Lumina
Leviticus

Cleansing of the Leper

Leviticus 14·Oriya Bible

1ସଦାପ୍ରଭୁ ମାଶାଙ୍କେୁ କହିଲେ,

2କୁଷ୍ଠ ରୋଗୀର ଶୁଚି ହବୋ ଦିନ ରେ ତାହାର ଏହି ବ୍ଯବସ୍ଥା,

3ତହୁଁ ଯାଜକ ଛାଉଣୀର ବାହାରକୁ ୟିବ, ପୁଣି ଯାଜକ ଦେଖିବ ଯଦି ଘା' ସୁସ୍ଥ ହାଇେଥାଏ।

4ଯଦି ଲୋକଟି ସୁସ୍ଥ ତବେେ ଯାଜକ ତାହା ପାଇଁ ଦୁଇ ଜୀଅନ୍ତା ଶୁଚି ପକ୍ଷୀ, କିଛି ଏରସ୍ କାଠ, ସିନ୍ଦୁରବର୍ଣ୍ଣ ( ଲୋମ) ଓ ବନସ୍ପତିର ପତ୍ର ନବୋ ପାଇଁ ଆଜ୍ଞା ଦବେ।

5ପୁଣି ଯାଜକ ମୃତ୍ତିକାପାତ୍ରସ୍ଥିତ ସୋର୍ତଜଳ ଉପରେ ଏକ ପକ୍ଷୀକି ବଧ କରିବାକୁ ଆଦେଶ ଦବେ।

Leviticus 14 illustration - Leviticus Chapter 14

6ତା'ପରେ ସେ ସହେି ଜୀଅନ୍ତା ପକ୍ଷୀ, ଏରସ କାଠ, ସିନ୍ଦୁର ବର୍ଣ୍ଣ (ଲୋମ) ଓ ବନସ୍ପତି ବୃକ୍ଷର ପତ୍ର ନଇେ ସହେି ସୋର୍ତଜଳ ଉପରେ ବଧ କରାୟାଇଥିବା ପକ୍ଷୀର ରକ୍ତ ରେ ସହେି ସବୁକୁ ବୁଡାଇବ।

7ପୁଣି ଯାଜକ ସହେି କୁଷ୍ଠ ରୋଗୀ ଉପରେ ସାତଥର ରକ୍ତ ଛିଞ୍ଚିବ ଓ ଶୁଚି ହେଲା ବୋଲି ପ୍ରକାଶ କରିବ। ଆଉ ଅନ୍ୟ ଜୀଅନ୍ତା ପକ୍ଷୀଟିକୁ ନଇେ କ୍ଷେତ୍ରଆଡେ ଛାଡିଦବେ।

8ତା'ପରେ ସେ ଶୁଚି ଲୋକ ନିଜର ବସ୍ତ୍ର ଧୌତ କରି, ସମସ୍ତ କେଶ କ୍ଷୌର କରି ଜଳ ରେ ସ୍ନାନ କରିବ, ତାଦ୍ବାରା ସେ ଶୁଚି ହବେ। ତା'ପରେ ସେ ଛାଉଣୀ ଭିତରକୁ ଆସିବ। ମାତ୍ର ସେ ସାତ ଦିନ ନିଜର ତମ୍ବୁର ବାହା ରେ ରହିବ।

9ସପ୍ତମ ଦିନ ରେ ସେ ନିଜର ସମସ୍ତ କେଶ ଅର୍ଥାତ୍ ମସ୍ତକର ଦାଢି ରେ ଓ ଭ୍ରୁଲତାର ସମସ୍ତ କେଶ କ୍ଷୌର କରିବ। ପୁଣି ନିଜର ବସ୍ତ୍ର ଧୌଇ ଜଳ ରେ ସ୍ନାନ କରି ଶୁଚି ହବେ।

