Lumina
Leviticus

Laws of Leprosy

Leviticus 13·Oriya Bible

1ପୁଣି ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,

2 ଯବେେ କୌଣସି ମନୁଷ୍ଯର ଶରୀରର ଚର୍ମ ରେ ଫୁଲା କି ପାମା କି ଚିକ୍କଣ ଚିହ୍ନ ହୁଏ କିମ୍ବା ତା'ର ଶରୀର ରେ ଚର୍ମ ରୋଗଜନିତ ଘା' ହୁଏ, ତବେେ ତାକୁ ହାରୋଣ ଯାଜକ ନିକଟକୁ କିମ୍ବା ତାଙ୍କର ପୁତ୍ରଗଣଙ୍କ ମଧ୍ଯରୁ କୌଣସି ଯାଜକ ନିକଟକୁ ଅଣାୟିବା ଉଚିତ୍।

3ତହୁଁ ଯାଜକ ତା'ର ଶରୀରର ଚର୍ମ ଉପରିସ୍ଥ ଘା' ଦେଖିବ, ଆଉ ଯବେେ ଘା'ର ଲୋମ ଶ୍ବତବେର୍ଣ୍ଣ ହାଇେଥାଏ, ପୁଣି ଘା' ଯବେେ ତା' ଶରୀରର ଚର୍ମଠାରୁ ନୀଚ୍ଚ ଦିଶେ ତବେେ ତାହା କୁଷ୍ଠ ରୋଗର ଘା' ଏଟେ। ଆଉ ଯାଜକ ତାହାକୁ ଦେଖିବ ଓ ତାକୁ ଅସୁଚି ବୋଲି ପ୍ରକାଶ କରିବ।

4ସମଯେ ସମଯେ ଜଣଙ୍କ ଶରୀରର ଚର୍ମ ଉପରେ ଧଳା ଛଉ ଦଖାୟୋଏ, ଯଦି ସେ ଚିହ୍ନ ଚର୍ମଠାରୁ ନୀଚ୍ଚ ନଥାଏ, ତବେେ ଯାଜକ ତାକୁ ଅନ୍ୟ ଲୋକମାନଙ୍କଠାରୁ ସାତଦିନ ପର୍ୟ୍ଯନ୍ତ ପୃଥକ୍ କରି ରଖିବ।

5ସପ୍ତମ ଦିନ ରେ ଯାଜକ ସହେି ଚିହ୍ନକୁ ଦେଖିବ। ଯଦି ସହେି ଘା' ବଦଳି ନଥାଏ କିମ୍ବା ଚର୍ମ ଉପରେ ଅଧିକ ବ୍ଯାପି ନଥାଏ, ତବେେ ଯାଜକ ତାକୁ ଆହୁରି ସାତଦିନ ଅନ୍ୟମାନଙ୍କ ଠାରୁ ପୃଥକ୍ କରି ରଖିବ।

Leviticus 13 illustration - Leviticus Chapter 13

6ପୁଣି ସାତଦିନ ପରେ ଯାଜକ ପୁନର୍ବାର ତାହାକୁ ପରୀକ୍ଷା କରିବ। ଯଦି ଘା' ମଳିନ ହାଇୟୋଇଥାଏ ଘା' ଚର୍ମ ରେ ଆଉ ବ୍ଯାପି ନଥାଏ, ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବା ଉଚିତ୍। ତାହା ଗୋଟିଏ ସାଧାରଣ ବକଳା ପରି ଥିଲା। ତେଣୁ ସେ ନିଜର ବସ୍ତ୍ର ଧୋଇ ଶୁଚି ହବୋ ଉଚିତ୍।

7ମାତ୍ର ସେ ଶୌଚ ନିମନ୍ତେ ନିଜକୁ ଯାଜକକୁ ଦଖାଇେଲା ପରେ ଯବେେ ତା'ର ଘା' ଚର୍ମ ଉପରେ ବ୍ଯାପେ, ତବେେ ସେ ପୁନର୍ବାର ଯାଜକକୁ ଦଖାଇବେ।

