Lumina
Jeremiah

Judgment on Egypt

Jeremiah 46·Oriya Bible

1ବିଭିନ୍ନ ଗୋଷ୍ଠୀଗଣ ବିଷଯ ରେ ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

2ମିଶର ଦେଶ ସମ୍ବନ୍ଧ ରେ ଏହି ବାର୍ତ୍ତା। ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋଦାରକୀମର ଅଧିକାରର ଚତୁର୍ଥ ବର୍ଷ ରେ ବାବିଲର ରାଜା ନବୂଖଦନିତ୍ସର, ମିଶରର ରାଜା ଫାରୋନଖୋର ଯେଉଁ ସୈନ୍ଯସାମନ୍ତକୁ ପରାଜଯ କଲା, ଫରାତ୍ ନଦୀ ନିକଟସ୍ଥ ଜଳୀମୀଶ ରେ ଉପସ୍ଥିତ ସହେି ସୈନ୍ଯ ସାମନ୍ତ ବିଷଯ କଥା।

3ତୁମ୍ଭମାନେେ ଚର୍ମ ରେ ଢ଼ାଲ ଓ ଫଳକ ପ୍ରସ୍ତୁତ କର ଓ ୟୁଦ୍ଧ କରିବା ଲାଗି ଅଗ୍ରସର ହୁଅ।

4ହେ ଅଶ୍ବାରୋହୀଗଣ, ତୁମ୍ଭମାନେେ ଅଶ୍ବଗଣକୁ ସଜ୍ଜିତ କରି ଆରୋହଣ କର। ମସ୍ତକରେ ଶିରସ୍ତ୍ରାଣ ପିନ୍ଧି ଠିଆ ହୁଅ। କଲମକୁ ଧାରୁଆ କର ଓ ସାଞ୍ଜୁ ପିନ୍ଧ।

5ଆମ୍ଭେ କ'ଣ ଦେଖୁଅଛୁ ? ସମାନେେ ଉଦବିଗ୍ନ ହାଇେ ପଛକୁ ଫରେୁଛନ୍ତି। ସମାନଙ୍କେର ବୀରଗଣ ପରାସ୍ତ ହାଇେଛନ୍ତି ଓ ପଛକୁ ନ ଚାହିଁ ଶୀଘ୍ର ଶୀଘ୍ର ପଳାଯନ କରୁଛନ୍ତି। ସମାନଙ୍କେ ଚତୁର୍ଦ୍ଦିଗ ରେ ଆଶଙ୍କା ଭରି ୟାଇଛି। ସଦାପ୍ରଭୁ ଏହିସବୁ କହନ୍ତି।

Jeremiah 46 illustration - Jeremiah Chapter 46

6ଦ୍ରୁତଗାମୀ ଲୋକ ପଳାଯନ କରିପାରିବେ ନାହିଁ, କିଅବା ବୀର ପୁରୁଷଗଣ ରକ୍ଷା ପାଇପାରିବେ ନାହିଁ। ଉତ୍ତର ଦିଗ ରେ ଫରାତ୍ ନଦୀ ନିକଟରେ ସମାନେେ ଝୁଣ୍ଟି ପଡ଼ିବେ ଓ ସମାନଙ୍କେର ପତନ ହବେ।

7ସେ କିଏ ଯେ କି ନୀଳନଦୀପରି ଉଠୁଅଛି ଓ ନଦୀ ସମୂହର ଜଳରାଶି ତୁଲ୍ଯ ଉତ୍କ୍ଷିପ୍ତ ହେଉଅଛି ?

