Lumina
Leviticus

Laws of Personal Cleanness

Leviticus 15·Oriya Bible

1ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ ମଧ୍ଯ କହିଲେ,

2ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଯଦି କୌଣସି ପୁରୁଷର ଲିଙ୍ଗରୁ ଧାତୁ କ୍ଷରିତ ହୁଏ, ସେ ଅଶୁଚି ଘୋଷିତ ହାବୋ ଉଚିତ୍।

3କ୍ଷରଣ ଚାଲିଥାଉ କିମ୍ବା ବନ୍ଦ ହାଇେଥାଉ, କ୍ଷରଣ ହେଉଥିବା ଲୋକ ଅଶୁଚି ଅଟେ।

4ପ୍ରମହେ ରୋଗୀ ଯେଉଁ ଶୟ୍ଯା ରେ ଶଯନ କରେ ତାହା ଅଶୁଚି ଅଟେ। ଆଉ ସେ ଯେଉଁ ସବୁ ପଦାର୍ଥ ଉପରେ ବସିବ ତାହା ମଧ୍ଯ ଅଶୁଚି ହବେ।

5ଯଦି କୌଣସି ବ୍ଯକ୍ତି ସହେି ବ୍ଯକ୍ତିର ବିଛଣାକୁ ଛୁଏଁ, ତବେେ ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

Leviticus 15 illustration - Leviticus Chapter 15

6ଆଉ ଯେ କୌଣସି ବସ୍ତୁ ଉପରେ ସହେି କ୍ଷରଣକାରୀ ବସିଥାଏ, ଯଦି ସହେି ବସ୍ତୁ ଉପରେ ଯେ କହେି ବସିବ ସେ ନିଜର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ସନ୍ଧ୍ଯା ପର୍ୟ୍ଯନ୍ତ ସେ ମଧ୍ଯ ଅଶୁଚି ରହିବ।

7ଆଉ ଯଦି କହେି କ୍ଷରଣକାରୀଙ୍କୁ ଛୁଇଁବ ତବେେ ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

8କ୍ଷରଣକାରୀ ବ୍ଯକ୍ତି ଯଦି ଶୁଚି ଲୋକ ଉପରେ ଛପେ ପକାଏ ତବେେ ସେ ବ୍ଯକ୍ତି ନିଜର ବସ୍ତ୍ର ଧୋଇବ, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

9କ୍ଷରଣକାରୀ ଯେଉଁ ଘୋଡାର ସାଜ ଉପରେ ବ ସେ ସେ ମଧ୍ଯ ଅଶୁଚି ହବେ।

10ଆଉ ଯଦି କହେି ତାହାର ତଳସ୍ଥ କୌଣସି ବସ୍ତୁକୁ ଛୁଏଁ, ତବେେ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ପୁଣି ୟିଏ କହେି ତାହା ବହନ କରିବ, ସେ ନିଜର ବସ୍ତ୍ର ଧୋଇବ, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

Leviticus 15 illustration - Leviticus Chapter 15

11ପୁଣି କ୍ଷରଣକାରୀ ନିଜର ହାତ ଜଳ ରେ ନ ଧୋଇ ଯଦି ଅନ୍ୟକୁ ଛୁଏଁ, ତବେେ ସେ ଛୁଇଁଥିବା ଲୋକ ନିଜର ବସ୍ତ୍ର ଧୋଇବ, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

12ଯଦି କୌଣସି କ୍ଷରଣକାରୀ ମାଟିପାତ୍ରକୁ ଛୁଏଁ ତବେେ ସହେି ପାତ୍ରକୁ ଭାଙ୍ଗି ଦିଆୟିବ। ଆଉ ଯଦି କୌଣସି କାଠପାତ୍ରକୁ ଛୁଏଁ ତବେେ ତାହା ଜଳ ରେ ଧୁଆୟିବା ଉଚିତ୍।

13କ୍ଷରଣକାରୀ ଯେତବେେଳେ ନିଜ କ୍ଷରଣ ସକାେଶ ଶୁଚି ହୁଏ, ସେତବେେଳେ ସେ େଶୗଚକ୍ରିଯା ନିମନ୍ତେ ସାତଦିନ ଅପେକ୍ଷା କରିବା ଉଚିତ୍। ସେ ନିଜର ବସ୍ତ୍ର ଧୋଇବ ଓ ସୋର୍ତ ଜଳ ରେ ସ୍ନାନ କରିବ। ତବେେ ସେ ଶୁଚି ହବେ।