8ଯାଜକ ଯଦି ଦେଖିବ ସହେି କ୍ଷତି ଚର୍ମ ରେ ବ୍ଯାପିଲା, ତବେେ ସେ ତାକୁ ଅଶୁଚି ବୋଲି ପ୍ରକାଶ କରିବ ଏବଂ ତାହା କୁଷ୍ଠ ରୋଗ।

9କୌଣସି ଲୋକଠା ରେ କୁଷ୍ଠ ରୋଗର କ୍ଷତ ହେଲେ ତାକୁ ଯାଜକ ନିକଟକୁ ଆଣାୟିବ।

10ତହୁଁ ଯାଜକ ତାକୁ ଦେଖିବ, ଯଦି ତାହାର ଚର୍ମ ରେ ଶ୍ବତବେର୍ଣ୍ଣ ଫୁଲା ଥାଏ, ତହିଁରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ ଓ ସହେି ଫୁଲା ରେ କଞ୍ଚାମାଂସ ବୃଦ୍ଧି ପାଉଥାଏ।

Leviticus 13 illustration - Leviticus Chapter 13

11ତବେେ ତାହା ଶରୀରର ଚର୍ମ ରେ କୁଷ୍ଠ ରୋଗ ଅଟେ, ପୁଣି ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ସେ ତାହାକୁ ସମାଜରୁ ପୃଥକ୍ କରିବ ନାହିଁ, କାରଣ ସେ ଅଶୁଚି।

12ସମଯେ ସମଯେ କୁଷ୍ଠ ରୋଗ ଲୋକର ସମଗ୍ର ଶରୀରକୁ ବ୍ଯାପି ଥାଏ। ସହେି କୁଷ୍ଠ ରୋଗ ଆପାଦମସ୍ତକ ଶରୀରକୁ ଆଚ୍ଛନ୍ନ କରିଥାଏ। ସେତବେେଳେ ଯାଜକ ସହେି ଲୋକର ସମସ୍ତ ଶରୀର ଦେଖିବ।

13ଯଦି ଯାଜକ ଦେଖିବ ଲୋକଟିର ସର୍ବାଙ୍ଗ କୁଷ୍ଠ ରୋଗ ରେ ଆଚ୍ଛନ୍ନ ହାଇେଛି, ତବେେ ସେ ରୋଗୀକୁ ଶୁଚି ବୋଲି ପ୍ରକାଶ କରିବ।

14ଯଦି ତା'ର ଶରୀର ରେ କଞ୍ଚାମାଂସ ପ୍ରକାଶ ପାଏ, ତବେେ ସେ ଅଶୁଚି ହବେ।

15ଯେ ତବେଳେ ଯାଜକ କଞ୍ଚାମାଂସ ଦେଖିବ, ସେ ଅଶୁଚି ବୋଲି ପ୍ରକାଶ କରିବ। କଞ୍ଚାମାଂସ ଅଶୁଚି ଓ ଏହା କୁଷ୍ଠ ରୋଗ।

Leviticus 13 illustration - Leviticus Chapter 13

16ଯଦି ସହେି ସଞ୍ଚାମାଂସ ବଦଳି ଶ୍ବତବେର୍ଣ୍ଣ ହାଇୟୋଏ, ତବେେ ସେ ଯାଜକ ନିକଟକୁ ଆସିବ।

17ଯାଜକ ପୁନର୍ବାର ଲୋକଟିକୁ ଦେଖିବ ଓ ଯଦି ସହେି ଘା' ଶ୍ବତବେର୍ଣ୍ଣ ହାଇେଥାଅ ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ସେ ଶୁଚି।

18ଜଣେ ବ୍ଯକ୍ତିର ଶରୀରର ଚର୍ମ ରେ ବଥ ହାଇେ ଭଲ ହେଲାପରେ,

19ଯଦି ସହେି ବଥ ସ୍ଥାନ ରେ ଶ୍ବତବେର୍ଣ୍ଣ ଫୁଲା କିମ୍ବା ରକ୍ତଶ୍ବତବେର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତବେେ ସେ ତାହା ଯାଜକକୁ ଦଖାଇବେ।

20ଯାଜକ ଦେଖିବ ଯଦି ତାହାର ସହେି ଘା' ଚର୍ମର ନୀଚ୍ଚସ୍ଥ ହାଇେଥାଏ, ତହିଁରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ, ତବେେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ବଥରୁ ଉତ୍ପନ୍ନ କୁଷ୍ଠ ରୋଗର ଘା'।

