Lumina
Jeremiah

A Message to Baruch

Jeremiah 45·Oriya Bible

1ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋକୀମର ରାଜତ୍ବର ଚତୁର୍ଥ ବର୍ଷ ରେ ନରେିଯର ପୁତ୍ର ବାରୂକ, ଯିରିମିୟଙ୍କ ମୁଖରୁ ଏହି ସମସ୍ତ କଥା ଶୁଣି ନଳାକାର ପୁସ୍ତକରେ ଲେଖିଲା ବେଳେ ଯିରିମିୟ ଭବିଷ୍ଯଦବକ୍ତା ତାକୁ ଏହି କଥା କହିଲେ।

2 ହେ ବ୍ଯାକୁଳ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ତୁମ୍ଭକୁ ଏହି କଥା କହିନ୍ତି।

3' ହେ ବାରୂକ, ତୁମ୍ଭେ ମାେ ହାୟ, ହାୟ କହିଲ, କାରଣ ସଦାପ୍ରଭୁ ମାରେ ୟନ୍ତ୍ରଣା ରେ ଦୁଃଖ ଯୋଡ଼ି ଦେଲେ। ମୁଁ କଥା କହିବାକୁ କ୍ଲାନ୍ତ ହେଉଅଛି ଓ ୟନ୍ତ୍ରଣା ରେ ଥରୁଅଛି, ଯେ ହତେୁ ମାରେ କିଛି ବିଶ୍ରାମ ନାହିଁ।'

4ତେଣୁ ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ବାରୂକକୁ ଏହି କଥା କୁହ, 'ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଭାଙ୍ଗି ପକାଇବୁ ଓ ଯାହା ରୋପଣ କରିଅଛୁ ତାହା ଉତ୍ପାଟନ କରିବୁ। ଆଉ ସମୁଦାଯ ଯିହୁଦା ରେ ଏହା କରିବୁ।

5ହେ ବାରୂକ, ତୁମ୍ଭେ ନିଜ ପାଇଁ ମହାନ୍ ବିଷଯ ଖୋଜୁଅଛ। କିନ୍ତୁ ତାହା ଚେଷ୍ଟା କର ନାହିଁ।' କାରଣ ସଦାପ୍ରଭୁ କହନ୍ତି, ' ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପ ରେ ଅମଙ୍ଗଳ ଘଟାଇବା। ମାତ୍ର ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ୟିବ ଆମ୍ଭେ ସେସବୁ ସ୍ଥାନ ରେ ତୁମ୍ଭର ପ୍ରାଣ ରକ୍ଷା କରିବା।'

Chapter Complete

You have read Jeremiah 45

5 verses