Lumina
Job

Eliphaz Continues

Job 5·Oriya Bible

1ଆୟୁବ, ତୁମ୍ଭେ ତାଙ୍କୁ ଡାକ, ଯଦି ତୁମ୍ଭେ ଚାହୁଁଛ, କିନ୍ତୁ କହେି ତୁମ୍ଭକୁ ଉତ୍ତର ଦବୋକୁ ଏଠା ରେ ନାହିଁ। ତୁମ୍ଭେ ସ୍ବର୍ଗଦୂତମାନଙ୍କୁ ବଦଳାଇ ପାରିବ ନାହିଁ।

2ଜଣେ ନିର୍ବୋଧ ଲୋକର ରାଗ ହିଁ ତାକୁ ହତ୍ଯା କରେ ଓ କୋରଧ ନୀରିହ ଲୋକକୁ ବଧ କରେ।

3ମୁଁ ଜଣେ ଏପରି ନିର୍ବୋଧ ଲୋକକୁ ଦେଖିଛି ୟିଏ ଭାବୁଥିଲା ଯେ ସେ ସୁରକ୍ଷିତ, କିନ୍ତୁ ହଠାତ୍ ସେ ଅଭିଶପ୍ତ ହେଲା।

4ତା'ର ସନ୍ତାନମାନଙ୍କୁ ସାହାୟ୍ଯ କରିବାକୁ କହେି ନ ଥିଲେ। ସମାନଙ୍କେୁ ଦରବାର ରେ କହେି ପକ୍ଷସମର୍ଥନ କଲନୋହିଁ।

5କ୍ଷୁଧାର୍ତ୍ତ ଲୋକେ ସମାନଙ୍କେର ଶସ୍ଯସବୁ ଖାଇଦଇେଛନ୍ତି। ସହେି କ୍ଷୁଧାର୍ତ୍ତ ଲୋକେ ମଧ୍ଯ କଣ୍ଟା ମଧ୍ଯରୁ ଶସ୍ଯକଣାକୁ ନଇୟୋଇଛନ୍ତି। ଲୋଭୀ ଲୋକ ସମାନଙ୍କେର ସବୁକିଛି ଲୁଟି ନଇେଛନ୍ତି।

Job 5 illustration - Job Chapter 5

6ଦୁଃସମୟ ଧୂଳିରୁ ଉତ୍ପନ୍ନ ହୁଏ ନାହିଁ, କଷ୍ଟ ଭୂମିରୁ ଉତ୍ପନ୍ନ ହୁଏ ନାହିଁ।

7କିନ୍ତୁ ମଣିଷ ଜନ୍ମ ହାଇେଛି କଷ୍ଟ ସହିବା ଲାଗି ଯେପରି ନିଶ୍ଚଯ ଅଗ୍ନିକଣିକା ଅଗ୍ନିରୁ ଉପରକୁ ଉଡ଼ିବୁଲେ।

8କିନ୍ତୁ ଆୟୁବ ମୁଁ ଯଦି ତୁମ୍ଭ ଜାଗା ରେ ଥାନ୍ତି ନିଶ୍ଚଯ ପରମେଶ୍ବରଙ୍କୁ ଡ଼ାକି ନିଜର ସମସ୍ତ ଦୁଃଖ ତାଙ୍କୁ ଜଣାନ୍ତି।

9ଲୋକେ ପରମେଶ୍ବରଙ୍କ ଆଶ୍ଚର୍ୟ୍ଯକର୍ମକୁ ବୁଝିପାରନ୍ତି ନାହିଁ କି ତାଙ୍କର ଅଲୌକିକ କାର୍ୟ୍ଯର ମଧ୍ଯ ଅନ୍ତ ନାହିଁ।