Leviticus 13 illustration - Leviticus Chapter 13

21ମାତ୍ର ଯଦି ଯାଜକ ଦେଖିବ, ସେଥି ରେ ଶ୍ବତବେର୍ଣ୍ଣ ଲୋମ ନଥାଏ ଓ ତାହା ଚର୍ମର ନୀଚସ୍ଥ ନ ହାଇେ ମଳିନ ହାଇେଥାଏ ତବେେ ଯାଜକ ତାହାକୁ ସାତ ଦିନ ପୃଥକ୍ କରି ରଖିବ।

22ଆଉ ଯଦି ତାହା ଚର୍ମ ରେ ବ୍ଯାପେ, ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗ ଘା'।

23ମାତ୍ର ଯଦି ସହେି ଚିକ୍କଣ ଚିହ୍ନ ସ୍ବସ୍ଥାନ ରେ ଥାଇ ଆଉ ନ ବଢେ, ତବେେ ତାହା ବଥର ଚିହ୍ନ ଅଟେ। ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।

24ଯଦି ଚର୍ମ ଉପରେ ପୋଡାର ଗୋଟିଏ ଘା' ଥାଏ ଓ ସହେି ଦାହର ବଢିଲା ମାଂସ ରେ ରକ୍ତ ଶ୍ବତବେର୍ଣ୍ଣ କିମ୍ବା ଶ୍ବତବେର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତବେେ ଯାଜକ ତାହା ଦେଖିବ।

25ଯଦି ଉଜ୍ଜ୍ବଳ ଚିହ୍ନ ରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ ଓ ଚର୍ମର ନୀଚସ୍ଥ ଦଖାୟୋଏ, ତବେେ ତାହା କୁଷ୍ଠ ରୋଗ, ତାହା ଅଗ୍ନି ଦାହରୁ ଉତ୍ପନ୍ନ ହାଇେଅଛି। ଆଉ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା କୁଷ୍ଠ ରୋଗ ଅଟେ।

Leviticus 13 illustration - Leviticus Chapter 13

26ମାତ୍ର ଯଦି ଯାଜକ ଦେଖିବ, ସହେି ଚିକ୍କଣ ଚିହ୍ନ ରେ ଶ୍ବତବେର୍ଣ୍ଣ ଲୋମ ନଥାଏ ଓ ତାହା ଚର୍ମର ନୀଚସ୍ଥ ନ ହାଇେ ମଳିନ ହାଇେଥାଏ, ତବେେ ଯାଜକ ତାକୁ ସାତ ଦିନ ପୃଥକ୍ କରି ରଖିବ।

27ସପ୍ତମ ଦିନ ଯାଜକ ପୁନର୍ବାର ଲୋକଟିକୁ ଦେଖିବ, ଯଦି ତାହା ଚର୍ମ ରେ ବ୍ଯାପି ଥାଏ, ତବେେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗର ଘା'।

28ଯଦି ଉଜ୍ଜ୍ବଳ ଚିହ୍ନ ସହେି ଗୋଟିଏ ସ୍ଥାନ ରେ ରହି ବୃଦ୍ଧି ନପାଏ ଓ ମଲିନ ହାଇେଥାଏ, ତବେେ ତାହା ଦାହର ଫୁଲା, ଆଉ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ଯେ ହତେୁ ତାହା ଅଗ୍ନିଦାହର କ୍ଷତ ଚିହ୍ନ।

29ଆଉ ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢି ରେ ଘା' ହେଲ ଯାଜକ ସହେି ଘା' ଦେଖିବା

30ଯାଜକ ସହେି ଘା' ଦେଖିବ, ଯଦି ତାହା ଚର୍ମର ନୀଚ୍ଚସ୍ଥ ଦଖାୟୋଏ, ତହିଁରେ ହଳଦିବର୍ଣ୍ଣ ସରୁ ଲୋକ ଥାଏ, ତବେେ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ଛଉ, ତାହା ମସ୍ତକ ଅବା ଦାଢିର କୁଷ୍ଠ ରୋଗ।

