Lumina
John

John 12

John 12·Oriya Bible

1ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନିଆକୁ ଗଲେ। ଲାଜାର ବେଥନିଆ ରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ଯୁରୁ ଉେଠଇ ଥିଲେ))।

2ସଠାେରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜି ପ୍ରସ୍ତୁତ ହାଇେଥିଲା। ମାର୍ଥା ଖାଦ୍ୟ ପରିବଷେଣ କରୁଥିଲେ। ଯୀଶୁଙ୍କ ସହିତ ଅନ୍ୟ ଲୋକମାନଙ୍କ ମଧିଅରେ ଲାଜାର ମଧ୍ଯ ଖାଉଥିଲେ।

3ମରିୟମ ଅଧ ଲିଟର ଅତି ମୂଲ୍ଯବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦ ରେ ଢାଳି ଦେଲେ। ତା'ପରେ ସେ ତାହାଙ୍କ ପାଦ ନିଜ କେଶ ରେ ପୋଛି ଦେଲେ। ଘରଟି ଅତର ସୁବାସ ରେ ମହକି ଉଠିଲା।

4ଈଷ୍କାରିଯୋଥ ୟିହୂଦା ସଠାେରେ ଥିଲା। ୟିହୂଦା ଯୀଶୁଙ୍କର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ ଥିଲେ। ( ସେ ପରେ ଯୀଶୁଙ୍କର ବିରୁଦ୍ଧାଚରଣ କରିଥିଲେ। ୟିହୂଦା ମରିୟମଙ୍କ ଏହି କାର୍ୟ୍ଯ ପସନ୍ଦ କଲେ ନାହିଁ। ସେ କହିଲେ,

5 ସହେି ଅତରର ମୂଲ୍ଯ ତିନିଶହ ରୂପା ଟଙ୍କା। ଏହାକୁ ବୀକ୍ରି କରି ସହେି ଟଙ୍କା ଗରିବ ଲୋକମାନଙ୍କୁ ଦବୋ ଉଚିତ୍ ଥିଲା,

John 12 illustration - John Chapter 12

6କିନ୍ତୁ ୟିହୂଦା ଗରୀବ ଲୋକମାନଙ୍କ ପ୍ରତି ପ୍ରକୃତ ରେ ଚିନ୍ତିତ ନଥିଲା। ସେ ନିଜେ ଚୋର ଥିବାରୁ ଏକଥା କହିଲା। ସେ ଶିଷ୍ଯମାନଙ୍କ ପାଇଁ ଟଙ୍କା ବାକ୍ସ ନିଜ ପାଖ ରେ ରଖୁଥିଲା। ଏବଂ ସେ ପ୍ରାୟ ସହେି ବାକ୍ସରୁ ଟଙ୍କା ଚୋରି କରୁଥିଲା।

7ଯୀଶୁ ଉତ୍ତର ଦେଲେ, ମରିୟମକୁ ବାଧା ଦିଅ ନାହିଁ। ସେ ଅତର ସଞ୍ଚୟ କରି ମାରେ ସମାଧି କ୍ରିଯାର ପ୍ରସ୍ତୁତି ପାଇଁ ଆଜି ଏହା କରିଛି।

8ତୁମ୍ଭ ପାଖ ରେ ସବୁବେଳେ ଗରିବ ଲୋକେ ରହିଥିବେ, କିନ୍ତୁ ମୁଁ ସର୍ବଦା ତୁମ୍ଭ ସହିତ ରହିବି ନାହିଁ।

9ଯୀଶୁ ବେଥନିଆ ରେ ଥିବା କଥା ଅନକେ ଯିହୂଦୀମାନେ ଶୁଣିଲେ। ତେଣୁ ସମାନେେ ତାହାଙ୍କୁ ଦେଖିବା ପାଇଁ ସଠାେକୁ ଗଲେ। ସମାନେେ ଲାଜାରଙ୍କୁ ମଧ୍ଯ ଦେଖିବାକୁ ଗଲେ। ଲାଜାରଙ୍କୁ ଯୀଶୁ ମୃତ୍ଯୁରୁ ଉେଠଇ ଥିଲେ,