10ଅଷ୍ଟମ ଦିନ ରେ ସେ କୁଷ୍ଠ ରୋଗୀ ଦୁଇ ନିଖୁଣ ମଷେବତ୍ସ, ଏକବର୍ଷୀଯା ଏକ ନିଖୁଣ ମଷେବତ୍ସା, ଶସ୍ଯ ନବୈେଦ୍ଯ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଲ ନବେ।

Leviticus 14 illustration - Leviticus Chapter 14

11ତହୁଁ ଶୁଚିକାରୀ ଯାଜକ ସହେି ଶାଧେନୀୟ ଲୋକକୁ ଓ ସହେିସବୁ ଦ୍ରବ୍ଯ ନଇେ ସମାଗମ-ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖ ରେ ସ୍ଥାପନ କରିବ।

12ଆଉ ଯାଜକ ଗୋଟିଏ ଅଣ୍ଡିରା ମଷେବତ୍ସ ଓ ସହେି ଏକ ଲୋଗ୍ ତୈଳ ନଇେ ଦୋଷାର୍ଥକ ବଳିରୂପେ ଉତ୍ସର୍ଗ କରିବ, ଆଉ ଦୋଳନୀଯ ନବୈେଦ୍ଯ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖ ରେ ସେସବୁ ଦୋଳନୀଯ କରାୟିବ।

13ତା'ପରେ ସେ ଯାଜକ ଯେଉଁ ସ୍ଥାନ ରେ ପାପାର୍ଥକ ଓ ହାମବେଳି ବଧ କରାୟାଏ ସହେି ପବିତ୍ର ସ୍ଥାନ ରେ ସହେି ମଷେବତ୍ସ ବଧ କରିବ। ପାପାର୍ଥକ ବଳିପରି ଦୋଷାର୍ଥକ ବଳି ମଧ୍ଯ ଯାଜକର ଅଟେ। ତାହା ମହାପବିତ୍ର ଅଟେ।

14ତା'ପରେ ଯାଜକ ସହେି ଦୋଷର୍ଥକ ବଳିର କିଛି ରକ୍ତ ନବେ, ପୁଣି ଯାଜକ ସହେି ଶାଧେନୀୟ ଲୋକର ଦକ୍ଷିଣ କର୍ଣ୍ଣର ପ୍ରାନ୍ତ ରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ରେ ଲଗାଇବ।

15ଆଉ ଯାଜକ ସହେି ଏକ ଲୋଗ୍ ତୈଳରୁ କିଛି ନଇେ ନିଜର ବାମ ହସ୍ତର ପାପୁଲି ରେ ଢାଳିବ।

Leviticus 14 illustration - Leviticus Chapter 14

16ତା'ପରେ ଯାଜକ ସହେି ବାମ ହସ୍ତର ପାପୁଲିସ୍ଥିତ ତୈଳ ରେ ଆପଣା ଦକ୍ଷିଣ ଆଙ୍ଗୁଳି ବୁଡାଇ ଅଙ୍ଗୁଳି ଦ୍ବାରା ସହେି ତୈଳରୁ କିଛି ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ସାତଥର ଛିଞ୍ଚିବ।

17ପୁଣି ଯାଜକ ଆପଣା ବାମ ପାପୁଲି ରେ ଅବଶିଷ୍ଟ ତୈଳ ନଇେ ସହେି ଶାଧେନୀୟ ଲୋକର ଦକ୍ଷିଣ କର୍ଣ୍ଣ ପ୍ରାନ୍ତ ରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳ ରେ ଲଗାଇବ। ଯେଉଁଠା ରେ ଦୋଷାର୍ଥକ ବଳିର ରକ୍ତ ଆଗରୁ ଲଗାଇଥିଲା।

18ଆଉ ଯାଜକ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ସହେି ଶାଧେନୀୟ ଲୋକର ମସ୍ତକରେ ଲଗାଇବ। ପୁଣି ସେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହାପାଇଁ ପ୍ରାଯଶ୍ଚିତ କରିବ।