10ପରମେଶ୍ବର ପୃଥିବୀ ରେ ବର୍ଷ କରାନ୍ତି ଓ ଶସ୍ଯ କ୍ଷେତ୍ରକୁ ଜଳ ପ୍ରଦାନ କରନ୍ତି।

Job 5 illustration - Job Chapter 5

11ପରମେଶ୍ବର ନମ୍ର ଲୋକକୁ ଉପରକୁ ଉଠାନ୍ତି ଏବଂ ଯେଉଁମାନେ ଅତି ଦୁଃଖି ସମାନଙ୍କେୁ ଖୁସି କରାନ୍ତି।

12ପରମେଶ୍ବର ମନ୍ଦ ଓ ଚତୁର ଲୋକର କାମନାକୁ ବ୍ଯର୍ଥ କରନ୍ତି ଏବଂ ସମାନଙ୍କେୁ ସଫଳତା ଦିଅନ୍ତି ନାହିଁ।

13ପରମେଶ୍ବର ଚତୁର ଲୋକମାନଙ୍କୁ ମଧ୍ଯ ତାଙ୍କ ଫାନ୍ଦ ରେ ଧରନ୍ତି, ସମାନଙ୍କେର ଚତୁର ଯୋଜନା ସଫଳ କରାନ୍ତି ନାହିଁ।

14ସହେି ଚତୁର ଲୋକମାନେ ଦିନ ବେଳେ ଝୁଣ୍ଟି ପଡ଼ନ୍ତି, ଯେପରି କି ତାହା ଅନ୍ଧକାର, ମଧ୍ଯାହ୍ନ ରେ ମଧ୍ଯ ସମାନେେ ଏପରି ଲୋକପରି ରାସ୍ତା ଅଣ୍ଡାଳି ହୁଅନ୍ତି, ଯେପରି କି ତାହା ମଧ୍ଯରାତ୍ରୀ।

15ପରମେଶ୍ବର ଗରିବ ଲୋକମାନଙ୍କୁ ସହେି ଚତୁର ଲୋକଙ୍କର କଟୁବାକ୍ଯର ରକ୍ଷା କରନ୍ତି। ସେ ଗରିବ ଲୋକଙ୍କୁ ପରାକ୍ରମୀ ଲୋକ କବଳରୁ ଉଦ୍ଧାର କରନ୍ତି।

Job 5 illustration - Job Chapter 5

16ସେଥିପାଇଁ ଗରିବ ଲୋକଙ୍କ ପାଇଁ ଭରସା ଅଛି ଓ ଅନ୍ଯାଯକାରୀ ନିଶ୍ଚଯ ନୀରବ ରହିବ।

17ଯେଉଁ ମନୁଷ୍ଯକୁ ପରମେଶ୍ବର ସଂ ଶାଧେନ କରନ୍ତି, ସେ ଭାଗ୍ଯବାନ। ତେଣୁ ସହେି ସର୍ବଶକ୍ତିମାନ ପରମେଶ୍ବର ଯେତବେେଳେ ତୁମ୍ଭକୁ ଦଣ୍ଡ ଦିଅନ୍ତି, ତାଙ୍କ ବିରୁଦ୍ଧ ରେ ଅଭିଯୋଗ କରନାହିଁ।

18ପରମେଶ୍ବରଙ୍କ ଦଣ୍ଡ ରେ ଯେଉଁ କ୍ଷତ ହୁଏ ପୁଣି ସେ ନିଜେ ସମାନଙ୍କେର କ୍ଷତ ରେ ପଟି ବାନ୍ଧନ୍ତି। ପରମେଶ୍ବର ହୁଏତ ଜଣକୁ ଆଘାତ କରନ୍ତି କିନ୍ତୁ ତାଙ୍କ ହାତ ସୁସ୍ଥତା ମଧ୍ଯ ଆଣେ।

19ସେ ତୁମ୍ଭକୁ ବିପଦରୁ ଉଦ୍ଧାର କରିପାରିବେ। ହଁ, ଦରକାର ପଡ଼ିଲେ ବିନା ଆଘାତ ରେ ସାତାଟେି ଦୁର୍ବିପାକରୁ ରକ୍ଷା କରିପାରିବେ।