Leviticus 13 illustration - Leviticus Chapter 13

31ପୁଣି ଯାଜକ ଯଦି ଦେଖିବ ସହେି ଘା' ଚର୍ମର ନୀଚସ୍ଥ ହାଇେ ନଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନଥାଏ, ତବେେ ଯାଜକ ସହେି ଲୋକକୁ ସାତଦିନ ପୃଥକ ରଖିବ।

32ସପ୍ତମ ଦନ ରେ ଯାଜକ ସହେି ଲୋକର ଘା' ଦେଖିବ। ଯଦି ସହେି ଛଉ ବଢି ନଥାଏ ଓ ତହିଁରେ ହଳଦିବର୍ଣ୍ଣର ଲୋମ ହାଇେ ନଥାଏ, ଆଉ ତାହା ଚର୍ମର ନୀଚସ୍ଥ ଦଖାେ ନୟାଏ,

33ତବେେ ସେ ଲଣ୍ଡା ହବେ, ମାତ୍ର ଛଉ ସ୍ଥାନ ଲଣ୍ଡା ହବେ ନାହିଁ ଓ ଯାଜକ ସହେି ଛଉଥିବା ଲୋକକୁ ଆଉ ସାତଦିନ ପୃଥକ୍ କରି ରଖିବ।

34ପୁଣି ସପ୍ତମ ଦିନ ରେ ଯାଜକ ସହେି ଛଉ ଦେଖିବ। ଯଦି ସହେି ଛଉ ଚର୍ମ ରେ ବଢି ନଥାଏ ଓ ତହା ଚର୍ମର ନୀଚ୍ଚସ୍ଥ ଦଖାେ ନୟାଏ, ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହବେ।

35ମାତ୍ର ଶୁଚି ହେଲାପରେ ଯବେେ ଚର୍ମ ରେ ସହେି ଛଉ ବ୍ଯାପିୟାଏ।

Leviticus 13 illustration - Leviticus Chapter 13

36ତବେେ ଯାଜକ ସହେି ଲୋକକୁ ପୁନର୍ବାର ଦେଖିବ। ଯଦି ସହେି ଛଉ ଚର୍ମ ରେ ବ୍ଯାପିଥାଏ, ତବେେ ଯାଜକ ଆଉ ହଳଦିବର୍ଣ୍ଣ ଲୋମର ଅନ୍ବଷେଣ କରିବ ନାହିଁ। ସହେି ଲୋକ ଅଶୁଚି।

37ଯଦି ଯାଜକ ଦୃଷ୍ଟି ରେ ସହେି ଛଉ ବଢି ନଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ଉଠିଥାଏ, ତବେେ ସହେି ଛଉ ଆରୋଗ୍ୟ ହାଇେଅଛି, ସେ ଶୁଚି ହାଇେଅଛି, ଆଉ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।

38ଯଦି କୌଣସି ବ୍ଯକ୍ତିର ଚର୍ମ ରେ ଧଳା ଛଉ ହାଇେଥାଏ।

39ତବେେ ଯାଜକ ସହେି ଛଉ ଦେଖିବ, ଯଦି ସମାନଙ୍କେ ଶରୀରର ଚର୍ମ ରେ ସହେି ଚିକ୍କଣ ଚିହ୍ନ ଅଳ୍ପ ମଳିନ ଶ୍ବତବେର୍ଣ୍ଣ ହୁଏ, ତବେେ ତାହା ଚର୍ମରୁ ଉତ୍ପନ୍ନ କ୍ଷତିବିହୀନ ୟାଦୁ ରୋଗ ବୋଲି ବିବଚେିତ ହବେ ଓ ସହେି ଲୋକ ଶୁଚି।

40ଯଦି କୌଣସି ଲୋକର ମୁଣ୍ଡରୁ ବାଳ ଉପୁଡି ୟାଏ ତବେେ ସେ ଚନ୍ଦା, ମାତ୍ର ସେ ଶୁଚି ଅଟେ।

Leviticus 13 illustration - Leviticus Chapter 13

41ଆଉ ଯବେେ ତାହାର କେଶ ମସ୍ତକର ସମ୍ମୁଖ ଭାଗରୁ ଉପୁଡିଥାଏ, ତବେେ ସେ ଚନ୍ଦା କପାଳ, ସେ ମଧ୍ଯ ଶୁଚି।