19ତା'ପରେ ଯାଜକ ପାପାର୍ଥକ ବଳି ଉତ୍ସର୍ଗ କରିବ ଓ ସହେି ଶାଧେନୀୟ ଲୋକର ଅ େଶୗଚ ହତେୁ ପ୍ରାଯଶ୍ଚିତ କରିବ। ଏହାପରେ ସେ ହାମବେଳି ବଧ କରିବ।

20ତତ୍ପରେ ଯାଜକ ହାମବେଳି ଓ ଶସ୍ଯ ନବୈେଦ୍ଯ ଆଣି ୟଜ୍ଞବଦେୀ ରେ ଉତ୍ସର୍ଗ କରିବ। ଏହିପରି ଯାଜକ ତାହା ପାଇଁ ପ୍ରାଯଶ୍ଚିତ କରିବ ଓ ସେ ଶୁଚି ହବେ।

Leviticus 14 illustration - Leviticus Chapter 14

21ଆଉ ଯଦି ଲୋକଟି ଦରିଦ୍ର ଓ ସେ ସମସ୍ତ ଦ୍ରବ୍ଯ ଦବୋକୁ ଅକ୍ଷମ, ତବେେ ସେ ନିଜର ପ୍ରାଯଶ୍ଚିତ ପାଇଁ ଦୋଳନୀଯ ନବୈେଦ୍ଯ ରୂପେ ଦୋଷାର୍ଥକ ବଳି ପାଇଁ ଗୋଟିଏ ମଷେବତ୍ସା ଓ ଶସ୍ଯ ନବୈେଦ୍ଯରୂପେ ଏକ ଐଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଳ ଆଣିବ।

22ପୁଣି ସହେି ଦରିଦ୍ର ଲୋକର ପ୍ରାପ୍ତିର ସାଧ୍ଯ ଅନୁସାରେ ଦୁଇଟି କପୋତ କିମ୍ବା ଦୁଇଟି ପାରା ଆଣିବ। ଆଉ ସେଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହାମବେଳି ହବେ।

23ଆଉ ଅଷ୍ଟମ ଦିନ ରେ ସହେି ଲୋକ ସମସ୍ତ ଦ୍ରବ୍ଯ ଆଣି ସମାଗମ ତମ୍ବୁ ଦ୍ବାର ନିକଟରେ ଯାଜକ ପାଖକୁ ଆଣିବ। ଯାଜକ ସହେି ସମସ୍ତ ଜିନିଷ ସଦାପ୍ରଭୁଙ୍କ ସମ୍ମୁଖ ରେ ତା'ର ପ୍ରାଯଶ୍ଚିତ ପାଇଁ ଉତ୍ସର୍ଗ କରିବ ଓ ସେ ଶୁଚି ହବେ।

24ତହୁଁ ଯାଜକ ଦୋଷାର୍ଥକ ବଳିର ମଷେବତ୍ସ ଓ ସହେି ଏକ ଲୋଗ୍ ତୈଳ ନବେ। ତା'ପରେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯାର୍ଥେ ତାହା ଦୋଳନ କରିବ।

25ତା'ପରେ ଯାଜକ ସହେି ଦୋଷର୍ଥକ ବଳି ପାଇଁ ଉର୍ଦ୍ଦିଷ୍ଟ ମଷେବତ୍ସ ବଧ କରିବ। ଆଉ ସେଥିରୁ କିଛି ରକ୍ତ ନଇେ ଯାଜକ ଶାଧେନୀୟ ଲୋକର ଦକ୍ଷିଣ କର୍ଣ୍ଣପ୍ରାନ୍ତ ରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ରେ ଲଗାଇବ।

Leviticus 14 illustration - Leviticus Chapter 14

26ଆଉ ମଧ୍ଯ ଯାଜକ ସହେି ତୈଳରୁ କିଛି ନଇେ ନିଜ ବାମହସ୍ତ ପାପୁଲି ରେ ଢାଳିବ।

27ଆଉ ଯାଜକ ନିଜର ଦକ୍ଷିଣ ଆଙ୍ଗୁଳି ଦ୍ବାରା ସହେି ବାମ ହସ୍ତସ୍ଥିତ ତୈଳରୁ କିଛି ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ସାତଥର ଛିଞ୍ଚିବ।