20ଦୁର୍ଭିକ୍ଷ ସମୟରେ ପରମେଶ୍ବର ତୁମ୍ଭକୁ ମୃତ୍ଯୁ ମୁଖରୁ ରକ୍ଷା କରିପାରିବେ। ୟୁଦ୍ଧ ସମୟରେ ତୁମ୍ଭକୁ ଖଡ୍ଗ ମୁଖରୁ ବଞ୍ଚାଇ ପାରିବେ।

Job 5 illustration - Job Chapter 5

21ପରମେଶ୍ବର ତୁମ୍ଭକୁ ଲୋକଙ୍କ ଜିହ୍ବାର ଅନିଷ୍ଟକର ବାକ୍ଯରୁ ଉଦ୍ଧାର କରି ପାରିବେ। ପରମେଶ୍ବର ତୁମ୍ଭକୁ ରକ୍ଷା କରିବେ, ତେଣୁ ଯେତବେେଳେ ବିପଦ ଆସୁଛି, ତୁମ୍ଭେ ଭୟଭୀତ ହୁଅ ନାହିଁ।

22ବିନାଶ ଓ ଦୁର୍ଭିକ୍ଷ ପ୍ରତି ତୁମ୍ଭେ ହସିପାର। ତୁମ୍ଭେ ବଣୁଆ ହିଂସ୍ର ଜନ୍ତୁକୁ ଭୟ କର ନାହିଁ।

23ତୁମ୍ଭର ପରମେଶ୍ବରଙ୍କ ସହିତ ଚୁକ୍ତି ହାଇେଛି। ତେଣୁ କ୍ଷତରେ ପଥର ଏପରିକି ବଣର ହିଂସ୍ର ଜନ୍ତୁ ମଧ୍ଯ ତୁମ୍ଭ ସହିତ ଶାନ୍ତି ରେ ରହିବେ।

24ତୁମ୍ଭେ ଶାନ୍ତି ରେ ରହିପାରିବ କାରଣ ତୁମ୍ଭର ତମ୍ବୁ ସୁରକ୍ଷିତ ଅଛି। ତୁମ୍ଭେ ତୁମ୍ଭର ସମ୍ପତ୍ତିକୁ ଗଣିପାରିବ ଏବଂ ଦେଖିବ କିଛି ହଜିୟାଇ ନାହିଁ।

25ତୁମ୍ଭର ଅନକେ ସନ୍ତାନସନ୍ତତି ହବେେ, ଏତେ ଅଧିକ ଯେପରି କି ପୃଥିବୀ ଉପରେ ଘାସର ଝାଡ଼ ପରି।

Job 5 illustration - Job Chapter 5

26ତୁମ୍ଭେ ଗହମ କ୍ଷେତ୍ର ରେ ଗହମ ସଦୃଶ ୟିଏ ଅମଳ ସମୟ ପର୍ୟ୍ଯନ୍ତ ବୃଦ୍ଧି ପାଇବ। ହଁ ତୁମ୍ଭେ ଅତ୍ଯଧିକ ବୃଦ୍ଧି ହେଲା ପର୍ୟ୍ଯନ୍ତ ବଞ୍ଚି ରହିବ।

27ଆୟୁବ, ଦେଖ ଆମ୍ଭମାନେେ ଏସବୁ ଜିନିଷ ଅନୁସନ୍ଧାନ କରି ସମାନଙ୍କେୁ ଜାଣିଛୁ ଏବଂ ଏସବୁ ସତ୍ଯ ବୋଲି ମଧ୍ଯ ଜାଣିଛୁ। ତେଣୁ ଆମ୍ଭ କଥା ଶୁଣ ଏବଂ ସଗେୁଡ଼ିକ ଆପଣା ମଙ୍ଗଳ ନିମନ୍ତେ ଶିକ୍ଷା କର।

Chapter Complete

You have read Job 5

27 verses