Lumina
Job

Job Replies to Zophar

Job 12·Oriya Bible

1ତା'ପରେ ଆୟୁବ ସମାନଙ୍କେୁ ଉତ୍ତର ଦଇେ କହିଲା,

2ତୁମ୍ଭେ ଭାବୁଛ ତୁମ୍ଭେ କବଳେ ଜ୍ଞାନୀ ଲୋକ। ତୁମ୍ଭେ ଭାବୁଛ ତୁମ୍ଭେ ମରିଗଲେ ତୁମ୍ଭ ସହିତ ଜ୍ଞାନ ମଧ୍ଯ ମରିୟିବ।

3କିନ୍ତୁ ମାରେ ମନ ତୁମ୍ଭର ମନ ଭଳି ଭଲ। ମୁଁ ତୁମ୍ଭ ଠାରୁ ନ୍ଯୁନ ନୁହେଁ। ଯେ କୌଣସି ଲୋକ ଏହା ସତ୍ଯ ବୋଲି ଦେଖିପାରିବ।

4ମୁଁ ମାରେ ବନ୍ଧୁମାନଙ୍କର ହାସ୍ଯାସ୍ପଦର ପାତ୍ର ହାଇେଅଛି। ସମାନେେ କୁହନ୍ତି : ସେ 'ପରମେଶ୍ବରଙ୍କୁ ଡ଼ାକିଲା ଓ ପରମେଶ୍ବର ତାକୁ ଉତ୍ତର ଦେଲେ। ସେଥିପାଇଁ ଏପରି ସବୁ ଅମଙ୍ଗଳ ତାକୁ ଘଟିଲା।' ମୁଁ ଜଣେ ଧାର୍ମିକ ବ୍ଯକ୍ତି, ମୁଁ ସରଳ ତଥାପି ସମାନେେ ମାେତେ ଦେଖି ହସନ୍ତି।

5ମଶାଲ ତା' ପାଇଁ ଆବଶ୍ଯକ ନାହିଁ ୟିଏ ନିଜକୁ ସୁରକ୍ଷିତ ବୋଲି ଭାବେ। ଏହା ସହେିମାନଙ୍କ ପାଇଁ ଉପ ଯୋଗୀ, ଯେଉଁମାନଙ୍କର ପାଦ ଖସି ଯାଉଛି।

Job 12 illustration - Job Chapter 12

6ଡ଼କାଯତମାନଙ୍କ ତମ୍ବୁଗୁଡ଼ିକ ସୁରକ୍ଷିତ ଅଟେ। ଯେଉଁମାନେ ପରମେଶ୍ବରଙ୍କୁ ବିରକ୍ତ କରାନ୍ତି, ସମାନେେ ଶାନ୍ତି ରେ ରହନ୍ତି ଏବଂ ସମାନଙ୍କେର ବଳ ହେଉଛି ସମାନଙ୍କେର ପରମେଶ୍ବର।

7ତୁମ୍ଭେ ଜନ୍ତୁମାନଙ୍କୁ ପଚାର ସମାନେେ ତୁମ୍ଭକୁ ଶିକ୍ଷା ଦବେେ, ତୁମ୍ଭେ ଆକାଶର ପକ୍ଷୀମାନଙ୍କୁ ପଚାର ସମାନେେ ତୁମ୍ଭକୁ କହିବେ।

8ତୁମ୍ଭେ ପୃଥିବୀକୁ ପଚାର ସେ ତୁମ୍ଭକୁ ଶିକ୍ଷା ଦବେ। ତୁମ୍ଭେ ସମୁଦ୍ରର ମାଛକୁ ପଚାର ସେ ତୁମ୍ଭକୁ ଜ୍ଞାନ କଥା କହିବ।

9ଏକଥା ସମସ୍ତେ ଜାଣନ୍ତି ସଦାପ୍ରଭୁ ଏସବୁ ସୃଷ୍ଟି କରିଛନ୍ତି।

10ପ୍ରେତ୍ୟକକ ଜୀବନ୍ତ ପ୍ରାଣୀ ଓ ନିଶ୍ବାସ ନଇେ ବଞ୍ଚୁଥିବା ମଣିଷସବୁ ପରମେଶ୍ବରଙ୍କ ଶକ୍ତିର ଅଧୀନ ରେ।

Job 12 illustration - Job Chapter 12

11କିନ୍ତୁ ଜିହ୍ବା ଯେପରି ଖାଦ୍ୟର ସ୍ବାଦ ବାରିପା ରେ। କାନ ସପରେି ଶୁଣୁଥିବା ଶବ୍ଦକୁ ବାରିପା ରେ।

12ତେଣୁ ଆମ୍ଭେ କହୁଛୁ, 'ଜ୍ଞାନ ବୃଦ୍ଧ ଲୋକମାନଙ୍କଠା ରେ ଅଛି। ବୁଝାମଣା ଦୀର୍ଘଜୀବନ ବଢ଼ାଏ।'