28ଆଉ ମଧ୍ଯ ଯାଜକ ଆପଣା ହସ୍ତସ୍ଥିତ ତୈଳ ନଇେ ସହେି ଶାଧେନୀୟ ଲୋକର ଦକ୍ଷିଣ କର୍ଣ୍ଣପ୍ରାନ୍ତ ରେ, ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳି ରେ ଓ ଦକ୍ଷିଣ ପାଦ ବୃଦ୍ଧାଙ୍ଗୁଳି ରେ ଦୋଷାର୍ଥକ ବଳିର ରକ୍ତ ଲାଗିଥିବା ସ୍ଥାନ ରେ ଲଗାଇବ।

29ପୁଣି ଯାଜକ ଶାଧେନୀୟ ଲୋକ ପାଇଁ ପ୍ରାଯଶ୍ଚିତ କରିବାକୁ ନିଜ ହସ୍ତସ୍ଥିତ ଅବଶିଷ୍ଟ ତୈଳ ତାହାର ମସ୍ତକରେ ଲଗାଇବ।

30ପୁଣି ସେ ତା'ର ପ୍ରାପ୍ତିର ସାଧ୍ଯ ଅନୁସାରେ ସେ ଦୁଇ କପୋତ ବା ଦୁଇ ପାରା ଛୁଆ ମଧ୍ଯରୁ ଗୋଟିଏ ଉତ୍ସର୍ଗ କରିବ।

Leviticus 14 illustration - Leviticus Chapter 14

31ତାହାର ପ୍ରାପ୍ତିର ସାଧ୍ଯ ଅନୁସାରେ ଶସ୍ଯ ନବୈେଦ୍ଯ ସହିତ ଗୋଟିଏ ପାପାର୍ଥକ ବଳିରୂପେ ଓ ଅନ୍ୟଟି ହାମବେଳି ରୂପେ ଉତ୍ସର୍ଗ କରିବ। ପୁଣି ଯାଜକ ଶାଧେନୀୟ ଲୋକ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ କରିବ। ଫଳ ରେ ଲୋକଟି ଶୁଚି ହବେ।

32ଯେଉଁ କୁଷ୍ଠ ରୋଗର ଘା'ୟୁକ୍ତ ଲୋକ ନିଜ େଶୗଚ ସମ୍ବନ୍ଧୀଯ ଦ୍ରବ୍ଯ ପାଇବାକୁ ଅସମର୍ଥ, ତାହା ପାଇଁ ଏହି ବ୍ଯବସ୍ଥା ଅଟେ।

33ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,

34'ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କ ଅଧିକାର ନିମନ୍ତେ ଦବୋ, ସହେି କିଣାନ ଦେଶ ରେ, ତୁମ୍ଭମାନେେ ପ୍ରବେଶ କଲେ ଯଦି ଆମ୍ଭେ ତୁମ୍ଭମାନଙ୍କ ଅଧିକୃତ ଦେଶ ରେ କୌଣସି ଗୃହ ରେ କୁଷ୍ଠ ରୋଗର ଦାଗ ଉତ୍ପନ୍ନ କରୁ,

35ତବେେ ସହେି ଗୃହମାଲିକ ଯାଜକ ନିକଟକୁ ଆସି କହିବ, 'ମାେ ଗୃହ ରେ ଦାଗ ସୃଷ୍ଟି ହେଲାପରି ମାେତେ ଦଖାଯାେଉଛି।'

