Lumina
Leviticus

The Day of Atonement

Leviticus 16·Oriya Bible

1ସଦାପ୍ରଭୁଙ୍କୁ ସୁଗନ୍ଧି ଧୂପର ନବୈେଦ୍ଯ ଦଲୋ ବେଳେ ହାରୋଣଙ୍କ ଦୁଇ ପୁତ୍ର ମଲେ। ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,

2ତୁମ୍ଭେ ଆପଣା ଭ୍ରାତା ହାରୋଣଙ୍କୁ କୁହ, ଯେପରି ତାଙ୍କର ମୃତ୍ଯୁ ନ ହୁଏ, ଏଥିପାଇଁ ବିଚ୍ଛଦେ ବସ୍ତ୍ର ଭିତ ରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛଦକ ସମ୍ମୁଖ ରେ ପବିତ୍ର ସ୍ଥାନ ରେ ସର୍ବଦା ପ୍ରବେଶ କରିବେ ନାହିଁ। କାରଣ ଆମ୍ଭେ ପାପାଚ୍ଛାଦକ ଉପରେ ମେଘର ଦର୍ଶନ ଦବୋ।

3ହାରୋଣ ମହାପବିତ୍ର ସ୍ଥାନ ରେ ପ୍ରବେଶ କରିବା ପୂର୍ବରୁ ପ୍ରାଯଶ୍ଚିତର ଦିନ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଓ ହାମବେଳି ରୂପେ ଏକ ମଷେଛୁଆ ପ୍ରାଯଶ୍ଚିତ ଦିନ ଉତ୍ସର୍ଗ କରିବ।

4ହାରୋଣ ଜଳ ରେ ନିଜର ଶରୀରକୁ ଧେ ୗତ କରି ପବିତ୍ର ଶୁଭ୍ର ଜାମା ପିନ୍ଧିବେ, ଦହେ ରେ ଶୁଭ୍ର ଜଙ୍ଘିଆ ଧାରଣ କରିବେ, ଶୁଭ୍ର କଟୀବନ୍ଧନୀ କଟି ରେ ବାନ୍ଧିବେ ଓ ଶୁଭ୍ର ପଗଡି ମୁଣ୍ଡ ରେ ପିନ୍ଧିବେ। ଏସବୁ ପବିତ୍ର ବସ୍ତ୍ର।

5ପୁଣି ହାରୋଣ ଇଶ୍ରାୟେଲ ସନ୍ତାନଗଣର ମଣ୍ଡଳୀରୁ ପାପାର୍ଥକ ବଳି ପାଇଁ ଦୁଇଟି ଛାଗ ଓ ହାମବେଳି ପାଇଁ ଏକ ମଷେ ନବେ।

Leviticus 16 illustration - Leviticus Chapter 16

6ତା'ପରେ ହାରୋଣ ନିଜ ପାଇଁ ଗୋବତ୍ସକୁ ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବ। ସେ ନିଜକୁ ଓ ନିଜ ପରିବାରକୁ ଏଥି ରେ ପ୍ରାଯଶ୍ଚିତ କରିବ।

7ତ'ପରେ ହାରୋଣ ଦୁଇଟି ଛାଗ ସମାଗମ ତମ୍ବୁର ଦ୍ବାର ଦେଶ ରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ।

8ପୁଣି ହରୋଣ ସହେି ଦୁଇ ଛାଗ ବିଷଯ ରେ ଗୁଲିବାଣ୍ଟ କରିବେ। ସେଥିରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ଯାଗ (ଅଜାଜଲେ) ନିମନ୍ତେ ହବେ।

9ପୁଣି ଯେଉଁ ଛାଗ ଗୁଳିବାଣ୍ଟ ରେ ସଦାପ୍ରଭୁଙ୍କ ନିମନ୍ତେ ହବେ, ହାରୋଣ ତାକୁ ନଇେ ପାପାର୍େଥ ବଳିଦାନ କରିବ।

10କିନ୍ତୁ ଗୁଳାବାଣ୍ଟ ଦ୍ବାରା ଅଜାଜଲେ ନିମନ୍ତେ ସିଦ୍ଧାନ୍ତ କରାୟାଇଥିବା ଛାଗକୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଜୀଅନ୍ତା ଛିଡା କରାୟିବ। ମରୁଭୂମିର ବାହାରକୁ ଅଜାଜଲେ ଏହି ଛାଗକୁ ପଠାଇବା ଦ୍ବାରା ଲୋକମାନଙ୍କ ପାଇଁ ହାରୋଣ ପ୍ରାଯଶ୍ଚିତ କରିବ।

