Lumina
Job

Job Responds to Bildad

Job 9·Oriya Bible

1ତା'ପରେ ଆୟୁବ ବିଲଦଦକୁ ଉତ୍ତର ଦଲୋ।

2ହଁ, ଏହା ସତ୍ଯ ବୋଲି ମୁଁ ଜାଣେ ଯାହା ତୁମ୍ଭେ କହୁଛ। ଜଣେ ପରମେଶ୍ବରଙ୍କୁ ୟୁକ୍ତି ରେ କିପରି ଜିତି ପାରିବ ?

3ଜଣେ ବ୍ଯକ୍ତି ପରମେଶ୍ବରଙ୍କ ସହିତ ବାଦାନୁବାଦ କରିପାରିବ ନାହିଁ। ପରମେଶ୍ବର ତାକୁ 1000 ପ୍ରଶ୍ନ କରିପାରନ୍ତି ସେ କିନ୍ତୁ ଗୋଟିକର ଉତ୍ତର ମଧ୍ଯ ଦଇପୋରିବ ନାହିଁ।

4ପରମେଶ୍ବର ଅତି ବିଜ୍ଞ ଓ ଶକ୍ତିଶାଳୀ ଅଟନ୍ତି। କହେି ତାଙ୍କ ବିରୁଦ୍ଧ ରେ ଛିଡ଼ା ହାଇେ କବେେ ଅକ୍ଷତ ରହିପାରିବ ନାହିଁ।

5ପରମେଶ୍ବର କୋରଧ ହେଲେ ପର୍ବତକୁ ମଧ୍ଯ ତା' ନିଜ ସ୍ଥାନରୁ ହଟାଇ ଦଇେ ପାରନ୍ତି। ଏବଂ ସହେି ପର୍ବତ ମଧ୍ଯ ନିଜେ ଜାଣିପା ରେ ନାହିଁ।

Job 9 illustration - Job Chapter 9

6ପରମେଶ୍ବର ଇଚ୍ଛାକଲେ ଭୂମିକମ୍ପ ସୃଷ୍ଟି କରି ପୃଥିବୀକୁ ହଲାଇ ପାରନ୍ତି। ପରମେଶ୍ବର ପୃଥିବୀର ମୂଳଦୁଆ ଦୋହଲାଇ ଦଇେ ପାରନ୍ତି।

7ପରମେଶ୍ବର ସୂର୍ୟ୍ଯକୁ କହି ତା'ର ଉଦଯ ହବୋକୁ ବନ୍ଦ କରିଦଇେ ପାରନ୍ତି। ସେ ତାରାଗଣକୁ ଚମକିବା ବନ୍ଦ କରି ଦଇପୋରନ୍ତି।

8ପରମେଶ୍ବର ଏକାକୀ ଆକାଶକୁ ବିସ୍ତାର କରିଛନ୍ତି। ପରମେଶ୍ବର ସମୁଦ୍ରର ତରଙ୍ଗ ଉପରେ ଚାଲନ୍ତି।

9ପରମେଶ୍ବର ନକ୍ଷତ୍ରପୁଞ୍ଜ, ତାରାଗଣ ଓ ସପ୍ତର୍ଷିମଣ୍ଡଳ ନିର୍ମାଣ କରିଛନ୍ତି। ସେ ଗ୍ରହ ନିର୍ମାଣ କରିଛନ୍ତି। ଯାହା ଦକ୍ଷିଣ ଆକାଶକୁ ପାରକରେ।

10ପରମେଶ୍ବର ଅନକେ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି, ଯାହା ଲୋକେ ବୁଝି ପାରନ୍ତି ନାହିଁ। ପରମେଶ୍ବରଙ୍କ ଆଶ୍ଚର୍ୟ୍ଯ କାର୍ୟ୍ଯର କୌଣସି ଶଷେ ନାହିଁ।

Job 9 illustration - Job Chapter 9

11ପରମେଶ୍ବର ମାେ ନିକଟରେ ଗମନ କରନ୍ତି। କିନ୍ତୁ ମୁଁ ତାଙ୍କୁ ଦେଖେ ନାହିଁ। ପରମେଶ୍ବର ଯେତବେେଳେ ମାେ ନିକଟ ଦଇେ ୟାଆନ୍ତି। ମୁଁ ତାଙ୍କୁ ଚିହ୍ନିପା ରେ ନାହିଁ।

12ଯଦି ପରମେଶ୍ବର କାହାଠାରୁ କିଛି ଛଡ଼ାଇ ନିଅନ୍ତି କିଏ ତାଙ୍କୁ ମନାକରି ପାରିବ। କିଏ ତାଙ୍କୁ କହି ପାରିବ, 'ତୁମ୍ଭେ କ'ଣ କରୁଛ?'

