Lumina
Jeremiah

Gedaliah Murdered

Jeremiah 41·Oriya Bible

1ଅନନ୍ତର ସପ୍ତମ ମାସ ରେ ରାଜବଂଶୀ ଇଲୀଶାମର ପୌତ୍ର ନଥନିଯର ପୁତ୍ର ଇଶମାଯଲେ ଦଶଜଣ ପୁରୁଷଙ୍କ ସହିତ ଅହୀକାମର ପୁତ୍ର ଗଦଲିଯ ନିକଟକୁ ମିସ୍ପାକୁ ଆସିଲେ। ସମାନେେ ସଠାେ ରେ ଗଦଲିଯ ସହିତ ଏକତ୍ର ଭୋଜନ କଲେ।

2ସମାନେେ ଏକତ୍ର ଭୋଜନ କରୁଥିବା ବେଳେ ଇଶମାଯଲେ ଓ ତାର ଦଶଜଣ ସଙ୍ଗୀ ଯିହୁଦାର ଶାସକ ଅହୀକାମର ପୁତ୍ର ଗଦଲିଯକୁ ହତ୍ଯା କଲେ, ଯାହାକୁ ବାବିଳର ରାଜା ଏହି ଭୂମିରେ ଖଣ୍ଡା ସାହାୟ୍ଯ ରେ ନିୟୁକ୍ତ କରିଥିଲେ।

3ଆଉ ମଧ୍ଯ ଇଶମାଯଲେ ମିସ୍ପା ରେ ଗଦଲିଯ ସହିତ ଥିବା ସମସ୍ତ ୟିହୁଦୀଯମାନଙ୍କୁ ଓ ବାବିଲର ସୈନ୍ଯମାନଙ୍କୁ ବଧ କଲେ।

4ଗଦଲିଯକୁ ବଧ କରିବାର ଦିନକ ପ ରେ ଶିଖିମ, ଶୀଲୋ ଓ ଶମରିଯାରୁ ଅଶୀଜଣ ପୁରୁଷ ଦାଢ଼ି କ୍ଷୌର ହାଇେ, ଛିନ୍ନବସ୍ତ୍ର ପରିଧାନ ପୂର୍ବକ ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରି ହସ୍ତ ରେ ନବୈେଦ୍ଯ ଓ ସୁଗନ୍ଧି ଧୂପ ନଇେ ସଦାପ୍ରଭୁଙ୍କ ଗୃହକୁ ଆସୁଥିଲେ।

5ସମାନେେ ଗଦଲିଯଙ୍କ ହତ୍ଯା ଖବର ଜାଣି ନ ଥିଲେ।

Jeremiah 41 illustration - Jeremiah Chapter 41

6ଇଶମାଯଲେ ମିସ୍ପାକୁ ସହେି ଅଶୀଜଣ ପୁରୁଷଙ୍କୁ ଭଟେିବା ପାଇଁ ଗଲା ଓ ଗଲା ବେଳେ ବାଟସାରା କ୍ରନ୍ଦନ କରି କରି ଗଲା। ସମାନଙ୍କେୁ ସାକ୍ଷାତ କରି କହିଲା, ଅହୀକାମର ପୁତ୍ର ଗଦଲିଯକୁ ଦେଖିବାକୁ ଆସ।

7ଯେତବେେଳେ ସମାନେେ ନଗରର ମଧ୍ଯସ୍ଥାନକୁ ଆସିଲେ, ଇଶମାଯଲେ ଓ ତା'ର ସଙ୍ଗୀମାନେ ସମାନଙ୍କେୁ ବଧ କଲେ ଏବଂ ସମାନଙ୍କେୁ ଏକ ଗାତ ମଧିଅରେ ଫୋପାଡ଼ି ଦେଲେ।

8ମାତ୍ର ସମାନଙ୍କେ ମଧ୍ଯରୁ ଦଶଜଣ ଇଶମାଯଲକେୁ କହିଲେ, ଆମ୍ଭମାନଙ୍କୁ ବଧ କର ନାହିଁ, କାରଣ ଆମ୍ଭମାନଙ୍କର ଗହମ, ୟବ, ତୈଳ ଓ ମଧୁର ଗୁପ୍ତ ଭଣ୍ଡାର କ୍ଷତେ ରେ ଲୁଚାଇ ରଖିଛୁ ଏବଂ ଆମ୍ଭେ ସେସବୁ ତୁମ୍ଭକୁ ଦବେି। ତେଣୁ ଇଶମାଯଲେ ସମାନଙ୍କେୁ ମାରିବାରୁ ବିରତ ହେଲେ।

9ଇଶମାଯଲେ ସହେି କୂପକୁ ନିହତମାନଙ୍କ ଶବ ରେ ଗଦଲିଯର ଶବ ସହିତ ପରିପୂର୍ଣ୍ଣ କଲା। ସହେି କୂପକୁ ଆସାର ରାଜା, ଇଶ୍ରାୟେଲର ବାଶା ରାଜାର ଭୟ ରେ ପ୍ରସ୍ତୁତ କରିଥିଲା, ୟୁଦ୍ଧ ସମୟରେ ପାରି ଯୋଗାଇବାକୁ ସହେି କୂପ ଖୋଳା ୟାଇଥିଲା।