8ଏହା ହେଉଛି ମିଶର ଯେ କି ନୀଳନଦୀ ତୁଲ୍ଯ ଉଠୁଅଛି। ତା'ର ଜଳରାଶି ନଦୀ ସମୂହର ତୁଲ୍ଯ ଉତ୍କ୍ଷିପ୍ତ ହେଉଅଛି। ଆଉ ସେ କହୁଅଛି, 'ମୁଁ ଉଚ୍ଛୁଳି ଉଠିବି, ମୁଁ ପୃଥିବୀକୁ ପ୍ଲାବିତ କରିବି, ମୁଁ ନଗର ସମୂହକୁ ଓ ତନ୍ନିବାସୀ ଲୋକମାନଙ୍କୁ ନଷ୍ଟ କରିବି।'

9ହେ ଅଶ୍ବାରୋହୀଗଣ, ଅଗ୍ରସର ହୁଅ। ହେ ରଥା ରୋହୀଗଣ ଦ୍ରୁତଗତି ରେ ରଥ ଚାଳନା କର, ହେ ବୀରଗଣ, ଆଗଇେ ଚାଲ। ତୁମ୍ଭମାନଙ୍କର ଢ଼ାଲ ଧର। କୁଶ୍, ପୁଟରୁ ଓ ଲୁଦୀଯରୁ ଆସିଥିବା ଢ଼ାଲବହକଗଣ, ତୁମ୍ଭମାନେେ ଧନୁ ରେ ଭଲଭାବରେ ଗୁଣ ଦିଅ।

10କିନ୍ତୁ ସେତବେେଳେ ଆମ୍ଭର ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁ ପ୍ରତି ଶାଧେ ନବେେ ଓ ସହେିଦିନ ବିପକ୍ଷମାନଙ୍କୁ ପ୍ରତିଫଳ ଦବେେ। ଖଡ୍ଗ ସମସ୍ତଙ୍କୁ ନିଃଶଷେ କରି ତୃପ୍ତ ହବେ ଓ ସମାନଙ୍କେର ରକ୍ତ ପାନକରି ତୃଷା ନିବାରଣ କରିବ। କାରଣ ଉତ୍ତର ଦେଶ ରେ ଫରାତ୍ ନଦୀ ନିକଟରେ ଆମ୍ଭମାନଙ୍କର ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁଙ୍କର ଏକ ୟଜ୍ଞସ୍ଥଳୀ ଅଛି।

Jeremiah 46 illustration - Jeremiah Chapter 46

11 ହେ ମିଶରର ଅନୂଢ଼ା କନ୍ଯା, ତୁମ୍ଭେ ଗିଲିଯଦଠାରୁ ଔଷଧ ନିଅ। ମାତ୍ର ତୁମ୍ଭେ ଯାହା ଔଷଧ ନେଲେ ମଧ୍ଯ ତାହା ବ୍ଯର୍ଥ ହବେ, ତୁମ୍ଭେ ଆରୋଗ୍ୟ ହବେ ନାହିଁ।

12ଗୋଷ୍ଠୀଗଣ ତୁମ୍ଭର କ୍ରନ୍ଦନ ଶୁଣିବେ। ତୁମ୍ଭର କାତରୋକ୍ତି ରେ ପୃଥିବୀ ପରିପୂର୍ଣ୍ଣ ହବେ। କାରଣ 'ବୀର ସୈନିକ' ଅନ୍ୟ ଜଣେ 'ବୀର ସୈନିକ' ଉପ ରେ ଝୁଣ୍ଟି ପଡ଼ିବ ଓ ସେ ଦୁ ହେଁ ଏକତ୍ର ପଡ଼ିବେ।

13ବାବିଲର ରାଜା ନବୂଖଦନିତ୍ସର ମିଶର ଦେଶକୁ ଆସି ତାକୁ ପରାସ୍ତ କରିବା କଥା ସଦାପ୍ରଭୁ ଭବିଷ୍ଯଦବକ୍ତା ଯିରିମିୟଙ୍କୁ କହିଲେ,

14ତୁମ୍ଭମାନେେ ମିଶର ରେ ପ୍ରଚାର କର, ମିଖଦୋଲ ରେ ଘାଷେଣା କର, ଆଉ ନୋଫ ଓ ତଫନ ହଷେ ରେ କୁହ, 'ତୁମ୍ଭମାନେେ ୟୁଦ୍ଧ ପାଇଁ ଠିଆ ହୁଅ ଓ ଆପଣାକୁ ପ୍ରସ୍ତୁତ କର। କାରଣ ଖଡ୍ଗ ତୁମ୍ଭ ଚାରିଆଡ଼େ ଲୋକମାନଙ୍କୁ ବିନାଶ କରିଚାଲିଛି।'

