Lumina
Jeremiah

Judgment on Babylon

Jeremiah 50·Oriya Bible

1ସଦାପ୍ରଭୁ ଯିରିମିୟ ଭବିଷ୍ଯଦବକ୍ତାଙ୍କ ମାଧ୍ଯମ ରେ ବାବିଲ ବିଷଯ ରେ ଓ କଲଦୀଯମାନଙ୍କ ବିଷଯ ରେ ଏହି ବାର୍ତ୍ତା ଦେଲେ। ତାହା ଏହିପରି :

2ତୁମ୍ଭମାନେେ ଗୋଷ୍ଠୀଗଣ ମଧିଅରେ ପ୍ରକାଶ କରି ପ୍ରଚାର କର। ଧ୍ବଜା ଉଠାଇ ପ୍ରଚାର କର ଓ ଗୋପନ ନ ରଖି କୁହ, 'ବାବିଲ ହସ୍ତଗତ ହେଲା, ବଲେ ଲଜ୍ଜିତ ହେଲା ; ମରୋଦକ ବିସ୍ମିତ ହେଲା ; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦବେତା ସକଳ ବିସ୍ମିତ ହେଲେ।'

3କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ବାବିଲ ବିରୁଦ୍ଧ ରେ ଆସିବେ। ସମାନେେ ତାକୁ ଧ୍ବଂସ କରିବେ। ତାହା ମଧିଅରେ କହେି ବାସ କରିବେ ନାହିଁ, ମନୁଷ୍ଯ ଓ ପଶୁ ସଠାରୁେ ପଳାଯନ କରିବେ।

4 ସେ ସମୟରେ ଇଶ୍ରାୟେଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହାଇଯେିବେ। ସମାନେେ କାନ୍ଦି କାନ୍ଦି ଆସିବେ, ଯେତବେେଳେ ସମାନେେ ସମାନଙ୍କେର ସଦାପ୍ରଭୁ ପରମେଶ୍ବରଙ୍କର ଅନ୍ବଷେଣ କରିବେ।

5ସମାନେେ ସିୟୋନକୁ ୟିବାକୁ ପଥ ପଚାରିବେ। ସହେିଆଡ଼େ ମୁଖକରି ସମାନେେ କହିବେ, 'ତୁମ୍ଭମାନେେ ଆସ, ଆମ୍ଭମାନଙ୍କ ସହିତ ଅନନ୍ତକାଳସ୍ଥାଯୀ ଅବିସ୍ମରଣୀଯ ନିଯମ ଦ୍ବାରା ସଦାପ୍ରଭୁଙ୍କଠା ରେ ଆସକ୍ତ ହୁଅ।'

Jeremiah 50 illustration - Jeremiah Chapter 50

6ଆମ୍ଭର ଲୋକମାନେ ହଜିଲା ମଷେ ସଦୃଶ ହାଇେଅଛନ୍ତି। ସମାନଙ୍କେର ପାଳକମାନେ ସମାନଙ୍କେୁ ବିପଥରେ ଗମନ କରାଇଅଛନ୍ତି। ବିଭିନ୍ନ ପର୍ବତ ରେ ସମାନଙ୍କେୁ ବାଟ ଭୁଲାଇ ଭ୍ରମଣ କରାଇ ଅଛନ୍ତି। ସମାନେେ ପର୍ବତରୁ ଉପପର୍ବତକୁ ଗମନ କରିଛନ୍ତି। ଆଉ ସମାନେେ ନିଜର ବିଶ୍ରାମ ସ୍ଥାନ ପାଶୋରି ଅଛନ୍ତି।