Leviticus 14 illustration - Leviticus Chapter 14

36ତହୁଁ ଯାଜକ ଗୃହର ସମସ୍ତ ଜିନିଷ ବାହାରକୁ ନବୋକୁ ଆଜ୍ଞା ଦବେ, ଯେପରି ସଗେୁଡିକ ଅଶୁଚି ନହୁଏ। ସମସ୍ତ ଜିନିଷ ବାହାରକୁ ଆସିଲା ପରେ ଯାଜକ ଦାଗ ଦେଖିବାକୁ ଗୃହ ରେ ପ୍ରବେଶ କରିବ।

37ଯାଜକ ସହେି ଦାଗ ନିରୀକ୍ଷଣ ବେଳେ ଯଦି ଦେଖିବ ଦାଗ କାନ୍ଥର ଖାଲି ଭିତ ରେ ବସି ୟାଇଥିବ ଓ କିଞ୍ଚିତ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହାଇେଥିବ ଓ ତାହା କାନ୍ଥର ନୀଚରୁ ଦଖାୟିବେ।

38ତବେେ ଯାଜକ ଗୃହରୁ ବାହାରି ଆସିବ ଓ ସେ ଗୃହକୁ ସାତଦିନ ରୁଦ୍ଧ କରି ରଖିବ।

39ସପ୍ତମ ଦିନ ରେ ଯାଜକ ପୁନର୍ବାର ଆସି ଘର ପରୀକ୍ଷା କରିବ। ଆଉ ଯଦି ଗୃହ କାନ୍ଥ ରେ ସହେି ଦାଗ ବଢିଥାଏ।

40ତବେେ ଯାଜକ ସହେି ଦାଗୟୁକ୍ତ ପ୍ରସ୍ତରସବୁ ବାହାର କରି ନଗରର ବାହା ରେ ଅଶୁଚି ସ୍ଥାନ ରେ ପକାଇ ଦବୋକୁ ଲୋକମାନଙ୍କୁ ଆଜ୍ଞା ଦବେ।

Leviticus 14 illustration - Leviticus Chapter 14

41ପୁଣି ସେ ଗୃହର କାନ୍ଥ ଉପରେ ଥିବା ଚୂନକୁ ଚଞ୍ଛାଇବ ଓ ସହେି ଚଞ୍ଛାଧୂଳି ନଇେ ନଗର ବାହା ରେ ଅଶୁଚି ସ୍ଥାନ ରେ ପକାଇବ।

42ତା'ପରେ ସହେି ବ୍ଯକ୍ତି ନୂତନ ପ୍ରସ୍ତର ନଇେ କାନ୍ଥ ରେ ବସାଇବ ଓ କାନ୍ଥ ଉପରେ ସବୁ ନୂତନ ଲପେ ଲଗାଇବ।

43ଯଦି କାନ୍ଥ ରେ ପ୍ରସ୍ତର ବଦଳ କଲାପରେ ଓ ଗୃହ ଚାଞ୍ଛିଲା ପରେ ଓ ନୂତନ ଲପନେ କଲାପରେ ଯବେେ ସହେି ଦାଗ ପୁନର୍ବାର କାନ୍ଥ ରେ ଫୁଟି ବାହା ରେ,

44ତବେେ ଯାଜକ ଆସି ଦେଖିବ। ଆଉ ଯଦି ସହେି ଦାଗ ବୃଦ୍ଧି ପାଇଥାଏ ତବେେ ସେ ଗୃହ ରେ କ୍ଷଯକୁଷ୍ଠ ଅଛି ଓ ତାହା ଅଶୁଚି ଅଟେ।

45ତାହା ହେଲ ସେ ଲୋକ ସେ ଗୃହ ଭାଙ୍ଗି ପକାଇବ। ତହିଁରେ ଥିବା ପ୍ରସ୍ତର, କାଠ ଓ ଧୂଳିସବୁ ନଇେ ନଗର ବାହା ରେ ଅଶୁଚି ସ୍ଥାନ ରେ ପକାଇବ।

Leviticus 14 illustration - Leviticus Chapter 14

46ସହେି ଗୃହ ରୁଦ୍ଧ ଥିଲା ବେଳେ ଯଦି କହେି ସହେି ଘର ଭିତ ରେ ପ୍ରବେଶ କରିଥାଏ, ସହେି ଲୋକ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