10ଏହାପ ରେ ଇଶମାଯଲେ, ମିସ୍ପା ରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ଯାଗଣଙ୍କୁ ଓ ମିସ୍ପା ରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିଯ ହସ୍ତ ରେ ସମର୍ପଣ କରିଥିଲା, ସମାନଙ୍କେୁ ବନ୍ଦୀକରି ନଇଗେଲା ସେ ସମାନଙ୍କେୁ ବନ୍ଦୀକରି ଅମ୍ ନୋନ ସନ୍ତାନଗଣର ନିକଟକୁ ୟିବାପାଇଁ ପ୍ରସ୍ଥାନ କଲା।

Jeremiah 41 illustration - Jeremiah Chapter 41

11ବା ରହରେ ପୁତ୍ର ୟୋହାନନ୍ ଓ ତାହାର ସମସ୍ତ ସଙ୍ଗୀ ସନୋପତିଗଣ ଇଶମାଯଲରେ ଦୁଷ୍କର୍ମସବୁ ଜାଣିଲେ।

12ତେଣୁ ୟୋହାନନ୍ ତାହାର ସମସ୍ତ ସନୋପତିମାନଙ୍କୁ ନଇେ ନଥନିଯର ପୁତ୍ର ଇଶମାଯଲେ ସଙ୍ଗେ ୟୁଦ୍ଧ କରିବାକୁ ଗଲେ ଓ ଗିବିଯୋନସ୍ଥିତ ଏକ ବିରାଟ ଜଳାଶଯ ନିକଟରେ ତାହାକୁ ଭଟେିଲେ।

13ସେତବେେଳେ ଇଶମାଯଲେ ସଙ୍ଗ ରେ ଥିବା ସମସ୍ତ ଲୋକ କା ରହରେ ପୁତ୍ର ୟୋହାନନକୁ ଓ ତାହାର ସଙ୍ଗୀ ସନୋପତିମାନଙ୍କୁ ଦେଖି ଆନନ୍ଦିତ ହେଲେ।

14ତା'ପ ରେ ଇଶମାଯଲେ ଯେଉଁ ଲୋକମାନଙ୍କୁ ମିସ୍ପାକୁ ବନ୍ଦୀ କରି ନଇୟୋଇଥିଲା, ସମାନେେ ସମସ୍ତେ କା ରହରେ ପୁତ୍ର ୟୋହାନନ୍ ନିକଟକୁ ଫରେି ଆସିଲେ।

15ମାତ୍ର ନଥନିଯର ପୁତ୍ର ଇଶମାଯଲେ ଆଠଜଣ ଲୋକ ସହିତ ୟୋହାନନ ନିକଟରୁ ପଳାଇ ଅମ୍ ନୋନ ସନ୍ତାନଗଣର ନିକଟକୁ ଗଲା।

Jeremiah 41 illustration - Jeremiah Chapter 41

16ୟୋହାନନ ଏବଂ ତାଙ୍କର ସୈନ୍ଯବାହିନୀର ସନୋପତିଗଣ ଗିବିଯୋନକୁ ଅବଶିଷ୍ଟ ଲୋକମାନଙ୍କୁ ଆଣିଲେ, ଯେଉଁମାନଙ୍କୁ ନଥନୀଯର ପୁତ୍ର ଇଶମାଯଲେ, ଗଲିଯଦକୁ ହତ୍ଯା କଲା ପ ରେ, ମିସ୍ପାକୁ ନଇେ ୟାଇଥିଲେ। ସମାନଙ୍କେ ମଧିଅରେ ୟୋଦ୍ଧାଗଣ, ସ୍ତ୍ରୀଲୋକ, ବାଳକଗଣ, ବାଳିକାଗଣ ଓ ନପୁଂସକଗଣ ଥିଲେ।

17ୟୋହାନନ୍ ଓ ଅନ୍ୟ ସନୋପତିଗଣ କଲଦୀଯମାନଙ୍କୁ ଭୟ କଲେ। କାରଣ ଇଶମାଯଲେ ବାବିଲ ରାଜାଙ୍କ ଦ୍ବାରା ନିୟୁକ୍ତ ଶାସନକର୍ତ୍ତା ଗଦଲିଯକୁ ହତ୍ଯା କରିଥିଲେ। ତେଣୁ ୟୋହାନନ୍ କଲଦୀଯମାନେ ରାଗିଥିବେ ବୋଲି ଭୟ କଲେ।

18ତେଣୁ ସେ ମିଶରକୁ ପଳାଇ ୟିବା ପୂର୍ବରୁ ବୈଥଲହେମ୍ ସହର ନିକଟସ୍ଥ ଗରେୁତ୍ତ୍ବକିମହମ ରେ କିଛି ସମୟ ଅଟକି ଥିଲେ।

Chapter Complete

You have read Jeremiah 41

18 verses