7ଯେଉଁମାନେ ସମାନଙ୍କେୁ ପାଇଲେ, ସମାନଙ୍କେୁ ଗ୍ରାସ କରିଅଛନ୍ତି। ସମାନଙ୍କେର ଶତ୍ରୁମାନେ କହିଲେ, 'ଆମ୍ଭମାନେେ କୌଣସି ପାପ କରି ନାହୁଁ।' କାରଣ ସମାନେେ ସଦାପ୍ରଭୁଙ୍କର ବିରୁଦ୍ଧ ରେ ପାପ କରିଅଛନ୍ତି, ସମାନଙ୍କେର ଧାର୍ମିକ ବିଶ୍ରାମସ୍ଥଳ ଯେଉଁମାନଙ୍କ ଉପ ରେ ସମାନଙ୍କେର ପୂର୍ବପୁରୁଷଗଣ ନିର୍ଭର କରିଥିଲେ।

8ତୁମ୍ଭମାନେେ ବାବିଲରୁ ପଳାଅ ଓ କଲଦୀଯମାନଙ୍କ ଦେଶ ମଧ୍ଯରୁ ବାହାରି ୟାଅ। ଆଉ ପଲର ଅଗ୍ରଗାମୀ ଛାଗ ସ୍ବରୂପ ହୁଅ।

9ଆମ୍ଭେ ଉତ୍ତର ଦେଶ ବହୁ ଗୋଷ୍ଠୀଙ୍କୁ ଉତ୍ତଜେିତ କରି ବାବିଲ ବିରୁଦ୍ଧ ରେ ଆଣିବା। ସମାନେେ ତା' ବିରୁଦ୍ଧ ରେ ସଜ୍ଜିତ ହାଇେ ୟୁଦ୍ଧ କରିବେ ଓ ବାବିଲ ସମାନଙ୍କେ ଦ୍ବାରା ଅଧିକୃତ ହବେ। ସମାନଙ୍କେର ବାଣ ନିପୁଣ ବୀର ପୁରୁଷର ବାଣପରି ହବେ। କୌଣସି ବାଣ ବିଫଳ ହବେ ନାହିଁ।

10ସମାନେେ କଲଦୀଯମାନଙ୍କର ସମସ୍ତ ଲୁଣ୍ଠନ କରିବେ। ସଦାପ୍ରଭୁ କହନ୍ତି, ସମାନେେ ନିଜର ସନ୍ତାଷେ ଅନୁସାରେ ଲୁଣ୍ଠନ କରିବେ।

Jeremiah 50 illustration - Jeremiah Chapter 50

11 ହେ ବାବିଲ, ତୁମ୍ଭେ ମାରେ ସମ୍ପତ୍ତିର ଲୁଣ୍ଠନ କରିଛ। ତୁମ୍ଭମାନେେ ଆନନ୍ତ ଓ ଉଲ୍ଲାସ କରୁଅଛ। ତୁମ୍ଭମାନେେ ଶସ୍ଯ ମର୍ଦ୍ଦନକାରୀ ବଳଦ ସଦୃଶ କୁଦା ମାରୁଛ ଓ ବଳବାନ୍ ଅଶ୍ବପରି ହେସ୍ରାରବ କରୁଅଛ।

12କିନ୍ତୁ ତୁମ୍ଭମାନଙ୍କର ମାତା ଅତିଶଯ ଲଜ୍ଜିତା ହବେ, ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶ ହବେେ। ବାବିଲ ଗୋଷ୍ଠୀଗଣ ମଧିଅରେ ନ୍ଯୁନ ହବେ। ଆଉ ସେ ପ୍ରାନ୍ତର ଶୁଷ୍କସ୍ଥାନ ଓ ମରୁଭୂମି ହବେ।

13ସଦାପ୍ରଭୁଙ୍କ କୋପ ଯୋଗୁଁ ତାହା ନିର୍ଜନ ସ୍ଥାନ ହବେେ ଓ ସମ୍ପୂର୍ଣ୍ଣ ଧ୍ବଂସ ସ୍ଥାନ ରେ ପରିଣତ ହବେ। ଯେଉଁ ଲୋକ ବାବିଲ ନିକଟ ଦଇେ ୟିବ, ସେ ବିସ୍ମିତ ହବେ ଓ ତାହାର ଦୁରାବସ୍ଥା ଦେଖି ଶୀସ୍ ଶବ୍ଦ କରିବ।