47ଯଦି କହେି ସହେି ଘ ରେ ଭୋଜନ କରିଥିବ କିମ୍ବା ଶଯନ କରିଥିବ ତବେେ ସେ ତା'ର ବସ୍ତ୍ର ଧୋଇବ।

48ଗୃହ ପୁନଃନିର୍ମାଣ ଓ ପୁନଃଲପନେ ଶଷେ ହେଲା ପରେ, ଯାଜକ ସହେି ଗୃହକୁ ଆସିବ ଓ ଦେଖିବ। ଯଦି ଦାଗ ବୃଦ୍ଧି ନ ପାଇଥାଏ, ତବେେ ସେ ତାହା ଶୁଚି ବୋଲି ଘାଷେଣା କରିବ। କାରଣ ଦାଗ ଉଭଇେ ଯାଉଛି।

49ପୁଣି ସହେି ଗୃହକୁ ଶୁଚି କରିବାକୁ ଯାଜକ ଦୁଇଟି ପକ୍ଷୀ, ଏରସ କାଠ, ଲାଲ ବସ୍ତ୍ର ଓ ବନସ୍ପତି ନବୋ ଉଚିତ୍।

50ଜଳ ସୋର୍ତ ଉପରେ ଏକ ମାଟିହାଣ୍ଡି ଉପରେ ପକ୍ଷୀଟିକୁ ରଖି ଯାଜକ ତାକୁ ବଧ କରିବା ପାଇଁ କହିବା ଉଚିତ୍।

Leviticus 14 illustration - Leviticus Chapter 14

51ତା'ପରେ ସେ ଯାଜକ ଏରସ କାଠ, ଏସୋବ, ଲାଲ୍ ବସ୍ତ୍ର, ଜୀଅନ୍ତା ପକ୍ଷୀକୁ ନଇେ ହତ୍ଯା କରିବ ଓ ସହେି ପକ୍ଷୀର ରକ୍ତ, ସହେି ଜଳ ସୋର୍ତ ରେ ବୁଡାଇବ ଓ ସହେି ଘ ରେ ସାତଥର ଛିଞ୍ଚିବ।

52ସହେି ସବୁଜିନିଷ ବ୍ଯବହାର କରି ସେ ଗୃହଟିକୁ ଶୁଚି କରିବ।

53ତା'ପରେ ଯାଜକ ସହେି ଜୀଅନ୍ତା ପକ୍ଷୀକୁ ନଗର ବାହରସ୍ଥ କ୍ଷେତ୍ର ଆଡେ ଛାଡିଦବେ। ଏହିପରି ସେ ଗୃହ ପାଇଁ ପ୍ରାଯଶ୍ଚିତ କରିବ ଓ ଘରଟିକୁ ଶୁଚି କରିବ।

54କୁଷ୍ଠ ରୋଗର ଯେକୌଣସି ଘା' ଓ ଛଉର ଏହିସବୁ ବ୍ଯବସ୍ଥା।

55ପୁଣି ବସ୍ତ୍ରସ୍ଥିତ ଓ ଗୃହସ୍ଥିତ କୁଷ୍ଠ ପାଇଁ,

Leviticus 14 illustration - Leviticus Chapter 14

56ଆଉ ଫୁଲା, ଦାଗ ଓ ଚିକ୍କଣ ଚିହ୍ନ ପାଇଁ,

57ଏହିସବୁ ହେଉଛି ବ୍ଯବସ୍ଥା। ଆଉ ମଧ୍ଯ କେଉଁ ସମୟରେ ଶୁଚି ଓ କେଉଁ ସମୟରେ ଅଶୁଚି ଏହା ଜାଣିବା ପାଇଁ ଏସବୁ ବିଧି ଅଟେ।

Chapter Complete

You have read Leviticus 14

57 verses