Lumina
Job

Elihu's Final Speech

Job 36·Oriya Bible

1ଇଲୀହୁ ତା'ର କଥା ଜାରି ରଖି କହିଲା। ସେ କହିଲା

2ମାେ ସହିତ ଟିକେ ସାମାନ୍ଯ ଅଧିକ ସମୟ ର୍ଧୈୟ୍ଯ ଧର। ଯାହା ଫଳ ରେ ମୁଁ ମାରୟେୁକ୍ତି ତୁମ୍ଭକୁ ଦଇପୋରିବି। ତଥାପି ପରମେଶ୍ବରଙ୍କ ତରଫରୁ ମାେତେ ବହୁତ କିଛି କହିବାର ଅଛି।

3ମାରେ ଜ୍ଞାନ ମୁଁ ସମସ୍ତଙ୍କ ମଧିଅରେ ବାଣ୍ଟି ଦବେି। ପରମେଶ୍ବର ମାେତେ ସୃଷ୍ଟି କରିଛନ୍ତି ଓ ମୁଁ ପ୍ରମାଣ କରି ଦବେି ଯେ ପରମେଶ୍ବର ନ୍ଯାଯନିଷ୍ଠ।

4ଆୟୁବ, ମୁଁ ସତ କହୁଛି ମୁଁ ଜାଣେ ମୁଁ କେଉଁ ବିଷଯ ରେ କଥାବାର୍ତ୍ତା କରୁଛି।

5ପରମେଶ୍ବର ଅତି ଶକ୍ତିଶାଳୀ କିନ୍ତୁ ସେ ଲୋକମାନଙ୍କୁ ଘୃଣା କରନ୍ତି ନାହିଁ। ପରମେଶ୍ବର ଅତ୍ଯନ୍ତ ଶକ୍ତିଶାଳୀ, ସେ ମଧ୍ଯ ଅତି ଜ୍ଞାନୀ।

Job 36 illustration - Job Chapter 36

6ଦୁଷ୍ଟ ଲୋକଙ୍କୁ ବଞ୍ଚିବା ପାଇଁ ପରମେଶ୍ବର ଅନୁମତି ନବେେ ନାହିଁ। ପରମେଶ୍ବର ଦରିଦ୍ର ଲୋକମାନଙ୍କ ପ୍ରତି ସଦା ନ୍ଯାଯଶୀଳ।

7ପରମେଶ୍ବର ସତ୍ ଲୋକମାନଙ୍କୁ ଦଖାଚୋହାଁ କବେେ ବନ୍ଦ କରନ୍ତି ନାହିଁ। ସେ ସମାନଙ୍କେୁ ରାଜାମାନଙ୍କ ପରି ଚିରଦିନ ସିଂହାସନ ରେ ବସାନ୍ତି ଏବଂ ସେ ସମାନଙ୍କେର ଉତ୍ଥାନ କରନ୍ତି।

8ତେଣୁ ଯଦି ଲୋକମାନେ ଦଣ୍ଡ ପାଆନ୍ତି, ସମାନେେ ରସି ଓ ଜଞ୍ଜିର ରେ ବନ୍ଧା ହୁଅନ୍ତି।

9ଏବଂ ପରମେଶ୍ବର ସମାନଙ୍କେୁ କହିବେ କ'ଣ ସମାନେେ ଭୁଲ କରିଛନ୍ତି। ପରମେଶ୍ବର ତାଙ୍କୁ କହିବେ, ସେ ପାପ କରିଛି, ପରମେଶ୍ବର ତାଙ୍କୁ କହିବେ ସମାନେେ ଗର୍ବୀ।

10ପରମେଶ୍ବର ତାଙ୍କ ଚତାବେନୀ ଶୁଣିବାକୁ ସମାନଙ୍କେୁ ବାଧ୍ଯ କରିବେ। ସେ ତାଙ୍କୁ ପାପ ବନ୍ଦ କରିବାକୁ ନିର୍ଦ୍ଦଶେ ଦବେେ।

Job 36 illustration - Job Chapter 36

11ଯଦି ସହେି ଲୋକମାନେ ପରମେଶ୍ବରଙ୍କ କଥା ଶୁଣନ୍ତି ଓ ତାଙ୍କୁ ମାନନ୍ତି, ତା' ହେଲେ ପରମେଶ୍ବର ତାଙ୍କୁ ସଫଳ କରାଇବେ ଏବଂ ସମାନେେ ସୁଖ ଶାନ୍ତି ରେ ଜୀବନ କଟାଇବେ।