14 ହେ ଧନୁର୍ଦ୍ଧର ବୀରଗଣ, ତୁମ୍ଭମାନେେ ବାବିଲ ବିରୁଦ୍ଧ ରେ ଆପଣା ସୈନ୍ଯ ସଜାଅ। ତୁମ୍ଭମାନଙ୍କର କୌଣସି ବାଣ ନ ରଖି ତାହା ପ୍ରତି ନିକ୍ଷପେ କର, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛି।

15ବାବିଲର ଚତୁର୍ଦ୍ଦିଗ ରେ ବିଜଯର ସିଂହନାଦ କର, ସେ ନିଜକୁ ସମର୍ପଣ କରିଅଛି। ତାହାର ସମସ୍ତ ଗଡ଼ ପତିତ ହାଇେଅଛି ଓ ପ୍ରାଚୀରସବୁ ଉତ୍ପାଟିତ ହାଇେଅଛି। କାରଣ ଏହା ସଦାପ୍ରଭୁଙ୍କ ଦ୍ବାରା ଦଯେ ପ୍ରତିଶାଧେ। ତାହାଠାରୁ ପ୍ରତି ଶାଧେ ନିଅ। ସେ ଯେପରି କରିଅଛି, ତାହା ପ୍ରତି ସହେିପରି କର।

Jeremiah 50 illustration - Jeremiah Chapter 50

16ତୁମ୍ଭମାନେେ ବାବିଲର ବୀଜବପନକାରୀଙ୍କୁ ଓ ଶସ୍ଯ ସଂଗ୍ରହକାରୀଙ୍କୁ ବିନାଶ କର। ବାବିଲକୁ ଆସିଥିବା ବନ୍ଦୀମାନେ ନିଜ ନିଜ ଲୋକଙ୍କ ନିକଟକୁ ଫରେିଯିବେ। ସମାନେେ ନିଜ ନିଜ ଦେଶକୁ ପଳାଇବେ।

17ଇଶ୍ରାୟେଲ ଚ୍ଛିନ୍ନଭିନ୍ନ ହାଇେଥିବା ମଷେ ସ୍ବରୂପ ସେ ସିଂହମାନଙ୍କ ଦ୍ବାରା ବିତାଡ଼ିତ ହାଇେଅଛି। ପ୍ରଥମେ ଅଶୂରର ରାଜା ତାକୁ ଗ୍ରାସ କଲା। ଆଉ ଶଷେ ରେ ବାବିଲର ରାଜା ନବୂଖଦନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଲା।

18ତେଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ଅଶୂରର ରାଜାକୁ ଯେଉଁପରି ଶାସ୍ତି ଦଇେଥିଲୁ, ସହେିପରି ବାବିଲର ରାଜାକୁ ଓ ତାହାର ଲୋକମାନଙ୍କୁ ଦଣ୍ଡ ଦବୋ।

19ଆମ୍ଭେ ଇଶ୍ରାୟେଲକୁ ପୁନର୍ବାର ତା'ର ଚରାସ୍ଥାନକୁ ଆଣିବା, ସେ କର୍ମିଲ ଓ ବାଶନ ଉପ ରେ ଚରିବ। ଆଉ ସେ ଇଫ୍ରଯିମର ଓ ଗିଲିଯଦର ପର୍ବତମାନଙ୍କ ଉପ ରେ ଭୋଜନ କରି ପରିତୃପ୍ତ ହବେେ।

20ସଦାପ୍ରଭୁ କହନ୍ତି, ସେତବେେଳେ ଇଶ୍ରାୟେଲର ଅଧର୍ମ ଖୋଳାୟିବ, ମାତ୍ର କିଛି ମିଳିବ ନାହିଁ ; ଯିହୁଦାର ପାପ ଅନ୍ବଷେଣ କରାୟିବ, ମାତ୍ର ସମାନେେ କିଛି ପାଇବେ ନାହିଁ। ଆମ୍ଭେ ଅବଶିଷ୍ଟ ଲୋକମାନଙ୍କୁ କ୍ଷମା କରିଦବୋ, ଯେଉଁମାନଙ୍କୁ ଆମ୍ଭେ ରକ୍ଷା କରିଛୁ।