42ଯଦି ଚନ୍ଦା ମୁଣ୍ଡ ରେ କିମ୍ବା ଚନ୍ଦା କପାଳ ରେ ରକ୍ତ ଶ୍ବତବେର୍ଣ୍ଣ ଘା' ହୁଏ, ତବେେ ତାହା ଚନ୍ଦା କପାଳ ରେ ବା ମୁଣ୍ଡ ରେ ଉତ୍ପନ୍ନ ଚର୍ମ ରୋଗ।

43ଯାଜକ ତାହା ତେଖିବ, ଯଦି ଶରୀରର ଚର୍ମସ୍ଥିତ କୁଷ୍ଠପରି ତାହା ଚନ୍ଦାମୁଣ୍ଡ କି ଚନ୍ଦା କପାଳର ରକ୍ତ ଶ୍ବତବେର୍ଣ୍ଣ ଘା'ର ଫୁଲା ଦକୋୟାଏ,

44ତବେେ ସେ କୁଷ୍ଠ ରୋଗ ରେ ଆକ୍ରାନ୍ତ, ସେ ଅଶୁଚି। ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହାର ମସ୍ତକରେ ଘା' ହାଇେଛି।

45ପୁଣି ଯେଉଁ ଲୋକ କୁଷ୍ଠ ରୋଗୀ, ତାହାର ବସ୍ତ୍ର ଚିରାୟିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ନିଜର ଉପର ଓଷ୍ଠ ବସ୍ତ୍ର ରେ ଢାଙ୍କିବ। ପୁଣି ଅଶୁଚି, ଅଶୁଚି ବୋଲି ଚିତ୍କାର କରିବ।

Leviticus 13 illustration - Leviticus Chapter 13

46ତାହାଠା ରେ ଯେତଦେିନ ୟାଏ ଘା' ରହିବ, େସତଦେିନ ୟାଏ ସେ ଅଶୁଚି ରହିବ, ସେ ଅଶୁଚି ଯୋଗୁଁ ଏକାକୀ ବାସ କରିବ ଓ ଛାଉଣୀର ବାହା ରେ ତାହାର ବାସସ୍ଥାନ ରହିବ।

47ଆଉ ମଧ୍ଯ ଯେଉଁ ବସ୍ତ୍ର ରେ କୁଷ୍ଠରୋଗର ଦାଗ ହୁଏ, ତାହା ଲୋମବସ୍ତ୍ର ହେଉ କି ମସିନା ବସ୍ତ୍ର ହେଉ,

48ତାହା ତନ୍ତ ରେ ବୁଣା ହେଉ କିମ୍ବା ହାତ ରେ ବୁଣା ହେଉ କିମ୍ବା ତାହା ଚର୍ମ ରେ କିମ୍ବା ଚର୍ମ ନିର୍ମିତ କୌଣସି ଦ୍ରବ୍ଯ ରେ ହେଉ।

49ଯବେେ ସହେିଦାଗ ବସ୍ତ୍ର ରେ କି ଚର୍ମ ରେ କିମ୍ବା ବୁଣା କିମ୍ବା ଶିଲାଇ କପାଡା କିମ୍ବା କୌଣସି ଚର୍ମ ଜିନିଷ ରେ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହୁଏ, ତବେେ ତାହା ଚର୍ମ ରୋଗର ଦାଗ ଓ ତାକୁ ଯାଜକକୁ ଦଖାଇେ ଦିଆୟିବ।

50ଯାଜକ ସହେି ଦାଗ ଦେଖିବ ଓ ସହେି ଦାଗଥିବା ଦ୍ରବ୍ଯକୁ ସାତଦିନ ପୃଥକ୍ ରଖିବ।

Leviticus 13 illustration - Leviticus Chapter 13

51ସେ ସପ୍ତମ ଦିନ ରେ ସହେି ଦାଗ ପରୀକ୍ଷା କରିବ, ଯଦି ବସ୍ତ୍ର ରେ କି ବୁଣା କିମ୍ବା ଉଲ୍ ରେ ଶିଲାଇ କପଡା କିମ୍ବା ଶଣ କିମ୍ବା ଚର୍ମ କିମ୍ବା କୌଣସିଚର୍ମ ଜିନିଷ ରେ ସ ସହେି ଦାଗ ଯଦି ବଢିଥାଏ ତବେେ ତାହା କ୍ଷଯ କୁଷ୍ଠ ଓ ସହେି ବସ୍ତ୍ର ଅଶୁଚି ଅଟେ।