12ଯଦି ସହେି ଲୋକମାନେ ପରମେଶ୍ବରଙ୍କ ଆଦେଶ ମାନିବାକୁ ମନା କରନ୍ତି, ତା' ହେଲେ ସମାନେେ ଧ୍ବଂସ ହବେେ। ସମାନେେ ମୂର୍ଖଙ୍କ ଭଳି ମରିବେ।

13ନାସ୍ତିକ ଲୋକମାନେ କୋର୍ଧକୁ ସମାନଙ୍କେ ନିଜ ପାଇଁ ସାଇତି ରଖନ୍ତି। ଯେତବେେଳେ ପରମେଶ୍ବର ତାକୁ ଦଣ୍ଡ ଦିଅନ୍ତି, ସେତବେେଳେ ସମାନେେ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନର ଲୋକ ଉଠାଇବାକୁ ମନା କରନ୍ତି।

14ସହେି ଲୋକମାନେ ମରିବେ, ଯେତବେେଳେ ସମାନେେ ଅଦ୍ଯପି ୟୁବା, ମନ୍ଦିରର ପୁରୁଷ ବେଶ୍ଯାପରି।

15କିନ୍ତୁ ପରମେଶ୍ବର ଦୁଃଖୀ ଲୋକମାନଙ୍କୁ ସମାନଙ୍କେର ଦୁଃଖରୁ ଉଦ୍ଧାର କରନ୍ତି। ପରମେଶ୍ବର ଏହି ଦୁଃଖ ମାଧ୍ଯମ ରେ ଲୋକମାନଙ୍କୁ ସଚତନେ କରାଇ ଦିଅନ୍ତି, ତାଙ୍କ କଥା ଶୁଣିବା ପାଇଁ।

Job 36 illustration - Job Chapter 36

16ପରମେଶ୍ବର ତୁମ୍ଭକୁ କଷ୍ଟରୁ ବାହାର କରିବା ପାଇଁ ଚାହାନ୍ତି ଏବଂ ତା' ବଦଳ ରେ ଏକ କଷ୍ଟବିହୀନ ଜୀବନ ଦବୋ ପାଇଁ ଚାହାଁନ୍ତି। ପରମେଶ୍ବର ଚାହାଁନ୍ତି ତୁମ୍ଭ ଟବେୁଲ ରେ ପ୍ରଚୁର ଖାଦ୍ୟ ରହୁ।

17କିନ୍ତୁ ବର୍ତ୍ତମାନ ଆୟୁବ, ତୁମ୍ଭେ ବିଚାର ରେ ଦୋଷୀ ସାବ୍ଯସ୍ତ ହେଲ। ତେଣୁ ତୁମ୍ଭେ ଜଣେ ମନ୍ଦ ବ୍ଯକ୍ତି ଭଳି ଶାସ୍ତି ପାଇଲ।

18ତୁମ୍ଭର କୋରଧ ତୁମ୍ଭକୁ ବଦଳାଇ ନଦେଉ, ଯାହା ଫଳ ରେ ତୁମ୍ଭେ ପରମେଶ୍ବରଙ୍କୁ ପରିହାସ କରିବ। ଏବଂ ଗୁରୁତର କ୍ଷତିପୂରଣ ତୁମ୍ଭକୁ ଦୂରକୁ ନଇେ ନଯାଉ।

19ତୁମ୍ଭର ଟଙ୍କା ପଇସା ତୁମ୍ଭକୁ ବର୍ତ୍ତମାନ ସାହାୟ୍ଯ କରିପା ରେ ନାହିଁ କି ଶକ୍ତିଶାଳୀ ଲୋକ ମଧ୍ଯ ତୁମ୍ଭକୁ ସାହାୟ୍ଯ କରିପା ରେ ନାହିଁ।

20ରାତି ଆସୁ ବୋଲି ଇଚ୍ଛା କର ନାହିଁ। ଲୋକେ ରାତି ରେ ମିଳାଇ ୟିବାକୁ ଚେଷ୍ଟା କରନ୍ତି। ସମାନେେ ଭାବନ୍ତି ସମାନେେ ପରମେଶ୍ବରଙ୍କଠାରୁ ଲୁଚିକି ରହିପାରିବେ।

Job 36 illustration - Job Chapter 36

21ଆୟୁବ, ତୁମ୍ଭେ ବହୁତ କଷ୍ଟ ସହିଲଣି। ତଥାପି ମନ୍ଦ ବିଷଯ ପସନ୍ଦ କର ନାହିଁ। ସାବଧାନ, ଭୁଲ୍ କାମ କର ନାହିଁ।