Leviticus 16 illustration - Leviticus Chapter 16

11ତା'ପରେ ହାରୋଣ ନିଜ ପାଇଁ ପାପାର୍ଥକ ବଳିର ଯେଉଁ ଗୋବତ୍ସ ଆଣିଥିଲେ, ନିଜ ପାଇଁ ଓ ନିଜ ଘର ପାଇଁ ପ୍ରାଯଶ୍ଚିତ କରିବ, ପୁଣି ନିଜ ପାପର୍ଥକ ବଳିର ସହେି ଗୋବତ୍ସକୁ ବଧ କରିବେ।

12ଆଉ ସେ ସାଦାପ୍ରଭୁଙ୍କ ସମ୍ମୁଖସ୍ଥ ୟଜ୍ଞବଦେୀରୁ ପ୍ରଜ୍ଜ୍ବଳିତ ଅଙ୍ଗାର ଉହ୍ନଇେ ରେ ପୂର୍ଣ୍ଣ କରି ଓ ମୁଠିଏ ଚୁର୍ଣ୍ଣ ସୁଗନ୍ଧିଧୂପ ନଇେ ବିଚ୍ଛଦେ ବସ୍ତ୍ର ରେ ଭିତରକୁ ୟିବ।

13ସଦାପ୍ରଭୁଙ୍କ ସମ୍ମୁଖ ରେ ଅଗ୍ନି ଉପରେ ସେ ସୁଗନ୍ଧିଧୂପ ଦବୋ ଉଚିତ୍। ତାହାଦ୍ବାରା ନିଯମ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ଧୂଆଁର ବାଦଲ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ।

14ତହୁଁ ସେ ଗୋବତ୍ସର କିଚି ରକ୍ତ ନଇେ ପାପାଚ୍ଛଦନର ପୂର୍ବଆଡେ ଅଙ୍ଗୁଳି ରେ ଛିଞ୍ଚିବ। ପୁଣି ପାପାଚ୍ଛଦନ ସମ୍ମୁଖ ରେ ଅଙ୍ଗୁଳି ଦ୍ବାରା ସାତଥର ସହେି ରକ୍ତ ଛିଞ୍ଚିବ।

15ଏହାପରେ ହାରୋଣ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନଇେ ବଧ କରିବ ଓ ତାହାର ରକ୍ତ ବିଚ୍ଛଦବେସ୍ତ୍ରର ଭିତରକୁ ଆଣି, ଯେପରି ଗୋବତ୍ସ ରକ୍ତ ନଇେ କରିଥିଲା, ସହେିପରି ତାହାର ରକ୍ତ ନଇେ କରିବ। ଅର୍ଥାତ୍ ପାପାଚ୍ଛାଦନ ଉପରେ ଓ ପାପାଚ୍ଛଦନ ସମ୍ମୁଖ ରେ ତାହା ଛିଞ୍ଚିବ।

Leviticus 16 illustration - Leviticus Chapter 16

16ଏହିରୂପେ ହାରୋଣ ମହାପବିତ୍ର ସ୍ଥାନକୁ େଶୗଚ କରିବ। ଇଶ୍ରାୟେଲ ଲୋକମାନଙ୍କ ଅ େଶୗଚ ଓ ପାପ ପାଇଁ ସେ ପ୍ରାଯଶ୍ଚିତ କରିବ। ହାରୋଣ ସମାଗମ ତମ୍ବୁ ପାଇଁ ସହେିପରି କରିବ, କାରଣ ଏହା ଅ େଶୗଚ ମଧିଅରେ ସମାନଙ୍କେ ସହିତ ବାସ କରେ।

17ସହେି ସମୟରେ ହାରୋଣ ପ୍ରାଯଶ୍ଚିତ କରିବା ପାଇଁ ପବିତ୍ର ସ୍ଥାନ ରେ ପ୍ରବେଶ କରିବ, ସେ ନିଜ ପାଇଁ ନିଜ ଘର ପାଇଁ ଓ ଇଶ୍ରାୟେଲର ସମସ୍ତ ସମାଜ ପାଇଁ ଯେପର୍ୟ୍ଯନ୍ତ ପ୍ରାଯଶ୍ଚିତ କରି ନାହାନ୍ତି ସପେର୍ୟ୍ଯନ୍ତ ସମାଗମ ତମ୍ବୁ ରେ କୌଣସି ମଣିଷ ରହିବେ ନାହିଁ।

