛି। ଆମ୍ଭେ ସଦାପ୍ରଭୁ ଅଟୁ।

13ଜଣେ ମହାୟଜକ କବଳେ ଜଣ ଅନୁଢାକୁ ବା କୁମାରୀକୁ ବିବାହ କରିବ।

14ସେ ବିଧବା, ପରିତ୍ଯକ୍ତା, କଳଙ୍କିନୀ କିମ୍ବା ବେଶ୍ଯାକୁ ବିବାହ କରିବା ଉଚିତ୍ ନୁହେଁ। ସେ ଆପଣା ଲୋକମାନଙ୍କ ମଧ୍ଯରୁ କବଳେ ଏକ କୁଆଁରୀ କନ୍ଯାକୁ ବିବାହ କରିବା ଉଚିତ୍।

15ଆଉ ସେ ନିଜ ଲୋକମାନଙ୍କ ମଧିଅରେ ନିଜ ବଂଶ ଅପବିତ୍ର କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ତାହାକୁ ପବିତ୍ର କରୁ।

Leviticus 21 illustration - Leviticus Chapter 21

16ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

17ତୁମ୍ଭେ ହାରୋଣଙ୍କୁ କୁହ, ତୁମ୍ଭର ବଂଶଧରମାନଙ୍କ ମଧିଅରେ ଯାହାର ଶରୀର ରେ ଖୁଣ ଥାଏ, ସେ ପରମେଶ୍ବରଙ୍କର ବିଶିଷ୍ଟ ରୋଟୀ ଉତ୍ସର୍ଗ କରିବା ପାଇଁ ନିକଟକୁ ୟିବ ନାହିଁ।

18ଯେକୌଣସି ଲୋକର ଖୁଣ ଅଛି, ସେ ନିକଟବର୍ତ୍ତୀ ହବେନାହିଁ।

19କି ଭଗ୍ନ, କି ଭଗ୍ନହସ୍ତ,

20କି କୁଜା, କି ବାମନ,

Leviticus 21 illustration - Leviticus Chapter 21

21ହାରୋଣ ଯାଜକର ବଂଶଧର ମଧିଅରେ ଏପରି ଖୁଣ ବିଶିଷ୍ଟ ଲୋକ ଥିଲେ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉପହାର ଉତ୍ସର୍ଗ କରିବା ପାଇଁ ବଦେୀ ନିକଟକୁ ୟାଇପାରିବ ନାହିଁ। ଆଉ ତା'ର ଖୁଣ ଥିବାରୁ ସେ ୟଜ୍ଞବଦେୀ ନିକଟକୁ ଶସ୍ଯ ଭକ୍ଷ୍ଯ ଉତ୍ସର୍ଗ କରିବା ପାଇଁ ଆସିବା ଉଚିତ୍ ନୁହେଁ।

22ସେ ଆପଣା ପରମେଶ୍ବରଙ୍କର ମହାପବିତ୍ର ବା ପବିତ୍ର ରୋଟୀ ଭୋଜନ କରିବ।

23ମାତ୍ର ବିଚ୍ଛଦବେସ୍ତ୍ରର ଭିତରକୁ ୟିବ ନାହିଁ କିମ୍ବା ୟଜ୍ଞବଦେୀ ନିକଟକୁ ଆସିବ ନାହିଁ, କାରଣ ତାହାର ଖୁଣ ଅଛି, ସେ ଆମ୍ଭର ପବିତ୍ରସ୍ଥାନ ସକଳ ଅପବିତ୍ର କରିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ସହେି ସମସ୍ତ ପବିତ୍ର କରୁ।

24ଏହିପରି ମାଶାେ ହାରୋଣଙ୍କୁ, ତାଙ୍କର ପୁତ୍ରଗଣଙ୍କୁ ଓ ଇଶ୍ରାୟେଲର ସମସ୍ତ ସନ୍ତାନଗଣଙ୍କୁ ଏହିସବୁ କହିଲେ।

Chapter Complete

You have read Leviticus 21

24 verses