14ଅଷ୍ଟମ ଦିନ ରେ ସହେି ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେ ସମାଗମ ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖ ରେ ଯାଜକକୁ ଅର୍ପଣ କରିବ।

15ପୁଣି ଯାଜକ ସେଥିରୁ ଗୋଟିକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଆଉ ସହେି ଲୋକ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ ହବେ। କାରଣ ତାଙ୍କର କ୍ଷରଣ ପାଇଁ।

Leviticus 15 illustration - Leviticus Chapter 15

16ଯଦି କୌଣସି ପୁରୁଷର ବୀର୍ୟ୍ଯପାତ ହୁଏ, ତବେେ ସେ ସମସ୍ତ ଶରୀରକୁ ଜଳ ରେ ଧେ ୗତ କରିବ ଓ ସନ୍ଧ୍ଯା ପରର୍‌ୟ୍ଯନ୍ତ ଅଶୁଚି ରହିବ।

17ଯଦି କୌଣସି ବସ୍ତ୍ର ରେ କିମ୍ବା ଚର୍ମ ରେ ବୀର୍ୟ୍ଯପାତ ହୁଏ, ସଗେୁଡିକୁ ଜଳ ରେ ଧୌତ କରାୟିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ତାହା ଅଶୁଚି ରହିବ।

18ଯଦି ସେ ପୁରୁଷ କୌଣସି ସ୍ତ୍ରୀ ସହିତ ଶଯନ କରେ ଓ ତା'ର କାର୍ୟ୍ଯ ସ୍ଖଳନ ଘଟେ, ତବେେ ସେ ଦୁ ହେଁ ଜଳ ରେ ସ୍ନାନ କରିବେ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବେ।

19ଆଉ ଯଦି କୌଣସି ସ୍ତ୍ରୀ ରଜସ୍ବଳା ହୁଏ ଓ ତା'ର ଦହରେୁ ରକ୍ତ କ୍ଷରିତ ହୁଏ, ତବେେ ସେ ସାତଦିନ ପର୍ୟ୍ଯନ୍ତ ଅଶୌଚ ରହିବ। ୟିଏ କହେି ତାକୁ ସେ ସମୟରେ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

20ଆଉ ସହେି ସ୍ତ୍ରୀ ଧର୍ମ ସମୟରେ ଯେକୌଣସି ଶୟ୍ଯା ରେ ଶଯନ କରିବ, ତାହା ଅଶୁଚି ରହିବ ଓ ଯାହା ଉପରେ ସେ ବସିବ ତାହା ମଧ୍ଯ ଅଶୁଚି ହବେ।

Leviticus 15 illustration - Leviticus Chapter 15

21ଯଦି କୌଣସି ବ୍ଯକ୍ତି ତା'ର ଶୟ୍ଯା ଛୁଇଁବ ସେ ତା'ର ବସ୍ତ୍ର ଧୋଇବ ଓ ସେ ଜଳ ରେ ସ୍ନାନ କରିବ। ଆଉ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

22ପୁଣି ୟିଏ କହେି ତା'ର ବସିବା ଆସନ ରେ ବସିବ, ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ଆଉ ମଧ୍ଯ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

23ଆଉ ତା'ର ଶୟ୍ଯା କିମ୍ବା ଆସନ ଉପରେ ଥିବା ଯେକୌଣସି ଜିନିଷ ଜଣେ ଛୁଇଁବ, ତବେେ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

24ଯଦି ରଜସ୍ବାଳା ସମୟରେ କୌଣସି ପୁରୁଷ ସହେି ସ୍ତ୍ରୀ ଲୋକ ସହିତ ଦୈହିକ ସମ୍ପର୍କ ରେଖ, ସେ ମଧ୍ଯ ସାତଦିନ ପର୍ୟ୍ଯନ୍ତ ଅଶୁଚି ରହିବ। ପୁଣି ସେ ଯେ କୌଣସି ଶୟ୍ଯା ରେ ଶଯନ କରେ ତାହା ଅଶୁଚି ହବେ।