Jeremiah 50 illustration - Jeremiah Chapter 50

21ପୁଣି ସଦାପ୍ରଭୁ କହନ୍ତି, ତୁମ୍ଭେ ମରାଥଯିମ୍ ଓ ପପୋଦ ନିବାସୀମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କର। ସମାନଙ୍କେ ପେଛ ପେଛ ୟାଇ ସମାନଙ୍କେୁ ସମ୍ପୂର୍ଣ୍ଣ ରୂପେ ନିଃଶଷେ କର। ଆମ୍ଭର ଆଜ୍ଞାକୁ କହିବାନୁସା ରେ ପାଳନ କର।

22ଦେଶସାରା ସଂଗ୍ରାମର ଓ ମହା ବିନାଶର ଶବ୍ଦ ଶୁଣାୟାଇଛି।

23'ସମଗ୍ର ପୃଥିବୀ ରେ ବାବିଲକୁ ହାତୁଡ଼ି' ବୋଲି ବିବଚେନା କରାଯାଉଥିଲା। ସହେି 'ହାତୁଡ଼ି' ଖଣ୍ଡ ଖଣ୍ଡ ହାଇେ ଭାଙ୍ଗି ୟାଇଛି ଓ ଗୋଷ୍ଠୀ ମଧିଅରେ ବାବିଲ ଏକ ମରୁଭୂମି ହାଇେଅଛି।

24ହେ ବାବିଲ, ଆମ୍ଭେ ତୁମ୍ଭ ପାଇଁ ଫାଶ ବସାଇଥିଲୁ, ଏବଂ ଅଜାଣତ ରେ ତୁମ୍ଭେ ସହେି ଫାଶ ରେ ପଡ଼ିୟାଇଛ। ତୁମ୍ଭକୁ ଧରାଗଲା କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ୟୁଦ୍ଧ କରିଥିଲ

25ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ ଆପଣା କୋର୍ଧରୂପ ଅସ୍ତ୍ରସବୁ ବାହାର କରି ଆଣିଛନ୍ତି। କାରଣ ସୈନ୍ଯାଧିପତି ସଦାପ୍ରଭୁଙ୍କର କଲଦୀଯମାନଙ୍କ ଦେଶ ରେ ସମାନଙ୍କେ ପାଇଁ କିଛି କରିବାର ଅଛି।

Jeremiah 50 illustration - Jeremiah Chapter 50

26ତୁମ୍ଭମାନେେ ପ୍ରାନ୍ତ ସୀମାରୁ ତାହା ବିରୁଦ୍ଧ ରେ ଆସ। ତାହାର ଭଣ୍ଡାରସବୁ ଖାଲିଦେିଅ। ତାହାକୁ ସମ୍ପୂର୍ଣ୍ଣରୂପେ ବିନାଶ କରି ରାଶିପରି ଢ଼ିପି କର। ତାହାର କିଛି ଅବଶିଷ୍ଟ ରଖ ନାହିଁ।

27ତାହାର ବୃଷଭ ସବୁକୁ ବଧ କର। ସେସବୁ ବଧ ସ୍ଥାନକୁ ୟାଆନ୍ତୁ। ସମାନେେ ସନ୍ତାପର ପାତ୍ର, କାରଣ ସମାନଙ୍କେର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।