15 ହେ ମିଶର, ତୁମ୍ଭର ବଳବାନ୍ ଲୋକମାନେ ମୃତ୍ଯୁବରଣ କରିବେ ଓ ସମାନେେ ସ୍ଥିର ହାଇେ ଛିଡ଼ା ହାଇପୋରିବେ ନାହିଁ। କାରଣ ସଦାପ୍ରଭୁ ସମାନଙ୍କେୁ ତଳେ ଠଲେି ପକାଇ ଦବେେ।

Jeremiah 46 illustration - Jeremiah Chapter 46

16ସହେି ସୈନ୍ଯଗଣ ପରସ୍ପର ଉପ ରେ ଝୁଣ୍ଟି ପଡ଼ିବେ। ସମାନେେ ପୁଣି କହିବେ, 'ଉଠ, ଆମ୍ଭମାନେେ ଖଡ୍ଗରୁ ରକ୍ଷା ପାଇବା ପାଇଁ ଆପଣା ଲୋକମାନଙ୍କ ନିକଟକୁ ପଳାଇୟିବା ଓ ଆପଣା ଜନ୍ମଭୂମିକୁ ପୁନର୍ବାର ଫରେିୟିବା।'

17ସମାନଙ୍କେ ଜନ୍ମଭୂମିରେ ଲୋକମାନେ କହିବେ, 'ଫାରୋ କବଳେ ଜଣେ ଅହଙ୍କାରୀ, ୟିଏ କି ଉତ୍ତମ ସୁଯୋଗ ହାତଛଡ଼ା କରନ୍ତି।'

18ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ମୁଁ ଜୀବିତ ଥିବା ପ୍ରମାଣେ ଜଣେ ଆସୁଅଛି, ୟିଏକି ତାବୋର ପର୍ବତ ସଦୃଶ ମହାନ କିଅବା ସମୁଦ୍ର ନିକଟସ୍ଥ କର୍ମିଲ ପର୍ବତ ସଦୃଶ।

19ହେ ମିଶର କନ୍ଯା, ତୁମ୍ଭେ ନିର୍ମାସନ ୟିବା ପାଇଁ ନିଜକୁ ପ୍ରସ୍ତୁତ କର। କାରଣ ନୋଫ ଧ୍ବଂସପ୍ରାପ୍ତ ଓ ଦଗ୍ଧିଭୂତ ହବେ। ସଠାେ ରେ କହେି ଲୋକ ବାସ କରିବେ ନାହିଁ।

20ମିଶର ଗୋଟିଏ ସୁନ୍ଦରୀ ତରୁଣୀ ଗାଭୀପରି, ମାତ୍ର ଡ଼ାଆଁଶ ସଦୃଶ ଉତ୍ତର ଦିଗରୁ କଲଦୀଯମାନେ ତାକୁ ବିନାଶ କରିବାକୁ ଆସିବେ।

Jeremiah 46 illustration - Jeremiah Chapter 46

21ଆହୁରି ମିଶରର ବତନେଗ୍ରାହୀ ସୈନ୍ଯମାନେ ଗୋଶାଳାର ଗୋବତ୍ସ ତୁଳ୍ଯ। ସମାନେେ ପଳାଯନ କରିବେ। ସମାନେେ ଆକ୍ରମଣର ସମ୍ମୁଖୀନ ହାଇପୋରିବେ ନାହିଁ। କାରଣ ସମାନଙ୍କେର ବିପଦର ଦିନ ଆସୁଅଛି ଓ ସମାନେେ ଖୁବ୍ ଶୀଘ୍ର ସମାନଙ୍କେର ପ୍ରତିଫଳ ପାଇବେ।