25ଆଉ ସ୍ତ୍ରୀର ମାସିକ ଧର୍ମ ସମୟ ଛଡା ଯଦି କୌଣସି ସ୍ତ୍ରୀ ବହୁଦିନ ପର୍ୟ୍ଯନ୍ତ ରକ୍ତସ୍ରାବ ହୁଏ, କିମ୍ବା ସାତ ଦିନ ଅତିବାହିତ ହେଲାପରେ ଯଦି କ୍ତ ସ୍ରାବ ହୁଏ, ତବେେ ରକ୍ତସ୍ରାବ ହେଉଥିବ ପର୍ୟ୍ଯନ୍ତ ସେ ସ୍ତ୍ରୀର ମାସିକ ଧର୍ମ ସମୟ ପରି ଅଶୁଚି ରହିବ।

Leviticus 15 illustration - Leviticus Chapter 15

26ଯଦି ସହେି ରକ୍ତସ୍ରାବ ଚାଲିଥିବା ସମୟରେ ସେ କୌଣସି ଶୟ୍ଯା ରେ ଶଯନ କରେ, ତବେେ ତାହା ସ୍ତ୍ରୀ-ଧର୍ମ ସମୟ ପରି ଅଶୁଚି ରହିବ। ଆଉ ସେ ଯେଉଁ ଆସନ ଉପରେ ବସିବ ତା' ମଧ୍ଯ ସ୍ତ୍ରୀଧର୍ମ ସମୟ ପରେ ଅଶୁଚି ରହିବ।

27ପୁଣି ୟିଏ କହେି ସହେିସବୁ ଜିନିଷ ଛୁଇଁବ, ସେ ଅଶୁଚି ହବେ, ସେ ନିଜର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

28ପୁଣି ସହେି ସ୍ତ୍ରୀର ରକ୍ତସ୍ରାବ ବନ୍ଦ ହେଲେ, ସେ ଆଉ ସାତଦିନ ଅପେକ୍ଷା କରିବ। ତା'ପରେ ସେ ଶୁଚି ହବେ।

29ତା'ପରେ ଅଷ୍ଟମ ଦିନ ରେ ସହେି ସ୍ତ୍ରୀ ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରା ଛୁଆ ଆଣି ସମାଗମ ତମ୍ବୁର ଦ୍ବାର ନିକଟରେ ଯାଜକକୁ ଅର୍ପଣ କରିବ।

30ତା'ପରେ ସେ ଯାଜକ ସେଥିମଧ୍ଯରୁ ଗୋଟିଏ ପକ୍ଷୀ ପାପାର୍ଥକ ବଳିରୂପେ ଓ ଅନ୍ୟଟିକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ସେ ସ୍ତ୍ରୀ ଲୋକଙ୍କୁ ପ୍ରାଯଶ୍ଚିତ କରାଇବ।

Leviticus 15 illustration - Leviticus Chapter 15

31ଏଣୁ ତୁମ୍ଭେ ଇଶ୍ରାୟେଲ ସନ୍ତନଗଣଙ୍କୁ ଅଶୁଚି ବିଷଯ ରେ ସତର୍କ କରିଦବେ। ଯଦି ତୁମ୍ଭେ ସମାନଙ୍କେୁ ବିଧି ବିଷଯ ରେ ନଜଣାଇବ, ତବେେ ସମାନେେ ଆମ୍ଭର ପବିତ୍ର ତମ୍ବୁକୁ ଅଶୁଚି କରି ଦବେେ। ଏଥିପାଇଁ ସମାନେେ ମୃତ୍ଯୁବରଣ କରିବେ।

32ଧାତୁ ସ୍ରାବ ଓ ବିର୍ୟ୍ଯ କ୍ଷରଣ ହେଉଥିବା ଲୋକମାନଙ୍କ ପାଇଁ ଏହିସବୁ ବିଧି। ଏବଂ ଏହାଦ୍ବାରା ଅଶୁଚି ହୁଏ।

33ପୁଣି ଏହିସବୁ ବିଧି ରଜସ୍ବାଳା ନାରୀ, ବିର୍ୟ୍ଯ କ୍ଷରଣକାରୀ ପୁରୁଷ ଓ ସ୍ତ୍ରୀ ଏବଂ ରଜସ୍ବଳା ନାରୀ ସହିତ ଶଯନ କରୁଥିବା ଲୋକମାନଙ୍କ ପାଇଁ ଲାଗୁ ହବେ।

Chapter Complete

You have read Leviticus 15

33 verses