28ଯେଉଁ ରକ୍ଷାପ୍ରାପ୍ତ ପଳାତକମାନେ ବାବିଲ ଦେଶରୁ ସ୍ଯୋନକୁ ଚାଲି ଯାଉଥିଲେ, ସମାନେେ ସମସ୍ତଙ୍କୁ କହୁଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କର ପ୍ରତି ଶାଧେ ନବୋର ସମୟ ଆସିୟାଇଛି। କଲଦୀଯମାନେ ତାଙ୍କର ମନ୍ଦିର ଭାଙ୍ଗିଛନ୍ତି। ତେଣୁ ସେ ବାବିଲକୁ ଧ୍ବଂସ କରୁଛନ୍ତି।

29ବାବିଲ ବିରୁଦ୍ଧ ରେ ସମସ୍ତ ଧନୁର୍ଦ୍ଧରମାନଙ୍କୁ ଧନୁ ରେ ଗୁଣ ଦବୋକୁ ଏକତ୍ରୀତ କର। ତାହା ବିରୁଦ୍ଧ ରେ ଚାରିଆଡ଼େ ଏକତ୍ରୀତ ହୁଅ। ତାହା ବିରୁଦ୍ଧ ରେ ଚାରିଆଡ଼େ ଛାଉଣୀ ସ୍ଥାପନ କର। ସେଥିରୁ ତାକୁ ରକ୍ଷା ପାଇବାକୁ ଦିଅ ନାହିଁ। ତାହାର କର୍ମାନୁସା ରେ ତାକୁ ପ୍ରତିଫଳ ଦିଅ। ସେ ଯେପରି କରିଛି ତା' ପ୍ରତି ସହେିପରି କର। କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଓ ଇଶ୍ରାୟେଲର ଧର୍ମସ୍ବରୂପ ବିରୁଦ୍ଧ ରେ ନିଷ୍ଠୁର ହାଇେଅଛ।

30ଏଣୁ ସଦାପ୍ରଭୁ କହନ୍ତି, ସହେିଦିନ ତା'ର ୟୁବକଗଣ ଛକରେ ମୃତ ହାଇେ ପତିତ ହବେେ ଓ ତା'ର ଯୋଦ୍ଧାମାନେ ମୃତ୍ଯୁବରଣ କରିବେ।

Jeremiah 50 illustration - Jeremiah Chapter 50

31 ହେ ଉଦ୍ଧତ ବାବିଲ, ଆମ୍ଭେ ତୁମ୍ଭ ବିପକ୍ଷ ରେ ଅଛୁ। ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯେ ହତେୁ ତୁମ୍ଭ ବିରୁଦ୍ଧ ରେ ଅଛୁ, ତେଣୁ ତୁମ୍ଭର ପ୍ରତିଫଳ ପାଇବାର ଦିନ ଆସିଅଛି।

32ଅହଙ୍କାରୀ ଜଣକ ଝୁଣ୍ଟି ପଡ଼ିବ ଓ କହେି ତାକୁ ଉଠାଇବେ ନାହିଁ। ପୁଣି ଆମ୍ଭେ ତା'ର ନଗର ରେ ଅଗ୍ନି ଲଗାଇବା ଓ ସେ ତା'ର ଚତୁର୍ଦ୍ଦିଗ ରେ ସମସ୍ତଙ୍କୁ ଗ୍ରାସ କରିବ।

33ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଉଭୟ ଇଶ୍ରାୟେଲ ଓ ଯିହୁଦାର ପୁତ୍ରଗଣ ଅତ୍ଯାଚାରିତ ହାଇେଛନ୍ତି। ଯେଉଁ ଶତ୍ରୁଗଣ ସମାନଙ୍କେୁ ବନ୍ଦୀ କରି ନେଲେ ସମାନେେ ସମାନଙ୍କେୁ ଦୃଢ଼ ହସ୍ତ ରେ ଧରି ରଖିଲେ, ଛାଡ଼ିଲେ ନାହିଁ।