18ଆଉ ସେ ବାହାରକୁ ଆସି ସମ୍ମୁଖସ୍ଥିତ ୟଜ୍ଞବଦେୀ ପାଖକୁ ୟାଇ ତହିଁ ନିମନ୍ତେ ପ୍ରାଯଶ୍ଚିତ କରିବ। ପୁଣି ଗୋବତ୍ସ ଓ ଛାଗର କିଛି ରକ୍ତ ନଇେ ୟଜ୍ଞବଦେୀର ଶୃଙ୍ଗ ଉପରେ ଚାରିଆଡେ ଦବେ।

19ତା'ପରେ ସେ ରକ୍ତରୁ କିଛି ନଇେ ଅଙ୍ଗୁଳି ଦ୍ବାରା ସାତଥର ଛିଞ୍ଚି ଅଶୁଚି ବଦେୀକୁ ଶୁଦ୍ଧ କରିବ ଓ ଇଶ୍ରାୟେଲ ଲୋକମାନଙ୍କ ଅ େଶୗଚରୁ ତାହା ଶୁଚି କରିବ।

20ଏହି ପ୍ରକା ରେ ସେ ମହାପବିତ୍ରସ୍ଥାନ, ସମାଗମ ତମ୍ବୁ ଓ ୟଜ୍ଞବଦେୀ ନିମନ୍ତେ ପ୍ରାଯଶ୍ଚିତ କରିସାରିଲା ଉତ୍ତା ରେ ସହେି ଜୀଅନ୍ତା ଛାଗକୁ ଆଣିବ।

Leviticus 16 illustration - Leviticus Chapter 16

21ପୁଣି ହାରୋଣ ସହେି ଜିଅନ୍ତା ଛାଗର ମସ୍ତକରେ ଆପଣା ଦୁଇହସ୍ତ ରଖି ତାହା ଉପରେ ଇଶ୍ରାୟେଲ ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ବୀକାର କରିବ। ଆଉ ତାହା ସବୁ ସହେି ଛାଗର ମସ୍ତକରେ ଅର୍ପଣ କରି ପୂର୍ବରୁ ପ୍ରସ୍ତୁତ ଥିବା ଲୋକ ହସ୍ତ ରେ ତାହାକୁ ମହୁଭୁମିକୁ ପଠାଇ ଦବେ।

22ତହୁଁ ସହେି ଛାଗ ସମାନଙ୍କେର ସମସ୍ତ ଅପରାଧ ଆପଣା ମସ୍ତକରେ ବହନ କରି ସହେି ଜନଶୂନ୍ଯ ଦେଶକୁ ନଇେଯିବେ। ତାକୁ ନଇେଥିବା ଲୋକଟି ସହେି ସ୍ଥାନ ରେ ସେ ଛାଗକୁ ଛାଡିଦବେ।

23ତା'ପରେ ହାରୋଣ ସମାଗମ ତମ୍ବୁକୁ ଆସିବ। ପବିତ୍ରସ୍ଥାନ ରେ ପ୍ରବେଶ କରିବା ସମୟରେ ଯେଉଁ ଶଣବସ୍ତ୍ର ପରିଧାନ କରିଥିଲେ, ତାହାକୁ କାଢି ହବେ। ସେ ସଗେୁଡିକୁ ସମାଗମ ତମ୍ବୁ ରେ ଛାଡିଦବେ।

24ତା'ପରେ ସେ କୌଣସି ପବିତ୍ରସ୍ଥାନ ରେ ନିଜର ଶରୀରକୁ ଜଳ ରେ ଧେ ୗତ କରି ନିଜ ବସ୍ତ୍ର ପିନ୍ଧି ବାହାରକୁ ଆସିବ, ପୁଣି ନିଜର ହାମବେଳି ଓ ଲୋକମାନଙ୍କର ହାମବେଳି ଉତ୍ସର୍ଗ କରି ନିଜ ପାଇଁ ଓ ଲୋକମାନଙ୍କ ପାଇଁ ପ୍ରାଯଶ୍ଚିତ କରିବ।

25ଆଉ ସେ ପାପାର୍ଥକ ବଳିର ମଦେ ୟଜ୍ଞବଦେୀ ରେ ଦଗ୍ଧ କରିବ।

Leviticus 16 illustration - Leviticus Chapter 16

26ପୁଣି ଯେଉଁ ଲୋକ ତ୍ଯାଗର (ଅଜାଜଲେ ରେ) ଛାଗକୁ ନଇେ ଛାଡିଥାଏ ସେ ନିଜର ବସ୍ତ୍ର ଧୋଇ ଜଳ ରେ ସ୍ନାନ କରିବା ଉଚିତ୍। ତା'ପରେ ଛାଉଣୀ ରେ ପ୍ରବେଶ କରିବ।