13ପରମେଶ୍ବର ତାଙ୍କ କୋର୍ଧ ଧରିରଖି ପାରିବେ ନାହିଁ। ରାହବର ସାହାୟ୍ଯକାରୀମାନେ ମଧ୍ଯ ତାଙ୍କୁ ଭୟ କରନ୍ତି।

14ତେଣୁ ମୁଁ ପରମେଶ୍ବରଙ୍କ ସହିତ ୟୁକ୍ତି କରିପାରିବି ନାହିଁ ଏବଂ ତାଙ୍କୁ କ'ଣ କହିବି ତାହା ମଧ୍ଯ ଜାଣି ନାହିଁ।

15ମୁଁ ନିରୀହ, କିନ୍ତୁ ମୁଁ ତାଙ୍କୁ ଉତ୍ତର ଦଇପୋରିବି ନାହିଁ। ମୁଁ ମାରେବିଚାରକର୍ତ୍ତାଙ୍କୁ ଦୟା ପାଇଁ ଭିକ୍ଷା କରିପା ରେ।

Job 9 illustration - Job Chapter 9

16ମୁଁ ତାଙ୍କୁ ଯଦି ଡାକେ ଏବଂ ସେ ମାେତେ ଉତ୍ତର ଦିଅନ୍ତି, ମୁଁ ତଥାପି ବିଶ୍ବାସ କରେ ନାହିଁ ଯେ ସେ ମାରେ କଥା ଶୁଣିବେ।

17ପରମେଶ୍ବର ମାେତେ ଚକଟି ଦବୋ ପାଇଁ ଝଡ଼ ପଠାଇବେ, କୌଣସି କାରଣ ନ ଥାଇ ସେ ମାେତେ ଅଧିକ ଆଘାତ କରିବେ।

18ପରମେଶ୍ବର ମାେତେ ପୁନର୍ବାର ନିଶ୍ବାସ ନବୋକୁ ଦବେେ ନାହିଁ, କିନ୍ତୁ ଅଧିକ କଷ୍ଟ ଦବେେ।

19ମୁଁ ପରମେଶ୍ବରଙ୍କୁ ପରାସ୍ତ କରିପାରିବି ନାହିଁ। ପରମେଶ୍ବର ଅତ୍ଯନ୍ତ ପରାକ୍ରମଶାଳୀ, ମୁଁ ତାଙ୍କୁ ନ୍ଯାଯାଳଯକୁ ନଇେ ପାରିବି ନାହିଁ। ଏବଂ ମାେ ପ୍ରତି ସଦଯ ହବୋକୁ ବାଧ୍ଯ କରିପାରିବି ନାହିଁ। କିଏ ତାଙ୍କୁ ନ୍ଯାଯାଳଯକୁ ଆସିବାକୁ ବାଧ୍ଯ କରିପାରିବ।

20ମୁଁ ନିରୀହ ହେଲ ହେଁ ମାେ ନିଜ କଥା ମାେତେ ଦୋଷୀ ସାବ୍ଯସ୍ତ କରିବ। ମୁଁ ନିର୍ଦ୍ ଦୋଷ ଏବଂ ମୁଁ ଯାହା କହୁଛି ତାହା ମାେତେ ଦୋଷୀ ସାବ୍ଯସ୍ତ କରୁଛି।

Job 9 illustration - Job Chapter 9

21ମୁଁ ନିରୀହ, କିନ୍ତୁ କ'ଣ ଚିନ୍ତା କରିବାକୁ ପଡିବ ମୁଁ ଜାଣେ ନାହିଁ। ମାେ ଜୀବନକୁ ମୁଁ ଘୃଣା କରେ।

22ମୁଁ ନିଜକୁ କ ହେ, 'ସମସ୍ତଙ୍କ ପ୍ରତି ସମାନ ଘଟଣା ଘଟେ। ନିରୀହ ଲୋକ ମଧ୍ଯ ଦୋଷୀ ବ୍ଯକ୍ତିଭଳି ମରନ୍ତି। ପରମେଶ୍ବର ସମସ୍ତଙ୍କୁ ସଂହାର କରନ୍ତି।'

23ଯଦି ହଠାତ୍ କିଛି ଭୟଙ୍କର ଘଟଣା ଘଟେ ଓ ଜଣେ ନିରୀହ ବ୍ଯକ୍ତି ପ୍ରାଣ ହରାଏ, ପରମେଶ୍ବର କ'ଣ ନିର୍ଦ୍ ଦୋଷର ମୃତ୍ଯୁ ରେ କବଳେ ହସି ପାରିବେ ?