10ତେଣୁ ମୁଖ୍ଯ ଯାଜକମାନେ ଲାଜାରଙ୍କୁ ହତ୍ଯା କରିବା ପାଇଁ ମଧ୍ଯ ଯୋଜନା କଲେ।

John 12 illustration - John Chapter 12

11ଅନକେ ଯିହୂଦୀ ଲାଜାରଙ୍କ ହତେୁ ସମାନଙ୍କେର ନେତାମାନଙ୍କୁ ଛାଡି ଯୀଶୁଙ୍କ ବିଶ୍ବାସ କରୁଥିଲେ। ସେଥି ପାଇଁ ଯିହୂଦୀ ନେତାମାନେ ଲାଜାରଙ୍କୁ ମଧ୍ଯ ମାରିବା ପାଇଁ ଚେଷ୍ଟା କଲେ।

12ତହିଁ ଆରଦିନ ଲୋକମାନେ ୟିରୂଶାଲମ ରେ ଶୁଣିଲେ ଯେ, ଯୀଶୁ ସଠାେକୁ ଆସୁଛନ୍ତି। ଏହି ଲୋକମାନେ ଅନକେ ସଂଖ୍ଯା ରେ ନିସ୍ତାରପର୍ବ ପାଇଁ ଆସିଥିଲେ।

13ସମାନେେ ଖଜୁରୀ ବାହୂଙ୍ଗା ଧରି ୟିଶୁଙ୍କୁ ଦଖାେ କରିବା ପାଇଁ ଗଲେ। ସେ ଲୋକମାନେ ଖୁବ୍ ଜାରେ ରେ କହିଲେ,

14ଯୀଶୁ ଗୋଟିଏ ଗଧ ପାଇଲେ ଓ ତା' ଉପରେ ଚଢି଼ଲେ। ଏହା ଶାସ୍ତ୍ରର ବାଣୀ ପରି ସଫଳ ହେଲା। ଏଥି ରେ ଲଖାେଥିଲା,

15 ହେ ସିୟୋନ ନଗର, ଭୟ କର ନାହିଁ। ଦେଖ, ତୁମ୍ଭର ରାଜା ଆସୁଛନ୍ତି। ସେ ଗୋଟିଏ ଗଧଛୁଆ ଉପରେ ବସି ଆସୁଛନ୍ତି।ୟିଖରିୟ 9:9

John 12 illustration - John Chapter 12

16ଯୀଶୁଙ୍କର ଶିଷ୍ଯମାନେ ସେତବେେଳେ ଏହି ଘଟଣାର ଅର୍ଥ ବୁଝିପାରି ନଥିଲେ। କିନ୍ତୁ ଯୀଶୁ ଯେତବେେଳେ ମହିମାନ୍ବିତ ହେଲେ ସେତବେେଳେ ସମାନେେ ବୁଝି ପାରିଲେ ଯେ, ଏହା ତାହାଙ୍କ ବିଷୟ ରେ ଲଖାଯାେଇଥିଲା। ତା'ପରେ ଶିଷ୍ଯମାନେ ମନେ ପକାଇଲେ ଯେ ସମାନେେ ଯୀଶୁଙ୍କ ପ୍ରତି ଏହା ସବୁ କରିଛନ୍ତି।

17ଯୀଶୁ ଯେତବେେଳେ ଲାଜାରଙ୍କୁ ମରଣ ପରେ ଉେଠଇଲେ ଓ ତାହାଙ୍କୁ କବର ଭିତରୁ ବାହାରକୁ ଆସିବାକୁ କହିଲେ, ସେତବେେଳେ ତାହାଙ୍କ ସହିତ ବହୁତ ଲୋକ ଥିଲେ। ସହେି ଲୋକମାନେ ଯୀଶୁଙ୍କ କାର୍ୟ୍ଯ ବିଷୟ ରେ ଅନ୍ୟ ଲୋକମାନଙ୍କୁ କହୁଥିଲେ।

18ଯେତବେେଳେ ସମାନେେ ଶୁଣିଲେ ଯେ ଏହି ଆଶ୍ଚର୍ୟ୍ଯ କାର୍ୟ୍ଯ ଯୀଶୁଙ୍କ ଦ୍ବାରା ହାଇେଛି, ଅନକେ ଲୋକ ତାହାଙ୍କୁ ଭଟେିବା ପାଇଁ ଗଲେ।

19ତେଣୁ ଫାରୂଶୀମାନେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ, ଦେଖ, ଆମ୍ଭର ଯୋଜନା କାମ କରୁନାହିଁ। ସାରା ଜଗତ ତାହାଙ୍କର ଅନୁଗରଣ କରିଲଣେି।

20ନିସ୍ତାର ପର୍ବ ରେ ଉପାସନା କରିବା ପାଇଁ ୟିରୂଶାଲମ ଯାଇଥିବା ଲୋକମାନଙ୍କ ମଧ୍ଯରୁ କେତକେ ଗ୍ରୀକ୍ ଲୋକଥିଲେ।