22ଦେଖ, ପରମେଶ୍ବରଙ୍କ ଶକ୍ତି ତାଙ୍କୁ ମହାନ କରିଛି। ପରମେଶ୍ବର ହେଉଛନ୍ତି ସବୁଠାରୁ ବଡ଼ ଶିକ୍ଷକ।

23କହେି ଜଣେ ବ୍ଯକ୍ତି ପରମେଶ୍ବରଙ୍କୁ କ'ଣ କାର୍ୟ୍ଯ କରିବେ କହିପାରିବ ନାହିଁ। କହେି ତାଙ୍କୁ କହିପାରିବ ନାହିଁ, ' ହେ ପରମେଶ୍ବର, ତୁମ୍ଭେ ଭୁଲ୍ କରିଛ।'

24ମନରେଖ, ପରମେଶ୍ବରଙ୍କ କାର୍ୟ୍ଯ ପାଇଁ ତାଙ୍କୁ ପ୍ରଶଂସା କର। ବହୁତ ଲୋକେ ପରମେଶ୍ବରଙ୍କୁ ପ୍ରଶଂସା କରି ଅନକେ ଗୀତ ଲେଖିଛନ୍ତି।

25ପ୍ରେତ୍ୟକକ ଲୋକ ପରମେଶ୍ବର କ'ଣ କରିଛନ୍ତି ଦେଖିପାରିବ। ଦୂର ଦେଶର ଲୋକମାନେ ସହେିସବୁ କଥା ଦେଖିପାରିବେ।

Job 36 illustration - Job Chapter 36

26ହଁ, ପରମେଶ୍ବର ମହାନ୍ ଅଟନ୍ତି। ଆମ୍ଭେ କିନ୍ତୁ ତାଙ୍କର ମହାନତାକୁ ବୁଝିପାରୁ ନାହୁଁ। ଏହା ଜାଣିବା ଅସମ୍ଭବ ପରମେଶ୍ବର କେତେ ବର୍ଷରୁ ଅଛନ୍ତି।

27ପରମେଶ୍ବର ଭୂମରୁ ଜଳ ନିଅନ୍ତି ଓ ତାକୁ କୁହୁଡ଼ି ଓ ବର୍ଷା ରେ ପରିଣତ କରନ୍ତି।

28ତେଣୁ ବାଦଲ ଖଣ୍ଡ ଜଳ ବୃଷ୍ଟି କରନ୍ତି। ତା' ଫଳ ରେ ବର୍ଷାଜଳ ଅନକେ ଲୋକଙ୍କ ଉପରେ ପଡ଼େ।

29କହେି ବୁଝିପାରିବେ ନାହିଁ ଯେ, ପରମେଶ୍ବର ମେଘକୁ ବାହା ରେ ବିସ୍ତାର କରନ୍ତି କି ଆକାଶ ରେ ଘଡ଼ଘଡ଼ି କିପରି ମା ରେ।

30ଦେଖ, ପରମେଶ୍ବର କମେିତି ପୃଥିବୀ ଉପରେ ବିଜୁଳିର ଆଲୋକ ବିସ୍ତାର କରନ୍ତି ଓ ସମୁଦ୍ରର ଗଭୀରତମ ପ୍ରଦେଶକୁ ମଧ୍ଯ ଆଚ୍ଛାଦିତ କରି ଦିଅନ୍ତି।

Job 36 illustration - Job Chapter 36

31ପରମେଶ୍ବର ସମାନଙ୍କେୁ ବ୍ଯବହାର କରନ୍ତି ଦେଶମାନଙ୍କୁ ନିଯନ୍ତ୍ରଣ କରିବା ପାଇଁ ଓ ପ୍ରଚୁର ଖାଦ୍ୟ ସମାନଙ୍କେୁ ଦବୋପାଇଁ।

32ପରମେଶ୍ବର ନିଜ ହାତ ରେ ବିଜୁଳି ଆଚ୍ଛାଦନ କରି ସେ ନିଜେ ଚାହୁଁଥିବା ଜାଗାମାନଙ୍କୁ ମାରନ୍ତି।

33ଘଡ଼ଘଡ଼ି ସୂଚନା ଦିଏ ଯେ ଝଡ଼ ଆସୁଛି। ଏପରିକି ପଶୁପଲ ମଧ୍ଯ ଆଗାମୀ ଝଡ଼ ବତାସ ଆସିବା ଜାଣିପାରନ୍ତି।

Chapter Complete

You have read Job 36

33 verses