34ମାତ୍ର ସମାନଙ୍କେର ମୁକ୍ତିଦାତା ବଳବାନ, ସୈନ୍ଯାଧିପତି ସଦାପ୍ରଭୁ ସମାନଙ୍କେୁ ପୁନର୍ବାର ଫରୋଇ ଆଣିବେ। ସେ ପୃଥିବୀକୁ ଶାନ୍ତ ଓ ବାବିଲବାସୀଙ୍କୁ ଉଦବିଗ୍ନ କରିବାକୁ ସମାନଙ୍କେର ବିବାଦ ସମ୍ପୂର୍ଣ୍ଣରୂପେ ନିଷ୍ପତ୍ତି କରିବେ।

35ସଦାପ୍ରଭୁ କହନ୍ତି, କଲଦୀଯମାନଙ୍କୁ ବାବିଲର ଅଧିପତିଗଣଙ୍କୁ ଓ ଜ୍ଞାନୀମାନଙ୍କୁ ଖଡ୍ଗ ବିନାଶ କରିବ।

Jeremiah 50 illustration - Jeremiah Chapter 50

36ଗଣକମାନେ ଖଡ୍ଗ ରେ ବଧ ହବେ, ସମାନେେ କଡ଼େେ ନିର୍ବୋଧ ତାହା ଦଖାଇବୋ ପାଇଁ ଖଡ୍ଗ ସୈନ୍ଯମାନଙ୍କୁ ବନାଶ କରିବ, ଫଳ ରେ ସମାନେେ ଭୟଭୀତ ହବେେ।

37ଆଉ ସମାନଙ୍କେର ଅଶ୍ବଗଣକୁ, ରଥଗୁଡ଼ିକୁ ଓ ତହିଁରେ ବାସ କରୁଥିବା ମିଶ୍ରିତ ଲୋକମାନଙ୍କୁ ଖଡ୍ଗ ବିନାଶ କରିବ ଓ ସମାନେେ ଭୟଭୀତା ସ୍ତ୍ରୀମାନଙ୍କ ପରି ହବେେ। ସମାନଙ୍କେର ଭଣ୍ଡାରସବୁ ଖଡ୍ଗ ରେ ବିନଷ୍ଟ ହବେ ଓ ସେସବୁ ଲୁଣ୍ଠିତ ହବେ।

38ତାହାର ଜଳାଶଯଗୁଡ଼ିକ ଖଡ୍ଗର ଆଘାତ ରେ ଜଳଶୂନ୍ଯ ହବେ। ଆଉ ତା'ର ଖାଦେିତ ପ୍ରତିମାଗଣ ଯୋଗୁଁ ତା'ର ଲୋକମାନେ ନିର୍ବୋଧ ହାଇେଅଛନ୍ତି ଓ ସମାନଙ୍କେ ପାଇଁ ମନ୍ଦଫଳ ଘଟିବ।

39ବାବିଲ ଆଉ କବେେ ଜନବସତି ଯୋଗ୍ଯ ହବେ ନାହିଁ। ବନ୍ଯପଶୁ, କନ୍ଦେୁଆମାନେ ସଠାେ ରେ ବାସ କରିବେ। ଓଟପକ୍ଷୀମାନେ ବିଶ୍ରାମ କରିବେ। ତାହା ପୁରୁଷାନୁକ୍ରମେ ବସତି ଯୋଗ୍ଯ ହବେ ନାହିଁ।

40ସଦାପ୍ରଭୁ କହନ୍ତି, ପରମେଶ୍ବର ସଦୋମ, ହ ମାରୋ ଓ ତନ୍ନିକଟବର୍ତ୍ତୀ ନଗରସବୁ ଯେଉଁପରି ଧ୍ବଂସ କରିଥିଲେ, ସହେିପରି ବାବିଲ ଧ୍ବଂସ ପାଇବ। ସଠାେ ରେ କହେି ଲୋକ ବାସ କରିବେ ନାହିଁ କି ମନୁଷ୍ଯପୁତ୍ର ତହିଁରେ ପ୍ରବାସ କରିବେ ନାହିଁ।