John 12 illustration - John Chapter 12

21ସହେି ଗ୍ରୀକ୍ ଲୋକମାନେ ଫିଲିପ୍ପଙ୍କ ପାଖକୁ ଗଲେ। ଗ୍ରୀକ୍ ଲୋକମାନେ କହିଲେ, ମହାଶୟ, ଆମ୍ଭେ ଯୀଶୁଙ୍କୁ ଦେଖିବାକୁ ଚାହୁଁ।

22ଫିଲିପ୍ପ ଆନ୍ଦ୍ରିୟଙ୍କୁ ଯାଇ ଏକଥା ଜଣାଇଲେ। ତା'ପରେ ଆନ୍ଦ୍ରିୟ ଓ ଫିଲିପ୍ପ ଯୀଶୁଙ୍କୁ ଯାଇ କହିଲେ।

23ଯୀଶୁ ସମାନଙ୍କେୁ କହିଲେ, ବର୍ତ୍ତମାନ ମନୁଷ୍ଯ ପୁତ୍ରଙ୍କର ଗୌରବ ପାଇବା ସମୟ ଆସିଯାଇଛି।

24ମୁଁ ତୁମ୍ଭକୁ ସତ୍ଯ କହୁଛି। ଗୋଟିଏ ଗହମ ଦାନା ଭୂମିରେ ପଡି ନିଶ୍ଚୟ ମରିବା ଆବଶ୍ଯକ। ତା ପରେ ଏହା ବଢି ବହୁତ ଶସ୍ଯ ଦିଏ। କିନ୍ତୁ ଯଦି ଏହା କଦାପି ମ ରେ ନାହିଁ, ତବେେ ଏହା ସର୍ବଦା ଗୋଟିଏ ମଞ୍ଜି ହାଇେ ରହିଥାଏ।

25ନିଜ ଜୀବନକୁ ଭଲ ପାଉଥିବା ବ୍ଯକ୍ତି ଏହା ହରାଇବ। ନିଜ ଜାଗତିକ ଜୀବନକୁ ଘୃଣା କରୁଥିବା ଲୋକ ଏହାକୁ ସୁରକ୍ଷିତ ରଖିବ। ସେ ଅନନ୍ତ ଜୀବନ ପାଇଁ ତାହା ପାଇ ପାରିବ।

John 12 illustration - John Chapter 12

26ମାରେ ସବୋ କୁରଥିବା ଲୋକେ ନିଶ୍ଚୟ ମାରେ ଅନୁସରଣ କରନ୍ତୁ। ତବେେ ମାରେ ସବେକମାନେ ମୁଁ ଯେଉଁଠା ରେ ଥିବି, ସଠାେରେ ମାେ ସହିତ ରହିବେ। ଯେଉଁ ଲୋକମାନେ ମାରେ ସବୋ କରିଥିବେ, ମାରେ ପରମପିତା ସମାନଙ୍କେୁ ସମ୍ମାନ ଦବେେ।

27ବର୍ତ୍ତମାନ ମୁଁ ବହୁତ ଉଦ୍ବିଗ୍ନ ଅଛି। ମୁଁ କ'ଣ କହିବି? ' ହେ ପରମପିତା, ମାେତେ ଏ ୟନ୍ତ୍ରଣାଦାୟକ ସମୟରୁ ଉଦ୍ଧାର କର', ଏଭଳି କହି କ'ଣ ମୁଁ ପ୍ରାର୍ଥନା କରିବି? ନା, କାରଣ ମୁଁ ତ ୟନ୍ତ୍ରଣା ଭୋଗିବି ବୋଲି ଆସିଛି।

28ହେ ପରମପିତା, ଆପଣା ନାମକୁ ଗୌରବାନ୍ବିତ କର।

29ସଠାେରେ ଠିଆ ହାଇେଥିବା ଲୋକମାନେ ଏହି ବାଣୀ ଶୁଣିଲେ। ସମାନେେ ତାହା ମେଘ ଗର୍ଜ୍ଜନ ବୋଲି କହିଲେ।