27 ଯେଉଁ ପାପର୍ଥକ ବଳି ଗୋବତ୍ସ ଓ ଛାଗର ରକ୍ତ ମହାପବିତ୍ର ସ୍ଥାନକୁ ଅଣାୟାଇ ପ୍ରାଯଶ୍ଚିତ ହବୋ ପାଇଁ ଥିଲା, ସମାନଙ୍କେର ଚର୍ମ, ମାଂସ ଓ ମଳ, ଲୋକମାନେ ଛାଉଣୀ ବାହାରକୁ ନଇେ ଅଗ୍ନି ରେ ଦଗ୍ଧ କରିବେ।

28ଯେଉଁ ଲୋକ ସଗେୁଡିକୁ ଦଗ୍ଧ କରିବ, ସେ ତା'ର ବସ୍ତ୍ର ଧୋଇବା ଉଚିତ୍ ଓ ତା'ର ସମସ୍ତ ଶରୀର ଜଳ ରେ ଭଲ ଭାଗ ରେ ଧୋଇବ ଏବଂ ତା'ପରେ କବଳେ ସେ ଛାଉଣୀ ରେ ପ୍ରବେଶ କରିବ।

29ତୁମ୍ଭମାନଙ୍କ ପାଇଁ ଏହା ଚିରନ୍ତନ ବିଧି ହସ୍ତ ହବେ। ସପ୍ତମ ମାସର ଦଶମ ଦିନ ରେ ତୁମ୍ଭମାନେେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ତୁମ୍ଭମାନଙ୍କ ମଧିଅରେ ସ୍ବଦେଶୀଯ ହେଉ ବା ବିଦେଶୀଯ ହେଉ ତୁମ୍ଭମାନେେ କୌଣସି ପ୍ରକାର କାମ କରିବା ଉଚିତ୍ ନୁହେଁ।

30କାରଣ ସହେି ଦିନ ରେ ତୁମ୍ଭମାନଙ୍କୁ ଶୁଚି କରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାଯଶ୍ଚିତ କରାୟିବ। ତୁମ୍ଭମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ନିଜ ନିଜର ସକଳ ପାପରୁ ପରିଷ୍କୃତ ହବେ।

Leviticus 16 illustration - Leviticus Chapter 16

31ଏହି ଦିନଟି ତୁମ୍ଭମାନଙ୍କ ପାଇଁ ମହାନ୍ ବିଶ୍ରାମଦିନ, ତୁମ୍ଭମାନେେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଏହା ଚିରନ୍ତନ ବିଧି।

32ପୁଣି ପିତା ବଦଳ ରେ ଯେଉଁ ପୁତ୍ର ମହାୟାଜକତ୍ବ ପଦ ରେ ଅଭିଷିକ୍ତ ଓ ନିୟୁକ୍ତ ହବେ, ସହେି ସହାୟାଜକ ପ୍ରାଯଶ୍ଚିତ କରିବ। ଆଉ ସେ ଶୁଭ୍ରବସ୍ତ୍ର ଅର୍ଥାତ୍ ପବିତ୍ର ବସ୍ତ୍ରସବୁ ପିନ୍ଧିବ।

33ଆଉ ସେ ମହାପବିତ୍ର ସ୍ଥାନ, ସମାଗମ ତମ୍ବୁ ଓ ୟଜ୍ଞବଦେୀ ନିମନ୍ତେ ପ୍ରାଯଶ୍ଚିତ କରିବ। ଆଉ ମଧ୍ଯ ସେ ଯାଜକଗଣ ଓ ସମାଜର ସମସ୍ତ ଲୋକ ନିମନ୍ତେ ପ୍ରାଯଶ୍ଚିତ କରିବ।

34ପୁଣି ଇଶ୍ରାୟେଲ ସନ୍ତାନଗଣ ନିମନ୍ତେ ସମାନଙ୍କେର ସମସ୍ତ ପାପ ସକାଶୁ ବର୍ଷ ମଧିଅରେ ଏକଥର ପ୍ରାଯଶ୍ଚିତ କରିବାର ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହବେ।

Chapter Complete

You have read Leviticus 16

34 verses