24ଯେତବେେଳେ ଜଣେ ଦୁଷ୍ଟ ବ୍ଯକ୍ତି କୌଣସି ଜାଗା ଅଧିକାର କରେ, ପରମେଶ୍ବର ସହେି ନେତାଙ୍କୁ ଗତି ରୋଧ କରନ୍ତି, ଯାହାସବୁ ଘଟୁଛି ତାକୁ ଦେଖି ? ଯଦି ପରମେଶ୍ବର ତାହା ନ କରନ୍ତି, ତବେେ କିଏ ?

25ମାରେ ଦିନ ସବୁ ଶୀଘ୍ର ଗଡ଼ି ଚାଲିଛି ଜଣେ ଦୌଡ଼ାଳି ଭଳି। ମାରେ ଦିନ ସବୁ ଗଡ଼ି ଚାଲିଛି। ମାେ ଜୀବନ ରେ କୌଣସି ସୁଖ ନାହିଁ।

Job 9 illustration - Job Chapter 9

26ମାରେ ଦିନ ସବୁ ଗଡ଼ି ଯାଉଛି ବଗଶାେଳୀ ନଳତୃଣ ନିର୍ମିତ ଜାହାଜ ଭଳି ଓ ଶିକାର ଉପରେ ଝାମ୍ପ ଦବୋକୁ ଉଦ୍ଯତ ଉତ୍କ୍ରୋଶ ପକ୍ଷୀଭଳି।

27ମୁଁ ଯଦି କ ହେ, 'ମୁଁ ଅଭିଯୋଗ କରିବି ନାହିଁ, ମୁଁ ମାରେ ୟନ୍ତ୍ରଣା ଭୁଲି ୟିବି। ମାେ ମୁହଁ ରେ ହସ ଫୁଟାଇବି।'

28ଏହା ପ୍ରକୃତ ରେ କିଛି ପରିବର୍ତ୍ତନ ଘଟାଏ ନାହିଁ, ସହେି ୟନ୍ତ୍ରଣା ଏବେ ବି ମାେତେ ଭୟଭୀତ କରେ।

29ମୁଁ ଦୋଷୀ ସାବ୍ଯସ୍ତ ହାଇେସାରିଛି, ତେଣୁ କାହିଁ ବୃଥା ପରିଶ୍ରମ କରିବି। ତେଣୁ ମୁଁ କହୁଛି, 'ସବୁକିଛି ଭୁଲିୟାଅ।'

30ଯଦି ମୁଁ ବରଫ ରେ ନିଜକୁ ଧୌତ କରେ। ମୁଁ ହାତଗୁଡ଼ିକୁ ସାବୁନ ରେ ଧୋଇ ସଫା କରେ।

Job 9 illustration - Job Chapter 9

31ତଥାପି ପରମେଶ୍ବର ମାେତେ ଖସଡ଼ା ଗାତ ମଧ୍ଯକୁ ଠଲେି ଦବେେ। ତା'ପରେ ମାରେ ନିଜର ବସ୍ତୁ ମାେତେ ଘୃଣା କରିବ।

32ପରମେଶ୍ବର ମାେଭଳି ମନୁଷ୍ଯ ନୁହନ୍ତି ଯେ ମୁଁ ତାହାଙ୍କୁ ଉତ୍ତର ଦବେି। ଆମ୍ଭର କବେେ ଗୋଟିଏ ନ୍ଯାଯାଳଯ ରେ ଏକତ୍ର ପରସ୍ପର ସାକ୍ଷାତ ହାଇପୋରିବ ନାହିଁ।

33ମୁଁ ଚା ହେଁ କିଏ ମଧ୍ଯସ୍ଥ ହୁଅନ୍ତା, ୟିଏ ଦୁଇପକ୍ଷର କଥା ଶୁଣି ଏବଂ ଆମ୍ଭକୁ ଏକତ୍ର ଆଣନ୍ତା, କିନ୍ତୁ କହେି ନାହିଁ।

34ମୁଁ ଚା ହେଁ କହେି ପରମେଶ୍ବରଙ୍କ ଦଣ୍ଡ ଦବୋର ବାଡ଼ିଟିକୁ ତାଙ୍କଠାରୁ ନଇେ ୟାଆନ୍ତା ? ତବେେ ପରମେଶ୍ବର ମାେତେ ଭୟଭୀତ କରନ୍ତେ ନାହିଁ।

35ତବେେ ମୁଁ କହନ୍ତି, ଯାହା ମୁଁ କହିବାକୁ ଚା ହେଁ ପରମେଶ୍ବରଙ୍କୁ ଭୟ ନ କରି। କିନ୍ତୁ ବର୍ତ୍ତମାନ ତାହା ମୁଁ କହିପାରିବି ନାହିଁ।

Chapter Complete

You have read Job 9

35 verses