13କିନ୍ତୁ ଜ୍ଞାନ ଓ ଶକ୍ତି ପରମେଶ୍ବରଙ୍କଠା ରେ ଅଛି। ସଦୁପଦେଶ ଓ ବୁଝିବା ଶକ୍ତି ତାଙ୍କର ଅଛି।

14ଯଦି ପରମେଶ୍ବର କିଛି ଚିରି ଦିଅନ୍ତି, ଲୋକେ ତାହାକୁ ଆଉ ପୁଣି ତିଆରି କରିପାରନ୍ତି ନାହିଁ। ଯଦି ପରମେଶ୍ବର ଜଣକୁ ବନ୍ଦୀଗୃହ ରେ ପକାଇ ଦିଅନ୍ତି, ଲୋକେ ଚେଷ୍ଟାକରି ମଧ୍ଯ ତାକୁ ମୁକୁଳାଇ ପାରନ୍ତି ନାହିଁ।

15ଯେତବେେଳେ ପରମେଶ୍ବର ବର୍ଷାକୁ ରଦ୍ଦ କରନ୍ତି, ତା' ହେଲେ ପୃଥିବୀ ଶୁଷ୍କ ହାଇୟୋଏ ଏବଂ ସେ ଯେତବେେଳେ ବର୍ଷା ଛାଡ଼ି ଦିଅନ୍ତି, ତା' ହେଲେ ପୃଥିବୀ ରେ ବନ୍ଯା ହାଇୟୋଏ।

Job 12 illustration - Job Chapter 12

16ପରମେଶ୍ବର ଅତ୍ଯନ୍ତ ବଳଶାଳୀ, ସବୁଠା ରେ ତାଙ୍କର ବିଜଯ ସୁନିଶ୍ଚିତ। ତେଣୁ ହାରିବା ଓ ଜିତିବା ସବୁ ପରମେଶ୍ବରଙ୍କ ଉପରେ ନିର୍ଭର କରେ।

17ପରମେଶ୍ବର ପରାମର୍ଶଦାତାମାନଙ୍କର ଜ୍ଞାନକୁ ହରଣ କରି ନିଅନ୍ତି ଓ ନେତା ବା ବିଚାରକମାନଙ୍କୁ ନିର୍ବୋଧ ରେ ପରିଣତ କରନ୍ତି।

18ରାଜା ଲୋକମାନଙ୍କୁ ବନ୍ଦୀ ଗୃହ ରେ ନିକ୍ଷପେ କରନ୍ତି। କିନ୍ତୁ ପରମେଶ୍ବର ସହେି ଲୋକମାନଙ୍କୁ ମୁକ୍ତି ଦଇେ ଆହୁରି ଅଧିକ ଶକ୍ତିଶାଳୀ କରି ଦିଅନ୍ତି।

19ପରମେଶ୍ବର ଯାଜକମାନଙ୍କ ଶକ୍ତିକୁ ହରଣ କରି ନିଅନ୍ତି ଓ ଅଧିକ ପରାକ୍ରମଶାଳୀ ପାରିଷଦମାନଙ୍କୁ ପରାସ୍ତ କରନ୍ତି, ଯେଉଁମାନେ କି ନିଜକୁ ସବୁଠାରୁ ନିରାପଦ ମନକରେନ୍ତି।

20ପରମେଶ୍ବର ବିଶ୍ବସ୍ତ ପରାମର୍ଶଦାତାମାନଙ୍କୁ ମଧ୍ଯ ଚୁପ କରାଇ ଦିଅନ୍ତି ଓ ବୃଦ୍ଧ ଲୋକମାନଙ୍କ ବୁଦ୍ଧିକୁ ହରଣ କରି ନିଅନ୍ତି।

Job 12 illustration - Job Chapter 12

21ପରମେଶ୍ବର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି। ସେ ଶାସକଠାରୁ କ୍ଷମତା ମଧ୍ଯ ଛଡ଼ାଇ ନିଅନ୍ତି।

22ପରମେଶ୍ବର ଅନ୍ଧକାରର ଗୂଢ଼ ରହସ୍ଯକୁ ଜାଣନ୍ତି। ସେ ମୃତ୍ଯୁଭଳି ଘନ ଅନ୍ଧକାର ଆଚ୍ଛାଦିତ ସ୍ଥାନକୁ ଆଲୋକିତ କରିଦଇେ ପାରନ୍ତି।

23ପରମେଶ୍ବର ରାଜ୍ଯକୁ ଦୃଢ଼ ଓ ଶକ୍ତିଶାଳୀ କରନ୍ତି ଓ ଶଷେ ରେ ତାକୁ ବିଛାଡ଼ି ପକାନ୍ତି। ସେ ରାଜ୍ଯକୁ ବୃଦ୍ଧି କରନ୍ତି ଏବଂ ତା'ର ଲୋକମାନଙ୍କୁ ବିନାଶ କରନ୍ତି।

24ପରମେଶ୍ବର ନେତାମାନଙ୍କୁ ବୋକା ବନାଇ ମରୁଭୂମିରେ ଉଦ୍ଦେଶ୍ଯହୀନ ଭାବରେ ବୁଲାଇ ବାଟବଣା କରିଦିଅନ୍ତି।

25ସହେି ନେତାମାନେ ଆଲୋକ ବିନା ଅନ୍ଧାର ରେ ଦରାଣ୍ଡି ହୁଅନ୍ତି। ପରମେଶ୍ବର ସମାନଙ୍କେୁ ମାତାଲ ଭଳି ଟଳମଳ ଓ ଇତସ୍ତତଃ କରାନ୍ତି।

Chapter Complete

You have read Job 12

25 verses