22ମିଶର ସର୍ପତୁଲ୍ଯ ଶବ୍ଦକରି ପଳାଇବାକୁ ଚେଷ୍ଟା କରିବ। ମାତ୍ର ଶତ୍ରୁଗଣ ତା'ର ନିକଟରୁ ନିକଟତର ହବେେ। ସମାନେେ କାଠ କଟାଳି ସଦୃଶ କୁରାଢ଼ି ନଇେ ତା' ବିରୁଦ୍ଧ ରେ ଆକ୍ରମଣ କରିବେ।

23ସଦାପ୍ରଭୁ କହନ୍ତି, ମିଶରର ସୈନ୍ଯ ଅରଣ୍ଯ ସଦୃଶ। ଅଗଣିତ ହେଲେ ହେଁ ଶତ୍ରୁସୈନ୍ଯ ସମାନଙ୍କେୁ ହାଣି ପକାଇବେ। କାରଣ ଶତ୍ରୁସୈନ୍ଯ ପଙ୍ଗପାଳ ଅପେକ୍ଷା ଅନକେ ଓ ଅସଂଖ୍ଯ ଅଟନ୍ତି।

24ମିଶର ଲଜ୍ଜିତା ହବେ। ସେ ଉତ୍ତର ଦେଶୀଯ ଲୋକମାନଙ୍କ ହସ୍ତ ରେ ସମର୍ପିତ ହବେ।

25ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଦେଖ, ଆମ୍ଭେ ନୋ ଦେଶୀଯ ଅମାନେକୁ, ଫାରୋ, ମିଶର, ତାହାର ଦବଗେଣ ଓ ରାଜଗଣକୁ, ଆଉ ଫାରୋଙ୍କ ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦବୋ।

Jeremiah 46 illustration - Jeremiah Chapter 46

26ପୁଣି ସମାନଙ୍କେର ପ୍ରାଣନାଶକାରୀ ଲୋକମାନଙ୍କ ହସ୍ତ ରେ ଓ ବାବିଲର ରାଜା ନବୂଖଦନିତ୍ସର ଓ ତାହାର ଦାସମାନଙ୍କ ହସ୍ତ ରେ ଆମ୍ଭେ ସମାନଙ୍କେୁ ସମର୍ପଣ କରିବା। ପୁଣି ସଦାପ୍ରଭୁ କହନ୍ତି, ପୂର୍ବକାଳ ରେ ମିଶର ଯେଉଁପରି ଶାନ୍ତି ରେ ବାସ କରୁଥିଲା, ଏହି ଦୁଃସମୟ ପ ରେ ସେ ପୁନର୍ବାର ଶାନ୍ତି ରେ ରହିବ।

27 ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ କିଅବା ହେ ଇଶ୍ରାୟେଲ ତୁମ୍ଭେ ନିରାଶ ହୁଅ ନାହିଁ। ଆମ୍ଭେ ଦୂର ଦେଶରୁ ତୁମ୍ଭକୁ ଓ ବନ୍ଦୀ ଅବସ୍ଥାରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା। ତହିଁରେ ଯାକୁବ ଫରେି ଆସି ନିର୍ଭୟ ଓ ନିଶ୍ଚିତ ରେ ରହିଲା । ଆଉ କହେି ତାହାକୁ ଭୟ ଦଖାଇେଲେ ନାହିଁ।

28ସଦାପ୍ରଭୁ କହନ୍ତି, ହେ ମାରେ ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ। କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ, ଯେଉଁମାନଙ୍କରୁ ଆମ୍ଭେ ତୁମ୍ଭକୁ ତଡ଼ି ଦଇେଅଛୁ, ଆମ୍ଭେ ସମାନଙ୍କେୁ ସଂହାର କରିବା। ମାତ୍ର ଆମ୍ଭେ ତୁମ୍ଭକୁ ସଂହାର କରିବା ନାହିଁ। ଆମ୍ଭେ ତୁମ୍ଭକୁ ବିବଚେନା ପୂର୍ବକ ଶାସ୍ତି ଦବୋ। ମାତ୍ର ତୁମ୍ଭକୁ ଦଣ୍ଡ ନ ଦଇେ ଛାଡ଼ିବା ନାହିଁ।

Chapter Complete

You have read Jeremiah 46

28 verses