Jeremiah 50 illustration - Jeremiah Chapter 50

41 ଦେଖ, ଉତ୍ତର ଦିଗରୁ ଏକ ଶକ୍ତିଶାଳୀ ଗୋଷ୍ଠୀରୁ ଲୋକମାନେ ଆସୁଛନ୍ତି ଓ ପୃଥିବୀସ୍ଥ ସମସ୍ତ ପ୍ରାନ୍ତରୁ ବହୁରାଜା ଏକତ୍ର ଆସୁଛନ୍ତି।

42ସମାନେେ ଧନୁ ଓ ବର୍ଚ୍ଛା ଧରିଛନ୍ତି, ସମାନେେ ନିଷ୍ଠୁର ଓ ନିର୍ଦ୍ଦଯ। ସମାନେେ ସମୁଦ୍ର ପରି ଗର୍ଜନ କରୁଛନ୍ତି। ସମାନେେ ଅଶ୍ବାରୋହଣ କରି ଅଗ୍ରସର ହେଉଛନ୍ତି। ସେ ବାବିଲ, ସମାନେେ ସମସ୍ତେ ସୁସଜ୍ଜିତ ହାଇେ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି।

43ଆଉ ବାବିଲର ରାଜା ସମାନଙ୍କେ ବିଷଯ ରେ ଶୁଣିଲେ ଓ ଭୟଭୀତ ହାଇପେଡ଼ିଲେ। ସେ ଏତେ ଦୁର୍ବଳ ହେଲେ ଯେ ତାଙ୍କର ହାତ ଚାଲିଲା ନାହିଁ ଓ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ଯ ବଦନୋ ଓ ୟନ୍ତ୍ରଣା ଅନୁଭବ କଲେ।

44ପୁଣି ସଦାପ୍ରଭୁ କହନ୍ତି, ପୁଣି ୟର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାଯୀ ଚାରଣଭୂମିରେ ଥିବା ସହେିମାନଙ୍କୁ ଭୟ ଦବୋ ପାଇଁ ଆସିବା ପରି ଆମ୍ଭେ ସମାନଙ୍କେୁ ହଠାତ୍, ସମାନଙ୍କେ ଦେଶରୁ ତଡ଼ିଦବୋ। କାହାକୁ ଆମ୍ଭେ ଏଠା ରେ ନିୟୁକ୍ତ କରିବା, କାରଣ ମାେ ପରି କହେି ନୁହଁନ୍ତି ? ସଠାେ ରେ ଆମ୍ଭକୁ ପ୍ରତି ରୋଧ କରିବା ପାଇଁ କିଏ ଅଛନ୍ତି ? ଆମ୍ଭ ସମ୍ମୁଖ ରେ ଠିଆ ହେଲାପରି ପାଳକ କିଏ ଅଛନ୍ତି ?

45ଏଣୁ ସଦାପ୍ରଭୁ ବାବିଲ ବିରୁଦ୍ଧ ରେ ଯେଉଁ ମନ୍ତ୍ରଣା ଓ କଲଦୀଯମାନଙ୍କ ବିପକ୍ଷ ରେ ଯେଉଁ ସଙ୍କଳ୍ପ କରିଅଛନ୍ତି, ତାହା ଶୁଣ। ଲୋକମାନେ ସମାନଙ୍କେ ପଲର ଛୁଆମାନଙ୍କୁ ଟାଣି ନଇେଯିବେ। ସମାନଙ୍କେର ଚରାଭୂମି ଓ ନିବାସସ୍ଥାନ ଶୂନ୍ଯ ହାଇଯେିବ।

Jeremiah 50 illustration - Jeremiah Chapter 50

46ବାବିଲର ପତନ ଘଟିବ ଓ ସହେି ପତନ ରେ ପୃଥିବୀ ପ୍ରକମ୍ପିତ ହବେ। ପୃଥିବୀର ସମସ୍ତ ଗୋଷ୍ଠୀ ସହେି କ୍ରନ୍ଦନର ଶବ୍ଦ ଶୁଣିବେ।

Chapter Complete

You have read Jeremiah 50

46 verses