30ଯୀଶୁ ଲୋକମାନଙ୍କୁ କହିଲେ, ସହେି ବାଣୀ ତୁମ୍ଭ ପାଇଁ ଥିଲା, ମାେ ପାଇଁ ନୁହେଁ।

John 12 illustration - John Chapter 12

31ବର୍ତ୍ତମାନ ଜଗତର ବିଚାରର ସମୟ ଉପସ୍ଥିତ, ଏହି ଜଗତର ଶାସକ ବିତାଡିତ ହବୋର ଏହା ହେଉଛି ସମୟ।

32ମୁଁ ଜଗତରୁ ଉର୍ଦ୍ଧ୍ବକୁ ଉତ୍ଥିତ ହବେି। ଯେତବେେଳେ ଏହା ଘଟିବ, ମୁଁ ସବୁ ଲୋକମାନଙ୍କୁ ମାେ ନିକଟକୁ ନଇେ ୟିବି।

33ଯୀଶୁ କେଉଁ ପ୍ରକାରର ମୃତ୍ଯୁବରଣ କରିବେ, ତାହା ଦଖାଇବୋ ପାଇଁ ସେ ଏହା କହିଲେ।

34ଲୋକମାନେ କହିଲେ, ଆମ୍ଭ ବ୍ଯବସ୍ଥା କୁ ହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତବେେ ତୁମ୍ଭେ କାହିଁକି କହୁଛ ଯେ 'ମନୁଷ୍ଯ ପୁତ୍ର ନିଶ୍ଚୟ ଉର୍ଦ୍ଧ୍ବକୁ ଯିବେ?' ଏହି ମନୁଷ୍ଯପୁତ୍ର କିଏ?

35ଯୀଶୁ କହିଲେ, ତୁମ୍ଭମାନଙ୍କ ପାଖ ରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖ ରେ ଥିବା ପର୍ୟ୍ଯନ୍ତ ଚାଲ। ତବେେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାର ରେ ଚାଲୁଥିବା ବ୍ଯକ୍ତି କେଉଁଆଡେ ଯାଉଛି ଜାଣି ପା ରେ ନାହିଁ।

John 12 illustration - John Chapter 12

36ତେଣୁ ତୁମ୍ଭ ପାଖ ରେ ଆଲୋକ ଥିବା ପର୍ୟ୍ଯନ୍ତ ତା'ଠା ରେ ତୁମ୍ଭେ ବିଶ୍ବାସ ରଖ। ତବେେ ତୁମ୍ଭମାନେେ ଆଲୋକର ସନ୍ତାନ ହବେ। ଯୀଶୁ ଏକଥା କରିବା ପରେ ସମାନଙ୍କେର ପାଖରୁ ଚାଲି ଗଲେ। ସେ ଏପରି ସ୍ଥାନ ରେ ରହିଲେ, ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ।

37ଯୀଶୁ ବହୁତ ଗୁଡିଏ ଆଶ୍ଚର୍ୟ୍ଯ କାର୍ୟ୍ଯ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ବେ ତାହାଙ୍କୁ ବିଶ୍ବାସ କଲେ ନାହିଁ।

38ଅତଏବ ଭବିଷ୍ଯଦ୍ବକ୍ତା ୟିଶାଇୟ ଯାହା କହିଥିଲେ ତାହା ସତ୍ଯ ହେଲା, ସେ କହିଥିଲେ,

39ସମାନେେ ବିଶ୍ବାସ କରି ପାରି ନଥିଲେ, କାରଣ ୟିଶାଇୟ ଆହୁରି ମଧ୍ଯ କହିଥିଲେ:

40ପରମେଶ୍ବର ଲୋକମାନଙ୍କୁ ଅନ୍ଧ କରିଛନ୍ତି। ସେ ସମାନଙ୍କେର ହୃଦୟ କଠିନ କରି ଦଇେଛନ୍ତି। ସମାନେେ ଯେପରି ଆଖି ରେ ଦେଖିପାରିବେ ନାହିଁ ଓ ବୁଦ୍ଧି ରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ବର ଏହା କରିଅଛନ୍ତି। ତା'ପରେ ମୁଁ ସମାନଙ୍କେୁ ସୁସ୍ଥ କରିବି। ୟିଶାଇୟ 6:10

John 12 illustration - John Chapter 12

41ୟିଶାଇୟ ଏକଥା କହିଥଲେେ, କାରଣ ସେ ପ୍ରଭୁଙ୍କର ଗୌରବ ଦେଖିଥିଲେ। ତେଣୁ ସେ ତାହାଙ୍କ (ଯୀଶୁଙ୍କ) ବିଷୟ ରେ ଏହା କହିଲେ।