52ତେଣୁ ସହେି ଦାଗ ଥିବା ବସ୍ତ୍ର, ସୂତାର ବା ଚମଡାର ହେଉ କିମ୍ବା ଲୋମ ନିର୍ମିତ ହେଉ ତାହା ଦଗ୍ଧ କରାୟିବ। କାରଣ ତାହା କ୍ଷଯ କୁଷ୍ଠ, ସହେି ବସ୍ତ୍ର କିମ୍ବା ଚର୍ମ ଅଗ୍ନି ରେ ଦଗ୍ଧ ହବୋ ଉଚିତ୍।

53ଯାଜକ ଦେଖିବ ଯଦି ସହେି ଦାଗ ବଢି ନାହିଁ, ତବେେ ତାହା ସୂତାର ବସ୍ତ୍ର ହେଉ କି କୌଣସି ଚମଡାର ଜିନିଷ ହେଉ ତାହା ପାଣି ରେ ଧୌତ କରାୟିବା ଉଚିତ୍। ପୁଣି ତାହା ତନ୍ତବୁଣା ହେଉ କିମ୍ବା ହାତ ବୁଣା ହେଉ ତାହା ଧୁଆୟିବା ଉଚିତ୍।

54ଯାଜକ ସହେି ଦାଗୟୁକ୍ତ ଦ୍ରବ୍ଯକୁ ଧୋଇବାକୁ ଆଜ୍ଞା ଦବେ। ପୁଣି ସାତ ଦିନ ତାକୁ ପୃଥକ୍ କରି ରଖିବ।

55ଆଉ ତାହା ଧୂଆ ହେଲାପରେ ଯାଜକ ଦେଖିବ, ଯଦି ସହେି ଦାଗର ବର୍ଣ୍ଣ ବଦଳି ନଥାଏ ଓ ସହେି ଦାଗ ବଢି ନଥାଏ, ତବେେ ତାହା ଅଶୁଚି। ତାହା ବସ୍ତ୍ର ହେଉ କିମ୍ବା ଚର୍ମ ହେଉ ତାକୁ ନିଶ୍ଚଯ ଅଗ୍ନି ରେ ଦଗ୍ଧ କରିବ।

Leviticus 13 illustration - Leviticus Chapter 13

56ମାତ୍ର ଧୂଆ ଗଲାପରେ ଯଦି ଯାଜକ ଦେଖିବ, ସହେି ଦାଗ ମଳିନ ହାଇେଥାଏ, ତବେେ ସେ ସହେି ବସ୍ତ୍ରରୁ କି ଚର୍ମରୁ ତାହା ଚିରି ପକାଇବ।

57ତଥାପି ଯଦି ସହେି ବସ୍ତ୍ର ରେ କି ଚର୍ମ ରେ, ସହେି ଦାଗ ଥାଏ ଓ ତାହା ବଢେ, ତାକୁ ତୁମ୍ଭେ ଅଗ୍ନି ରେ ପୋଡି଼ ପକାଇବ।

58ଯଦି ବସ୍ତ୍ର ଓ ଚର୍ମ ନିର୍ମିତ ଦ୍ରବ୍ଯକୁ ଧୋଇଲାପରେ ସହେି ଦାଗ ଚାଲିୟାଏ, ତବେେ ତାହା ଦ୍ବିତୀୟ ଥର ଧୂଆୟିବ ଓ ତହିଁରେ ତାହା ଶୁଚି ହବେ।

59ବସ୍ତ୍ର ହେଉ ବା ଚର୍ମ ନିର୍ମିତ ଦ୍ରବ୍ଯ ହେଉ କିମ୍ବା ଟାଣୀର ହେଉ, କୁଷ୍ଠ ଦାଗ ବିଷଯ ରେ ଶୁଚି ବୋଲି ପ୍ରମାଣ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ଯବସ୍ଥା ଏହା ଅଟେ।

Chapter Complete

You have read Leviticus 13

59 verses