42କିନ୍ତୁ ଯୀଶୁଙ୍କୁ ଅନକେ ଲୋକ ବିଶ୍ବାସ କଲେ ଏପରିକି, ଅନକେ ଯିହୂଦୀ ନେତାମାନେ ମଧ୍ଯ ତାହାଙ୍କ ଠା ରେ ବିଶ୍ବାସ କଲେ। କିନ୍ତୁ ସମାନେେ ଫାରୂଶୀମାନଙ୍କୁ ଭୟ କରୁଥିଲେ। ତେଣୁ ସମାନେେ ତାହାଙ୍କ ବିଶ୍ବାସ ସମ୍ବନ୍ଧ ରେ ଖାେଲାଖାଲିେ ଭାବେ କହିଲେ ନାହିଁ। ସମାନେେ ଡରିଲେ, କାଳେ ଫାରୂଶୀମାନେ ସମାନଙ୍କେୁ ସମାଜଗୃହରୁ ବାହାର କରି ଦବେେ।

43ସେ ଲୋକମାନେ ପରମେଶ୍ବରଙ୍କ ପ୍ରଶଂସା ଅପେକ୍ଷା ଲୋକଙ୍କର ପ୍ରଶଂସା ପାଇବାକୁ ଭଲ ପାଉଥିଲେ।

44ତା'ପରେ ଯୀଶୁ ଚିତ୍କାର କରି କହିଲେ, ମାଠାେ ରେ ଯେଉଁ ଲୋକ ବିଶ୍ବାସ ରେଖ, ସେ ପ୍ରକୃତ ରେ ମାେ ଠା ରେ ନୁହେଁ ମାତ୍ର ଯେ ମାେତେ ପଠାଇଛନ୍ତି, ତାହାଙ୍କଠା ରେ ବିଶ୍ବାସ ରେଖ।

45ମାେତେ ଯେଉଁ ଲୋକ ଦେଖେ, ସେ ପ୍ରକୃତ ରେ ମାରେ ପ୍ ରରଣୋ କର୍ତ୍ତାଙ୍କୁ ଦେଖେ।

John 12 illustration - John Chapter 12

46ମୁଁ ଆଲୋକ ଓ ମୁଁ ଏ ଜଗତକୁ ଆସିଛି। ମାରେ ଆସିବାର କାରଣ, ମାଠାେ ରେ ବିଶ୍ବାସ ରଖିଥିବା ପ୍ରେତ୍ୟକକ ଲୋକ କବେେ ଅନ୍ଧକାର ରେ ରହିବ ନାହିଁ।

47ମୁଁ ଲୋକମାନଙ୍କର ବିଚାର କରିବା ପାଇଁ ଆସି ନାହିଁ। ମାତ୍ର ମୁଁ ଏ ଜଗତର ଲୋକଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ଯ ରେ ଆସିଛି। ଯେଉଁମାନେ ମାେ ଶିକ୍ଷା ଶୁଣନ୍ତି କିନ୍ତୁ ତାହା ଅମାନ୍ଯ କରନ୍ତି ମୁଁ ସହେି ଲୋକମାନଙ୍କର ବିଚାର କରିବା ପାଇଁ ଆସି ନାହିଁ।

48ଜଣେ ବିଚାରକ ଅଛନ୍ତି. ୟିଏ ବିଚାର କରିବେ କି, କେଉଁ ଲୋକ ମାେତେ ବିଶ୍ବାସ କରୁନାହିଁ ଓ ମାେ କଥା ଗ୍ରହଣ କରୁନାହିଁ। ମୁଁ ଯେଉଁ ଉପଦେଶ ଶିକ୍ଷା ଦଇେଛି, ତାହା ଦ୍ବାରା ସହେି ଲୋକ ଶଷେ ଦିନ ରେ ବିଚାର ହବେ।

49ଏହାର କାରଣ ହେଉଛି, ମୁଁ ଯାହା ଶିକ୍ଷା ଦଇେଛି ତାହା ମାରେ ନୁହେଁ। ମାରେ ପ୍ ରରଣକେର୍ତ୍ତା ପରମପିତା ମାେତେ କ'ଣ କହିବାକୁ ଓ କ'ଣ ଉପଦେଶ ଦବୋକୁ ପଡିବ ତାହା କହିଛନ୍ତି।

50ମୁଁ, ଜାଣେ, ମାେ ପରମପିତା ଯାହା ଆଦେଶ ଦିଅନ୍ତି, ସହେିଠାରୁ ଅନନ୍ତ ଜୀବନ ଆ ସେ। ତେଣୁ ମୁଁ ଯାହା କରିଛି, ତାହା କହିବା ପାଇଁ ମାେତେ ପରମପିତା କହିଛନ୍ତି।

Chapter Complete

You have read John 12

50 verses